Excuse Me Odisha

ଯାହା କହିବୁ ସତ କହିବୁ

କାହିଁକି ସରଳ ଲୋକମାନେ ଅଧିକ ଦୁଃଖି ପାଇଥାନ୍ତି, ସମସ୍ତେ ଥରଟିଏ ନିଶ୍ଚିତ ପଢିବା ଦରକାର

ସେୟାର୍ କରନ୍ତୁ

ବନ୍ଧୁଗଣ ଯେଉଁ କାହାଣୀ ମୁଁ କହିବାକୁ ଯାଉଛି ତାହା ସମସ୍ତେ ଶୁଣିବା ଜରୁରୀ ଅଟେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ପର୍ଯ୍ୟନ୍ତ ଶୁଣିବା ଜରୁରୀ ଅଟେ। କାରଣ ଏହି କାହାଣୀ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାମରେ ଆସିବ। ଏହି ଦୁନିଆରେ ସମସ୍ତେ ଚାହିଁ ଥାଆନ୍ତି ଏବଂ ସମସ୍ତେ ଭଲ ପାଇଥାନ୍ତି ସରଳ ଓ ନିରୀହ ଲୋକମାନଙ୍କୁ। କିନ୍ତୁ ଦୁଃଖର କଥା ଏହିକି ଯେ ଏହି ସରଳ ଓ ଶାନ୍ତ ଲୋକମାନେ ସମାଜରେ ସବୁଠାରୁ ଅଧିକ ଦୁଃଖ ପାଇ ଥାଆନ୍ତି। ଏନାନେ ସମାଜରେ ସବୁବେଳେ ଅବହେଳିତ ଥାଆନ୍ତି। କିନ୍ତୁ ଅନ୍ୟ ପକ୍ଷରେ ଆମେ କଠୋର ହୋଇ ପାରିବା ନାହିଁ। କାରଣ ଏହି ସମାଜରେ ଦୁଷ୍ଟ ଲୋକଙ୍କୁ ମଧ୍ୟ ଲୋକେ ଭଲ ନଜରରେ ଦେଖନ୍ତି ନାହିଁ। ବନ୍ଧୁଗଣ ଏହି କାହାଣୀ ଟିଏ ଶୁଣନ୍ତୁ ଆପଣଙ୍କ କାମରେ ଆସିପାରେ। ଥରେ ଜଣେ ରାଜା ଅଜାତସତ୍ରୁ ବୁଦ୍ଧଦେବଙ୍କ ପାଖକୁ ଆସିଲେ। ସେ ଜଣେ ନିଷ୍ଠୁର ରାଜା ଥିଲେ। ସେ ବୁଦ୍ଧଙ୍କୁ ଆସି କହିଲେ ହେ ପ୍ରଭୁ ମୁଁ ଯେବେଠୁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିଛି ଓ ଅହିଂସା ପଥରେ ପାଦ ଦେଇଛି ସେବେଠାରୁ ମୋ ରାଜ୍ୟର ଲୋକମାନେ ମୋତେ ଆଉ ମାନୁ ନାହାଁନ୍ତି। ସେମାନେ ମୋତେ ଆଉ ଆଶାନୁରୂପ ସମ୍ମାନ ଦେଉ ନାହାନ୍ତି। ମୋ ରାଜ୍ୟରେ ଏବେ ଅଶାନ୍ତି ବାତାବରଣ ଦେଖା ଯାଉଛି। କାରଣ ମୁଁ ଆଗଭଳି ଲୋକଙ୍କୁ କଠୋର ଦଣ୍ଡ ଦେଉନାହିଁ। ତାହେଲେ ମୁଁ ଏବେ କଣ କରିବି ଓ କିପରି ମୋ ରାଜ୍ୟ ଭାର ସମ୍ଭାଳିବି।

ଭଗବାନ ବୁଦ୍ଧ କହିଲେ ହେ ରାଜନ୍ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ଆପଣଙ୍କୁ ସୁନ୍ଦର କାହାଣୀ କହୁଛି ଶୁଣନ୍ତୁ। ଏହି କାହାଣୀରେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ରହିଛି। ଦିନେ ଜଣେ ସନ୍ୟାସୀ କୌଣସି ଏକ ଦୂର ସ୍ଥାନକୁ ଯାତ୍ରା କରୁଥଲେ। ଯାତ୍ରା କରୁଥିବା ସମୟରେ ରାସ୍ତାରେ ଏକ ଝଙ୍କାଳିଆ ବରଗଛ ତଳେ ବିଶ୍ରାମ ନେଲେ। ସେ ବିଶ୍ରାମ ନେଉଥିବା ବେଳେ ଆଖପାଖରେ ଥିବା ଲୋକେ ତାଙ୍କୁ କହିଲେ, ହେ ସନ୍ୟାସୀ ଏହି ଗଛ ତଳେ ବିଶ୍ରାମ ନିଅନ୍ତୁ ନାହିଁ। କାରଣ ଏହି ଗଛ ତଳେ ଏକ ବହୁତ ବଡ଼ ବିଷଧର ସାପ ରହିଛି। ସେହି ସାପ ଅନେକ ଲୋକଙ୍କ ଜୀବନ ନେଇ ସାରିଛି। ସନ୍ୟାସୀ ଜଣକ ଲୋକଙ୍କ କଥା ନଶୁଣି ହସି ଦେଇ ସେହି ଗଛ ତଳେ ବିଶ୍ରାମ ନେଲେ। କିଛି ସମୟ ପରେ ସେହି ସାପଟି ଆସି କହିଲା, ତୁମକୁ କଣ ଜଣା ନାହିଁ ଏହି ପାଖାପାଖି ଲୋକେ ଏହି ଗଛ ମୂଳରେ କେହି ବିଶ୍ରାମ ନିଅନ୍ତି ନାହିଁ। ଏହି ଗଛ ମୂଳକୁ ଯିଏ ଆସେ ସେ ଦ୍ୱିତୀୟ ଥର ଫେରି ଯାଇ ପାରେ ନାହିଁ। କାରଣ ମୁଁ ସେମାନଙ୍କ ମୃ-ତ୍ୟୁର କାରଣ ହୋଇଥାଏ। ସନ୍ନ୍ୟାସୀ ଜଣକ ହସିଲେ । ସାପଟି ଏହା ଦେଖି ସନ୍ନ୍ୟାସୀଙ୍କୁ କହିଲା ମୁଁ ତୁମକୁ ଡରାଉଛି କିନ୍ତୁ ତମେ ହସୁଛ। ସନ୍ନ୍ୟାସୀ କହିଲେ, ହେ ସର୍ପ ତୁ ଗତ ଜନ୍ମରେ କୌଣସି କୁ-କର୍ମ କରିଥିଲୁ ଯାହାଦ୍ଵାରା ଏହି ଜନ୍ମରେ ତୋତେ ସାପ ଜନ୍ମ ମିଳିଛି। ତୁ ଏହି ଜନ୍ମରେ ମଧ୍ୟ କୁ-କର୍ମ କରୁଛୁ ଓ ଅନେକ ଲୋକଙ୍କ ଜୀବନ ନେଉଛୁ। ତୁ କଣ ଚାହୁଁଛୁ ପରଜନ୍ମରେ ତୁ ପୁଣି ଏକ ନିମ୍ନ ଜାତିରେ ଜନ୍ମ ହେଉ। ସାପଟି ଦୁଃଖିତ ହୋଇ କହିଲା, ନାହିଁ ସନ୍ନ୍ୟାସୀ ମୁଁ ଏହି ସର୍ପ କୁଳରୁ ମୁକ୍ତ ହେବାକୁ ଚାହେଁ। ସନ୍ନ୍ୟାସୀ ଜଣକ କହିଛନ୍ତି ଯଦି ତୋତେ ଏହି ସର୍ପ କୂଳରୁ ମୁକ୍ତ ହେବାର ଅଛି ତାହେଲେ ତୋତେ ହିଂସା ରାସ୍ତା ଛାଡ଼ିବାକୁ ପଡ଼ିବ। ଏବେ ତୁ ଲୋକଙ୍କୁ ମାରିବା ଛାଡ଼ିଦେ। ସାପଟି କହିଲା , ମୁଁ ପ୍ରତିଜ୍ଞା କରୁଛି ଏହି ମୁହୂର୍ତ୍ତରୁ ଲୋକଙ୍କୁ ମାରିବା ଛାଡ଼ି ଦେବି। ସନ୍ନ୍ୟାସୀ ଜଣକ ଖୁସିରେ ସେଠାରୁ ଚାଲିଗଲେ । ପୁଣି କିଛିଦିନ ପାରେ ସନ୍ନ୍ୟାସୀ ଜଣକ ସେହି ରାସ୍ତା ଦେଇ ଗତି କରିଛନ୍ତି ତାଙ୍କର ସେହି ଗଛ କଥା ମନେ ପଡ଼ିଛି। ସେହି ଗଛ ମୂଳରେ ଆସି ସେ ବିଶ୍ରାମ ନେଇଛନ୍ତି ସେତେବେଳେ ସେ ବହୁତ ଆ-ଶ୍ଚର୍ଯ୍ୟ ହେବା ସହିତ ଦୁଃଖିତ ମଧ୍ୟ ହୋଇଛନ୍ତି ଯେ ସାପଟି ବହୁତ ଆ-ଘାତପ୍ରାପ୍ତ ଅବସ୍ଥାରେ ପଡ଼ିଛି। ସନ୍ନ୍ୟାସୀ ଜଣକ ପଚାରିଲେ, ଆରେ ତୁମର ଏମିତି ଅବସ୍ଥା କାହିଁକି? ସାପଟି କହିଲା। ହେ ମହାପ୍ରଭୁ, ମୁଁ ଆପଣଙ୍କ କଥା ମାନି ସରଳ ଓ ଶାନ୍ତ ହୋଇଗଲି। କିନ୍ତୁ ଯେତେବେଳେ ମୁଁ ସରଳ ଓ ଶାନ୍ତ ହୋଇଗଲି ସେତେବେଳେ ପାଖ ଲୋକ ଆଉ ମୋତେ ଡରିଲେ ନାହିଁ। ପିଲାମାନେ ମୋତେ ଟେକା ପଥର ମାରିବା ଆରମ୍ଭ କରିଦେଲେ। ତାହେଲେ ମୁଁ କଣ କରିବି କେମିତି ବଞ୍ଚିବି। ବହୁତ ଶିକ୍ଷଣୀୟ ଜିନିଷ। ଏହା ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କାମରେ ଆସିବ। ସନ୍ନ୍ୟାସୀ ଜଣକ କହିଲେ, ଅଟେ ସର୍ପ ତୋତେ ମୁଁ ସରଳ ଓ ନିରୀହ ହେବାକୁ କହିଥିଲି। କାରଣ ଏହି ସଂସାର ସରଳ ଲୋକ ଓ ଦୁର୍ବଳ ଲୋକଙ୍କୁ ବହୁତ କଷ୍ଟ ଦେଇଥାଏ। କାରଣ ଏହି ସମାଜରେ ସରଳ ଲୋକ ମାନଙ୍କୁ ମଣିଷ ଦୁର୍ବଳ ଭାବିଥାଏ। ମୁଁ ତୁମକୁ ସରଳତାର ରାସ୍ତା ଦେଖେଇ ଥିଲି। ଅହିଂସାର ରାସ୍ତା ଦେଖେଇ ଥିଲି କିନ୍ତୁ ଦୁର୍ବଳ ହେବାକୁ କହି ନଥିଲି। ସାପଟି କହିଲା, ମୁଁ ସରଳ ଓ ଦୁର୍ବଳ କିଛି ବୁଝି ପାରିଲି ନାହିଁ। ମୋତେ ଭଲଭାବରେ ବୁଝେଇ କୁହନ୍ତୁ। ସନ୍ନ୍ୟାସୀ କହିଲେ, ଅନ୍ତର ଭିତରେ ସରଳତା ଓ ସ୍ୱଚ୍ଛ ଭାବ ରଖ ଯେ ମୋ ଦ୍ଵାରା କାହାରି କ୍ଷତି ନହେଉ। ଏଭଳି ସଦ୍ଭାବନା ରଖ। କିନ୍ତୁ ବାହାରକୁ ଏହି ସମାଜରେ ବଞ୍ଚିବା ପାଇଁ ଯାହା ଦରକାର ସେଭଳି କର। ଏହି ସମାଜରେ ବଞ୍ଚିବା ପାଇଁ ବେଳେବେଳେ କଠୋର ହୁଅ। ନହେଲେ ଏହି ସମାଜ ତୁମକୁ ଦୁର୍ବଳ ଭାବରେ ଖରାପ ବ୍ୟବହାର କରିବ। ଜଣେ ଦୁର୍ବଳ ଓ ସରଳ ଲୋକକୁ ପିଲାମାନେ ଭୟ କରନ୍ତି ନାହିଁ। ଗୋଟେ ଅଫିସର ମାଲିକ ଯଦି ସରଳ ନିରୀହ ହେଉଛି ତାହେଲେ ତାର କର୍ମଚାରୀ ମାନେ କାମ କରିବେ ନାହିଁ। ଗୋଟେ ଝିଅ ଯଦି ଅଧିକ ସରଳ ଓ ନିରୀହ ହେଉଛି ତାହେଲେ ତାକୁ ସମାଜରେ ଦୁଃଖ ଭୋଗିବାକୁ ପଡ଼ିବ। ତେଣୁ ସରଳ ହୁଅ ଓ ଶକ୍ତିଶାଳୀ ହୁଅ। ସରଳ ଓ ନିରୀହ ହୁଅ ନାହିଁ। ଅନ୍ତର ଭିତରେ ସବୁବେଳେ ରଖ ଯେ ମୋ ଦ୍ଵାରା କାହାକୁ କଷ୍ଟ ନ ମିଳୁ। ଏହି ସ୍ୱଚ୍ଛ ଭାବରେ ମନ ଭିତରେ ରଖି ଦରକାର ସମୟରେ କଠୋର ମନୋଭାବ ରଖ। ତେବେ ଯାଇ ଆପଣ ସରଳ ଓ ଶକ୍ତିଶାଳୀ ହୋଇ ପାରିବେ। ଆମେ ସମସ୍ତେ ମନ ଭିତରେ ସ୍ୱଚ୍ଛ ଭାବନା ରଖି ବାହାରେ ଯଦି ଆବଶ୍ୟକତା ପଡୁଛି ତାହେଲେ କଠୋର ଭାବ ପ୍ରଦର୍ଶନ କରନ୍ତୁ। ଯଦି ଆପଣ ଏହି ସମାଜରେ ସରଳ ଓ ନିରୀହ ବ୍ୟବହାର କରିବେ ତାହେଲେ ଜୀବନରେ ଦୁଃଖ ଭୋଗ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *