Excuse Me Odisha

ଯାହା କହିବୁ ସତ କହିବୁ

ବିଛା ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ବିଛା ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁଲାଇ ମାସଟି ବିଛା ରାଶିର ଲୋକଙ୍କ ପାଇଁ କିପରି କଟିବ? କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁମାନଙ୍କର ଅଶୁଭ ଦଶା ଭୋଗ ହେଉଛି, ସେମାନେ ଯଦି ଏହି ଦିଆଯାଉଥିବା ପ୍ରତିକାର ଦେଇ ଚାଲନ୍ତି, ତାହେଲେ ଉତ୍ତମ ଫଳାଫଳ ଭୋଗ କରିବେ। କୌଣସି ଅଶୁଭ ଫଳ ଭୋଗ ହେବ ନାହିଁ। ସମସ୍ତ ପ୍ରକାରର ଶୁଭ ଫଳ ଭୋଗ କରିବେ। କିଛି ଲୋକଙ୍କର ଜାତକ ନାହିଁ ବା ସେମାନେ ଜାତକ ସମ୍ବନ୍ଧୀୟ କିଛି ଜାଣି ନାହାନ୍ତି, ଯଦି ସେମାନେ ଜନ୍ମ ତାରିଖ ବା ଜନ୍ମ ତିଥି ଜାଣିଥିବେ ଅଥବା ଏସବୁ କିଛି ଜାଣି ନଥିବେ କେବଳ ଆପଣଙ୍କର ନାମ ଓ ନକ୍ଷତ୍ରରୁ ହିଁ ରାଶି ନକ୍ଷତ୍ରର ବିବେଚନା କରି ଆପଣ ଆପଣ ଶୁଭ ଓ ଆସିବ ଫଳ ଜାଣି ପାରିବେ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ତୋ, ନା, ନି, ନୁ, ନେ, ଜା, ଜି, ଜୁ ହୋଇଥାଏ, ସେମାନଙ୍କର ବିଛା ରାଶି ହେବ। ଯଦି କୌଣସି ତାରିଖରେ ଜନ୍ମ ହୋଇଥିବେ ବା ଇଂରାଜୀ ମାସର ୯,୧୮,୨୭ ତାରିଖରେ ଜନ୍ମ ହୋଇଥିବେ, ସେମାନଙ୍କର ମଧ୍ୟ ଅଙ୍କ ଜ୍ୟୋତିଷ ହିସାବରେ ବିଛା ରାଶି ହେବ। ଯଦି ଶୁକ୍ଳ ପକ୍ଷ ବା କୃଷ୍ଣ ପକ୍ଷର ନବମୀ ତିଥିରେ ଜନ୍ମ ହୋଇଛନ୍ତି ତାହେଲେ ସେମାନଙ୍କର ମଧ୍ୟ ଏହି ଅଙ୍କ ଜ୍ୟୋତିଷ ହିସାବରେ ଏହି ବିଛା ରାଶି ହେବ। ବିଛା ରାଶିର ଅଧିପତି ଗ୍ରହ ହେଉଛି ମଙ୍ଗଳ ମହାଗ୍ରହ। ମଙ୍ଗଳ ଗ୍ରହ ଯଦି ଜାତକରେ ଶୁଭ ହୋଇଥାନ୍ତି ତାହେଲେ ଆପଣଙ୍କର ରାଶିଫଳ ନିଶ୍ଚିତ ଭୋଗ ହେବ। ରାଶିର ତିନୋଟି ନକ୍ଷତ୍ର ମଧ୍ୟ ଭୋଗ ହେଉଛି ବିଶାଖା ନକ୍ଷତ୍ର, ଅନୁରାଧା ନକ୍ଷତ୍ର ଓ ଜ୍ୟେଷ୍ଠା ନକ୍ଷତ୍ର। ୧୬/୮, ୧୭/୮, ୧୮/୮। ଏହି ନକ୍ଷତ୍ର ରାଶିରେ ଯେଉଁମାନଙ୍କର ଜନ୍ମ ସେମାନେ ହେଉଛନ୍ତି ବିଛା ରାଶି। ରାଶିର ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ। ନାଲି ରଙ୍ଗ ଯଦି ବିଶେଷ ବ୍ୟବହାର କରନ୍ତି ତାହେଲେ ଶୁଭ ଫଳ ପ୍ରାପ୍ତ ହେବ। ରାଶିର ଶୁଭ ବାର ହେଉଛି ମଙ୍ଗଳବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ, ଭୈରବ, ହନୁମାନ। ରାଶିର ଶୁଭ ଦେବୀ ହେଉଛନ୍ତି ମାଆ ମଙ୍ଗଳା। ବିଛା ରାଶିର ଲୋକେ ଯଦି ବ୍ରତ ଉପବାସ କରିବାକୁ ଚାହୁଁଛନ୍ତି ତାହେଲେ ଯଦି ମଙ୍ଗଳବାର ଦିନ ବ୍ରତ ଉପବାସ କରିବେ ତାହେଲେ ଶୁଭ ଫଳ ପ୍ରାପ୍ତ ହେବ।ରାଶିର ଶୁଭ ଅଙ୍କ ବା ଶୁଭ ସଂଖ୍ୟା ହେଉଛି ୯। ସମସ୍ତ କାର୍ଯ୍ୟ ୯ ସଂଖ୍ୟାରେ ହିଁ ପୂରଣ ହୋଇ ପାରିବ। ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଇଂରାଜୀ ମାସର ୯,୧୮,୨୭ ତାରିଖରେ ସେହି କାର୍ଯ୍ୟ ସମ୍ପନ୍ନ କରି ପାରିବେ କିମ୍ବା ଘର ପ୍ରତିଷ୍ଠା, ନୂତନ କାର୍ଯ୍ୟ, ବ୍ୟବସାୟ, ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ବିଛା ରାଶିର ମିତ୍ର ରାଶି ହେଉଛନ୍ତି କର୍କଟ, ସିଂହ, ଧନୁ, ମୀନ ରାଶି । ରାଶିର ଶତ୍ରୁ ରାଶି ମିଥୁନ ଓ କନ୍ୟା ରାଶି। ବିଛା ରାଶିର ଘାତ ବାର ଶୁକ୍ରବାର, ଘାତ ନକ୍ଷତ୍ର ରେବତୀ ନକ୍ଷତ୍ର। ଘାତ ତିଥି ଦଶମୀ ତିଥି। ଘାତ ଚନ୍ଦ୍ର ବୃଷ ଚନ୍ଦ୍ର। ଚନ୍ଦ୍ର ଯଦି ବୃଷ ରାଶିରେ ଅବସ୍ଥାନ କରୁଛନ୍ତି ତାହେଲେ ସେହି ସମୟରେ ଦୂର ଯାତ୍ରା, ଚୁଟି କାଟିବା, ଗୃହ ଆରମ୍ଭ, ଯାନ ଆରୋହଣ ଆଦିରୁ ନିବୃତ ରୁହନ୍ତୁ, ଏହାଦ୍ବାରା କୌଣସି ବିପଦ ପାଖ ମାଡ଼ିବ ନାହିଁ।

ଜୁଲାଇ ମାସ ୨୦୨୧ ମସିହା ମହିଳା ଓ ପୁରୁଷ ମାନଙ୍କର କିପରି କଟିବ ଓ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା। ଏହି ମାସରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଉନ୍ନତିରେ ଅଚାନକ ବୃଦ୍ଧି ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ। ସରକାରୀ କ୍ଷେତ୍ରରେ ଉନ୍ନତି କରିବା ସହିତ ଉପରିସ୍ଥ କର୍ମଚାରୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ।ନୂଆ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ମାସଟି ଅନୁକୂଳ ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବ। ଭାଇଭଉଣୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବ ମାନଙ୍କ ଠାରୁ ସହଯୋଗ ପ୍ରପ୍ର ହେବ। ସାମାଜିକ କଲ୍ୟାଣରେ ସହଯୋଗ କରି ପାରନ୍ତି। ବ୍ୟବସାୟରେ ଶୁଭାରମ୍ଭ କରି ପାରିବେ। ଗୃହ ଉପକରଣ କିଛି କ୍ରୟ କରି ପାରନ୍ତି। ଦୂର ଯାତ୍ରା ପାଇଁ ଉତ୍ସାହିତ ହେବେ। ବ୍ୟବସାୟିକ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ। ଶତ୍ରୁ ଭୟ ଯୋଗୁଁ ଆଶା କରିଥିବା କାର୍ଯ୍ୟ ସମ୍ପନ୍ନ କରି ନପାରନ୍ତି, ତେଣୁ ଅଧିକ ଶୁଭ ହେବା ପାଇଁ ଏହି ମାସରେ ପ୍ରତ୍ୟେକ ଦିନ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *