Excuse Me Odisha

ଯାହା କହିବୁ ସତ କହିବୁ

ମୀନ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ମୀନ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସଟି ମୀନ ରାଶି ଜାତ ବ୍ୟକ୍ତି ମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯଦି ଅଶୁଭ ଦଶା ଅନ୍ତର୍ଦଶା ପ୍ରତ୍ୟାନ୍ତର ଦଶା ଭୋଗ ହେଉଥାଏ ତାହେଲେ ରାଶିଫଳ ଠିକ ଭାବରେ ମିଳିବ ନାହିଁ। ବ୍ୟତିକ୍ରମ ନିଶ୍ଚୟ ସୃଷ୍ଟି ହେବ। ତେବେ ଆମେ ଯେଉଁ ପ୍ରତିକାର କହୁଛୁ ଶେଷରେ ଯେଉଁ ପ୍ରତିକାର କୁହାଯାଉଛି ସେହି ପ୍ରତିକାରଟି ଯଦି ମାସ ସାରା କରି ଚାଲନ୍ତି ତାହେଲେ ଦଶା ଅନ୍ତର୍ଦଶା ପ୍ରତ୍ୟାନ୍ତର ଦଶା ଯଦି ଅଶୁଭ ହୋଇଥାଏ ତାହେଲେ ସେ ନିଶ୍ଚୟ ଶୁଭତ୍ୱ ପ୍ରାପ୍ତି ହେବ ସମସ୍ତ ପ୍ରକାର ଦୁଃଖ ଦୁର୍ଦଶା ମଧ୍ୟ ଦୂର ହୋଇଯିବ। ଯଦି କୌଣସି ବି-ପଦ ଆଗକୁ ଥାଏ ଏ ମାସରେ ଯେଉଁ ବି-ପଦ ଘଟିବାର ଯଦି ଥିବ ତାହେଲେ ସେ ମଧ୍ୟ ଦୁରେଇ ଯିବ। ସମସ୍ତ ଶୁଭ ଫଳ ହିଁ ପାଇବେ। ତେବେ ମୁଖ୍ୟ ହେଉଛି ପ୍ରତିକାର ପରିଷଧକ ଔଷଧ ଯଦି ବ୍ୟବହାର କରିଥାନ୍ତି ତାହେଲେ କୌଣସି ରୋଗ ପାଖ ମାଡିବନି ସେମିତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ପ୍ରତିକାର କରିଥାନ୍ତି ବା ପ୍ରତିଷେଧକ ବ୍ୟବସ୍ଥା କରିଥାନ୍ତି ତାହେଲେ ଅଶୁଭ ଗ୍ରହ ମାନଙ୍କର ଅଶୁଭତ୍ୱ ଖଣ୍ଡନ ହୋଇ ନିଶ୍ଚିତ ଶୁଭଫଳ ପ୍ରାପ୍ତି ହେବ। ତେବେ ଅନେକ ବ୍ୟକ୍ତିଙ୍କର ଜାତକ ନାହିଁ। ଯାହା ଫଳରେ ରାଶି ନକ୍ଷତ୍ର ବିଷୟରେ ମଧ୍ୟ ସେମାନେ ଜାଣି ନାହାନ୍ତି ଏବଂ ଜନ୍ମ ତାରିଖ ଜନ୍ମ ସମୟ ବା ଜନ୍ମ ସ୍ଥାନ ସମ୍ପର୍କରେ ମଧ୍ୟ ଅବଗତ ନୁହଁନ୍ତି, ଜନ୍ମ ତିଥି ବି ଜାଣିନାହାନ୍ତି ତେବେ ଯଦି ଜନ୍ମ ମାନେ ନିଜର ନାମ ବର୍ତ୍ତମାନ ଯେଉଁ ଡାକ ନାମ ସାଟିଫିକେଟ ନାମ ମଧ୍ୟ ନୁହେଁ ଯେଉଁଟା ଡାକ ନାଁ ଯେଉଁ ନାମ ଧରି ଡାକିଲେ ବ୍ୟକ୍ତି ଉଠିବ ଯେତେ ନିଦରେ ଶୋଇଥିଲେ ମଧ୍ୟ ସେହି ନାମ ଧରି ଡାକିଲା ପରେ ଯଦି ଉଠିଲା ସେଇଟା ହିଁ ଡାକ ନାମ ହେଉଛି ଏବଂ ରାଶି ଉପରେ ବିଶେଷ ପ୍ରଭାବ ପକାଇବ। ଏବଂ ଚନ୍ଦ୍ର ହେଉଛନ୍ତି ମନକାରକ ଗ୍ରହ। ଆମେ ରାଶିଫଳ ଯଦି ବିବେଚନା କରୁଛେ ତାହେଲେ ଏ ମାସିକିଆ ରାଶିଫଳ ରବିଙ୍କର ଶୁଭତ୍ୱକୁ ନେଇ କି ଚନ୍ଦ୍ରଙ୍କର ଶୁଭତ୍ୱକୁ ନେଇକି ବୃହସ୍ପତି ଶନି ରାହୁ କେତୁ ଏମାନଙ୍କ ଶୁଭତ୍ୱ ଅଶୁଭତ୍ୱକୁ ନେଇକି ରାଶିଫଳ ବିଚାର କରାଯାଉଛି। ବିଶେଷ କରି ଡାକ ନାମରେ ଡାକ ନାମର ଯଦି ପ୍ରଥମ ଅକ୍ଷର ଯଦି ଆପଣଙ୍କର ତି,ତୁ,ଥ,ଛ,ଞ,ତେ,ତ, ଚା,ଚି ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ଇଂରାଜୀ ମାସର ୩ ତାରିଖ,୧୨ ତାରିଖ,୨୧ ତାରିଖ,୩୦ତାରିଖରେ ଜନ୍ମ ହୋଇଥାନ୍ତି ତାହେଲେ ଜାଣିବାକୁ ହେବ ସେମାନଙ୍କର ମୀନ ରାଶି ହିଁ ହେବ। କିମ୍ବା ତୃତୀୟ ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବ ମା ମାନେ ଯଦି ଜାଣିଥିବେ ବା ଅନ୍ୟ କିଛି ତାରିଖ ଜାଣି ନାହାଁନ୍ତି ବା ରାଶି ନକ୍ଷତ୍ର ଜାଣିନାହାନ୍ତି ଯଦି କେବଳ ନାଁ ଟା ତ ନିଶ୍ଚୟ ଜାଣିଥିବେ। ଏଇ ନାଁ ଯେଉଁ ନାଁ ଦ୍ୱାରା ମଧ୍ୟ ରାଶି ନିର୍ଦ୍ଧାରିତ କରିପାରିବେ। ଅଥବା ତୃତୀୟ ତିଥି ବା ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବେ ତାହେଲେ ମଧ୍ୟ ସେମାନଙ୍କର ମୀନ ରାଶି ହେବ। ମୀନ ରାଶିର ୩ ଟି ନକ୍ଷତ୍ର ଅଛି। ପୂର୍ବଭାଦ୍ର ପଦ ନକ୍ଷତ୍ର,ଉତ୍ତର ଭାଦ୍ର ପଦ ନକ୍ଷତ୍ର, ରେବତୀ ନକ୍ଷତ୍ର। ପୂର୍ବଭାଦ୍ର ପଦ ନକ୍ଷତ୍ର ମୀନ ରାଶି ହେଉଛି ୧୫/୧୨,ଉତ୍ତର ଭାଦ୍ର ପଦ ନକ୍ଷତ୍ର ମୀନ ରାଶି ହେଉଛି ୨୬/୧୨,ରେବତୀ ନକ୍ଷତ୍ର ମୀନ ରାଶି ହେଉଛି ୨୭/୧୨।ଏହି ୩ ଟି ନକ୍ଷତ୍ରର ମୀନ ରାଶି ବ୍ୟକ୍ତି ମାନଙ୍କର ଅଧିପତି ଗ୍ରହ ହେଉଛନ୍ତି ବା ସ୍ୱାମୀ ହେଉଛନ୍ତି ବୃହସ୍ପତି ବା ଗୁରୁ। ରାଶି ତତ୍ୱ ହେଉଛି ଜଳ ରାଶି। ରାଶିର ଚିହ୍ନ ହେଉଛି ଲାଞ୍ଜ ଆଉ ମୁହଁ ଯୁକ୍ତ ଦୁଇଟି ମାଛ। ରାଶିର ସ୍ୱରୂପ ହେଉଛି ଦି ସ୍ୱଭାବ। ରାଶିର ଦିଗ ହେଉଛି ଉତ୍ତର ଦିଗ।ରାଶିର ଗୁଣ ହେଉଛି ସ୍ତ୍ରୀ ବା ସ୍ୱତ୍ୱ ଗୁଣି। ରାଶି ଜାତି ହେଉଛି ବ୍ରାହ୍ମଣ। ରାଶିର ପ୍ରକୃତି ହେଉଛି କଫ ପ୍ରକୃତି।ରାଶି ସ୍ୱଭାବ ସୌମ୍ୟ।ରାଶିର ଅଙ୍ଗ ହେଉଛି ଚରଣ ଯୁଗଳ। ରାଶିର ଶୁଭ ରତ୍ନ ହେଉଛି ପିତପକ୍ଷରାଜ। ରାଶିର ଶୁଭ ରଙ୍ଗ ହଳଦିଆ। ରାଶିର ଶୁଭ ବାର ରବିବାର, ଗୁରୁବାର। ଏଇ ରବିବାର ଓ ଗୁରୁବାର ମାନଙ୍କରେ ଯଦି ବ୍ରତ ଉପାସନା କରୁଛନ୍ତି ତାହେଲେ ନିଶ୍ଚୟ ସଫଳତା ମିଳିବ। ଏବଂ ରାଶିର ଯାହା ଖରାପ ପ୍ରଭାବ ପଡିବା କଥା ଗ୍ରହ ମାନଙ୍କର ବା ଯଦି କିଛି ଖରାପ ପ୍ରଭାବ ଭୋଗ ହେଉଥାଏ,ଖରାପ ସମୟ ଭୋଗ ହେଉଥାଏ ତାହେଲେ ଏଇ ବାରରେ ରବିବାର ଗୁରୁବାରରେ ଯଦି ବ୍ରତାଚରଣ କରୁଛନ୍ତି ବା ଉପାସନା କରୁଛନ୍ତି ତାହେଲେ ନିଶ୍ଚୟ ଏ ଖରାପ ସମୟ କଟି ଯାଇ ଭଲ ସମୟ ଭୋଗ କରିବେ। ତେବେ ରାଶିର ଶୁଭ ଦେବତା ହେଉଛନ୍ତି ନାରାୟଣ ବିଷ୍ଣୁ ଜଗ। ରାଶିର ଶୁଭ ଦେବୀ ତାରାତାରିଣୀ ବା ତାରିଣୀ। ରାଶିର ବ୍ରତ ଉପବାସ ହେଉଛି ଗୁରୁବାର। ରାଶିର ଅଙ୍କ ବା ସଂଖ୍ୟା ବା ଭାଗ୍ୟ ଅଙ୍କ ହେଉଛି ୩। ରାଶିର ଶୁଭ ତାରିଖ ହେଉଛି ପ୍ରତ୍ୟକ ମାସର ୩ ତାରିଖ,୧୨ ତାରିଖ,୨୧ ତାରିଖ,୩୦ ତାରିଖ। ଏଇ ତାରିଖ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଶୁଭ କାର୍ଯ୍ୟ ଅର୍ଥ ଯେଉଁଟା ଦୂର ଯାତ୍ରା କରିବାକୁ ଯଦି ଚାହୁଁଥାନ୍ତି,ଯଦି ଗୃହାରମ୍ଭ କରିବାକୁ ଚାହୁଁଥାନ୍ତି କିମ୍ବା ଗୃହ ପ୍ରତିଷ୍ଠା ଗୃହ ପ୍ରବେଶ କରିବାକୁ ଚାହୁଁଥାନ୍ତି କିମ୍ବା ଯାନ ଆରୋହଣ କରିବାକୁ ଚାହୁଁଥାନ୍ତି,ଯାନ କ୍ରୟ କରିବାକୁ ଚାହୁଁଥାନ୍ତି,ଜାଗା ଜମି ଗୃହ ବାହନ ଇତ୍ୟାଦି ଯଦି ପ୍ରାପ୍ତି ହେବା ପାଇଁ ଚାହୁଁଥାନ୍ତି ତାହେଲେ ଏଇ ତାରିଖ ମାନଙ୍କରେ କରନ୍ତୁ ତାହେଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ ମନସ୍କାମନା ନିଶ୍ଚୟ ପୂରଣ ହେବ। ରାଶିର ମିତ୍ର ରାଶି ହେଉଛନ୍ତି କର୍କଟ ରାଶି,ବିଛା ରାଶି। ରାଶିର ଶତ୍ରୁ ରାଶି ହେଉଛି ମେଷ ରାଶି, ସିଂହ ରାଶି, ଧନୁ ରାଶି। ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ଅସ୍ଲେସା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱିତୀୟ ତିଥି। ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ଚନ୍ଦ୍ରରେ ବା କୁମ୍ଭ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରୁଥିବା ବେଳେ ବା କୁମ୍ଭ ରାଶିରେ ଚନ୍ଦ୍ର ସଂକ୍ରମଣ କରୁଥିବା ବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ।ବା ଏହିସବୁ ଭଙ୍ଗା ତଟା ନୂତନ ଆରମ୍ଭ କାର୍ଯ୍ୟ କରନ୍ତୁ ନାହିଁ। ଦୂର ଯାତ୍ରା କରନ୍ତୁ ନାହିଁ। ଯାନ ଆରୋହଣ କରନ୍ତୁ ନାହିଁ ଗୃହାରମ୍ଭ ଗୃହ ପ୍ରତିଷ୍ଠା ଗୃହ ପ୍ରବେଶ ଆଦି କରନ୍ତୁ ନାହିଁ। ତାହେଲେ ଯଦି ଏଥିରୁ ନିବୃତ ହୁଅନ୍ତି ତାହେଲେ ସମସ୍ତ ପ୍ରକାର ଶୁଭ ଫଳ ନିଶ୍ଚୟ ପ୍ରାପ୍ତି ହେବ। ଭବିଷ୍ୟତ ମଧ୍ୟ ଉଜ୍ଵଳମୟ ହେବ।

ତେବେ ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସ ଏଇ ମୀନ ରାଶି ବ୍ୟକ୍ତିମାନଙ୍କର କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ମାସଟି ସାରା କେମିତି ଭଲରେ ଭଲରେ କଟେଇ ପାରିବେ ସେହି ବିଷୟରେ ଆସନ୍ତୁ ଜାଣିବା। ତେବେ ଏ ମାସରେ ଜୁଲାଇ ମାସରେ ମହିଳା ଓ ପୁରୁଷମାନେ ନୂତନ କାର୍ଯ୍ୟ ପାଇଁ ଆଶାୟି ହେବେ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ।ମାନସିକ ଅଶାନ୍ତି ଦୂର ହୋଇଯିବ। ଆଶା ଆକାଂକ୍ଷା ମହତ୍ୱକାଂକ୍ଷା ପୂର୍ଣ୍ଣ ହେବ।କର୍ମ କ୍ଷେତ୍ରରେ ମଧ୍ୟଉତ୍ତମ କାର୍ଯ୍ୟ କରି ପଦଉନ୍ନତି ମଧ୍ୟ ପାଇପାରିବେ। କର୍ମ ସନ୍ଧିସଚୁ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସଫଳ ହେବେ। ଅଚାନକ ଧନ ପ୍ରାପ୍ତି ହେବ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିପାରନ୍ତି। ଉଛଅଧିକାରୀ ବା ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ କର୍ମ ଉନ୍ନତିର ସୂଚନା ପାଇବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଗୃହରେ ଥିବା କଳହ ପତି ପତ୍ନୀଙ୍କ ମଧ୍ୟରେ ମତଭେଦ ବିରୋଧ ଭାବ ଏବଂ ତିକ୍ତତା ଭାବର ମଧ୍ୟ ସମାଧାନ ହୋଇଯିବ। ବ୍ୟବସାୟୀ ମାନେ ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ ଲାଭ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ଦେଖାଦେବ। ନ୍ୟାୟ ଧିସ ପ୍ରଶାସନିକ ସେବା ଅଧିକାରୀ ଓକିଲ ଜେଲର ଶିକ୍ଷକ ପ୍ରଶିକ୍ଷକ ଖାଦ୍ୟ ସାମଗ୍ରୀ ବା କାର୍ଯ୍ୟ ବିଦ୍ୟୁତ ସାମଗ୍ରୀ ବା ଧାତୁ ବସ୍ତ୍ର ଔଷଧ ଚଳଚ୍ଚିତ୍ର ଅଭିନେତା ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବଦ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଏହି ସଂସ୍ଥାରେ କର୍ମ କରୁଥିଲେ ଆଶାତୀତ ଲାତ ପାଇବେ। କିଛିଟା ଅଶୁଭତ୍ୱକୁ ଖଣ୍ଡନ କରିବା ପାଇଁ ଶୁଭତ୍ୱକୁ ପ୍ରାପ୍ତି କରିବା ପାଇଁ ଦଶା ଅନ୍ତଦଶା ଯଦି ଅଶୁଭ ଚାଲୁଥାଏ ବା ଅନ୍ୟ ଯେଉଁ ଗ୍ରହ ମାନେ ଅଶୁଭରେ ଅଛନ୍ତି ଅଶୁଭ ଫଳ ପ୍ରଦାନ କରୁଛନ୍ତି ସେମାନଙ୍କର ପ୍ରତିକାର କରିବା ପାଇଁ ଅଶ୍ୱସ୍ଥ ଗଛ ମୂଳରେ ଗୁଡ଼ ଟିକେ ଥୋଇ ପ୍ରତ୍ୟକ ଦିନ ସକାଳେ ପ୍ରଣାମ କରନ୍ତୁ ମାସଟି ଯଦି ଏହି ପ୍ରକାରର ପ୍ରତିକାର କରନ୍ତି ତାହେଲେ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *