Excuse Me Odisha

ଯାହା କହିବୁ ସତ କହିବୁ

ତୁଳା ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ତୁଳା ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସରେ ତୁଳା ରାଶି ଜାତ ମହିଳା ପୁରୁଷମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଏହି ରାଶି ଫଳ ଯାହା ଆଲୋଚନା କରୁଥାଏ ଯଦି ଜାତକରେ ଗ୍ରହମାନଙ୍କର ଦଶା ଅନ୍ତର୍ଦଶା ପ୍ରତ୍ୟନ୍ତର ଦଶା ଭୋଗ ହେଉଥାଏ ତାହେଲେ ୭୫% ଏ ଶୁଭତ୍ୱକୁ ଖଣ୍ଡନ କରି ଅଶୁଭତ୍ୱ ଫଳ ପ୍ରାପ୍ତି ହେବ। ସେଥିପାଇଁ ଆମେ ଯେଉଁ ଶେଷରେ ପ୍ରତିକାରର ବ୍ୟବସ୍ଥା ଦେଉଛୁ ଏ ପ୍ରତିକାର ଯଦି ଆପଣ କରିଚାଲନ୍ତି ତାହେଲେ ଯେତେ ଅଶୁଭ ଗ୍ରହ ଭୋଗ ହେଉଥାଏନା କାହିଁକି କୌଣସି ପ୍ରକାର ବିପଦ ଆପଣଙ୍କ ପାଖ ମାଡିବନାହିଁ। ତେଣୁ ବିଶେଷ କରି ଅନେକ ଲୋକ ଜାତକ ବିଷୟରେ ଜାଣିନାହାନ୍ତି ବା ଜାତକ ସେମାନେ କରିନାହାନ୍ତି ବା ତାଙ୍କ ବାପା ମା କରିନାହାନ୍ତି ବା ନିଜେ କରିନାହାନ୍ତି ଜାତକ। ଜନ୍ମ ସମୟ ତାରିଖ ବି ଜାଣିନାହାନ୍ତି। ଯଦି ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି।ଯେଉଁମାନଙ୍କର ଜାତକ ନାହିଁ। ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର କେ,ରା,ରି,ରୁ,ରେ,ର,ତା,ତି, ତୁ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ଯେକୌଣସି ଇଂରାଜୀ ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ ଜନ୍ମ ହୋଇଥାଏ କିମ୍ବା ଷଷ୍ଠୀ ତିଥିରେ ଜନ୍ମ ହୋଇଥାଏ ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥାଏ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ରାଶି ହେବ ତୁଳା ରାଶି। ତେବେ ତୁଳା ରାଶିର ଅଧିପତି ଗ୍ରହ ହେଉଛନ୍ତି ବା ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର।ତୁଳା ରାଶିର ୩ ଟି ନକ୍ଷତ୍ର ମଧ୍ୟ ଅଛି। ସେଗୁଡିକ ହେଉଛି ଚିତ୍ରା, ସ୍ୱାତି, ବିଶାଖା।୧୪/୭,୧୫/୭,୧୬/୭। ୧୪/୭ ତୁଳା, ୧୫/୭ ତୁଳା,୧୬/୭ ତୁଳା।ଯେଉଁମାନଙ୍କର ରାଶି ହେବ କିମ୍ବା ଏଇ ହିସାବରେ ଯେଉଁମାନଙ୍କର ରାଶି ଫଳ ହେବ ସେମାନେ ମଧ୍ୟ ଏହି ରାଶି ଫଳ ଦେଖି ନିଜର ଭଲ ମନ୍ଦ ଭବିଷ୍ୟତ ବିଷୟରେ ଅନୁଭବ କରିପାରିବେ। ଏ ରାଶିର ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ ଧଳା ରଙ୍ଗ ଯଦି ସବୁବେଳେ ବ୍ୟବହାର କରନ୍ତି ତାହେଲେ ବହୁତ ଭଲ ପ୍ରଭାବ ପ୍ରଭାବ ପଡିବ। ରାଶିର ଶୁଭ ବାର ହେଉଛି ଶୁକ୍ରବାର। ରାଶିର ଶୁଭ ଦେବତା ହେଉଛନ୍ତି କୁବେର।ଧନ ପତି କୁବେର। ରାଶିର ଶୁଭ ଦେବୀ ହେଉଛନ୍ତି ସନ୍ତୋସି ମା ବା କମଳା। ରାଶିର ବ୍ରତ ଉପବାସ ଯଦି ଶୁକ୍ରବରରେ ବ୍ରତ ଉପବାସ ରଖନ୍ତି ତାହେଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୬। ରାଶିର ପ୍ରତ୍ୟକ ଇଂରାଜୀ ମାସର ଶୁଭ ତାରିଖ ହେଉଛି ୬ ତାରିଖ,୧୫ ତାରିଖ,୨୪ ତାରିଖ। ଏଇ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥାନ୍ତି ତାହେଲେ ନିର୍ବିଘ୍ନରେ ଆରମ୍ଭ କରିପାରିବେ।ଜାଗା କିଣି ପାରିବେ, ଗୃହାରମ୍ଭ କରିପାରିବେ, ଗୃହ ପ୍ରତିଷ୍ଠା,ଗୃହ ପ୍ରବେଶ କରିପାରିବେ ଏବଂ ଯାନ ଆରୋହଣ କରିପାରିବେ, ଯାନ କ୍ରୟ ବିକ୍ରୟ କରିପାରିବେ,ଏହି ସବୁ କାର୍ଯ୍ୟ ଯଦି ବହୁତ ଦୂର ଯାତ୍ରା କରିବାକୁ ଯଦି ଚାହୁଁଥାନ୍ତି ତାହେଲେ ମଧ୍ୟ ଦୂର ଯାତ୍ରା କରିପାରିବେ।ଘାତ ତିଥି ନକ୍ଷତ୍ରକୁ ଏଥିରେ ନଆଣି ଯଦି ୬ ତାରିଖ,୧୫ ତାରିଖ,୨୪ ତାରିଖରେ ଯଦି ଏହିସବୁ କାର୍ଯ୍ୟ କରୁଛନ୍ତି ତାହେଲେ ସମସ୍ତ ପ୍ରକାର ବିପଦ ଖଣ୍ଡନ ହୋଇ ଶୁଭ ଫଳ ପ୍ରାପ୍ତି ହେବ। ତେବେ ରାଶିର ମିତ୍ର ରାଶି ହେଉଛି ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ମକର ରାଶି ଏବଂ କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ହେଉଛନ୍ତି ସିଂହ ରାଶି। ଘାତ ବାର ହେଉଛି ଗୁରୁବାର। ଘାତ ନକ୍ଷତ୍ର ସତଭିସା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱାଦଶୀ ତିଥି। ଘାତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଧନୁ ରାଶିର ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ପାଞ୍ଜି ଦେଖନ୍ତୁ ଧନୁ ରାଶିର ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ଗୃହାରମ୍ଭ,ବ୍ୟବସାୟ ଆରମ୍ଭ,କର୍ମାରମ୍ଭ କିମ୍ବା ଦୂର ଯାତ୍ରା ଏସବୁ କେବେବି କରିବେ ନାହିଁ। ବିଶେଷ କରି କ୍ଷତିରେ ନିଶ୍ଚୟ ପଡିବେ। ବା ଯାନ ଆରୋହଣ,ଯାନ କ୍ରୟ ବିକ୍ରୟ କରିବା କ୍ଷତିରେ ପଡିବେ। ୟାକୁ ଯଦି ଆପଣ ଟାଳି ଦେଇ ବା ଏହି ସମୟରେ ଯଦି ଏଇ ଚନ୍ଦ୍ର ଭୋଗ ହେଉଥିବା ବେଳେ ଘାତ ଚନ୍ଦ୍ର ଭୋଗ ହେଉଥିବାବେଳେ ଏହିସବୁ କାର୍ଯ୍ୟ ନକରନ୍ତି ତାପରେ ଯଦି କରନ୍ତି ତାହେଲେ ବହୁତ ଭଲ ଫଳ ନିଶ୍ଚିୟ ମିଳିବ।

ତେବେ ୨୦୨୧ ମସିହା ଜୁଲାଇ ମାସରେ ମହିଳା ପୁରୁଷ ମାନଙ୍କର କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା। ଜୁଲାଇ ମାସରେ ମହିଳା ପୁରୁଷମାନେ ମାନସିକ ବୌଦ୍ଧିକ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ସାକ୍ଷତକାରରେ ଉତ୍ତୀର୍ଣ୍ଣ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଅନ୍ୟର ଦୁଃଖ ଦର୍ଶାର ଦୂର କରିବାକୁ ପ୍ରୟାସରତ ରହିବେ। ସ୍ବାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ। ତେବେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। କର୍ମ କ୍ଷେତ୍ରରେ କିଛି ନୂଆ ସୁଯୋଗ ମଧ୍ୟ ଆସିପାରେ। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଉଚ୍ଚ ଆଶା ସଫଳ ହୋଇ ଦୂର ଯାତ୍ରାରେ ବିଶେଷ ଲାଭ ପାଇବେ। ସହଯୋଗୀ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ହେବ। ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକ ଯୁବତୀ ମାନେ ଉଚ୍ଚାବର୍ଦ୍ଧକ ସମାଚାର ପାଇପାରନ୍ତି। ଅଚାନକ ବନ୍ଧୁ ବାନ୍ଧବ ମାନଙ୍କ ସମାଗମ ହେବ।ଋଣ ପରିଶୋଧ କରିବାର ମଧ୍ୟ ସୁଯୋଗ ପାଇବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ମା ବାପା ଗୁରୁ ଗୁରୁଜନଙ୍କୁ ପ୍ରତ୍ୟକ ଦିନ ପ୍ରଣାମ କରନ୍ତୁ।ଦେଖିବେ ମାସଟି ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *