Excuse Me Odisha

ଯାହା କହିବୁ ସତ କହିବୁ

ଆମେ ଆପଣ ମାନଙ୍କୁ ଜଣେଇବୁ ଗୌତମ ବୁଦ୍ଧଙ୍କର ୨୧ ଟି ଅମୂଲ୍ୟ କଥା, ଆଜି ହିଁ ଜାଣି ନିଅନ୍ତୁ ଜୀବନ ପରିବର୍ତ୍ତନ ହେଇ ଯିବ ।

ସେୟାର୍ କରନ୍ତୁ

ମୁଁ କେବେ ଦେଖେ ନାହିଁ କି କଣ କରାଗଲା। ମୁଁ କେବଳ ଏହା ଦେଖିଥାଏ କି କଣ କରିବା ବାକିଅଛି।

ଯଦି ତମେ ଅନ୍ଧକାରରେ ରହିଅଛ ତ ଆଲୋକକୁ କାହିଁକି ଖୋଜୁ ନାହଁ।

ଯେଉଁ ବ୍ୟକ୍ତି ସତ୍ୟର ସନ୍ଧାନ କରନ୍ତି ନାହିଁ ସେ ଜୀବନ ଜୀଇଁବାର ପ୍ରକୃତ ଉଦେଶ୍ୟରୁ ବାଟ ଭୁଲି ଯାଇଛନ୍ତି।

ଇର୍ଷା ଓ ହିଂସାର ଅଗ୍ନିରେ ଜଳୁଥିବା ଏହି ସଂସାରରେ ସୁଖ ଓ ଶାନ୍ତି କିପରି ସ୍ଥାୟୀ ହୋଇପାରିବ।

ଅନ୍ୟ ଲୋକ ଦୋଷ ଓ ଭୁଲକୁ ଦେଖ ନାହିଁ, ନିଜେ ନିଜର କର୍ମକୁ ଦେଖ କି ଆପଣ କଣ କରିଛନ୍ତି ଓ କଣ କରିବା ବାକିଅଛି।

ଯେଉଁ କାମକୁ କରିବାରେ ବର୍ତ୍ତମାନ ବହୁତ କଷ୍ଟ କିନ୍ତୁ ଭବିଷ୍ୟତରେ ଖୁସି ଅଛି, ତାକୁ କରିବା ପାଇଁ ବହୁତ ଅଭ୍ୟାସର ଆବଶ୍ୟକତା ଅଛି।

ଝରଣା ବହୁତ ଶବ୍ଦ କରିଥାଏ, କିନ୍ତୁ ସାଗର ଗଭୀର ଓ ଶାନ୍ତ ହୋଇଥାଏ।

ସବୁବେଳେ ମନେରଖନ୍ତୁ କି ଖରାପ କାର୍ଯ୍ୟ ନିଜ ମନରେ ବୋଝ ରଖିବା ସହିତ ସମାନ ଅଟେ।

ଯେପରି ଆକାଶକୁ ମାଟି ଫୋପାଡିଲେ ତାହା ନିଜ ଉପରେ ହିଁ ପଡିଥାଏ। ଠିକ ସେହିପରି ମୂର୍ଖ ବ୍ୟକ୍ତି ଯେବେ ଭଲ ବ୍ୟକ୍ତି ସହିତ ଖରାପ କରିବାକୁ ଚେଷ୍ଟା କରିଥାନ୍ତି, ସେମାନଙ୍କ ନିଜର ହିଁ ଖରାପ ହୋଇଥାଏ।

ଶରୀରକୁ ସ୍ୱାସ୍ଥ୍ୟ ରଖିବା ଏକ କର୍ତ୍ତବ୍ୟ ଅଟେ,ନଚେତ ଆମେ ନିଜ ମନକୁ ଶକ୍ତିଶାଳୀ ଓ ସ୍ୱଚ୍ଛ ରଖିବାକୁ ସକ୍ଷମ ହୋଇ ପାରିବାନାହିଁ।

ଖରାପ ଠାରୁ ଦୂରରେ ରହିବା ପାଇଁ ଭଲର ବିକାଶ କରନ୍ତୁ ଓ ନିଜ ମନକୁ ଭଲ ବିଚାରରେ ପୁର୍ଣ ରଖନ୍ତୁ।

ମାତା ପିତା ହେବା ଅତ୍ୟନ୍ତ ସୁଖଦ ଅନୁଭବ ଅଟେ। ଉତ୍ସାହରେ ଜୀବନ ବଞ୍ଚିବା ଏବଂ ସ୍ୱୟଂ ନିଜଠାରେ ବିଜୟ ପ୍ରାପ୍ତ କରିବା ଖୁସି ଦେଇଥାଏ।

ନିଶ୍ଚିତ ରୂପେ ଯିଏ ବିଭ୍ରାନ୍ତକାରୀ ବିଚାରରୁ ମୁକ୍ତ ରହିଥାନ୍ତି ସେ ହିଁ ଜୀବନରେ ଶାନ୍ତି ପାଇଥାନ୍ତି।

ଜଣେ ଉଜାଗର ଥିବା ବ୍ୟକ୍ତିକୁ ରାତି ବହୁତ ଲମ୍ବା ଲାଗିଥାଏ। ଜଣେ ଥକି ପଡିଥିବା ବ୍ୟକ୍ତକୁ ଲକ୍ଷ୍ୟ ବହୁତ ଦୂର ଦେଖା ଯାଇଥାଏ।

ଯେଉଁ ବ୍ୟକ୍ତି ନିଜ ଜୀବନକୁ ନିଜସ୍ୱ ବିଚାରରେ ବଞ୍ଚିଥାଏ, ତାହାକୁ ମୃତ୍ୟୁକୁ ବି ଡର ଲାଗିନଥାଏ।

କ୍ରୋ-ଧକୁ ପ୍ରେମରେ, ଖରାପକୁ ଭଲରେ, ସ୍ୱାର୍ଥକୁ ଉଦାରତାରେ ଏବଂ ମିଛ ବ୍ୟକ୍ତିକୁ ସତ୍ୟତାରେ ଜିତିପାରିବ।

ଗୋଟିଏ କ୍ଷଣ ଗୋଟିଏ ଦିନକୁ ବଦଳାଇପାରିବ ,ଗୋଟିଏ ଦିନ ଗୋଟିଏ ଜୀବନକୁ ବଦଳାଇପାରିବ ଏବଂ ଗୋଟିଏ ଜୀବନ ଏହି ସମଗ୍ର ଦୁନିଆକୁ ବଦଳାଇ ପାରିବ।

ନୀରବତା ଏପରି ବ୍ୟକ୍ତିକୁ ଖୁସି ଦେଇଥାଏ, ଯିଏ ସନ୍ତୋଷ ଅଟେ ଓ ଯିଏ ଧର୍ମ ବାବଦରେ ଶୁଣିଅଛି ଏବଂ ତାକୁ ସ୍ୱଚ୍ଛ ଭାବେ ଦେଖିଅଛି।

ଜ୍ଞାନ ଧ୍ୟାନରୁ ପ୍ରାପ୍ତ ହୋଇଥାଏ ଏବଂ ଧ୍ୟାନ ବିନା ଜ୍ଞାନ ହଜି ଯାଇଥାଏ।

ଏଥିପାଇଁ ଜ୍ଞାନର ପ୍ରାପ୍ତି ଏବଂ ହରାଇବାର ଏହି ଦୁଇଟି ବାଟକୁ ଜାଣିକରି ବ୍ୟକ୍ତି ନିଜକୁ ଏହିପରି ସାଧନା କରିବା ଦରକାର ଯାହା ଦ୍ୱାରା ଜ୍ଞାନର ବୃଦ୍ଧି ହେଉ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *