Excuse Me Odisha

ଯାହା କହିବୁ ସତ କହିବୁ

କନ୍ୟା ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ କନ୍ୟା ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା କନ୍ୟା ରାଶିର ଲୋକଙ୍କ ପାଇଁ କେମିତି କଟିବ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯଦି ଅଶୁଭ ଦଶା, ଅନ୍ତର୍ଦଶା ଭୋଗ ହେଉଛି ତାହେଲେ କଣ କରିବେ ତାହାର ପ୍ରତିକାର। ଯାହାର ଜନ୍ମ ଜାତକ ନାହିଁ ବା ଜନ୍ମ କୁଣ୍ଡଳୀ ନାହିଁ, ନିଜର ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି, ଯେଉଁମାନେ ନିଜର ଜନ୍ମ ତାରିଖ ଜାଣିଥିବେ ବା ତିଥି ଜାଣି ଥିବେ। ବିଶେଷକରି ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଟେ, ପା, ଟି, ଟୁ, ସ, ନ, ଠ, ପେ, ପୋ ହୋଇଥାଏ କିମ୍ବା ଯେଉଁମାନଙ୍କର କୌଣସି ଇଂରାଜୀ ମାସର ୫, ୧୪, ୨୩ ତାରିଖରେ ଜନ୍ମ ହୋଇଥାଏ କିମ୍ବା କୌଣସି ମାସର ଶୁକ୍ଳ ପକ୍ଷ ବା କୃଷ୍ଣ ପକ୍ଷର ପଞ୍ଚମୀ, ଚତୁର୍ଦ୍ଦଶୀ ତିଥିରେ ଜନ୍ମ ହୋଇଥିବେ ତାହେଲେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ହେବ କନ୍ୟା ରାଶି। କନ୍ୟା ରାଶିରେ ତିନୋଟି ନକ୍ଷତ୍ର ଭୋଗ ହେବ ତାହା ହେଉଛି ଉତ୍ତରା ଫାଲଗୁନୀ ନକ୍ଷତ୍ର, ହସ୍ତା ନକ୍ଷତ୍ର ଓ ଚିତ୍ରା ନକ୍ଷତ୍ର। ୧୨/୬, ୧୪/୬, ୧୫/୬। ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ବୁଧ ଗ୍ରହ। ରାଶିର ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ। ରାଶିର ଶୁଭ ବାର ହେଉଛି ବୁଧବାର ଓ ରବିବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶ୍ରୀଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିପୁରା ସୁନ୍ଦରୀ। ରାଶିର ବ୍ରତ ଉପବାସ କରିବା ପାଇଁ ଶୁଭ ବାର ହେଉଛି ବୁଧବାର। ବୁଧବାର ଦିନ ଯଦି ଆପଣ କୌଣସି ବ୍ରତ ଉପବାସ କରନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ। ରାଶିର ଶୁଭ ସଂଖ୍ୟା ବା ଶୁଭ ଅଙ୍କ ହେଉଛି ୫। ପ୍ରତ୍ୟେକ ମାସର ୫,୧୪,୨୩ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଅର୍ଥାତ ଜମି କିଣା, ନୂତନ ବ୍ୟବସାୟ ଆଦି କରିବାକୁ ଚାହୁଁଥିଲେ ୫,୧୪,୨୩ ତାରିଖରେ ଯୋଗଦାନ କରନ୍ତୁ। ଅନେକ ଲୋକଙ୍କର ଜାତକ ନାହିଁ, ଏହି ଦୃଷ୍ଟିରୁ ଯଦି ଜାତକ ନଥିବା ଲୋକେ ୫,୧୪,୨୩ ତାରିଖରେ ଏହିସବୁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଶୁଭ ଫଳ ପ୍ରଦାନ କରିବ। ରାଶିର ମିତ୍ର ରାଶି ହେଉଛି ମେଷ, ସିଂହ, ମିଥୁନ, ତୁଳା ରାଶି। ରାଶିର ଶତ୍ରୁ ରାଶି ହେଉଛି କର୍କଟ ରାଶି। ଘାତ ବାର ହେଉଛି ଶନିବାର, ଘାତ ନକ୍ଷତ୍ର ହେଉଛି ଶ୍ରବଣା ନକ୍ଷତ୍ର। ଘାତ ତିଥି ଅଷ୍ଟମୀ ତିଥି। ଘାତ ଚନ୍ଦ୍ର ମିଥୁନ ଚନ୍ଦ୍ର। ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଥିବା ସମୟରେ ଯାନ ଆରୋହଣ କରିବା, ଚୁଟି କାଟିବା, ଘର ପ୍ରତିଷ୍ଠା କରିବା, ଦୂର ଯାତ୍ରା କରିବା ଏହିସବୁ କାର୍ଯ୍ୟରୁ ନିବୃତ ରୁହନ୍ତୁ। ତାହେଲେ ବିପଦ ଆପଣଙ୍କ ପାଖ ମାଡ଼ିବ ନାହିଁ।୨୦୨୧ ମସିହା ଜୁଲାଇ ମାସଟି କିପରି କଟିବ ଆସନ୍ତୁ ଜାଣିବା।

ଏହି ମାସରେ ମହିଳା ଓ ପୁରୁଷ ମାନଙ୍କର କର୍ମ କ୍ଷେତ୍ରରେ ସବୁ ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ, ଆତ୍ମବିଶ୍ବାସ ବୃଦ୍ଧି ପାଇବ।ବ୍ୟବସାୟରେ କଠିନ ପରିଶ୍ରମ କରି ସଫଳତା ଅର୍ଜନ କରିବେ। ଆର୍ଥିକ କ୍ଷେତ୍ରରେ ଆପଣ ପରିବର୍ତ୍ତନ ଆଣି ପାରନ୍ତି। ନୂତନ କର୍ମ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରେ ଅବସର ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା, ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତ କ୍ଷେତ୍ରରେ ରୁଚି ବଢିବ। କର୍ମ କ୍ଷେତ୍ରରେ ଯୋଗାଯୋଗ କଲେ ସ୍ଥାନାନ୍ତରଣ ହେବାର ଯୋଗ ରହିଛି। ପାରିବାରିକ ସମସ୍ୟା ସହଜରେ ସମାଧାନ ହୋଇଯିବ। ହୋଇ ପାରୁନଥିବା କାର୍ଯ୍ୟକୁ ଧର୍ଯ୍ୟ ସହକାରେ ସମାପନ କରି ଦେଖାଇବେ। ଅଧିକ ଶୁଭ ହେବା ପାଇଁ ପିତାମାତାଙ୍କୁ ପ୍ରତ୍ୟେକ ଦିନ ପ୍ରଣାମ କରନ୍ତୁ। ଯଦି ପିତାମାତା ନାହାନ୍ତି ତାହେଲେ ତାଙ୍କ ଉଦ୍ଦେଶ୍ୟରେ ଆଣି ମନ ଭିତରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *