Excuse Me Odisha

ଯାହା କହିବୁ ସତ କହିବୁ

କର୍କଟ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ କର୍କଟ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁଲାଇ ମାସଟି କିପରି କଟିବ? କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର? ତେବେ ଯେଉଁମାନଙ୍କର କର୍କଟ ରାଶିରେ ଜନ୍ମ ବା ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି ବା ଯେଉଁମାନଙ୍କର ଜାତକ ନାହିଁ କିମ୍ବା ତାଙ୍କ ତାରିଖ ବା ଜନ୍ମ ତିଥି ଜାଣିଥିବେ କିମ୍ବା ନାମର ପ୍ରଥମ ଅକ୍ଷର ଯଦି ହି, ହୁ, ହେ, ହୋ, ଡ଼ା, ଡି, ଡୁ ହୋଇଥିବ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୨,୧୧, ୨୦,୨୯ ତାରିଖରେ ଜନ୍ମ ହୋଇଥିବ କିମ୍ବା ତାରିଖ ଜାଣି ନାହାନ୍ତି ତାହେଲେ ଯଦି ଜାଣିଥିବେ ଯେକୌଣସି ପକ୍ଷର ଯେକୌଣସି ମାସର ଶୁକ୍ଳପକ୍ଷ ବା କୃଷ୍ଣ ପକ୍ଷର ଦ୍ଵିତୀୟା ତିଥି ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବେ, ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କର୍କଟ ରାଶି ହେବ। କର୍କଟ ରାଶିରେ ତିନୋଟି ନକ୍ଷତ୍ର ଭୋଗ ହେଉଛି ତାହା ହେଉଛି ପୁନର୍ପସୁ ନକ୍ଷତ୍ର, ପୁଶ୍ୟା ନକ୍ଷତ୍ର, ଅଶ୍ଳେଷା ନକ୍ଷତ୍ର। ୭/୪, ୮/୪, ୯/୪। ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକଙ୍କର କର୍କଟ ରାଶି ହୋଇଥାଏ। ଏହି ରାଶିର ସ୍ବାମୀ ହେଉଛନ୍ତି ଚନ୍ଦ୍ର।ରାଶିର ଶୁଭ ରଙ୍ଗ ହେଉଛି ଧଳା ବା କ୍ରିମ। ରାଶିର ଶୁଭ ବାର ହେଉଛି ସୋମବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ। ରାଶିର ଶୁଭ ଦେବୀ ହେଉଛନ୍ତି ମାଆ ଭୁବନେଶ୍ଵରୀ। ରାଶିର ଶୁଭ ବାର ସୋମବାରରେ ଯଦି ବ୍ରତ ଉପବାସ ରଖନ୍ତି ତାହେଲେ ନିଶ୍ଚିତ ଶୁଭ ଫଳ ପ୍ରାପ୍ତ ହେବ। ଏବଂ ମାନସିକ ଶାନ୍ତି ମଧ୍ୟ ମିଳିବ। ରାଶିର ଶୁଭ ଅଙ୍କ ବା ସଂଖ୍ୟା ହେଉଛି ୨ । ରାଶିର ପ୍ରତ୍ୟେକ ମାସର ୨,୧୧,୨୦,୨୯ ତାରିଖରେ ହେଉଛି ଶୁଭ ତାରିଖ। ଏହି ତାରିଖ ମାନଙ୍କରେ ଯଦି ଶୁଭ କାର୍ଯ୍ୟ କରିବେ ତାହେଲେ ଫଳପ୍ରଦ ହେବ। ବିବାହ ଆଦି ଅନୁଷ୍ଠାନ ନା ଯେକୌଣସି କାର୍ଯ୍ୟ,କର୍ମ ଆରମ୍ଭ, ଗୃହ ପ୍ରତିଷ୍ଠା, ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ତାରିଖରେ କରନ୍ତୁ ତାହେଲେ ଶୁଭ ଫଳ ପ୍ରାପ୍ତ କରିବେ। ରାଶିର ମିତ୍ର ରାଶି ହେଉଛି ୧୨ଟି ରାଶି। ସମସ୍ତ ରାଶି ହେଉଛି ଚନ୍ଦ୍ରଙ୍କ ମିତ୍ର। ରାଶିର କେହି ଶତ୍ରୁ ନାହାନ୍ତି। ଘାତ ବାର ହେଉଛି ବୁଧବାର। ଘାତ ନକ୍ଷତ୍ର ହେଉଛି ଅନୁରାଧା ନକ୍ଷତ୍ର। ଘାତ ତିଥି ହେଉଛି ଷଷ୍ଠୀ ତିଥି। ଘାତ ଚନ୍ଦ୍ର ହେଉଛି ସିଂହ ଚନ୍ଦ୍ର। ସିଂହ ରାଶିରେ ଚନ୍ଦ୍ର ବିଚରଣ କରୁଥିବା ସମୟରେ ଚୁଟି କାଟିବା, ଗାଡ଼ି କିଣିବା, ଯାନ ଆରୋହଣ କରିବା, ଗୃହ ପ୍ରତିଷ୍ଠା କରିବା, ଦୂର ଯାତ୍ରା କରିବା ଏହିସବୁ କାର୍ଯ୍ୟରୁ ନିବୃତ ରୁହନ୍ତୁ।

ଏବେ ଜାଣିବା ଜୁଲାଇ ମାସଟି କର୍କଟ ରାଶିର ଲୋକଙ୍କ ପାଇଁ କିପରି କଟିବ ଆସନ୍ତୁ ଜାଣିବା। ତେବେ କର୍କଟ ରାଶିର ମହିଳା ଓ ପୁରୁଷଙ୍କୁ ଏହି ଜୁଲାଇ ମାସରେ ଗୁହ ବା ବାହନ ପ୍ରାପ୍ତ ହେବ। ଉଚ୍ଚ ଆଶା ପୂରଣ ହେବ। ବିଦେଶ ଯାତ୍ରାରେ ବିଶେଷ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କୁ ପ୍ରସନ୍ନ କରାଇ ଲାଭବାନ ହେବେ। ନିମ୍ନସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ।ଶେଷରେ ବିନା ପରିଶ୍ରମରେ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ସୁସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତି ଉଜ୍ବଳ କରିବେ। କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦୂର ହୋଇଯିବ। କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ। ଧର୍ମ ଦିଗରୁ ଦୂରେଇ ଯାଇ ବୈଷୟିକ ଆସକ୍ତି ଆଡକୁ ଆକର୍ଷିତ ହୋଇ ପାରନ୍ତି। ଫେରସ୍ତ ପାଇ ପାରିନଥିବା ଟଙ୍କାକୁ କୌଶଳ କରି ପ୍ରାପ୍ତ କରିବେ। ପଡୋଶୀଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ଅଧିକ ଶୁଭ ପ୍ରାପ୍ତ କରିବା ପାଇଁ ପ୍ରତ୍ୟକ୍ଷ ଦିନ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।ଦେଖିବେ ଏହି ମାସଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *