Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ସିଂହ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ଜୁଲାଇ ୨୦୨୧ ମସିହା ସିଂହ ରାଶିର ଲୋକଙ୍କ ପାଇଁ କିପରି କଟିବ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯଦି ଜାତକ ନଥାଏ ବା ଜାତକ ବିଷୟରେ ଯଦି ଜାଣି ନାହାନ୍ତି। ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ , ଯଦି ଜନ୍ମ ତାରିଖ ବା ଜନ୍ମ ତିଥି ବିଷୟରେ ଜାଣି ଥିବେ ଅଥବା ନାମର ପ୍ରଥମ ଅକ୍ଷର ଆପଣଙ୍କର ମା,ମି, ମେ, ମୋ, ମୁ,ଟା, ଟି, ଟୁ, ଟେ ହେଇଥାଏ କିମ୍ବା ଯେଉଁ ଲୋକଙ୍କର ଯେକୌଣସି ମାସର ୧, ୧୦, ୧୯, ୨୮ ତାରିଖରେ କିମ୍ବା ପ୍ରତିପଦ ପ୍ରତ୍ୟେକ ମାସର ଶୁକ୍ଳ ପକ୍ଷ ହେଉ ଅବା କୃଷ୍ଣ ପକ୍ଷ, ପ୍ରତିପଦ ତିଥି ବା ଦଶମୀ ତିଥି ହୋଇଥିବ, ତାହେଲେ ସେମାନଙ୍କର ଜଣ ଅଙ୍କ ହିସାବରେ ସିଂହ ରାଶି ହିଁ ହେବ। ସିଂହ ରାଶିର ଅଧିପତି ବା ଦେବତା ହେଉଛନ୍ତି ସୂର୍ଯ୍ୟ। ଏହି ରାଶିର ଅଧିପତି ସୂର୍ଯ୍ୟ ହୋଇଥିବାରୁ ଏହି ରାଶିର ଲୋକେ ସୂର୍ଯ୍ୟ ଭଳି ତେଜସ୍ଵୀ ହୋଇଥାନ୍ତି। ଏହାର ନକ୍ଷତ୍ର ହେଉଛି ମଘା ନକ୍ଷତ୍ର, ପୁର୍ବା ଫାଲଗୁନୀ ନକ୍ଷତ୍ର, ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର। ୧୦/୫, ୧୧/୫, ୧୨/୫ , ଏହି ଗୁଡ଼ିକ ଯେଉଁମାନଙ୍କର ରାଶି ନକ୍ଷତ୍ର ସେମାନଙ୍କର ସିଂହ ରାଶି।
ଏହି ରାଶିର ସ୍ବାମୀ ହେଉଛନ୍ତି ରବି ଗ୍ରହ ବା ସୂର୍ଯ୍ୟ। ଆପଣଙ୍କ ରାଶିର ଶୁଭ ରଙ୍ଗ ହେଉଛି କମଳା ରଙ୍ଗ ଓ ହଳଦିଆ ରଙ୍ଗ। ରାଶିର ଶୁଭ ବାର ହେଉଛି ବୁଧବାର ଓ ରବିବାର। ମଙ୍ଗଳବାର ଦିନ ଯଦି କିଛି ବ୍ରତ ରଖନ୍ତି ତାହେଲେ ବହୁତ ଭଲ। ରାଶିର ଶୁଭ ଦେବତା ହେଉଛନ୍ତି ପରଂବ୍ରହ୍ମ ସୂର୍ଯ୍ୟ। ରାଶିର ଶୁଭ ଦେବୀ ହେଉଛନ୍ତି ମାତଙ୍ଗି। ରବିବାର ଓ ମଙ୍ଗଳବାର ଯଦି ବ୍ରତ ଉପବାସ କରିବେ ତାହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ରାଶିର ଶୁଭ ସଂଖ୍ୟା ବା ଅଙ୍କ ହେଉଛି ୧। ପ୍ରତ୍ୟେକ ମାସର ୧,୧୦,୧୯,୨୮ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହାନ୍ତି, ଯାନ ଆରୋହଣ କରିବାକୁ ଯାଉଛନ୍ତି, ଜମିବାଡ଼ି କିଣାକିଣି କରିବାକୁ ଯାଉଛନ୍ତି ତାହେଲେ ଏହି ମାସର ତାରିଖକୁ ଲକ୍ଷ୍ୟ ରଖନ୍ତୁ। ଇଂରାଜୀ ପ୍ରତ୍ୟେକ ମାସର ୧,୧୦,୧୯,୨୮ ତାରିଖରେ ଏହିସବୁ କାର୍ଯ୍ୟ କଲେ ଶୁଭ ଫଳ ପ୍ରାପ୍ତ ହେବ। ଏହାଦ୍ବାରା ବାଧାବିଘ୍ନ ଦୂର ହୋଇଯିବ। ରାଶିର ମିତ୍ର ରାଶି ହେଉଛି ମେଷ, ମିଥୁନ, କର୍କଟ, ବିଛା, ଧନୁ ରାଶି। ରାଶିର ଶତ୍ରୁ ରାଶି ହେଉଛି ବୃଷ, ତୁଳା, କୁମ୍ଭ ରାଶି। ଘାତବାର ଶନିବାର। ଘାତ ନକ୍ଷତ୍ର ମୂଳା ନକ୍ଷତ୍ର, ଘାତ ତିଥି ନବମୀ ତିଥି, ଘାତ ଚନ୍ଦ୍ର ମକର ଚନ୍ଦ୍ର। ମକର ରାଶିରେ ଯେତେବେଳେ ଚନ୍ଦ୍ର ବିଦ୍ୟମାନ ହେଉଛନ୍ତି ସେହି ସମୟରେ ଯାନ ଚଳାଚଳ କରିବା, ଚୁଟି କାଟିବା, ଗୃହ ପ୍ରତିଷ୍ଠା କରିବା, ଜାଗା ଜମି କିଣାକିଣି କରିବା, ବିବାହ ଓ ବ୍ରତଘର ହୋଇ ପାରିବ ନାହିଁ।ତେଣୁ ଏସବୁ କାର୍ଯ୍ୟରୁ ନିବୃତ ହେଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

ତେବେ ୨୦୨୧ ମସିହା ଜୁଲାଇ ମାସରେ ସିଂହ ରାଶିର ଲୋକମାନଙ୍କର କିପରି ସମୟ କଟିବ ଆସନ୍ତୁ ଜାଣିବା ସେହି ବିଷୟରେ। ସିଂହ ରାଶିର ମହିଳା ଓ ପୁରୁଷ ଏହି ମାସରେ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। ଯଦି ବ୍ୟବସାୟ କରୁଥାନ୍ତି ଅଧିକ ଲାଭାନ୍ଵିତ ହୋଇ ସମ୍ପତି କ୍ରୟ କରିବେ। ବିଦ୍ୟାର୍ଥୀ ମାନଙ୍କୁ ଡାକ୍ତର ପାଠପଢ଼ା ପାଇଁ ପ୍ରସ୍ତୁତି କରିବା ଉଚିତ। ଭାଗ୍ୟର ପ୍ରବଳତା ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନୂଆ ଜମି ବା ସମ୍ପତ୍ତି ପ୍ରାପ୍ତ ହୋଇପାରେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ଚାକିରି ପାଇଁ ପ୍ରୟାସ କରୁଥିଲେ ଶିକ୍ଷା କ୍ଷେତ୍ରରେ, ଧର୍ମାନୁଷ୍ଠାନ, ଭୋଜନାଳୟ, ଖାଦ୍ୟ ସମ୍ବନ୍ଧୀୟ ବିଭାଗ ରେ ଯୋଗାଯୋଗ କରନ୍ତୁ ନିଶ୍ଚିତ କର୍ମ ପ୍ରାପ୍ତ ହେବ। ପ୍ରୟାସ ସର୍ବଦା ଜାରି ରଖନ୍ତୁ। ରାଜନୀତି କ୍ଷେତ୍ରରେ ଅନୁକୂଳ ଯୋଗୁଁ ଲୋକଙ୍କ ଠାରୁ ସମର୍ଥନ ବୃଦ୍ଧି ପାଇବ।ବରିଷ୍ଠ ନେତାଙ୍କ ପ୍ରିୟ ପାତ୍ର ହୋଇ ପାରିବେ। ଅଧିକ ଶୁଭ ହେବା ପାଇଁ ଦଶା , ଅନ୍ତର୍ଦଶାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକଦିନ ଗୋମାତାଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ ଦେଖିବେ ଶୁଭ ଫଳ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *