Excuse Me Odisha

ଯାହା କହିବୁ ସତ କହିବୁ

ମକର ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ମକର ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁଲାଇ ମାସରେ ମକର ରାଶିର ମହିଳା ପୁରୁଷ ମାନଙ୍କର କିପରି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ତେବେ ବିଶେଷକରି ରାଶିଫଳ ଯେଉଁମାନେ ଭୋଗ କରୁଛନ୍ତି, ଯଦି ଦଶା, ଅନ୍ତର୍ଦଶା ଶୁଭ ଥାଏ ତାହେଲେ ନିଶ୍ଚିତ ଶୁଭ ଫଳ ପ୍ରାପ୍ତ ହେବ। ଯଦି ଦଶା, ଅନ୍ତର୍ଦଶା ଅଶୁଭ ଥାଏ ତାହେଲେ ଯେଉଁ ପ୍ରତିକାର ଦିଆ ଯାଉଛି ତାକୁ ଯଦି ମାସ ସାରା କରନ୍ତି ତାହେଲେ ଶୁଭ ଫଳ ପ୍ରାପ୍ତ ହେବ। ବିଶେଷକରି ଅନେକ ଲୋକଙ୍କର ଜାତକ ନାହିଁ। ଜାତକ ବିଷୟରେ ସେମାନେ ଜାଣି ନାହାନ୍ତି। ନିଜର ରାଶି ନକ୍ଷତ୍ର ବିଷୟରେ ସେମାନେ କହି ପାରିବେନି। ସେମାନେ ମଧ୍ୟ ରାଶିଫଳ ଦେଖୁଛନ୍ତି। ଯଦି ଯେଉଁମାନେ ନିଜ ନାମର ପ୍ରଥମ ଅକ୍ଷର ଭୋ, ଜା, ଜି, ଯେ, ଖା, ଗୀ ହୋଇଥିବ ସେମାନଙ୍କର ମକର ରାଶି ହେବ। ନାମର ପ୍ରଥମ ଅକ୍ଷର ଯଦି ଏହି ଅକ୍ଷର ହୋଇଥାଏ ତାହେଲେ ସେମାନଙ୍କର ନିଶ୍ଚୟ ମକର ରାଶି। ଯଦି କୌଣସି ଇଂରାଜୀ ମାସର ୮,୧୭, ୨୬ ତାରିଖରେ ଜନ୍ମ ହୋଇଥିଲେ ତାହେଲେ ସେମାନଙ୍କର ମକର ରାଶି ହେବ। ଶୁକ୍ଳ ପକ୍ଷ ବା କୃଷ୍ଣ ପକ୍ଷର ଯଦି ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବେ ତାହେଲେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମକର ରାଶି ହେବ। ମକର ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ମହାରାଜ ଶନି। ମକର ରାଶିର ତିନୋଟି ନକ୍ଷତ୍ର ମଧ୍ୟ ରହିଛି, ତାହା ହେଉଛି ଉତ୍ତରା ସାଢ଼ା ନକ୍ଷତ୍ର, ଶ୍ରବଣା ନକ୍ଷତ୍ର, ଧନିଷ୍ଠା ନକ୍ଷତ୍ର। ୨୧/୧୦ ମକର ରାଶି, ୨୨/୧୦ ମକର ରାଶି, ୨୩/୧୦ ମକର ରାଶି। ଏହିଗୁଡ଼ିକ ଯେଉଁମାନଙ୍କର ସେମାନଙ୍କର ମଧ୍ୟ ଏହି ରାଶିଫଳ ଭୋଗ ହେବ। ଶୁଭ ରଙ୍ଗ ହେଉଛି ମକର ରାଶିର ନୀଳ, କଲା, ଆକାଶି। ରାଶିର ଶୁଭ ବାର ହେଉଛି ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଶନିଦେବ ଓ ଶିବ ଭଗବାନ। ରାଶିର ଶୁଭ ଦେବୀ ହେଉଛନ୍ତି ମା କାଳୀ।ରାଶିର ବ୍ରତ ଉପବାସ ସୋମବାର ବା ଶନିବାର ଦିନ କଲେ ଶୁଭ ଫଳ ପ୍ରାପ୍ତ ହେବ।ରାଶିର ଶୁଭ ସଂଖ୍ୟା ହେଉଛି ୮। ଯେକୌଣସି ମାସର ୮,୧୭,୨୬ ତାରିଖରେ ଯଦି କୌଣସି ନୂତନ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ନର୍ଭିଘ୍ନରେ କରି ପାରିବେ। ଦୂର ସ୍ଥାନକୁ ଯାତ୍ରା କରି ପାରିବେ, ଗୃହ ପ୍ରତିଷ୍ଠା କରି ପାରିବେ, ଯାନବାହାନ ଆରୋହଣ କରି ପାରିବେ କିମ୍ବା ଯାନ କ୍ରୟ କରି ପାରିବେ। ଏହି ତାରିଖରେ ଜମିବାଡ଼ି କିଣାକିଣି କରି ପାରିବେ, ବ୍ୟବସାୟ ଯଦି ଆରମ୍ଭ କରନ୍ତି ତାହେଲେ ସୁଫଳ ନିଶ୍ଚିତ ମିଳିବ। ରାଶିର ମିତ୍ର ରାଶି ହେଉଛି ବୃଷ, ମିଥୁନ, କନ୍ୟା, ତୁଳା, କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ହେଉଛି ସିଂହ ରାଶି । ଘାତ ବାର ହେଉଛି ମଙ୍ଗଳବାର। ଘାତ ନକ୍ଷତ୍ର ହେଉଛି ରୋହିଣୀ ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱାଦଶୀ ତିଥି। ଘାତ ଚନ୍ଦ୍ର ହେଉଛି ସିଂହ ଚନ୍ଦ୍ର। ସିଂହ ରାଶିରେ ଚନ୍ଦ୍ର ଗୋଚର କରୁଥିବା ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା, ଚୁଟି କାଟିବା, ଯାନ ଆରୋହଣ କରିବା, ଯାନ କ୍ରୟ କରିବା, କଷ୍ଟଦାୟକ କାର୍ଯ୍ୟ କରନ୍ତୁ ନାହିଁ। ଘାତ ଚନ୍ଦ୍ର ଭୋଗ ହେଉଥିବା ସମୟରେ ମକର ରାଶିର ବ୍ୟକ୍ତିମାନେ ଏହିସବୁ କାମ କରନ୍ତୁ ନାହିଁ।

ବିଶେଷକରି ୨୦୨୧ ମସିହା ଜୁଲାଇ ମାସରେ ମକର ରାଶିର ଜାତକ ମାନଙ୍କର କିପରି କଟିବ ଏହି ମାସ ଆସନ୍ତୁ ଆଲୋଚନା କରିବା। ମହିଳା ଓ ପୁରୁଷ ମାନଙ୍କର ଏହି ମାସରେ ପୈତୃକ ସମ୍ପତ୍ତିକୁ ନେଇ ଭାତ୍ରୁ ବିବାଦ ସମାଧାନ ହୋଇପାରେ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସରକାରୀ କର୍ମଚାରୀ ମାନେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହଯୋଗ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହୋଇଯିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କର୍ମକ୍ଷେତ୍ରରେ ପରିବାର ପକ୍ଷରୁ ସାହାଯ୍ୟ ସହଯୋଗ ପାଇବେ। କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। କ୍ରୀଡା ପ୍ରତିଯୋଗିତାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଅଳ୍ପ ପରିଶ୍ରମରେ ଲାଭର ଉପଭକ୍ତା ହେବେ। ଅଧିକ ଶୁଭ ହେବା ପାଇଁ ଏହି ମାସରେ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ଦେଖି ଏହି ମାସଟି ଆପଣଙ୍କ ପାଇଁ ଭଲରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *