Excuse Me Odisha

ଯାହା କହିବୁ ସତ କହିବୁ

ଡଃ ଅବଦୁଲ କଲାମଙ୍କ ଏହି କଥା ଆପଣଙ୍କ ଜୀବନ ବଦଳି ଦେବ, ଥରଟିଏ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ଡକ୍ଟର ଅବଦୁଲ କଲାମ ଥରେ କହିଥିଲେ ଯେଉଁ ମଣିଷ ନିଜର ଦୃଷ୍ଟିକୋଣକୁ ଭାଙ୍ଗି ଦେଇ ଥାଏ, ସେହି ମଣିଷ ଦୁଣିଆକୁ ବଦଳେଇବା ପାଇଁ ଶକ୍ତି ରଖିଥାଏ। ହୁଏତ ତାହା କୌଣସି କ୍ଷେତ୍ରରେ ହେଉ। ହୁଏତ ତାହା ବିଜ୍ଞାନ, କଳା, ବାଣିଜ୍ୟରେ ହେଉ। ଯେଉଁ ମଣିଷ ଅସମ୍ଭବ ଶବ୍ଦରୁ ବାହାରକୁ ବାହାରି ଯାଇଅଛି ଓ ଏପରି ଚିନ୍ତା କରିଅଛି ଯାହା କୌଣସି ମଣିଷର ଚିନ୍ତାର ବାହାରେ, ସେହି ବ୍ୟକ୍ତି ସତରେ ହିଁ କରି ଦେଖାଇଛି। ଆମ ପାଖରେ ଏପରି କେତେ ଗୁଡିଏ ଉଦାହରଣ ରହିଛି ଯେଉଁମାନେ ଇତିହାସକୁ ବଦଳେଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଷ୍ଟିଭ ଯୋବ, ଏଢିସନ, ଆଇନ ଷ୍ଟାଇନ, ସିଭି ରମଣ, ଏପରି ବହୁତ ଗୁଡ଼ିଏ ଉଦାହରଣ ରହିଛି। ଏମାନେ ସମସ୍ତେ ମଣିଷର ଅସମ୍ଭବ ଶବ୍ଦରୁ ପାରି ହୋଇଗଲେ। ଲୋକଙ୍କର ଚିନ୍ତାଥିଲା ଏଭଳି ହୋଇ ପାରିବ ନାହିଁ। ଏମାନଙ୍କ ଚିନ୍ତା ଥିଲା ଏହା କାହିଁକି ହୋଇ ପାରିବ ନାହିଁ। ଅବଦୁଲ କଲାମ କହିଛନ୍ତି ଯଦି ଆପଣ ଏଭଳି କିଛି ଉଦ୍ଭାବନ କରିବାକୁ ଚାହୁଁଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରି ନାହାନ୍ତି। ଯଦି ଆପଣ ମଧ୍ୟ ଜଣେ ଇନୋଭୋଟର ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଦରକାର ଗୋଟେ କଳାତ୍ମକ ମସ୍ତିଷ୍କ, ଯାହା କିଛି ଅଲଗା ଚିନ୍ତା କରି ପାରିବ। ମନରେ ପ୍ରଶ୍ନ ଆସିଥାଏ କଳାତ୍ମକ ମସ୍ତିଷ୍କ କେଉଁଠୁ ଆସିବ? ଅବଦୁଲ କଲାମ ସାର ସୁନ୍ଦର ଉତ୍ତରଟିଏ ଦେଇଛନ୍ତି, ଯଦି ଆପଣଙ୍କୁ ନିଜ ଭିତରର କଳା ବାହାରକୁ ଆଣିବାର ଅଛି। ତାହାର ଗୋଟିଏ ସୂତ୍ର ହେଉଛି ଶିଖିବାରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଆପଣଙ୍କର ଯେଉଁ କାର୍ଯ୍ୟ, ଆପଣଙ୍କର ଯେଉଁ ଆଗ୍ରହ ରହିଛି, ସେହି କାର୍ଯ୍ୟକୁ ଆପଣ ଆଗକୁ କରି ଚାଲନ୍ତୁ। ତେବେ ଚିନ୍ତା କରନ୍ତୁ କିଛି ଏପରି କଳାତ୍ମକ ଆସିବ ଯାହା ଆପଣ ଚିନ୍ତା କରି ପାରିବେ ନାହିଁ।

ଲୋକେ କେତେଥର ପଚାରି ଥାଆନ୍ତି, what is your secret of success? ଆପଣଙ୍କ ସଫଳତାର ରହସ୍ୟ କଣ ଅଟେ ? ବହୁତ ସରଳ , ଆପଣ ଗୋଟେ ସଫା ଦୃଷ୍ଟିକୋଣ ରଖନ୍ତୁ। ଶିଖିବା କେବେ ବନ୍ଦ କରନ୍ତୁ ନାହିଁ। ଦିନ ଏପରି ଆସିବ ଆପଣ ମଧ୍ୟ କିଛି ଆବିଷ୍କାର କରିବେ, ଯାହା କେହି କେବେ କରି ନଥିବେ। ହୋଇପାରେ ଆପଣଙ୍କ ପାଖରେ ଦୁନିଆର ସବୁଠାରୁ ଦାମୀ ଜାହାଜ ଥିବ କିନ୍ତୁ ଆପଣଙ୍କୁ ଚଳାଇବା ଆସେ ନାହିଁ, ତାହେଲେ ଏହାର କୌଣସି ମୂଲ୍ୟ ନାହିଁ। ଯଦି ଆପଣଙ୍କୁ ସେଥିରେ ବସେଇ ଦିଆଯାଏ ତାହେଲେ ଚାରି ପାଖରେ କେବଳ ସମୁଦ୍ର ହିଁ ସମୁଦ୍ର ଥିବ ଆପଣଙ୍କୁ ଜଣା ନାହିଁ ଆପଣ କେଉଁଠାକୁ ଯିବେ, ଆପଣ ସେଠାରେ ପଥଭ୍ରଷ୍ଟ ହୋଇଯିବେ। ଠିକ ସେହିପରି ଯୋଡି ଦିଅନ୍ତୁ ନିଜ ଜୀବନକୁ ଏହି ଘଟଣା ସହିତ। କୌଣସି ସ୍ପଷ୍ଟ ଦୃଷ୍ଟିକୋଣ ନଥିଲେ ଆପଣଙ୍କ ଜୀବନ ମଧ୍ୟ ସେହିପରି ପଥଭ୍ରଷ୍ଟ ହେଉଅଛି। ନିଜ ଜୀବନକୁ ସଠିକ ମାର୍ଗରେ ନେବା ପାଇଁ ସଫା ଦୃଷ୍ଟିକୋଣ ରହିବା ଦରକାର। ଆପଣଙ୍କୁ ଗୋଟେ ଜାହାଜ ମିଳି ଅଛି ଅର୍ଥାତ ଆମକୁ ଗୋଟେ ଶରୀର ମିଳିଅଛି, ବହୁତ ଶକ୍ତିଶାଳୀ ଅଟେ ଯାହା କିଛି ମଧ୍ୟ କରି ପାରିବ। ଏକ ସମୁଦ୍ର ମିଳିଅଛି ଅର୍ଥାତ ଏକ ଜୀବନ ମିଳିଛି। ଆମର କାମ ଅଟେ ଗୋଟେ ଶେଷ ପଏଣ୍ଟ ରଖିବା ଓ ନିଜର ଲକ୍ଷ୍ୟକୁ ସ୍ଥିର ରଖିବା। ଆମକୁ ଏକ ଶରୀର ଓ ଜୀବନ ମିଳିଅଛି ଯାହା ଏତେ ପର୍ଯ୍ୟନ୍ତ କେହି କରି ନାହାନ୍ତି। ଶେଷରେ ଏତିକି କହିବି ଜିତିବା ପାଇଁ ଏପରି ଆଗ୍ରହ ରହିବା ଦରକାର କେପରି ଲହରୀ ପରି ରକ୍ତ ଉଛୁଳି ଉଠୁ, ଏହି ଆକାଶ ମଧ୍ୟ ଆସିବ ତଳକୁ। କେବଳ ଉଦ୍ଦେଶ୍ୟରେ ଜିତିବାର ଆଗ୍ରହ ରହିବା ଦରକାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *