Excuse Me Odisha

ଯାହା କହିବୁ ସତ କହିବୁ

ବୀ-ର୍ଯ୍ୟ ରକ୍ଷା କଲେ କଣ ହୁଏ, ଦେଖନ୍ତୁ ଏହାର ପରାକ୍ରମ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ସଂଯମ ଅର୍ଥାତ ବିରରକ୍ଷା। ସଂଯମ ହିଁ ମଣିଷର ସ୍ବାସ୍ଥ୍ୟ ଓ ଶରୀରର ପ୍ରକୃତ ଭିତ୍ତିଭୂମି। ଏହାଦ୍ବାରା ଶରୀରର ରୋଗବ୍ୟାଧିରୁ ରକ୍ଷା ମିଳିଥାଏ। ସଂଯମତା ପାଳନ ଦ୍ଵାରା ବୃଦ୍ଧାବସ୍ଥା ସମୟରେ ମଧ୍ୟ ନେତ୍ର ଜ୍ୟୋତି ଠିକ୍ ରହେ। ଏହାଦ୍ବାରା ପାଚନକ୍ରୀୟା ଓ ସ୍ମରଣଶକ୍ତିରେ ବୃଦ୍ଧି ହୋଇଥାଏ। ମଣିଷର ମୂଖ, ସୌନ୍ଦର୍ଯ୍ୟ, ଶରୀରକୁ ସୁଦୃଢ କରିବା ପାଇଁ ସହାୟକ ହୋଇଥାଏ। ବୀର ହିଁ ଶରୀରର ସାର ବସ୍ତୁ ଓ ବୀର ହିଁ ନେତ୍ରର ଜ୍ୟୋତି ଏବଂ ଜ୍ଞାନ ତଥା ପ୍ରକାଶ। ବୀରରକ୍ଷା ଦ୍ଵାରା ମନୁଷ୍ୟ ଶରୀରର ଆରୋଗ୍ୟ ହୋଇଥାଏ। କେବଳ ବୀର ହିଁ ଶରୀରର ଆଭୂଷଣ ଅଟେ। ବୀର ହିଁ ଏକମାତ୍ର ତତ୍ତ୍ଵ ଅଟେ ଯାହା ଶରୀରର ପ୍ରତ୍ୟେକ ଅଙ୍ଗକୁ ପୋଷଣ କରି ଶରୀରକୁ ସୁଦୃଢ କରିଥାଏ। ବୀର ଦ୍ଵାରା ହିଁ ନେତ୍ରରେ ତେଜ ସୃଷ୍ଟି ହୋଇଥାଏ। ଏହାଦ୍ବାରା ମଣିଷ ଈଶ୍ୱର ସୃଷ୍ଟି କରିଥିବା ବସ୍ତୁକୁ ଦେଖିପାରେ। ଶରୀର ସୁଦୃଢ ରହିବା ଦ୍ୱାରା ଶତ୍ରୁ ପାଖକୁ ଆସନ୍ତି ନାହିଁ। ରୋଗ କବଳିତ କରିପାରେ ନାହିଁ। ଚୋର ଡକାୟତ ମାନେ ମଧ୍ୟ ବୀରବାନକୁ ଦେଖି ଭୟ କରନ୍ତି। ପ୍ରାଣୀ ଓ ପକ୍ଷ ମଧ୍ୟ ଦୂରେଇ ରୁହନ୍ତି ସିଂହର ମଧ୍ୟ ତାର ସାମ୍ନା କରିବାର ସାହାସ ନଥାଏ। ବୀର ହିଁ ଆନନ୍ଦ ଓ ପ୍ରମୋଦର ସାଗର।

ଯେଉଁ ମନୁଷ୍ୟ ଠାରେ ବୀରଭଣ୍ଡାର ରହିଛି ସେ ଶତାୟୁ ହୋଇ ସମସ୍ତ ଆମୋଦପ୍ରମୋଦ ପ୍ରାପ୍ତ କରିଥାଏ। ଏହାର ବିପରୀତ ଯେଉଁ ମନୁଷ୍ୟ ଆବଶ୍ୟକତା ଠାରୁ ଅଧିକ ବୀର ଖର୍ଚ୍ଚ କରେ ସେ ନିଜର କ୍ଷତି କରିଥାଏ ଏବଂ ଜୀବନ ନଷ୍ଟ କରିଥାଏ। ଯେଉଁମାନେ ଏହାର ରକ୍ଷା କରନ୍ତି ସେମାନେ ସମସ୍ତ ଶାରୀରିକ କ୍ଳେଶ ଓ ରୋଗବ୍ୟାଧିରୁ ରକ୍ଷା ପାଆନ୍ତି। ବ୍ରହ୍ମଚାରୀ ସିଂହ ଭଳି ହିଂସ୍ର ପ୍ରାଣୀର କାନ ମୋଡ଼ି ଥାଆନ୍ତି। ବ୍ରହ୍ମଚର୍ଯ୍ୟ ବଳରେ ହିଁ ପର୍ଶୁରାମ ବହୁତ ଥର କ୍ଷତ୍ରିୟ ମାନଙ୍କୁ ସଂହାର କରିଥିଲେ। ବ୍ରହ୍ମଚର୍ଯ୍ୟ ପାଳନ ଦ୍ଵାରା ଶ୍ରୀହନୁମାନ ସମୁଦ୍ର ପାର ହୋଇ ପାରିଥିଲେ ଏବଂ ମାତା ସୀତାଙ୍କ ସମାଚାର ଆଣି ପାରିଥିଲେ। ବ୍ରହ୍ମଚର୍ଯ୍ୟ ବଳରେ ହିଁ ପିତାମହ ଭୀଷ୍ମ ନିଜର ଅନ୍ତିମ ସମୟରେ ଦୀର୍ଘଦିନ ପର୍ଯ୍ୟନ୍ତ ସରଶଯ୍ୟାରେ ହୋଇଥିଲେ ଏବଂ ଅର୍ଜୁନଙ୍କୁ ବାଣର ତକିଆ ମାଗିଥିଲେ। ବ୍ରହ୍ମଚର୍ଯ୍ୟ ପାଳନ କରି ଲକ୍ଷ୍ମଣ ନେଘନାଦକୁ ହରାଇ ପାରିଥିଲେ। ବ୍ରହ୍ମଚର୍ଯ୍ୟ ପାଳନ କରି ସାରା ଦୁନିଆରେ ଦୟାନନ୍ଦ ସରସ୍ବତୀ ବିଜୟ ହାସଲ କରି ପାରିଥିଲେ। ଦୁନିଆର ଯେତିକି ସୁଧାରକ, ସନ୍ଥ, ସାଧୁ, ମହର୍ଷି ମାନେ ବ୍ରହ୍ମଚର୍ଯ୍ୟ ବଳରେ ହିଁ ଲୋକଙ୍କ ହୃଦୟ ଜିତିଛନ୍ତି। ଏଣୁ ବୀର ରକ୍ଷା ହିଁ ଜୀବନ ଓ ବୀରନାସୀ ମୃ-ତ୍ୟୁ। ପ୍ରତ୍ୟେକ ମନୁଷ୍ୟଙ୍କ କଥ୍ୟାବ୍ୟ ଏହିକି ଯେ ଦୁନିଆରେ ରହିବାକୁ ହେଲେ ନିଜର ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ପ୍ରୟାସ କରନ୍ତୁ ତଥା ଶରୀରକୁ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ। କ୍ଷୀର, ଲହୁଣୀ, ସର, ଘିଅ ଆଦିର ସେବନ କରନ୍ତୁ। ଏପରି ବହି ପଢନ୍ତୁ ଯାହା ଆପଣଙ୍କୁ ସକାରାତ୍ମକ ଆଡକୁ ଅଗ୍ରଗତି କରାଇବ। ଜୀବନକୁ ଖରାପ ଦୃଶ୍ୟ ଓ ଖରାପ ଚଳଚିତ୍ର ଦ୍ଵାରା ଖରାପ କରନ୍ତୁ ନାହିଁ। ତାମସିକ ଆହାର ଓ ତାମସିକ ବୁଦ୍ଧି ଦ୍ଵାରା ନିଜର ବୀର ନାଶ କରିବା ନିଜ ଗୋଡ଼ରେ କୁରାଢି ମା-ରିବା ସହିତ ସମାନ ହୋଇଥାଏ। ବ୍ରହ୍ମଚର୍ଯ୍ୟ ଓ ସଂଯମତାର ଅଭ୍ୟାସ କରି ଆପଣ ଜୀବନ ଅତିବାହିତ କରନ୍ତୁ, ଦେଖିବେ ଆପଣଙ୍କର ଉନ୍ନତି କିପରି ହେଉଛି। ସ୍ମରଣ ଶକ୍ତିରେ, ବୁଦ୍ଧିରେ, ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *