Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ର ଗୋଚର ୨୦୨୧: ଶୁକ୍ରର ଗ୍ରହର କର୍କଟ ରାଶିରେ ଗୋଚର, ଏହି ପାଞ୍ଚଟି ରାଶିକୁ ରହିବାକୁ ପଡିବ ସାବଧାନ।

ସେୟାର୍ କରନ୍ତୁ

ଶୁକ୍ର ଗ୍ରହ ପ୍ରେମ, ସୌନ୍ଦର୍ଯ୍ୟ, ସମ୍ବନ୍ଧ ଏବଂ ଆନନ୍ଦର କାରକ ମାନା ଯାଇଥାଏ। ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଶୁଭ ପରିଣାମ ଦେଇଥାନ୍ତି। ଶୁକ୍ର ଦଶା ଖରାପ ହେବାଦ୍ବାରା ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଶୁକ୍ର ଗ୍ରହ ୨୨ ଜୁନ ଦ୍ୱିପ୍ରହରରେ ୨:୦୭ ଘଟିକା ମିଥୁନ ରାଶିରୁ କର୍କଟ ରାଶିକୁ ଗୋଚର, ଏହି ରାଶିରେ ୧୭ ଜୁଲାଇ ପର୍ଯ୍ୟନ୍ତ ରହିବା ପରେ ଶୁକ୍ର ସିଂହ ରାଶିରେ ପ୍ରବେଶ କରି ଯିବେ। ଆସନ୍ତୁ ଜାଣିବା ଶୁକ୍ରର ଏହି ଗୋଚରର ସବୁ ରାଶି ଉପରେ କଣ ପ୍ରଭାବ ପଡ଼ିବ।

ମେଷ ରାଶି –

ଏହି ଗୋଚର ଯୋଗୁଁ ଆପଣଙ୍କୁ ଅଧିକ ଲାଭ ମିଳିବ କିନ୍ତୁ ଆପଣ ଅନେକ ମାମଲାରେ ଚିନ୍ତିତ ରହିବେ। ଘର ଲୋକଙ୍କ ସହିତ ଆପଣ ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ ଓ ଖର୍ଚ୍ଚ ବଢିପାରେ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖା ଦେଇପାରେ। ଏହି ଗୋଚର ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ।

ବୃଷ ରାଶି –

ପ୍ରେମ ମାମଲାରେ ଏହି ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ବହୁତ ବଡ଼ ସରପ୍ରାଇଯ ମିଳିପାରେ।ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ। ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏହି ସମୟରେ ଆପଣଙ୍କୁ ଅଧିକ ଅଭିଳାଷୀ ହେବାରୁ ବଞ୍ଚିତ ହେବା ଉଚିତ। ଏହି ସମୟରେ ଆପଣଙ୍କୁ ଅନେକ ଅବସର ଆସିପାରେ। ଆପଣ ନିଜର ଯୋଗ୍ୟତାକୁ ନେଇ ଲାଭ ପ୍ରାପ୍ତ କରି ପାରନ୍ତି।କାରବାର କରୁଥିବା ଏହି ରାଶିର ଲୋକମାନଙ୍କୁ ଅଧିକ ଲାଭ ମିଳିପାରେ। ଛାତ୍ର ମାନଙ୍କୁ ନିଜ ଶିକ୍ଷା ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

ମିଥୁନ ରାଶି –

ଏହି ଗୋଚର ସମୟରେ ଆପଣ ନିଜ ପରିବାର ସହିତ ସମୟ ଅତିବାହିତ କରି ପାରନ୍ତି। ଆମଦାନୀରେ ବୃଦ୍ଧି ହେବ। ନିବେଶରୁ ଲାଭ ମିଳିବ। ଛାତ୍ର ମାନଙ୍କୁ ଏହି ଗୋଚର ସମୟରେ ଉଚିତ ପରିଣାମ ପ୍ରାପ୍ତ ହେବ। ବିବାହିତ ଲୋକଙ୍କୁ ସନ୍ତାନ ପକ୍ଷରୁ ସୁଖଦ ସମାଚାର ମିଳିପାରେ। କାରବାର କରୁଥିବା ଲୋକଙ୍କୁ ଏହି ଗୋଚର ସମୟରେ ଅଧିକ ଲାଭ ମିଳିବ। କିଛି ଲୋକଙ୍କୁ ଯାତ୍ରା କରିବାକୁ ପଡିପାରେ। ଏହି ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ରଖିବା ଆବଶ୍ୟକ।

କର୍କଟ ରାଶି –

ଏହି ଗୋଚର ସମୟରେ ଆପଣଙ୍କର ବୌଦ୍ଧିକ କ୍ଷମତାରେ ସୁଧାର ଆସିବ। ଆର୍ଥିକ ରୂପରେ ଆପଣଙ୍କର ଖର୍ଚ୍ଚ ବଢିପାରେ। ନିବେଶ କରିବା ପୂର୍ବରୁ ବଡ଼ ଲୋକଙ୍କ ପରାମର୍ଶ ନିଅନ୍ତୁ। ଏହା ଆପଣଙ୍କ ବ୍ୟାପାର ପାଇଁ ଅନୁକୂଳ ଅଟେ। ବିବାହିତ ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।ଖାଦ୍ୟପେୟର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ

ସିଂହ ରାଶି –

ଏହି ଗୋଚର ସମୟରେ ସେହି ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ଯେଉଁମାନେ ବିଦେଶରେ କାର୍ଯ୍ୟରତ ରହିଛନ୍ତି। କିଛି ଲୋକଙ୍କୁ ବିଦେଶ ଯାତ୍ରା କରିବାର ଅବସର ମିଳିପାରେ। ଖର୍ଚ୍ଚ କମ୍ କରିବା ପାଇଁ ପ୍ରୟାସ କରନ୍ତୁ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟକ୍ତିଗତ ଜୀବନରେ ଆପଣ ନିଜକୁ ନକାରାତ୍ମକ ଘେରରେ ପାଇବେ। ପାରିବାରିକ ଜୀବନରେ ସମ୍ପର୍କୀୟଙ୍କ ସହିତ ବିବାଦ ହେବାର ସମ୍ଭାବନା ରହିଛି। ନିଜ ସ୍ବାସ୍ଥ୍ୟ ପ୍ରରୁ ଧ୍ୟାନ ରଖନ୍ତୁ।

କନ୍ୟା ରାଶି –

ଏହି ଗୋଚର ସମୟରେ ଆପଣ ନିଜ ଭାଇଭଉଣୀଙ୍କୁ ନେଇ ଚିନ୍ତାଗ୍ରସ୍ତ ରହି ପାରନ୍ତି। ଆପଣଙ୍କୁ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆୟରେ ଲଗାତାର ବୃଦ୍ଧି ହେବାର ସମ୍ଭାବନା ରହିଛି। କିଛି ଲୋକଙ୍କୁ ଧନ ଲଭର ଅବସର ରହିଛି। ପ୍ରେମ ଓ ବୈବାହିକ ଜୀବନ ଏହି ଗୋଚର ସମୟରେ ଉତ୍ତମ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସମ୍ବନ୍ଧରେ ମଧୁରତା ଆସିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି।

ତୁଳା ରାଶି –

ଏହି ଗୋଚର ସମୟରେ ଆପଣ ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆର୍ଥିକ ରୂପରେ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରିବେ। କୌଣସି କାର୍ଯ୍ୟକୁ ବାଧା ଦେବାରୁ ବଞ୍ଚିତ ହୁଅନ୍ତୁ। ବ୍ୟକ୍ତିଗତ ଜୀବନରେ ବିବାହିତ ଦମ୍ପତିଙ୍କ ମଧ୍ୟରେ ମତଭେଦ ହୋଇପାରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ସମସ୍ୟା ହୋଇପାରେ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି।

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ଏହି ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ଏହି ସମୟରେ ଆପଣ ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରିବେ। ଏହି ଗୋଚର ସମୟରେ ଆପଣ ନିଜକୁ ନିରୀକ୍ଷଣ କରିବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ବ୍ୟବସାୟରେ ନୂଆ ସକାରାତ୍ମକ ପରିବର୍ତ୍ତନ କରି କାରବାରରେ ଲାଭ ପ୍ରାପ୍ତ କରି ପାରନ୍ତି। ଚାକିରି କରୁଥିବା ଲୋକଙ୍କୁ କ୍ୟାରିୟରରେ ଉତ୍ତମ ପରିବର୍ତ୍ତନ ଦେଖିବାକୁ ମିଳିବ।

ଧନୁ ରାଶି –

ଏହି ଗୋଚର ସମୟରେ ଆପଣଙ୍କୁ ବିରୋଧୀ ମାନଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ। କିଛି ବନ୍ଧୁ ଆପଣଙ୍କୁ ଧୋକା ଦେଇ ପାରନ୍ତି। ଅଚାନକ ଲାଭ ବା ହାନୀ ହେବାର ସମ୍ଭାବନା ରହିଛି। ଯେଉଁ ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। କାରବାରରେ ଆଦାନପ୍ରଦାନ ସମୟରେ ସାବଧାନ ରୁହନ୍ତୁ। ଏହି ଗୋଚର ସମୟରେ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

ମକର ରାଶି –

ଏହି ଗୋଚର ସମୟରେ ଚାକିରି ପେଶାରେ ଥିବା ଲୋକଙ୍କ ଜୀବନରେ ଅନୁକୂଳ ପରିବର୍ତ୍ତନ ଆସିବ। କିଛି ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ଆର୍ଥିକ ରୂପରେ ଆପଣଙ୍କ ଜୀବନରେ ସ୍ଥିରତା ଆସିବ। ବିଦ୍ୟାର୍ଥୀ ମାନଙ୍କୁ ଏହି ଗୋଚର ସମୟରେ କଠିନ ପରିଶ୍ରମ କରିବା ଆବଶ୍ୟକ। ଏହି ସମୟରେ ଆପଣ ଭ୍ରମ ଓ ଚିନ୍ତାରେ ରହି ପାରନ୍ତି। କିଛି ଲୋକ ଧାର୍ମିକ ଗତିବିଧିରେ ଭାଗ ନେଇ ପାରନ୍ତି। କଳା ଓ ରଚନାତ୍ମକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ଏହି ଗୋଚର ସମୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କିଛି ନୂଆ ଅବସର ମିଳିପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସ୍ଥିରତା ଆସିବ। ଯଦି କୌଣସି ସମସ୍ୟାରେ ରହିଛନ୍ତି ତାହେଲେ ଏହାର ଶାନ୍ତିରେ ସମାଧାନ କରିବାକୁ ପ୍ରୟାସ କରନ୍ତୁ। ଘର ଭିତରେ ବିବାଦ ବଢିପାରେ ଯାହାଦ୍ଵାରା ଆପଣ ଅଶାନ୍ତି ଅନୁଭବ କରିପାରନ୍ତି। ଏହି ସମୟରେ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ମୀନ ରାଶି –

ଏହି ଗୋଚର ମୀନ ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଏହି ରାଶିର ଲୋକେ ଲାଭ ପ୍ରାପ୍ତ କରିବାରେ ସଫଳ ରହିବେ। ଛାତ୍ରଛାତ୍ରୀ ନିଜ ପଢ଼ାପଢା ଉପରେ ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ଏବଂ ନିଜର ସବୁ ବିଷୟକୁ ବୁଝି ପାରିବେ। ବିବାହିତ ଲୋକଙ୍କ ପାଇଁ ଏହି ଗୋଚର ଉତ୍ତମ ରହିବ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବ। ଚାକିରି ପେଶାରେ ଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସମୟ ଅନୁସାରେ ସୁଧାର ଆଣିବାକୁ ପଡ଼ିବ।ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *