Excuse Me Odisha

ଯାହା କହିବୁ ସତ କହିବୁ

ଏହି ୮ଟି ଟିପ୍ପ ତୁମକୁ ସଫଳତା ଦେବା ସହିତ ତୁମକୁ ଧନୀ କରି ଦେବ, ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ ଭଲକଥା କହିଥିଲେ, ୱ ଲୋଗ ଜୀବନ ମେ କୁଛ ନହିଁ କରପାତେ ଜୋ କୁଛ କରନେ ସେ ପେହେଲେ ଡର ଜାତେ ହେଁ। ସଫଳତା ଆମେ ସମସ୍ତେ ପାଇବାକୁ ଚାହିଁ ଥାଉ। କିନ୍ତୁ ଏହି ସଫଳତା ଆମେ ଅଧିକ ଚେଷ୍ଟା କରିବା ପରେ ମଧ୍ୟ ଆମକୁ ମିଳି ନଥାଏ। କାରଣ ସଫଳତା ଏପରି ଏକ ଜିନିଷ ନୁହେଁ, ଯାହା ଆମକୁ ଅତି ସହଜରେ ମିଳିଯିବ। ଆମକୁ ସଫଳତା ପାଇବା ପାଇଁ କିଛି ପ୍ରୟାସ ସହିତ କିଛି ନିୟମକୁ ମାନିବାକୁ ପଡ଼ିବ। ଯେପରି ସବୁ କାମ ପାଇଁ କିଛି ନିୟମ ସବୁ ରହିଛି। ସେହିପରି ସଫଳତା ପାଇବାକୁ ହେଲେ କିଛି ଟିପ୍ସ ଗୁଡ଼ିକର ପ୍ରୟୋଗ କରିବାକୁ ପଡ଼ିବ। ଆମେ ଏହି ନିୟମ ଗୁଡ଼ିକୁ ଅନୁସରଣ କଲେ ହିଁ ସଫଳତା ପାଇ ପାରିବା ଏବଂ ଆମ ନାମା ଇତିହାସରେ ଲେଖା ଯାଇପାରିବ। ମୁଁ ଆଜି ଆପଣଙ୍କୁ ସଫଳତାର ଆଠଟି ନିୟମ କହିବାକୁ ଯାଉଛି ଯଦି ଆପଣ ଏହି ନିୟମ ଗୁଡ଼ିକୁ ଜୀବନରେ ଅନୁସରଣ କରିବେ ତାହେଲେ ସଫଳତା ପାଇ ପାରିବେ।

୧/ Start where you are ବା ଯେଉଁଠାରେ ଅଛ ସେହିଠାରୁ ଆରମ୍ଭ କର। ଏହାର ଅର୍ଥ ହେଉଛି ଆପଣ ଚୋର ହୁଅନ୍ତୁ ବା ବଡ଼, ଧନୀ ହୁଅନ୍ତୁ ବା ଗରିବ, ସେଥିରେ କିଛି ଫରକ ପଡେ ନାହିଁ। ସେଥିପାଇଁ ଏପିଜେ ଅବଦୁଲ କଲାମ କହିଥିଲେ ଆମେ ଗରିବ ହୋଇ ପାରୁ ସତ, ଆମେ ଗରିବ ଘରେ ରହି ପାରୁ ସତ। କିନ୍ତୁ ଆମ ସ୍ବପ୍ନ ଛୋଟ ନୁହେଁ। ତେଣୁ ବଡ଼ ସ୍ବପ୍ନ ଦେଖନ୍ତୁ ଏବଂ ତାକୁ କିପରି ବଡ଼ କରି ପାରିବ, ସେଥିପାଇଁ ନିଜର ସବୁ ପ୍ରୟାସ ଲଗେଇ ଦିଅ। ଯଦି ବାସ୍ତବରେ ଆପଣଙ୍କ ନିଜ ଜୀବନ ପ୍ରତି ଧ୍ୟାନ ରହିଛି ତାହେଲେ ଆଜିଠାରୁ ଆରମ୍ଭ କରନ୍ତୁ। କାରଣ ଥରେ ଯଦି ଏହା ଆପଣ ଆରମ୍ଭ କରନ୍ତି ତାହେଲେ ଆପେ ଆପେ ଆପଣଙ୍କୁ ନିଜ ଲକ୍ଷ୍ୟ ଦେଖା ଯିବ। କେବେ ସମୟକୁ ଅପେକ୍ଷା କର ନାହିଁ, କାରଣ ସମୟ କେବେ ତୁମକୁ ଅପେକ୍ଷା କରେ ନାହିଁ । ଏବେଠାରୁ ଯେଉଁ ପରିସ୍ଥିତିରେ ରହିଛ ତାକୁ ମନ ଭିତରେ ନ ଆଣି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲ।

୨/ Don’t allow destruction – ଏହି ଦୁନିଆରେ ବହୁତ ପ୍ରକାର ଜିନିଷ ଥାଏ ଯାହା ଆମକୁ ବରବାଦ କରି ଦେଇଥାଏ। ସେଥି ମଧ୍ୟରୁ ଗୋଟେ ବର୍ବାଦୀ ହେଉଛି ମୋବାଇଲ ଫୋନ। ଏହାକୁ ଆଜିକାଲିର ଯୁବପିଢି ଏଭଳି ଭାବରେ ବ୍ୟବହାର କରୁଛନ୍ତି ଯାହା ତାଙ୍କ ଜୀବନକୁ ନଷ୍ଟ କରି ଦେଉଛି। ଫୋନ ମଧ୍ୟରେ ଅନେକ ଆପ ରହିଛି ଅଜେ ଯାହାଠାରୁ କିଛି ଶିଖି ପାରିବା। ଏଗୁଡିକ ଆମେ ବ୍ୟବହାର ନକରି ଆମେ ଖରାପ ଆପ ଗୁଡ଼ିକୁ ବ୍ୟବହାର କରି ଚାଲି ଥାଉ। ଯାହାଫଳରେ ଆମେ ଦିନକୁ ଦିନ ଖରାପ ହୋଇ ଯାଇ ଥାଉ। ଆମର ଟାର୍ଗେଟ ସବୁ ଏହି ଫୋନ ପାଇଁ ଆମେ ଭୁଲି ଗଲୁଣି।

୩/ Follow your own path ବା ନିଜ ପାଇଁ ନିଜ ରାସ୍ତାରେ ଚାଲିବା। ଜୀବନରେ ଅନ୍ୟ କାହାକୁ ଅନୁସରଣ ନକରି ନିଜ ରାସ୍ତାରେ ଚାଲନ୍ତୁ। କାରଣ ଏଠାରେ ସମସ୍ତଙ୍କ ଲକ୍ଷ୍ୟ ଅଲଗା ହୋଇଥାଏ ଓ ସମସ୍ତଙ୍କ ସ୍ବପ୍ନ ମଧ୍ୟ ଅଲଗା ପ୍ରକାରର ହୋଇଥାଏ। ତେଣୁ ନିଜ ପାଇଁ ରାସ୍ତା ତିଆରି କରନ୍ତୁ। ସେହି ରାସ୍ତାରେ ଆପଣ ସବୁବେଳେ ଚାଲୁ ଥାଆନ୍ତୁ। ଜୀବନରେ ସମସ୍ତଙ୍କ କଥା ଶୁଣନ୍ତୁ ଏବଂ ସମସ୍ତଙ୍କ ପାଖରୁ ପରାମର୍ଶ ନିଅନ୍ତୁ। ଜୀବନ ପାଇଁ ଦୌଡ଼ିବାର କିଛି ଆବଶ୍ୟକତା ନାହିଁ, ଜୀବନ ପାଇଁ ତ ଚାଲିବାର ଆବଶ୍ୟକତା ରହିଛି। ଜୀବନରେ ନ ଦଉଡ଼ି ସବୁବେଳେ ଲକ୍ଷ୍ୟ ପଥରେ ଚାଲି ରହନ୍ତୁ , ଦେଖିବେ ଅତି ସହଜରେ ଆପଣ ସଫଳତା ପାଇବେ ଏବଂ ଧନୀ ହୋଇ ପାରିବେ।

୪/ Don’t let people destroy your dreams – ଲୋକଙ୍କୁ ଏତେ ଅଧିକାର ଦିଅନ୍ତୁ ନାହିଁ ଯେ ସେମାନେ ଆପଣଙ୍କ ଜୀବନର ସ୍ବପ୍ନକୁ ଭାଙ୍ଗି ଦେବେ। ଆପଣ ଦେଖିଥିବେ ଆପଣ ଯେତେବେଳେ କୌଣସି କାମ କରନ୍ତି ଲୋକମାନେ ଆପଣଙ୍କୁ ଡିମୋଟିଭେଟ କରୁଥିବେ। ଆପଣ ସେହି କଥା ନଶୁଣି ଆଗକୁ ବଢନ୍ତୁ। ଦେଖିବେ ଯେଉଁଦିନ ଆପଣ ସଫଳ ହୋଇଯିବେ, ସେହିଦିନ ଆପଣଙ୍କର ସେହି ଲୋକମାନେ ଚର୍ଚ୍ଚା କରିବାକୁ ଲାଗିବେ।

୫/ Never pray for easy lifes – ଜୀବନରେ କେବେବି ଏକ ସୁନ୍ଦର ଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ ନାହିଁ। ଯଦି ଆପଣ ଜୀବନ ସହଜରେ ଅତିବାହିତ କରିବାକୁ ଲାଗିବେ ତାହେଲେ ଆପଣ ଜୀବନରେ କିଛି କରି ପାରିବେ ନାହିଁ। ଜୀବନରେ ଯିଏ ଯେତେ ଧୋକା ଖାଇଛି, ପରିଶ୍ରମ କରିଛି, କାନ୍ଦିଛି ସେହି ସଫଳତାକୁ ଅଧିକ ପାଖରେ ପାଇ ପାରିଛି। ଜୀବନରେ ସବୁବେଳେ ରିସ୍କ ନେବା ପାଇଁ ପ୍ରୟାସ କରନ୍ତୁ ଦେଖିବେ ଆପଣ ଠୋକର ଖାଇବେ, କିନ୍ତୁ ସେଠାରୁ ଉଠିବେ ଓ ଆଗକୁ ଯିବେ। ସେଥିପାଇଁ କଥାରେ ଅଛି ଜବତକ ଚୋଟ ନା ପଡେ ପଥର ପର ପଥର ଭି ଭଗବାନ ନହିଁ ହୋତା। ଆରେ ବନ୍ଧୁ ମୂର୍ତ୍ତିଟି ଦେବା ପାଇଁ ମଧ୍ୟ ଏଠାରେ ପ୍ରହାର ସହିବାକୁ ପଡ଼ିଥାଏ।

୬/ Don’t work for money but work for your dream – କେବେ ଟଙ୍କା ପାଇଁ କାମ କରନ୍ତୁ ନାହିଁ। ନିଜର ସ୍ବପ୍ନ ପାଇଁ କାମ କରନ୍ତୁ। କାରଣ ଆପଣଙ୍କ ସ୍ବପ୍ନ ପୂରଣ ହୋଇଗଲା ପରେ ଆପଣଙ୍କ ପାଖରେ ଏତେ ଟଙ୍କା ହୋଇଯିବ ଯେ ଆପଣ ଗଣି ଗଣି ଥକି ପଡିବେ। ଗୋଟେ ଉଦାହରଣ ସ୍ୱରୂପ ଆପଣ ଯଦି କ୍ରିକେଟର ହେବାକୁ ଚାହୁଁଛନ୍ତି ତାହେଲେ ଜଣେ କ୍ରିକେଟରର ଜୀବନଶୈଳୀ ବିଷୟରେ ଭାବ ନାହିଁ। ଆପଣ କିପରି ଜଣେ କ୍ରିକେଟର ହୋଇ ପାରିବେ, ସେହି ବିଷୟରେ ଚିନ୍ତା କରନ୍ତୁ। ଥରେ କ୍ରିକେଟର ହୋଇଗଲା ପରେ ଭାବନ୍ତୁ ଆପଣଙ୍କ ଜୀବନ କିପରି ଆପେ ଆପେ ବଦଳି ଯିବ।

୭/ Believe your self – ଏହା ଏକ ଗୁରୁତ୍ବପୂର୍ଣ୍ଣ କଥା। ଯାହା ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଏକ ନୂଆ ଦିଗ ପ୍ରଦର୍ଶନ କରିଥାଏ। ଯେତେ ପର୍ଯ୍ୟନ୍ତ ଆପଣ ନିଜ ଉପରେ ବିଶ୍ୱାସ କରି ନାହାନ୍ତି ସେତେ ପର୍ଯ୍ୟନ୍ତ ଆପଣ ସଫଳତା ପାଇବେ ନାହିଁ।ନିଜ ଉପରେ ଆମର ବିଶ୍ୱାସ ନଥିଲେ ସବୁ କାର୍ଯ୍ୟ ଆମକୁ କଠିନ ଲାଗିଥାଏ। ଯେତେବେଳେ ସାହାସ ଓ ବିଶ୍ୱାସ ନିଜ ଉପରେ ରହିଥାଏ, ସବୁ କାର୍ଯ୍ୟ ଆମକୁ ସହଜ ଲାଗିଥାଏ।

୮/ Keep smiling – ସବୁବେଳେ ହସୁ ଥାଅ। ସାଙ୍ଗ ଆମ ହସରେ ଏତେ ଆକର୍ଷଣ ରହିଥାଏ ଯେ ଆମକୁ ସବୁବେଳେ ସକାରାତ୍ମକ ରଖିଥାଏ। ଯେତେ ପର୍ଯ୍ୟନ୍ତ ଆପଣ ସକାରାତ୍ମକ ରହିଥିବେ ଆପଣଙ୍କର କୌଣସି କାର୍ଯ୍ୟ ନକାରାତ୍ମକ ହେବ ନାହିଁ। ଜୀବନରେ ଯେତେ ବାଧାବିଘ୍ନ ଆସୁ ବା ଜୀବନରେ ଯେତେ ଠୋକର ଆସୁ ଆପଣ ସର୍ବଦା ହସୁଥାନ୍ତୁ। ହସରେ ଏପରି ଶକ୍ତି ରହିଛି ଏହା ଆମ ଚିନ୍ତାଧାରାକୁ ସକାରାତ୍ମକ ରହିବ। ସବୁବେଳେ ନିଜ ମୁହଁରେ ହସ ରଖ ଏବଂ ନିଜ କାମରେ ସବୁବେଳେ ସକାରାତ୍ମକ ବିଶ୍ୱାସ ରଖ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *