Excuse Me Odisha

ଯାହା କହିବୁ ସତ କହିବୁ

କିଛି ସତ୍ୟ କଥା ମ-ରିବା ପୂର୍ବରୁ ଥରଟିଏ ନିଶ୍ଚିତ ଶୁଣନ୍ତୁ, ଦୁନିଆର ବହୁତ ପ୍ରେରଣା ଦାୟକ କଥା

ସେୟାର୍ କରନ୍ତୁ

କିଏ କହିଥାଏ ଦୁନିଆ ପ୍ରେମରେ ଚାଲିଥାଏ। କିଏ କହୁଥାଏ ଦୁନିଆ ବେପାରରେ ଚାଲିଥାଏ। ଯେବେ ନିଜେ ଜାଣିବାକୁ ଚେଷ୍ଟା କଲି, ସେତେବେଳେ ଜାଣିଲି ଦୁନିଆ ସ୍ୱାର୍ଥରେ ଚାଲିଥାଏ। ମୋର ଗର୍ବ ଥିଲା ମୋତେ ଚାହୁଁଥିବା ଲୋକ ବହୁତ ଏହି ଦୁନିଆରେ। କିନ୍ତୁ ପରେ ଜଣା ପଡ଼ିଲା ସମସ୍ତେ ତ ବହୁତ ଚାହୁଁଥିଲେ , କିନ୍ତୁ ନିଜର ଆବଶ୍ୟକତା ପାଇଁ । ଖରାପ ଚିନ୍ତା ମାଛି ଭଳି ହୋଇଥାଏ। ସବୁ ଭଲ ଜାଗାକୁ ଛାଡ଼ି ଦେଲେ ଆବର୍ଜନା ଜାଗାରେ ବସିଥାଏ। ମନେ ରଖନ୍ତୁ ଆମର ଚିନ୍ତା ହିଁ ଆମର ଦେଖିବାର ଉଦ୍ଦେଶ୍ୟକୁ ସୃଷ୍ଟି କରିଥାଏ। ଯେପରି ଆମର ଚିନ୍ତା ସେପରି ଆମର କର୍ମ ହୋଇଥାଏ। ଏହା ଏହି ଦୁନିଆର ପ୍ରକୃତ ସତ ଅଟେ କି ନିଜର ଖରାପର ବିସର୍ଜନ କରିବା ପରିବର୍ତ୍ତେ ମଣିଷ ଭଗବାନଙ୍କୁ ବିସର୍ଜନ କରି ଦେଇଥାଏ। କୌଣସି ମଣିଷ ଆପଣଙ୍କ ଜୀବନରେ ତିନୋଟି କାରଣରୁ ଆସିଥାଏ, ତାହା ହେଉଛି ଭାବରେ, ଅଭାବରେ ନଚେତ ଆପଣଙ୍କ ପ୍ରଭାବରେ। ଯଦି ଭାବରେ ଆସିଅଛି ତାହେଲେ ତାହାକୁ ପ୍ରେମ କରନ୍ତୁ। ଯଦି ଅଭାବରେ ଆସିଅଛି ତାହେଲେ ତାକୁ ସାହାଯ୍ୟ କରନ୍ତୁ। ଆଉ ଯଦି ପ୍ରଭାବରେ ଆସିଅଛି ତାହେଲେ ସାବଧାନ ରୁହନ୍ତୁ। ଏଥିପାଇଁ ଆପଣଙ୍କ ମିଥ୍ୟା ପ୍ରଶଂସା କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଖାଲି ପେଟ ଓ ଖାଲି ପର୍ସ ଏହି ଶିକ୍ଷା ଦେଇ ପାରିବ , ଯାହା ଦୁନିଆର କୌଣସି ବହିରେ ଶିଖା ଯାଇ ନଥାଏ। ଏହା ପଚାରନ୍ତୁ ନାହିଁ କି ଜୀବନ କେବେ ଖୁସି ଦେଇଥାଏ , କାରଣ ସମସ୍ୟା ମଧ୍ୟ ତାକୁ ହୋଇଥାଏ ଯାହାକୁ ଜୀବନ ସବୁକିଛି ଦେଇଥାଏ।

ବନ୍ଧୁ ଏହି ଦୁନିଆରେ କୌଣସି ବି ମଣିଷ ସମାନ ନୁହନ୍ତି। ସମସ୍ତଙ୍କ ଠାରେ ଅଳ୍ପ ଅଳ୍ପ ଅନ୍ତର ନିତାନ୍ତ ରହିଛି। ସମସ୍ତଙ୍କ ପ୍ରତିଭା ଅଲଗା ଅଲଗା ହୋଇଥାଏ। କିନ୍ତୁ ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ପାଖରେ ସମାନ ସମୟ ରହିଛି। ଯଦି ଆପଣ ଟଙ୍କା ପଛରେ ଗୋଡେଇବେ ତାହେଲେ ଆପଣଙ୍କୁ ଜୀବନରେ କିଛି ମିଳିବ ନାହିଁ। ବହୁତ ଭଲ ଅଟେ କି ଆପଣ ନିଜ ପ୍ରତିଭାକୁ ବିକଶିତ କରନ୍ତୁ ଓ ନିଜେ ନିଜକୁ ଯୋଗ୍ୟ ବିବେଚିତ କରନ୍ତୁ। ସଫଳତା ଦିନେ ନା ଦିନେ ଆପଣଙ୍କ ପାଦ ଛୁଇଁବ। ଆପଣଙ୍କୁ ସାହାସ ଓ ବିଶ୍ୱାସର ସହିତ କାମ କରିବାକୁ ପଡ଼ିବ। ଡାଳରୁ କଟାଯାଇଥିବା ଫୁଲ ପୁଣିଥରେ ଲଗାଯାଇ ପାରିବ ନାହିଁ। କିନ୍ତୁ ଡାଳ ଯଦି ସୁଦୃଢ ରହିଛି, ତାହେଲେ ତାଠାରୁ ନୂଆ ଫୁଲ ନିତାନ୍ତ ହୋଇ ପାରିବ। ଠିକ୍ ସେହିଭଳି ବିତି ଯାଇଥିବା ସମୟକୁ ଫେରେଇ ଆଣି ପାରିବେ ନାହିଁ। ଉତ୍ସାହ ଓ ବିଶ୍ୱାସରେ ଆସୁଥିବା ପ୍ରତ୍ୟେକ ସମୟକୁ ବହୁତ ସୁନ୍ଦର କରାଯାଇ ପାରିବ। କେବଳ ଆପଣଙ୍କୁ ଏହି କଥା ସବୁବେଳେ ମନେ ରଖିବାକୁ ପଡିବ କି ଜୀବନ ସବୁବେଳେ ଗୋଟିଏ ଭଳି ଚାଲି ନଥାଏ। ଯଦି ଆଜି ଖରାପ ଦିନ ଅଛି ତାହେଲେ କାଲି ଭଲ ଦିନ ମଧ୍ୟ ଆସିବ। ସମୟ ବଦଳି ଚାଲିଥାଏ। କିନ୍ତୁ ସେଥିରେ ଆମେ ନିଜେ ନିଜକୁ ବିଚଳିତ କରିବାର କୌଣସି ଆବଶ୍ୟକତା ନାହିଁ। କେହି ଜଣେ କହିଅଛି କି ପାଇବାର ଉତ୍ସାହ ଓ ହରେଇବାର ଡର, ବାସ କେବଳ ଏତିକି ହିଁ ଏହି ଜୀବନର ଯାତ୍ରା ଅଟେ। ଏଭଳି ଲୋକଙ୍କ ଯତ୍ନ ନେବା ଛାଡ଼ି ଦିଅନ୍ତୁ ଯେଉଁମାନେ ଆପଣଙ୍କୁ ହୃଦୟରୁ ଦୁଃଖ ଦେଇଥାନ୍ତି। କିଏ ମୋତେ କଷ୍ଟ ଦେଲା, ବହୁତ ଭୁଲ କଲି ମୁଁ ଜୀବନରେ। ମୁଁ ହସିକରି କହିଲି , ହଁ ମୁଁ ତ ବହୁତ ଭୁଲ କରିଛି କିନ୍ତୁ କେବେ କାହା ସହିତ ଭୁଲ କରି ନାହିଁ। ହାରିଥିବା ଲୋକର ପରାମର୍ଶ, ଜିତିଥିବା ମଣିଷର ଅଭିଜ୍ଞତା ଓ ନିଜର ବୁଦ୍ଧି । ଏହି ତିନୋଟି ମିଶିକରି ଆପଣଙ୍କୁ ହାରିବାକୁ ଦେବ ନାହିଁ। କିନ୍ତୁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ, ଯେପରି ମାଳି ଗଛରେ ପାଣି ସବୁଦିନ ଦେଇଥାଏ। କିନ୍ତୁ ଫଳ କେବଳ ଋତୁରେ ଆସିଥାଏ। ଏଥିପାଇଁ ମନେ ରଖନ୍ତୁ ପ୍ରତ୍ୟେକ କାମ ନିଜର ସମୟରେ ହିଁ ହେବ। ଆପଣ କେବଳ ଧର୍ଯ୍ୟର ସହିତ ସମ୍ପୂର୍ଣ୍ଣ ପରିଶ୍ରମ ସହିତ ଚେଷ୍ଟା କରୁଥାନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *