Excuse Me Odisha

ଯାହା କହିବୁ ସତ କହିବୁ

ଏହା ଦେଖିଲା ପରେ କେବେ ହେଲେ ସମୟ ବର୍ବାଦ କରିବେ ନାହିଁ ।

ସେୟାର୍ କରନ୍ତୁ

ବନ୍ଧୁଗଣ କେବେ ବାଲିକୁ ହାତରେ ମୁଠାକରି ରଖନ୍ତୁ, ବାଲି ଆପେ ଆପେ ହାତରୁ ବାହାରି ଯିବ। ସମୟର ମଧ୍ୟ ଅନେକ ନିୟମ ରହିଛି ତାହାକୁ କେତେ ଧରିବାକୁ ପ୍ରୟାସ କରନ୍ତୁ, ସେ କେବେବି ଅଟକି ରହିବ ନାହିଁ। ତାହା ଆପଣଙ୍କ ହାତରୁ ଖସି ଯିବ। ଯଦି କିଛି ରହିବ ତାହେଲେ ତାହା ହେଉଛି ଅବଶୋଷ। ସମୟର ଏହା ଗୁଣ ଅଟେ କି ଏହା ସବୁବେଳେ ଚାଲି ରହିଥାଏ। ଆମେ ସବୁବେଳେ ଚିନ୍ତା କରି ଥାଉ କି ଯେତେବେଳେ ଠିକ୍ ସମୟ ଆସିବ ଏହା କରିବି ତାହା କରିବି। କିନ୍ତୁ ମନେ ରଖନ୍ତୁ କି ସମୟ କେବେ ଆସେନାହିଁ, ଚାଲି ଯାଇଥାଏ। ସମୟ କେବେ କାହାପାଇଁ ଅଟକି ରହେ ନାହିଁ। ସମୟକୁ ଉଚିତ ସମୟରେ ଉପଯୋଗ କରିବାକୁ ପଡ଼ିଥାଏ। ଆଜି ଯେଉଁ ସମୟ ଚାଲୁ ଅଛି ତାହା ଆପଣଙ୍କ ପାଇଁ ଠିକ୍ ସମୟ ଅଟେ। ଯଦି ଏଥିପାଇଁ ଆପଣ ଅପେକ୍ଷା କରିଛନ୍ତି ତାହେଲେ ଏହି ସମୟ ଆଉକେବେ ଆସିବ ନାହିଁ। ସମୟକୁ ଅପେକ୍ଷା କର ନାହିଁ। ଏବେଠାରୁ ହିଁ ନିଜ କାର୍ଯ୍ୟରେ ଲାଗି ଯାଅ। କୌଣସି ମଣିଷ ସମୟ ଭରସାରେ ବସି ବଡ଼ ହୋଇ ପାରେ ନାହିଁ। ସେ ସମୟର ପଛରେ ଚାଲିଥାଏ ନଚେତ ସମୟର ଆଗରେ ଚାଲିଥାଏ। ବନ୍ଧୁଗଣ ଆମେ ସବୁକିଛି ପାଇ ପାରିବା କିନ୍ତୁ ସମୟ ଏକ ଏପରି ଜିନିଷ ଯାହା ଗୋଟିଏଥର ଚାଲିଗଲା ପରେ ଆଉ ମିଳିବ ନାହିଁ। ଜୀବନର ପ୍ରକୃତ ସତ୍ୟ ହେଉଛି କି ଜୀବନରେ ଆମେ ଜୀବନରେ ସବୁଠାରୁ ହରାଇ ଥାଉ ତାହା ହେଉଛି ସମୟ। ସମୟ ଚାଲିଗଲା ପରେ ଆମେ ଭାବି ଥାଉ କି ମୁଁ ଯଦି ସେହି ସମୟରେ ତାହା କରିଥାନ୍ତି ବା ସେହି ସମୟ ହରାଇ ନଥାନ୍ତି ତାହେଲେ ଆଜି ଜୀବନ କିଛି ଅଲଗା ହୋଇଥାନ୍ତା। ଏହି ଯଦି ଶବ୍ଦ ଜୀବନର ସବୁଠାରୁ ଖରାପ ଅଂଶ ଅଟେ। ଯଦି ସମୟ କେବେ ଫେରି ଆସିବ ନାହିଁ। କିନ୍ତୁ ଯେଉଁ ସମୟ ଏବେ ରହିଛି ତାହା ଉପଯୋଗ କରିହେବ।ବନ୍ଧୁଗଣ ଯେତେବେଳେ ଜାଗ୍ରତ ହେବ ସେତେବେଳେ ସକାଳ। ଏଥିପାଇଁ ଗୋଟେ ସାଧାରଣ କଥା ରହିଛି। କିନ୍ତୁ ତାହା ଯିଏ ବୁଝି ପାରିଲା ତାହେଲେ ତାର ଜୀବନ ବଦଳି ଯାଇଥାଏ। ବନ୍ଧୁ ଏପରି ସମୟ କାଟି ଦେଉଥିବା ସମୟ ପୁଣି ଆସିବ, ସେତେବେଳେ ଆପଣଙ୍କୁ ଲାଗିବ ମୁଁ ଯାହା କରିବା ପାଇଁ ଚାହୁଁଥିଲି ତାହା ପାଇଁ ସମୟ ବଞ୍ଚି ନାହିଁ। ନିଜ ସ୍ବପ୍ନ ପାଇଁ ଚାଲିବା ଆରମ୍ଭ କର। ସାହାସ ଲଗାଅ, କାହିଁକି ନା ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳେଇବା ପାଇଁ। କିନ୍ତୁ ଜୀବନ ଦ୍ୱିତୀୟଥର ମିଳି ନଥାଏ ସମୟକୁ ବଦଳେଇବା ପାଇଁ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *