Excuse Me Odisha

ଯାହା କହିବୁ ସତ କହିବୁ

ମଳର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ଏମିତି କିଛି କଥା ଜଣେଇବୁ ଯାହା ଆପଣଙ୍କୁ ଖରାପ ଲାଗିପାରେ କିନ୍ତୁ ଏହା ଦୈନନ୍ଦିନ ଜୀବନରେ ଏହା ବହୁତ ଫାଇଦା ପହଞ୍ଚାଇବ। ଆଜି ଆମେ ଆପଣଙ୍କୁ ଜଣେଇବୁ ନିଜ ମଳ ବା ଷ୍ଟୁଲର ଅଲଗା ଅଲଗା ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କଣ ସୂଚନା ଦେଇଥାଏ। ଆପଣ ଜାଣିଛନ୍ତି କି ଆଜିକାଲି ଆମେ ଯେଉଁ ପ୍ରକାରର ଭୋଜନ କରୁଛୁ ଏବଂ ଜେୟ ପ୍ରକାରର ବାତାବରଣରେ ରହୁଛୁ ଦୈନନ୍ଦିନ ଜୀବନରେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେବାକୁ ଲାଗିଥାଏ। ଯାହା ବିଷୟରେ ଆମକୁ ଖବର ମଧ୍ୟ ନଥାଏ। ହଠାତ ଦିନେ ଏହି ରୋଗ ଆମ ଫେସରେ ପିମ୍ପଲସ, ଚର୍ମରୋଗ, ଦୃଷ୍ଟିଶକ୍ତି ହ୍ରାସ,ହାର୍ଟ ଏବଂ ଲିଭର ସହିତ ଜଡିତ ରୋଗ,କିଡ୍ନୀରେ ସମସ୍ୟା, ହାଇବ୍ଲଡ଼ପ୍ରେସର,ଆଜମା, ମାଇଗ୍ରିନ ଓ ପେଟ ସହିତ ସମ୍ବଦ୍ଧିତ ଅଲଗା ଅଲଗା ରୋଗ ଏମିତିକି କ୍ୟାନସର ଭଳିଆ ରୋଗ ସାମ୍ନାକୁ ଆସିଥାଏ। କେତେ ଭଲ ହୁଅନ୍ତା ଯଦି ଆମ ଶରୀର ଭିତରେ ଚାହୁଁଥିବା ବିଭିନ୍ନ ପ୍ରକାରର ଗୀତବିଧି ବିଷୟରେ ବିନା ଡାକ୍ତରଙ୍କ ପରାମର୍ଶରେ ଜଣା ପଡିଯାଆନ୍ତା ଏମିତି ଦେଖିବାକୁ ଗଲେ ଆମ ଶରୀର ବିଭିନ୍ନ ରୋଗ ବିଷୟରେ ଅଲଗା ଅଲଗା ଉପାରେ ଆମକୁ ସଂକେତ ଦେଇଥାଏ। ଯାହା ଉପରେ ଯଦି ଆମେ ଧ୍ୟାନ ଦେବା ତେବେ ସ୍ୱାସ୍ଥ୍ୟ ସହିତ ଜଡିତ ବିଭିନ୍ନ ସମସ୍ୟାକୁ ଆସିବା ପୂର୍ବରୁ ହିଁ ଶେଷ କରିପାରିବା। ଆମ ଫେସର ତ୍ୱଚା,କେଶ,ଆଖି,ଜିଭ,ପରିଶ୍ରା,ମଳ ଏବଂ ନଖ ସାହାର୍ଯ୍ୟରେ ଶରୀର ଭିତରେ ଚାଲୁଥିବା ବିଭିନ୍ନ ପ୍ରକାର ଗତିବିଧି ବିଷୟରେ ପତା ଲଗାଇପାରିବା। ଆଜି ଆମେ ଜାଣିବା ଆମ ଶରୀରରୁ ବାହାରୁଥିବା ମଳ ବା ଷ୍ଟୁଲ ସାହାର୍ଯ୍ୟରେ ଶରୀର ଭିତରେ ଚାଲୁଥିବା କେଉଁ କେଉଁ ଗତିବିଧି ବିଷୟରେ ଖବର ଲଗାଇପାରିବା।

ଆମ ଶରୀରରେ ରକ୍ତର ଅବସ୍ଥା ପେଟ, କିଡ୍ନୀ ଏବଂ ଲିଭର ବ୍ୟତୀତ ଅନ୍ୟ ସମସ୍ତ ଅଙ୍ଗ ବିଷୟରେ। ଆମେ ଷ୍ଟୁଲ ସାହାର୍ଯ୍ୟରେ ପତା ଲଗାଇ ପାରିବା। ଷ୍ଟୁଲର ବିଭିନ୍ନ ପ୍ରକାରର ରଙ୍ଗ ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ଗମ୍ଭୀର ରୋଗର ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା।

ହଳଦିଆ ରଙ୍ଗର ଷ୍ଟଲ। ଆମ ଶରୀରରେ ଥିବା ପିତ ଯୋଗୁ ଷ୍ଟୁଲର ରଙ୍ଗ ହଳଦିଆ ହୋଇଥାଏ। କିନ୍ତୁ ଯଦି ଷ୍ଟୁଲର ରଙ୍ଗ ଅତ୍ୟଧିକ ହଳଦିଆ ଏବଂ ଅଧିକ ଚିକଣ ଥାଏ ଏବଂ ଏଥିରୁ ଅତ୍ୟଧିକ ଦୁର୍ଗନ୍ଧ ଆସୁଥାଏ ତେବେ ଏହା ଦର୍ଶାଇଥାଏ ଯେ ଷ୍ଟୁଲରେ ଚର୍ବି ବା ଫେଟର ମାତ୍ରା ଅଧିକ। ଏମିତି ସ୍ଥିତି ସେତେବେଳେ ଆସେ ଯେତେବେଳେ ଆମର ପାଚନ କ୍ରିୟା ଭୋଜନ ମଧ୍ୟରୁ ଫେଟ ଏବଂ ଅନ୍ୟ ପୋଷକତତ୍ୱ ଭଲସେ ଶୋଷଣ କରିପାରି ନଥାଏ। ଯାହା ଦ୍ୱାରା ଧୀରେ ଧୀରେ ଆମ ଶରୀରରେ ପୋଷକତତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ। ଏହା ସହିତ ହଳଦିଆ ରଙ୍ଗର ଷ୍ଟୁଲ ସିଲିୟାକ ନାମର ରୋଗର ମଧ୍ୟ ସଂକେତ ହୋଇପାରେ। ଏହି ରୋଗରେ ଅଟା,ମଇଦା, ମଇଦାରୁ ତିଆରି ଖାଦ୍ୟ ଏବଂ ଗ୍ଲୁଟିନ ଅଧିକ ଥିବା ଖାଦ୍ୟ ପେଟକୁ ବହୁତ କଷ୍ଟ ଦେଇଥାଏ।

କଳା ଷ୍ଟୁଲ। ଅତ୍ୟଧିକ କଳା ଷ୍ଟୁଲ ଔଷଧର ଅଧିକ ସେବନ ଯୋଗୁ ହୋଇପାରେ। ଖାସ କରି ଆଇରନ ସପ୍ଲିମେଟର ସେବନ କରିବା ଯୋଗୁ ଷ୍ଟୁଲର ରଙ୍ଗ କଳା ହୋଇପାରେ। ଏହା ବ୍ୟତୀତ ଜାମୁକୋଳି ନାଲି ଏବଂ କଳା ରଙ୍ଗର ଜିନିଷ ଖାଇବା ଯୋଗୁ ଷ୍ଟୁଲର ରଙ୍ଗ କଳା ହୋଇପାରେ। କିନ୍ତୁ ଏହା ବ୍ୟତୀତ କଳା ରଙ୍ଗର ଷ୍ଟୁଲ ହେବା ପଛରେ ଗମ୍ଭୀର କାରଣ ମଧ୍ୟ ହୋଇପାରେ। ଯଥା:-ଆମ ପାଚନ ତନ୍ତ୍ରର କୌଣସି ନାଁ କୌଣସି ଅନ୍ତରିଣିୟ ଭାଗରେ ବିଲ୍ଲିଡିଂ ଅର୍ଥାତ ରକ୍ତ ବହିବା କାରଣ ମଧ୍ୟ ହୋଇପାରେ। ଏହା ଆମ ଅନ୍ତନଳୀର କୌଣସି ଅଂଶରେ ମଧ୍ୟ ହୋଇପାରେ।ଏମିତି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।

ଧଳା ଧୂସର କିମ୍ବା ମାଟିଆ ରଙ୍ଗର ଷ୍ଟୁଲ।ଏହି ରଙ୍ଗର ଷ୍ଟୁଲ ଶରୀରରେ ପିତର ଅଭାବକୁ ଦର୍ଶାଇଥାଏ। ଯାହା ପିତାଶୟ ଭାଗ ବା ଗୋଲଡ଼ ବ୍ଲାଡର ସହିତ ଜଡିତ ରୋଗର ଲକ୍ଷଣ ହୋଇପାରେ। ଧଳା ବା ଧୂସର ରଙ୍ଗର ଷ୍ଟୁଲ କେତେକ କ୍ଷେତ୍ରରେ ପିତା ଶୟରେ ପଥର ବା ଲିଭର ସିରାଶିଷ ଭଳିଆ ଗମ୍ଭୀର ରୋଗର ସଂକେତ ଦେଇଥାଏ। କିଡ୍ନୀ ଷ୍ଟନ ତୁଳନାରେ ଗୋଲଡ଼ ବ୍ଲାଡାର ଷ୍ଟନ ବହୁତ ବିଳମ୍ବରେ ଜଣାପଡିଥାଏ ଏବଂ ଚିକିତ୍ସାରେ ମଧ୍ୟ ବହୁତ ସମୟ ଲାଗିଥାଏ। ତେଣୁ ଧଳା ବା ଧୂସର ରଙ୍ଗ ଷ୍ଟୁଲ ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ନାଲି ରଙ୍ଗର ଷ୍ଟୁଲ। ସାଧାରଣତଃ ଷ୍ଟୁଲର ରଙ୍ଗ ନାଲି ହେବା ପଛରେ ନାଲି ରଙ୍ଗର ଖାଦ୍ୟ ଯଥା ଷ୍ଟ୍ରବେରୀ, ତରଭୁଜ,ନାଲି ରଙ୍ଗର କୋଲଡ୍ରିଂକ୍ସ,ବିଲାତି କିମ୍ବା ସାଲଗମ ହୋଇପାରେ।କିନ୍ତୁ ଯଦି ଏହିସବୁ ଖାଦ୍ୟର ସେବନ ନକରି ଷ୍ଟୁଲର ରଙ୍ଗ ନାଲି ଦେଖାଯାଉଛି ତେବେ ଷ୍ଟୁଲ ସହିତ ରକ୍ତ ଆସୁଥାଇପାରେ। ତେଣୁ ଏମିତି ସ୍ଥିତି ବିଷୟରେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। କାରଣ ଷ୍ଟୁଲରେ ରକ୍ତ ପଡିବା ଅର୍ଶ୍ଵ, ଆଲଶାର ଏମିତିକି କ୍ୟାନ୍ସରର ଲକ୍ଷଣ ମଧ୍ୟ ହୋଇପାରେ। ଏହି ଉପାୟରେ ଆପଣ ମାନେ ଜାଣିପାରିବେ ଷ୍ଟୁଲର ବିଭିନ୍ନ ପ୍ରକାରର ରଙ୍ଗରୁ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ଗମ୍ଭୀର ରୋଗ ବିଷୟରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *