ଟିକେ ଟିକେ କଥାରେ ରାଗ ଲାଗୁଛି, ବି-ର-କ୍ତ ଲାଗୁଛି ଯଦି ଏହି ପୋଷ୍ଟଟିକୁ ନିଶ୍ଚିତ ପଢନ୍ତୁ
ସାଙ୍ଗ କେହିଜଣେ ଭଲ କଥା କହି ଥିଲେ, ଲୋଗୋସେ ବଫା କି ଉମିଦ କରନା ଛୋଡ ଦୋ , କ୍ୟୁକି ଲୋଗ ଅବ ଦିଲସେ ନେହିଁ ଜରୁରତ କ ପ୍ୟାର କରତେ ହେଁ। ସାଙ୍ଗ ମନ ଭିତରେ ରାଗ ଆସୁଛି, ଚିଡ଼ା ଲାଗୁଛି ତାହେଲେ ମୁଁ ଆପଣଙ୍କର ସେହିସବୁ ସମସ୍ୟାର ସମାଧାନ କରିଦେବି। କାହାଣୀ ହେଉଛି ଗୋଟେ ଛୋଟ ପିଲାକୁ ଟିକେ ଟିକେ କଥାରେ ରାଗ ଲାଗେ। ରାଗି ଯାଇ ସେ ବିରକ୍ତ ହୋଇଯାଏ। ଏମିତିକି ସେ ଘରର ଜିନିଷ ସେ ରାଗିକି ଭାଙ୍ଗି ମଧ୍ୟ ଦେଇଥାଏ। ତାର ବାପା ମାଆ ତାକୁ ଯେତେ ବୁଝାଇଲେ ମଧ୍ୟ ତା ଉପରେ କିଛି ପ୍ରଭାବ ପଡୁ ନଥିଲା। ଦିନକୁ ଦିନ ସେହି ପିଲାଟିର ରାଗ ବଢ଼ି ଚାଲି ଥିଲା। ଏପଟେ ତାର ବାପା ମାଆଙ୍କର ଚିନ୍ତା ମଧ୍ୟ ବଢ଼ି ବଢି ଚାଲି ଥିଲା। ତାର ମାଆ ଚିନ୍ତା କଲେ ପିଲାଟି ଟିଉସନ ମାଷ୍ଟରଙ୍କ ଛଡ଼ା ଆଉ କାହାକୁ ମାନେ ନାହିଁ। ତାର ମାଆ ପିଲାଟିର ହାବଭାବ ସବୁ ତାର ମାଷ୍ଟରଙ୍କୁ ଜଣାଇଲେ। ମାଷ୍ଟର କହିଲେ ଆପଣ ଚିନ୍ତା କରନ୍ତୁ ନାହିଁ , ମୁଁ ଏହାର ନିଶ୍ଚିତ ଗୋଟେ ସମାଧାନ ବାହାର କରିବି। ପରଦିନ ଯେତେବେଳେ ମାଷ୍ଟର ଆସିଲେ ଏବଂ ସେହି ପିଲାଟିକୁ ଡାକିଲେ ଓ କହିଲେ ଆଜି ପାଠ ପଢିବା ନାହିଁ ଗୋଟେ ଖେଳ ଖେଳିବା। ସେ ତାକୁ ଗୋଟେ କାନ୍ଥ ପାଖକୁ ନେଇ ଗଲେ ଓ ହାତୁଡ଼ିରେ ଗୋଟେ କଣ୍ଟା ପିଟିବାକୁ କହିଲେ। ପିଲାଟି କହିଲା ସାର ଏପରି କଲେ କଣ ହେବ। ସାର କହିଲେ ଏହା ହେଉଛି ଗୋଟେ ଖେଳ। ଶେଷରେ ସେଥିପାଇଁ ତୁମକୁ ପୁରସ୍କାର ଦିଆଯିବ। ପିଲାଟି ମଧ୍ୟ ଯେତେବେଳେ ତାକୁ ରାଗ ଆସେ ସେ ଏହି କଣ୍ଟାକୁ ପିଟି ଦିଏ। ଏହା କିଛିଦିନ ଚାଲିଲା ଓ ଟ୍ୟୁସନ ମାଷ୍ଟର ଏହାକୁ କାଉଣ୍ଟ କରି ଚାଲିଲେ। କିଛିଦିନ ପରେ ଟ୍ୟୁସନ ମାଷ୍ଟର ଲକ୍ଷ୍ୟ କଲେ ଯେ କଣ୍ଟାର ସଂଖ୍ୟା କମି କମି ଯାଉଛି। ଟ୍ୟୁସନ ମାଷ୍ଟର ପିଲାଟିକୁ ଡାକି ପଚାରିଲେ କଣ ଆଉ ତୁମକୁ ଆଗପରି ରାଗ ଲାଗୁ ନାହିଁ। ପିଲାଟି କହିଲା ମୋତେ ଯେତେବେଳେ ରାଗ ଆସୁଥିଲା କଣ୍ଟା ବାଡେଇବା ସମୟରେ ମୋତେ ଅଧିକ ସମୟ ଲାଗୁଥିଲା ଓ ପଛକୁ ଆସିବାକୁ ପଡୁଥିଲା। ଏପରି କରିବା ଦ୍ବାରା ମୋତେ ଆଉ ରାଗ ଆସୁ ନାହିଁ ଓ ମୋ ମସ୍ତିଷ୍କ ନିୟନ୍ତ୍ରଣ ହୋଇ ଗଲାଣି। ଏବେ ଟ୍ୟୁସନ ମାଷ୍ଟର କହିଲେ ସାବାସ କିନ୍ତୁ ଏଇଠି ଶେଷ ହୋଇ ନାହିଁ। ତୁମକୁ ଯେଉଁଦିନ ରାଗ ଆସିବ ନାହିଁ, ସେହିଦିନ ଏହି କାନ୍ଥରୁ ଗୋଟେ ଗୋଟେ କଣ୍ଟା ଉପାଡ଼ି ଦେବ। ପିଲାଟି ମଧ୍ୟ ସାରଙ୍କ କଥାରେ ଯେଉଁ ଦିନ ତାକୁ ରାଗ ଲାଗିଲା ନାହିଁ ସେ କାନ୍ଥ ମଧ୍ୟରୁ ସେହି କଣ୍ଟା ଉପାଡ଼ିବାକୁ ଲାଗିଲା। ଏଭଳି ଏକ ଦିନ ଆସିଲା ଯେଉଁଦିନ ପିଲାଟି କାନ୍ଥରୁ ସବୁ କଣ୍ଟା ବାହାର କରିଦେଲା। ସାର ପିଲାଟି ଉପରେ ଖୁସି ହୋଇ ତାକୁ ଗୋଟେ ଚକୋଲେଟ ଦେଇ କହିଲେ ତୁମେ ସେହି କାନ୍ଥରେ କଣ ଦେଖୁଛ କୁହ। ପିଲାଟି କହିଲା ସାର ସେହି କାନ୍ଥରେ କିଛି ନାହିଁ। ସାର କହିଲେ ସେହି କାନ୍ଥକୁ ଧ୍ୟାନ ସହକାରେ ଦେଖ, କଣ୍ଟା ଗୁଡ଼ିକ ସିନା ନାହିଁ କିନ୍ତୁ ତାର ଛିଦ୍ର ଗୁଡ଼ିକ ରହି ଯାଇଛି। ଆମେ ଯେତେବେଳେ କାହା ଉପରେ କ୍ରୋଧ କରି ଥାଉ, ଆମେ ଯେତେ ଭୁଲ ମାଗିଲେ ମଧ୍ୟ ସେ ସିନା ଆମକୁ କ୍ଷମା କରି ଦେଇଥାନ୍ତି କିନ୍ତୁ ତାଙ୍କ ମନରେ ଗୋଟେ ଚିହ୍ନ ରହିଯାଇଥାଏ। କାନ୍ଥରେ କଣ୍ଟା ସିନା ରହିଲାନି କିନ୍ତୁ କଣ୍ଟାର ଦାଗ ରହିଗଲା। ସେହିପରି ଆମେ ଯେତେବେଳେ ଯାହା ଉପରେ ରାଗି ଥାଉ, ସେ ସିନା ତାଙ୍କ ବଡପଣ ନେଇ ଆମକୁ କ୍ଷମା କରି ଦେଇଥାନ୍ତି କିନ୍ତୁ ତାଙ୍କ ମନ ଭିତରେ ଗୋଟେ ଦାଗ ଟି ରହି ଯାଇଥାଏ। ପିଲାଟି ଏବେ ସବୁକଥା ବୁଝି ପାରିଲା ଏବଂ କହିଲା ସାର ମୁଁ ଆଉ କେବେବି ରାଗିବି ନାହିଁ। ସାଙ୍ଗ ଜୀବନରେ ସବୁବେଳେ ଏହି କଥା ମନେ ରଖିଥିବେ ଆମ ରାଗ ଅନ୍ୟ ମାନଙ୍କୁ ଅଧିକ କଷ୍ଟ ଦେଇଥାଏ। ଆମ ରାଗ ପାଇଁ ତାଙ୍କ ମନରେ ଖରାପ ଧାରଣ ଚାଲି ଆସିଥାଏ। ଏଣୁ ଜଣା ନାହିଁ ଜୀବନରେ କଣ ହେବ। ଏଇ ରାଗ ଅଭିମାନ କରି ଜୀବନରେ କଣ ମିଳିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।