Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି Attitude ନିଜ ଭିତରେ ଆଣ, ଯାହାକୁ ଭଲ ପାଉଛ ସେ ହୃଦୟ ଦେଇ ଭଲ ପାଇବ

ସେୟାର୍ କରନ୍ତୁ

ବନ୍ଧୁଗଣ ସବୁ ମଣିଷ ମାନଙ୍କର ଦେଖିବାର ଅଲଗା ଅଲଗା ନଜରିଆ ରହିଥାଏ। ଜୀବନକୁ ଦେଖିବାର ଗୋଟେ ଅଲଗା ନଜର ରହିଥାଏ। ସମ୍ପର୍କକୁ ଦେଖିବାର ଗୋଟେ ଅଲଗା ନଜର ରହିଥାଏ, ପାର୍ଟନରଙ୍କୁ ଦେଖିବାର ଗୋଟେ ଅଲଗା ନଜର ରହିଥାଏ। ନିଜକୁ ଦେଖିବାର ଗୋଟେ ଅଲଗା ନଜର ରହିଥାଏ। ସମ୍ପର୍କରେ ମନୋଭାବର ଏକ ମହତ୍ୱ ରହିଥାଏ। ଯଦି କୌଣସି ସମ୍ପର୍କରେ ଆପଣ ନିଜର ମନୋଭାବକୁ ନେଇ ଚାଲୁଛନ୍ତି ତାହେଲେ ଆପଣ ଆଗକୁ ବଢ଼ି ପାରିବେ ନାହିଁ। ଆପଣ ପାର୍ଟନର କେତେ ଭଲ ହୁଅନ୍ତୁ ନା କାହିଁକି ଏହି ପାଞ୍ଚ ପ୍ରକାରର ମନୋଭାବ ଯଦି କୌଣସି ସମ୍ପର୍କରେ ଆଣିବେ ତାହେଲେ ଆପଣଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବ। ଯାହାଫଳରେ ଆପଣଙ୍କ ପାର୍ଟନର ଆପଣଙ୍କୁ ହୃଦୟ ଦେଇ ଭଲ ପାଇବେ। ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚଟି ମନୋଭାବ କଣ ଅଟେ ?

ନିଜ ଭିତରେ ପ୍ରଥମ ମନୋଭାବ ଯାହା ଆଣିବା କଥା ତାହା ହେଉଛି ନିଜର କୌଣସି ଜିନିଷ ପ୍ରତି ଦୁର୍ବଳତା ରଖ ନାହିଁ। ବେଳେବେଳେ ଆମେ ଭାବି ଥାଉ କି ମୁଁ ଏହିପରି ହୋଇଥିଲେ ଭଲ ହୋଇଥାନ୍ତା ମୁଁ ସେହିପରି ହୋଇଥିଲେ ଭଲ ହୋଇଥାନ୍ତା। ବ୍ରେକପ ହେଲାପରେ ଆପଣଙ୍କ ପାର୍ଟନର ଆପଣଙ୍କ ମଧ୍ୟରେ ଅନେକ ଦୁର୍ବଳତା କଥା କହିଥିବେ ଯେପରି ଆପଣଙ୍କ ଶରୀରର ଉଚ୍ଚତା, ଆପଣ ରଙ୍ଗ ଇତ୍ୟାଦି। ଏହିସବୁ ଆମେ ମନରେ ଭାବି ନେଇ ଥାଉ କି ଏହିସବୁ ଆମ ମଧ୍ୟରେ ଦୁର୍ବଳତା ରହିଛି। ଯଦି ଆପଣ ଏହା ମାନିନେବେ ତାହେଲେ ଆପଣଙ୍କର ନିଜ ସଂପର୍କ ସୁଦୃଢ଼ କରିବା ପାଇଁ ସାହାସ ରହିବ ନାହିଁ। କାରଣ ଆପଣ ନିଜକୁ ଦୁର୍ବଳ ବୋଲି ଭାବି ନେଇଛନ୍ତି। ତେଣୁ ଆପଣ ନିଜକୁ କେବେ ଦୁର୍ବଳ ଭାବିବେ ନାହିଁ। ଯାହାଫଳରେ ଆପଣଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ।

ଦ୍ଵିତୀୟ ମନୋଭାବ ହେଉଛି ନିଜେ ନିଜକୁ ପ୍ରଥମେ ପ୍ରେମ କର। ଲୋକେ କୁହନ୍ତି ମୋ ପାର୍ଟନର ମୋତେ ବହୁତ ପ୍ରେମ କରୁଛନ୍ତି , କିନ୍ତୁ କେବେ ନିଜ ବିଷୟରେ ଭାବିଛନ୍ତି। ଯଦି ଆପଣ ନିଜକୁ ଭଲ ପାଇବେ ନାହିଁ ତାହେଲେ ଆପଣ କାହାକୁ ଭଲ ପାଇ ପାରିବେ ନାହିଁ। ତାହେଲେ ଆପଣ ନିଜ ପାଇଁ ବଞ୍ଚି ପାରିବେ ନାହିଁ। ଏହିକଥା ମନେ ରଖିବେ ଏହି ଦୁନିଆ ଆପଣଙ୍କୁ ସେହିପରି ଦେଖା ଯାଏ ଯେପରି ଆପଣ ନିଜେ। ଆପଣ ନିଜ ପାର୍ଟନରଙ୍କ ଧ୍ୟାନ ଯେପରି ରଖନ୍ତି ସେହିପରି ନିଜର ମଧ୍ୟ ଯତ୍ନ ନିଅନ୍ତୁ।

ତୃତୀୟ ମନୋଭାବ ଯାହା ନିଜ ଭିତରେ ଆଣିବା ଦରକାର ତାହା ହେଉଛି ସହାନୁଭୂତି ପ୍ରେମକୁ ଆପଣେଇବାକୁ ପ୍ରୟାସ କରନ୍ତୁ ନାହିଁ। ଆପଣ ନିଜ ସାଥୀଙ୍କ ସହିତ ନିଜ ଦୁଃଖ ବାଣ୍ଟନ୍ତୁ ନାହିଁ। ଆପଣଙ୍କ ସହିତ କେହି କଥା ହେଲେ କାହାକୁ ଏପରି ଲାଗିବା ଉଚିତ ନୁହେଁ ଯେ ଏହି ମଣିଷ ପାଖରେ ଦୁଃଖକୁ ଛାଡ଼ି ଦେଲେ କିଛି ନାହିଁ। ତେଣୁ ଆବଶ୍ୟକତା ଠାରୁ ଅଧିକ କଥା ସେୟାର କରିବା ଉଚିତ ନୁହେଁ।

ଚତୁର୍ଥରେ ହେଉଛି ପ୍ରେମକୁ ସବୁକିଛି ଭାବ ନାହିଁ। ବହୁତ ଲୋକ ନିଜର ସମ୍ପର୍କକୁ ସବୁକିଛି ଭାବି ଥାଆନ୍ତି। ସବୁକୁ ସମାନ ଭାବରେ ଭଲପାଇବା ଦରକାର ଯେପରି କ୍ୟାରିୟର, ପାଠପଢ଼ା। ଯାହା ଆପଣଙ୍କୁ ଠିକ ଲାଗୁଛି ତାକୁ ହିଁ ଗୁରୁତ୍ଵ ଦିଅନ୍ତୁ। ଏଭଳି ଯଦି ଆପଣ କରିବେ ନାହିଁ ତାହେଲେ ଆପଣ ଆଟ୍ରାକ୍ଟିଭ ହୋଇ ପାରିବେ ନାହିଁ। ଯାହାଫଳରେ ଲୋକେ ଆପଣଙ୍କ ଠାରୁ ବୋର ହୋଇଯିବେ। ତେଣୁ ପ୍ରେମକୁ ସବୁକିଛି ଭାବିବେ ନାହିଁ, ଯାହାଫଳରେ ଆପଣଙ୍କ ପ୍ରେମ ସୁଦୃଢ ହୋଇ ରହିବ।

ପଞ୍ଚମରେ ହେଉଛି ଆପଣଙ୍କ ପାର୍ଟନରଙ୍କ ଚରିତ୍ର ଦେଖିବା ପୂର୍ବରୁ ପ୍ରଥମେ ନିଜ ଚରିତ୍ର ଦେଖନ୍ତୁ। ସମ୍ପର୍କରେ ଥିବା ସମୟରେ ଲୋକେ ପରସ୍ପରକୁ ଦୋଷାରୋପ କରିଥାନ୍ତି। ତେଣୁ ଅନ୍ୟର ଚରିତ୍ରକୁ ଆଙ୍ଗୁଳି ଉଠେଇବା ଆଗରୁ ପ୍ରଥମେ ନିଜ ଚରିତ୍ର ଦେଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *