Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନ କାହିଁକି ସତ ହୁଏ ନାହିଁ, ଏହାକୁ ଥରେ ପଢନ୍ତୁ ସବୁ ଜାଣି ପାରିବେ

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ ଗୋଟେ ଭାକ କଥା କହିଥିଲେ। ରାସ୍ତା କିତନା ଭି ସଙ୍ଗୀନ ହୋଗା, ଅଗର ଖୁଦପେ ୟକିନ ହୋଗା ତୋ ମୁସ୍କିଲଭରା ସଫର ଭି ହସିନ ହୋଗା। ଆମ ମନରେ ବହୁତ ଗୁଡ଼ିଏ ସ୍ବପ୍ନ ଥାଏ କିନ୍ତୁ ସେହି ସ୍ବପ୍ନ ସବୁ ପୂରଣ ହୁଏ ନାହିଁ। ଏହାର କାରଣ ହେଉଛି କମିଟମେଣ୍ଟ ବା ପ୍ରତିବଦ୍ଧତା। ଆମେ ଆମ ସହିତ ଆମ ମନ ସହିତ ଠିକ ଭାବରେ କମିଟମେଣ୍ଟ କରନ୍ତି ନାହିଁ। ଆମେ ଦିନରାତି ସ୍ବପ୍ନ ଦେଖନ୍ତୁ ସତ କିନ୍ତୁ ସେହି ସ୍ବପ୍ନ ପାଇଁ ଯାହା ଯାହା ପଦକ୍ଷେପ ନେବା କଥା ଆମେ ନିଅନ୍ତି ନାହିଁ। ଆମେ ନିଜର କମିଟମେଣ୍ଟ କିପରି ପୂରଣ କରିବା ସେହି ବିଷୟରେ। ଥରେ ଗୋଟେ ମାଳି ବଗିଚାରେ ବସି ଥିଲା। ଜଣେ ଭଦ୍ରଲୋକ ଆସି ମାଳିର ପାଖ ବେଞ୍ଚରେ ବସି ମୋବାଇଲ କାଢି ଚାର୍ଟିଂ କରୁଥିଲେ। କିଛି ସମୟ ପରେ ମାଳି ଜଣକ ଭଦ୍ରଲୋକ ପାଖକୁ ଗଲେ ନମ୍ର ହୋଇ ନିଜର ସାର୍ଟ ପକେଟରୁ ଗୋଟେ ଭିଯିଟିଂ କାର୍ଡ ବାହାର କଲେ ଓ କହିଲେ, ଆଜ୍ଞା ଏହି ନମ୍ବରରୁ ଗୋଟେ ଫୋନ କରନ୍ତୁ। ମୋର ଟିକେ ଅର୍ଜେଣ୍ଟ କଥା ହେବାର ଅଛି। ଭଦ୍ରଲୋକ ଜଣକ ସେହି ନମ୍ବରକୁ ଫୋନ କଲେ ଏବଂ ମାଳିକୁ ଫୋନ ଦେଇ ଦେଲେ। ମାଳି ଏବେ ଫୋନରେ କହିଲା, ନମସ୍କାର ମାଡାମ ମୁଁ ଜଣେ ମାଳି କହୁଛି ଓ ମୋର ଚାକିରୀର ଆବଶ୍ୟକତା ଥିଲା। ମୁଁ ଶୁଣିଲି ଆପଣଙ୍କର ଗୋଟେ ମାଳିର ଆବଶ୍ୟକତା ରହିଛି। ସେଥିପାଇଁ ଆପଣଙ୍କୁ ଫୋନ କରିଥିଲି। ସେପଟୁ ଜଣେ ଜଣେ ସ୍ତ୍ରୀଲୋକ କହୁଥାନ୍ତି , ନା ମୋର କୌଣସି ମାଳିର ଆବଶ୍ୟକତା ନାହିଁ। ମାଳି ଟି କହିଲା ମାଡାମ ମୁଁ ଆପଣଙ୍କ ବଗିଚାର ସବୁ ଗଛର ଧ୍ୟାନ ରଖିବି। ଏହାସହିତ ଆପଣଙ୍କ ଘରର ଛୋଟ ଛୋଟ କାମ ସବୁ କରିବି। ଆପଣଙ୍କ ପିଲା ମାନଙ୍କୁ ସ୍କୁଲ ନବା ଆଣିବା କରିବି। ତାଛଡା ଯେତେବେଳେ ମୋତେ ଅନ୍ୟକିଛି କାମ କରିବା ପାଇଁ କହିବେ ମୁଁ କରିବି। ମାଡାମ ଜଣକ ଗମ୍ଭୀର ସ୍ଵରରେ କହୁଥାନ୍ତି , ନା ମୋତେ କୌଣସି ମାଳି ଦରକାର ନାହିଁ। ମୋ ପାଖରେ ମାଳି ରହିଛି ଆପଣ ଯେଉଁ ସବୁ କାମ କରିବା ପାଇଁ କହୁଛନ୍ତି ତାକୁ ନକହିଲେ ମଧ୍ୟ ସେ କରି ଦେଉଛି। ସେ ତା କାମ ଉପରେ କିଛି ଢିଲା କରେ ନାହିଁ। ସେ ଜଣେ ଭରସା ଯୋଗ୍ୟ ଓ ବିଶ୍ବାସୀ ମଣିଷ । ତେଣୁ ତାଭଳି ବିଶ୍ବାସୀ ମାଳି ଥାଉ ଥାଉ ମୋର ଆଉ କୌଣସି ମାଳିର ଆବଶ୍ୟକତା ନାହିଁ। ଏତିକି କହି ମାଡାମ ଜଣକ ଫୋନ କାଟି ଦେଲେ। ପାଖରେ ବସିଥିବା ଭଦ୍ରଲୋକ ଏହିସବୁ କଥା ଶୁଣୁ ଥାଆନ୍ତି ଏବଂ ଭଦ୍ରଲୋକ ଜଣକ ଏବେ କହିଲେ, ଭାଇ ଯଦି କିଛି ଖରାପ ନ ଭାବିବେ ତାହେଲେ ମୁଁ ଆପଣଙ୍କୁ ଚାକିରି ଦେବି। ଆପଣଙ୍କର ଚାକିରି ଦରକାର ଓ ମୋର ଆପଣଙ୍କ ଭଳି ଲୋକଟିଏ ଦରକାର। ଏବେ କୁହନ୍ତୁ ଆପଣ କେତେ ଟଙ୍କା ଦରମା ନେବେ। ଏବେ ମାଳି ଜଣକ ଅଧିକ ନମ୍ର ହୋଇ କହିଲେ, ସାର ମୋର ଚାକିରି ଦରକାର ନାହିଁ। ଭଦ୍ରଲୋକ ଜଣକ ଆ-ଶ୍ଚର୍ଯ୍ୟ ହୋଇ କହିଲେ,ଏବେ ତ ଆପଣ ଫୋନରେ ସେହି ସ୍ତ୍ରୀଲୋକ ପାଖରେ ନେହୁରା ହୋଇ ଚାକିରି ମାଗୁଥିଲେ। ଏବେ ପୁଣି କହୁଛନ୍ତି ନା ମୋର ଚାକିରି ଦରକାର ନାହିଁ। ଭଦ୍ରଲୋକ ଜଣକ କହିଲେ କିଛି ଚିନ୍ତା କରନ୍ତୁ ନାହିଁ ମୁଁ ଆପଣଙ୍କୁ ଚାକିରିଟିଏ ଦେବି। ଏବେ ମାଳି ଜଣକ ଅତି ନମ୍ର ହୋଇ କହିଲେ ମୋର ଚାକିରିର ଆବଶ୍ୟକତା ନାହିଁ ମୋ ପାଖରେ ଚାକିରି ଅଛି। ମୁଁ ଏବେ ଯେଉଁ ମାଡ଼ାମଙ୍କ ସହିତ କଥା ହେଉଥିଲି ତାଙ୍କରି ଘରେ ମୁଁ ମାଳି ହୋଇ କାମ କରୁଛି।ଫୋନରେ ମୁଁ ଯେତିକି କଥା କହିଲି ତାଙ୍କରି ଘରେ ମୁଁ ସେତିକି କାମ କରୁଛି। ଭଦ୍ରଲୋକ ଜଣକ ଆହୁରି ଆ-ଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ ଯଦି ଆପଣ ସେଠାରେ କାମ କରୁଛନ୍ତି ତାହେଲେ ତାଙ୍କୁ ଫୋନ କରି କାହିଁକି ଚାକିରି ମାଗୁ ଥିଲେ। ଏହାର ମାନେ କଣ ? ମାଳି କହିଲେ , ସାର ମୁଁ ଚେକ କରୁଥିଲି ମାଡ଼ାମ ମୋ କାମରେ ଖୁସି ଅଛନ୍ତି କି ନାହିଁ। ମୋ କାମରେ ସେ ସନ୍ତୁଷ୍ଟ ଅଛନ୍ତି କି ନାହାଁନ୍ତି। ମୋ ସ୍ଥାନରେ ସେ ଆଉ କାହାକୁ ନିଯୁକ୍ତି ଦେବାର ଇଛା ରଖୁଛନ୍ତି କି? ଯଦି ତାଙ୍କ କଥାରୁ କିଛି ଏପଟ ସେପଟ ଲାଗି ଥାନ୍ତା ତାହେଲେ ମୁଁ ମୋ କାମକୁ ଆହୁରି ଅଧିକ ଉତ୍ତମ କରିବା ପାଇଁ ପ୍ରୟାସ କରି ଥାଆନ୍ତି।

ସାଙ୍ଗ ଏହି ମାଳିର କଥାକୁ କୁହନ୍ତୁ ସେଲ୍ଫ କମିଟମେଣ୍ଟ। ଆମେ ଯଦି ପ୍ରତ୍ୟେକ କାମ ପାଇଁ କମିଟମେଣ୍ଟ ହେବା ତାହେଲେ ନିଶ୍ଚିତ ରୂପରେ ସଫଳ ରହିବା। ଆମେ ସବୁବେଳେ ଚିନ୍ତା କରିଥାଉ କି ଲୋକମାନେ ଆମ କାମ କରୁ ନାହାନ୍ତି। ଏହାପୂର୍ବରୁ ନିଜକୁ ଥରେ ଦେଖନ୍ତୁ ଆପଣ ନିଜ କାମ ଠିକ ଭାବରେ କରୁଛନ୍ତି କି ନାହିଁ। ମୁଁ ସବୁବେଳେ ଆପଣଙ୍କୁ କହିଛି ଆଗ ନିଜକୁ ବଦଳେଇବା ପାଇଁ ପ୍ରୟାସ କର , ଦେଖିବା ଏହି ସମାଜ ଆପେ ଶୋଇ ବଦଳି ଯିବ। ଯଦି ଆପଣ ଠିକ ଥାଇ ଆପଣଙ୍କୁ କେହି ବୁଝି ପାରୁନାହିଁ, ତାହେଲେ ଚିନ୍ତା କରନ୍ତୁ ନାହିଁ, ସମୟରେ ମୂଲ୍ୟ କେହି ବୁଝି ପାରନ୍ତି ନାହିଁ। ଜୀବନରେ ସାଙ୍ଗ କେବେବି କ୍ରେଡିଟ କାର୍ଡ ହେବାକୁ ପ୍ରୟାସ କରନ୍ତୁ ନାହିଁ। କାରଣ କ୍ରେଡିଟ କାର୍ଡ ରେ ଆଗ ଆମେ ଖର୍ଚ୍ଚ କରି ଚାଲିଥାଉ ଓ ଟଙ୍କା ଗଣି ନଥାଉ। ଜୀବନରେ ଯଦି କିଛି ହେବାକୁ ଚାହାନ୍ତି ତାହେଲେ ଡେବିଟ କାର୍ଡ ହୁଅନ୍ତୁ। ଏଥିରେ ପ୍ରଥମେ ଆମେ ଟଙ୍କା ଦେଖନ୍ତି ଏବଂ ସେହି କାର୍ଡକୁ ଆମେ ବିଭିନ୍ନ ଜାଗାରେ ବ୍ୟବହାର କରି ଥାଉ। ଜୀବନ ହେଉଛି କେବେ କ୍ରେଡିଟ କାର୍ଡ ନୁହେଁ। ଜୀବନ ହେଉଛି ସବୁବେଳେ ଡେବିଟ କାର୍ଡ। ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ, ତାପରେ ହିଁ ଜୀବନ ଆକୁ ସଫଳତା ଦେବ। ସର୍ବପ୍ରଥମେ ଆପଣ ଆଗ ନିଜ ଖୁସି ପାଇଁ ନିଜ ଲକ୍ଷ୍ୟ ପାଇଁ ଉତ୍ସାହିତ ରୁହନ୍ତୁ ଏବଂ ପ୍ରୟାସ କରନ୍ତୁ। ଦେଖିବେ ଆପଣଙ୍କ ଜୀବନ ସୁଖମୟ ହେବା ସହିତ ସଫଳତା ହାସଲ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *