Excuse Me Odisha

ଯାହା କହିବୁ ସତ କହିବୁ

ନିଜ ପରିବାରକୁ ଗରିବରୁ ଉଚ୍ଚ ସ୍ତରକୁ ନେବା ପାଇଁ ଏହି ଗୋଟିଏ କାମ କରନ୍ତୁ, ଏହାକୁ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ସବୁ ଗରିବ ପରିବାରରେ ଜଣେ ଏପରି ଥାଆନ୍ତି ଯିଏ ତାର ଗରିବ ପରିବାରକୁ ଉଚ୍ଚ ସ୍ତରରେ ବଦଳି ଦେଇଥାଏ। ଆପଣଙ୍କ ପରିବାରରେ ସେହି ମହାନ ମଣିଷ ଆପଣ ହୋଇ ପାରିବେ। ଘୃଣା କରିବା ସେହି ଲୋକଙ୍କ କାମ ଯିଏ ଭାବନ୍ତି ଆମେ ଏହି ପୃଥିବୀରେ ଜୀବିତ ରହିବୁ। ଏଠି କାହାକୁ କିଛି ଫରକ ପଡେନି ଆପଣ କେତେ ଭିତରୁ ଠିକ୍ ଅଛନ୍ତି ବା ଦୁଃଖିତ ଅଛନ୍ତି ସେଥିପାଇଁ ଆପଣଙ୍କର ଗୋଟେ କାର୍ଯ୍ୟ ହେଉଛି ଆପଣଙ୍କ କାମ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ। ଜୀବନ ହେଉଛି ଦୁଇ ଚକିଆ ସାଇକେଲ ପରି, ଏହା ସେତେ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିବ ଆପଣ ଯେତେ ପର୍ଯ୍ୟନ୍ତ ଚାଲି ରହିଥିବେ। କାହାର ଦୟାରେ ଏହି ଜୀବନ ବେଶୀ ଦିନ ଚାଲି ପାରିବ ନାହିଁ। କାହାର ଦୟା ଓ ସାହାଯ୍ୟ ବିନା ଜୀବନକୁ ବଞ୍ଚିବା ପାଇଁ ପ୍ରୟାସ କରନ୍ତୁ। ଜୀବନରେ ଯଦି ସବୁ ପ୍ରୟାସ ପରେ ମଧ୍ୟ ସଫଳତା ମିଳୁ ନାହିଁ ତାହେଲେ ନିଜକୁ ଥରେ ତର୍ଜମା କରି ଦେଖନ୍ତୁ ଆପଣଙ୍କ କଥାରେ କିଛି ନା କିଛି ଭୁଲ ରହି ଯାଉଥିବ। ଆପଣ ଯେପରି ନିଜ ଚିନ୍ତା ନିଜେ ବହନ କରୁଛନ୍ତି, ସେପରି ଅନ୍ୟ ମାନେ କେହି ନେଇ ପାରିବେ ନାହିଁ ସେଥିପାଇଁ ଆପଣ ଚିନ୍ତାକୁ ଅଧିକ ଗୁରୁତ୍ଵ ଦିଅନ୍ତୁ ନାହିଁ। ଗୋଟିଏ କଥା ଭାବନ୍ତୁ କି ଯଦି ଏଠି କିଛି ବସ୍ତୁ ସ୍ଥିର ନାହିଁ, ତାହେଲେ ଆପଣଙ୍କ ସମସ୍ୟା ମଧ୍ୟ ସ୍ଥିର ନୁହେଁ। ନିଜର ଦୁଃ-ଖକୁ ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରନାହିଁ। କାରଣ ଲୋକମାନେ ଆପଣଙ୍କ କଥାକୁ ଦୁଃ-ଖିତ ହୋଇ ଶୁଣିବେ ଏବଂ ପର ମୁହୂର୍ତ୍ତରେ ଅଧିକ ଖୁସି ହୋଇ ଅନ୍ୟ ମାନଙ୍କ ଆଗରେ ପରିପ୍ରକାଶ କରିବେ। ଯଦି ଆପଣ କୌଣସି ସମସ୍ୟାରେ ଅଛନ୍ତି ତାହେଲେ ଆପଣଙ୍କ ଚିନ୍ତା କେବଳ ସେହି ସମସ୍ୟାର ସମାଧାନ ଉପରେ ରହିବାର ଆବଶ୍ୟକତା ରହିଛି। ଲୋକେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଯଦି ଆପଣ ସେହି ବିଷୟରେ ଭାବିବେ ତାହେଲେ ଆପଣଙ୍କ କାମ କିଏ କରିବ। ଲୋକଙ୍କ କାମ ଲୋକଙ୍କୁ କରିବାକୁ ଦିଅନ୍ତୁ ଏବଂ ଆପଣଙ୍କ କାମ ଆପଣ କରି ଚାଲନ୍ତୁ। କିନ୍ତୁ ଆମେ ସବୁବେଳେ ଭାବୁ ଥାଆନ୍ତି ମୋତେ ଲୋକ କଣ କହିବେ? ଲୋକେ ଶେଷରେ ରାମ ନାମ ସତ୍ୟ ହେ କହିବେ। ଏହି ଦୁନିଆର ସବୁଠାରୁ ମାଲିକ ହେଉଛନ୍ତି ନିଜେ ଆପଣ। ତେଣୁ ସେହି କାମ କରନ୍ତୁ ଯାହା ଆପଣଙ୍କୁ ଖୁସି ଦେବ। କିନ୍ତୁ ଏକଥା ମନେ ରଖନ୍ତୁ କାହାକୁ ଦୁଃଖକଷ୍ଟ ଦେଇ ଯେଉଁ ଖୁସି ପାଇବେ ତାହା ବେଶୀଦିନ ତିଷ୍ଠି ରହିବ ନାହିଁ। ଜୀବନରେ ସବୁଠାରୁ ବଡ଼ ଖୁସି ଅନ୍ୟମାନଙ୍କୁ କ୍ଷମା କରିବାରେ ମିଳିଥାଏ। ଜୀବନରେ ଅନ୍ୟମାନଙ୍କୁ କ୍ଷମା କରି ଶିଖନ୍ତୁ। ଏହାଦ୍ବାରା ଆପଣଙ୍କୁ ଭିନ୍ନ ତୃପ୍ତି ପ୍ରାପ୍ତ ହେବ। ଏଠି ମଣିଷ ନିଜର ଭୁଲ ପାଇଁ ଓକିଲ ହୋଇଥାଏ କିନ୍ତୁ ଦୁନିଆର ଭୁଲ ପାଇଁ ଜଜ ହୋଇଥାଏ। ତେବେ ମୂର୍ଖ ବ୍ୟକ୍ତି ମାନଙ୍କୁ ତାଙ୍କର ଖରାପ ଗୁଣ ପାଇଁ ବୁଝାନ୍ତୁ ନାହିଁ। ଏପରି କଲେ ସେ ରାଗି ଯାଇ ଆପଣଙ୍କୁ ଗାଳି କରିବେ। କିନ୍ତୁ ଯିଏ ସମସ୍ୟାର ସମାଧାନ କରୁଥିବା ବ୍ୟକ୍ତି ଥିବ ସେ ଆପଣଙ୍କୁ ଦେଖିବେ ସବୁବେଳେ ମନେ ରଖିବ ଏବଂ ଆପଣଙ୍କର ପ୍ରଶଂସା କରିବ। ଜୀବନରେ ଯେତେବେଳେ ଆପଣ ଭାବିବେ ମୁଁ ହାରି ଯାଇଛି ତାହେଲେ ଏହି କଥା ମଧ୍ୟ ଭାବିବା ଦରକାର ମୁଁ ସଫଳତାର କେତେ ପାଖରେ ଅଛି। ଜୀବନରେ ଯଦି କାହାର ପରୀକ୍ଷା ନେବା ପାଇଁ ଚାହୁଁଛନ୍ତି ତାଙ୍କୁ ଏତିକି କହିଦେବେ ମୁଁ ଏବେ ସମସ୍ୟାରେ ଅଛି। କାରଣ ସମସ୍ୟା କଥା ଶୁଣିଲେ ସମସ୍ତେ ଏଠି ପଛଘୁଞ୍ଚା ଦେଇ ଥାନ୍ତି। ଯିଏ ସତରେ ଆପଣଙ୍କ ସାଥିରେ ରହିବ ସେ ହିଁ ପାଖରେ ରହିବ , ଆଉ ଅନ୍ୟମାନେ ଆପଣଙ୍କୁ ଛାଡ଼ି ଚାଲିଯିବେ। ବିପଦ ସମୟରେ କେବେ ଅଧର୍ଯ୍ୟ ହେବେ ନାହିଁ। ସୁଖ ସମୟରେ ବେସି ଖୁସି ହେବେ ନାହିଁ। କାରଣ ଏସବୁ ଗୋଟେ ଗୋଟେ ସମୟ ଓ କିଛି ସମୟ ପରେ ଏସବୁ ଚାଲିଯିବ। ଏହି ଦୁନିଆ ବହୁତ ଅଜବ ଅଟେ। ଏଠି ପଥର ବଳଦକୁ ପୂଜା କରାଯାଏ ଓ ଜୀବିତ ବଳଦକୁ କାମ ପାଇଁ ପ୍ରହାର କରାଯାଏ। ଏଠି ଶ-ବକୁ ଛୁଇଁଲେ ସ୍ନାନ କରାଯାଏ କିନ୍ତୁ ପଶୁପକ୍ଷୀ ମାନଙ୍କୁ ମାରି ଶବ କରି ତାଙ୍କୁ ଭକ୍ଷଣ କରାଯାଏ। ଏଠି ଖୁସିରେ ସମସ୍ତେ ଆଗରେ ଥାଆନ୍ତି ସେଥିପାଇଁ ବାହାଘର ସମୟରେ ବରଯାତ୍ରୀ ଆଗରେ ଥାନ୍ତି ଏବଂ ବର ପଛରେ ଥାଏ। କିନ୍ତୁ ଏଠି ବିପଦ ସମୟରେ ସମସ୍ତେ ପଛରେ ଥାଆନ୍ତି ଏବଂ ଆପଣ ଆଗରେ ଥାଆନ୍ତି। ତେଣୁ ମୃ-ତ୍ୟୁ ସମୟରେ ଶବ ଆଗରେ ଥାଏ ଓ ଲୋକମାନେ ପଛରେ ଥାଆନ୍ତି। ଜୀବନର ବାସ୍ତବ ଜ୍ଞାନ କେବେ କେବେ ପୁସ୍ତକରୁ ମିଳିନଥାଏ। ଏହା ସର୍ବଦା ଆମକୁ ଅନୁଭବରୁ ମିଳିଥାଏ। ଜୀବନର ଯଦି ଲକ୍ଷ୍ୟ ମିଳୁ ନାହିଁ ତାହେଲେ ଜୀବନରେ ସବୁବେଳେ ଖୁସିରେ ରୁହନ୍ତୁ। ଲକ୍ଷ୍ୟ ଆପେ ଆପେ ମିଳି ଯିବ। ଏହି ଦୁନିଆରେ ଆଇନା ହେଉଛି ଏଭଳି ଏକ ବନ୍ଧୁ ଯିଏ ଆମେ କାନ୍ଦୁଥିଲା ବେଳେ ସେ କେବେବି ହସି ନଥାଏ। ଜୀବନକୁ ଉତ୍ତମ ଭାବରେ ଗଢ଼ିବା ପାଇଁ ପ୍ରୟାସ କରନାହିଁ। ନିଜକୁ ଉତ୍ତମ କରିବା ପାଇଁ ପ୍ରୟାସ କର। ଯିଏ ଯୁ-ଦ୍ଧରେ ଜିତି ଯାଏ ତାକୁ ଯୋଦ୍ଧା କୁହନ୍ତି ନାହିଁ। ଯିଏ ଯୁଦ୍ଧ କରେ ତାକୁ ଯୋ-ଦ୍ଧା କୁହାଯାଏ। ଆପଣଙ୍କୁ କେହି ନିନ୍ଦା କଲେ ଆପଣ ଖୁସି ହୁଅନ୍ତୁ କାରଣ ଆପଣ ଆହୁରି ଉତ୍ତମ ଭାବରେ ପ୍ରସ୍ତୁତ ହେବା ପାଇଁ ଆପଣଙ୍କୁ ସୁଯୋଗ ମିଳିଛି। ସ୍ବପ୍ନକୁ ଯଦି ସତ କରିବା ପାଇଁ ଚାହୁଁଛ ତାହେଲେ ପ୍ରଥମେ ସ୍ବପ୍ନ ଦେଖନ୍ତୁ। ବୟସର ଏଠି କୌଣସି ଅର୍ଥ ନାହିଁ। ସମସ୍ତେ ଏଠି ସବୁକିଛି କରି ପାରିବେ। ଜୀବନରେ କେବେ ପଇସା ପଛରେ ଦୌଡ଼ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *