Excuse Me Odisha

ଯାହା କହିବୁ ସତ କହିବୁ

ରାମଚରିତ ମାନସ ଅନୁସାରେ କେବେ ଓ କିପରି ହେବ କରୋନାର ଅନ୍ତ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ରାମଚରିତ ମାନସ ଗ୍ରନ୍ଥ ଯାହା ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ। ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ଵାରା ରଚିତ ଏହି ରାମଚରିତରେ କିଛି ଏପରି କଥା ବର୍ଣ୍ଣିତ ରହିଛି ଯାହାକି ଆମର ବର୍ତ୍ତମାନ ସ୍ଥିତିକୁ ଦର୍ଶାଉଛି। ଚାରିପାଖେ ବ୍ୟାପିଥିବା କୋରୋନା ମହାମାରୀ ସମୟରେ ଯଦି ଆମକୁ ବେଦ ଓ ପୁରାଣରେ କିଛି ସମାଧାନ ମିଳିଥାଏ, ଯାହା ଆମ ବର୍ତ୍ତମାନ ସ୍ଥିତିକୁ ସୁଧାରି ପାରେ। ତେବେ ଏହାଠାରୁ ଅଧିକ ସୌଭାଗ୍ୟର କଥା ଆଉ କଣ ହୋଇପାରେ। ତେବେ ଚାଲନ୍ତୁ ଆମେ ଜାଣିବା ରାମଚରିତ ମାନସରେ ବର୍ଣ୍ଣନା କରାଯାଇଥିବା କୋରୋନା ମହାମାରୀର ସମାଧାନ ବିଷୟରେ।

ବନ୍ଧୁଗଣ ରାମଚରିତ ମାନସର ଉତ୍ତରକାଣ୍ଡ କଥା ଅନୁସାରେ ଯେତେବେଳେ ପକ୍ଷୀରାଜ ଗରୁଡ଼ କାକଭୁସୁଣ୍ଡିଙ୍କ ପାଖକୁ ଗଲେ, ସେ ତାଙ୍କୁ ଏକ ପ୍ରଶ୍ନ ପଚାରିଲେ। ହେ କାକଭୁସୁଣ୍ଡି ଆପଣ ତ ସର୍ବଜ୍ଞ, କୃପା କରି ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। ମୁଁ ଆପଣଙ୍କ ଠାରୁ ମନୁଷ୍ୟର ରୋଗ ବିଷୟରେ ଜାଣିବାକୁ ଚାହେଁ। କାକଭୁସୁଣ୍ଡି ତାଙ୍କ ଉତ୍ତରରେ କହିଲେ, ମନୁଷ୍ୟ ଶରୀର ଠାରୁ ସର୍ବୋଚ୍ଚ କୌଣସି ଶରୀର ନାହିଁ। ଜୀବନରେ ଦରିଦ୍ରତା ସମାନ କୌଣସି ଦୁଃଖ ନାହିଁ। ଯେଉଁ ଅଭିମାନୀ ଜୀବ ଅର୍ଥାତ ଦେବତା, ମନୁଷ୍ୟ ବେଦ ଉପନିଷଦର ନିନ୍ଦା କରିଥାନ୍ତି, ସେମାନେ ନର୍କକୁ ନିଶ୍ଚିତ ଯାଇଥାନ୍ତି। କଳିଯୁଗରେ ମନୁଷ୍ୟ ଅନେକ ପାପ କାର୍ଯ୍ୟ କରି ଚାଲିବ। ତାପରେ କାକରାଜ କହିଲେ ଏବେ ମନୁଷ୍ୟ ରୋଗ ବିଷୟରେ ଶୁଣ ଯେଉଁ କାରଣରୁ ସମସ୍ତ ମନୁଷ୍ୟ ଦୁଃଖ ପାଇବେ । ସବୁ ରୋଗର ମୂଳ ହେଉଛି ମୋହ ଏବଂ ଅଜ୍ଞାନ ରୂପକ ଅନ୍ଧକାର ଅଟେ। ସେହି ମୋହ ଓ ଅଜ୍ଞାନରୁ ହିଁ ସବୁ ରୋଗ ସୃଷ୍ଟି ହେବ। ଉଦାହରଣ ସ୍ୱରୂପ ବାତ ରୋଗ, ଲୋଭ ଦ୍ଵାରା କଫ ବଢ଼ି ତଣ୍ଟିରେ ଅଟକି ଥାଏ। କ୍ରୋଧ ଦ୍ଵାରା ଶରୀରରେ ଥିବା ପୀତ ବଢିଯାଏ ଓ ଛାତିରେ ଜ୍ୱଳନ ହୋଇଥାଏ। ଏହାପରେ ପକ୍ଷୀରାଜ କହିଲେ ଯଦି ଏହି ତିନି ଭାଇ ଯଥା ବାତ, ପୀତ ଓ କଫ ମିଶିଯିବେ ତାହେଲେ ବହୁତ କଷ୍ଟାଦାୟକ ସୃଷ୍ଟି ହୋଇଥାଏ।ଏହି ରୋଗର ନାମ ମଧ୍ୟ ଜାଣି ହେବନାହିଁ। କାକଭୁସୁଣ୍ଡି କହିଥିବା ରୋଗର ବର୍ଣ୍ଣନା ବର୍ତ୍ତମାନର ମହାମାରୀ ସହିତ କରି ପାରିବେ। କାରଣ ଏହି ସମସ୍ୟା ଲକ୍ଷଣ ଏହି ରୋଗରେ ଅଛି। ଏହାପରେ ଗରୁଡ଼ ରାଜା କାକରାଜଙ୍କୁ ପଚାରିଲେ, ଆପଣ ତ ବହୁତ ରୋଗ ବିଷୟରେ କହିଲେ କିନ୍ତୁ ଏହିସବୁ ରୋଗରୁ ମୁକ୍ତି ପାଇବାର ଉପାୟ କୁହନ୍ତୁ। ଏହାସହିତ କେଉଁ ଔଷଧ ଦ୍ଵାରା ଏହି ରୋଗକୁ ଭଲ କରିହେବ ସେହି ବିଷୟରେ କୁହନ୍ତୁ। କାକରାଜ କହିଲେ ଏହି ରୋଗରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ଉପାୟ ହେଉଛି ରାମ ନାମର ଭଜନ। ରାମ ନାମର ସଙ୍କୀର୍ତ୍ତନ ମହତ୍ୱ କଳିଯୁଗରେ ଅଧିକ ରହିଛି। ବନ୍ଧୁଗଣ ରାମ ନାମ ଜପ କରିବା ଏବଂ ଭଲ କର୍ମ କରିବା ଏକ ଏପରି ଉପାୟ ଯାହାଦ୍ଵାରା ସବୁ ରୋଗର ଉପଚାର କରିହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *