Excuse Me Odisha

ଯାହା କହିବୁ ସତ କହିବୁ

କିନ୍ନରଙ୍କୁ ଭୋଜନ କରାଇବା ଦ୍ଵାରା ହୋଇଥାଏ ଜବରଦସ୍ତ ଲାଭ,କରନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ସମସ୍ୟାର ଉପାୟ କରାଯାଇଥାଏ। ଅନେକଥର ଗ୍ରହ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିଥାଏ। ସେ ସବୁ ପ୍ରକାରର ଉପାୟ କରିବା ପାଇଁ ଚିନ୍ତିତ ରହିଥାଏ। ଯଦି ଆପଣ ମଧ୍ୟ ଅଶୁଭ ଗ୍ରହର ଅଶୁଭ ପ୍ରଭାବ ବା ସେମାନଙ୍କ ଅଶୁଭ ଦୃଷ୍ଟି ଦ୍ଵାରା ଚିନ୍ତାରେ ରହିଛନ୍ତି ତାହେଲେ ଆପଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଉପାୟ କରି ପାରିବେ। ଆସନ୍ତୁ ଜାଣିବା କେଉଁ ଗ୍ରହକୁ ଶୁଭ ବା ପ୍ରସନ୍ନ କରିବା ପାଇଁ କେଉଁ ଉପାୟ କରିବା ଆବଶ୍ୟକ।

ସୂର୍ଯ୍ୟଦେବ ଏଭଳି ହେବେ ପ୍ରସନ୍ନ –

ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ରହିଛି ବା ସୂର୍ଯ୍ୟର ସ୍ଥିତି ଅଶୁଭ ରହିଛି ତାହେଲେ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ମନ୍ଦାର ଗଛରେ ଜଳ ଅର୍ପଣ କରନ୍ତୁ। ଏହାଦ୍ବାରା ଲାଭ ମିଳିଥାଏ। ଏହାସହିତ ରବିବାର ଦିନ ଗହମ, ଗୁଡ଼ ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ରହିଥାନ୍ତି।

ବୁଧ ଦେବ ଏହି ଉପାୟ ଦ୍ଵାରା ହୁଅନ୍ତି ପ୍ରସନ୍ନ –

କୁଣ୍ଡଳୀ ମଧ୍ୟରେ ବୁଦ୍ଧ ଗ୍ରହକୁ ସୁଦୃଢ କରିବା ପାଇଁ ସୂର୍ଯ୍ୟୋଦୟର ୨ ଘଣ୍ଟା ପରେ କାହାକୁ ସବୁଜ ବସ୍ତୁ ଓ ମୁଗ ଦାନ କରନ୍ତୁ। ଏହାଛଡା ବୁଧବାର ଦିନ ଯୁବତୀ ଓ କିନ୍ନର ମାନଙ୍କୁ ମିଠା ଖୁଆନ୍ତୁ, ଏହାଦ୍ବାରା ବୁଧ ଦେବତା ପ୍ରସନ୍ନ ହୋଇଥାନ୍ତି। ଏହାଛଡା ଆପଣ ଗଛରେ ପାଣି ଦେବା ଦ୍ଵାରା ମଧ୍ୟ ବହୁତ ଲାଭ ମିଳିଥାଏ।

ଶୁକ୍ର ଗ୍ରହର କୃପା ପାଇବା ପାଇଁ –

ଭୌତିକ ସୁଖ ସୁବିଧା, ଟଙ୍କା, ଐଶ୍ୱର୍ଯ୍ୟର କାରକ ଶୁକ୍ର ଗ୍ରହକୁ କୁଣ୍ଡଳୀରେ ସୁଦୃଢ କରିବା ପାଇଁ ଶୁକ୍ରବାର ଦିନ ବ୍ରାହ୍ମଣକୁ କ୍ଷୀର ଖାଇବାକୁ ଦିଅନ୍ତୁ ଏବଂ ଗୁଲର ଗଛର ପରିକ୍ରମା କରନ୍ତୁ।ଏହାଦ୍ବାରା ଖୁବ୍ ଶୀଘ୍ର ଲାଭ ମିଳିଥାଏ।

ଶନିଙ୍କୁ ପ୍ରସନ୍ନ କରିବା ପାଇଁ –

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ଭଲ କର୍ମ କରିବା। ଏହାଛଡା ଗରିବ ଓ ଅସହାୟ ବ୍ୟକ୍ତିଙ୍କ ସାହାଯ୍ୟ କରିବା ଦ୍ୱାରା ମଧ୍ୟ ଶନି ପ୍ରସନ୍ନ ହୋଇଥାନ୍ତି। ଏହାଛଡା ଶନିବାର ଦିନ ଭଗବାନ ହନୁମାନଙ୍କୁ ଚମେଲି ତେଲରେ ସିନ୍ଦୂର ମିଶେଇ ଅର୍ପଣ କରିବା ଦ୍ୱାରା, ସମୀ ଗଛ ପାଖରେ ତେଲ ଓ ମିଠା ଚାଉଳ ଅର୍ପଣ କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଚନ୍ଦ୍ରଦେବଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ –

ଚନ୍ଦ୍ରଙ୍କ କୃପା ଲାଭ କରିବା ପାଇଁ ପଳାଶ ଗଛ ସାମ୍ନାରେ ଚନ୍ଦ୍ରଦେବଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହାଛଡା ଚନ୍ଦ୍ରମାଙ୍କ ଚାନ୍ଦିନୀ ତଳେ କ୍ଷୀର, ଚାଉଳ, ରୁପାର ଦାନ କରନ୍ତୁ। ଚନ୍ଦ୍ରଦେବ ପ୍ରସନ୍ନ ହେବେ ଏବଂ ମନସ୍କାମନା ପୂରଣ କରିବେ।

ମଙ୍ଗଳବାର ଦିନ ମଙ୍ଗଳ ଗ୍ରହକୁ ଏଭଳି କରନ୍ତୁ ପ୍ରସନ୍ନ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଶସ୍ତାରେ ଔଷଧ ଏବଂ ବିକଳାଙ୍ଗଙ୍କ ସାହାଯ୍ୟ କରିବା ଦ୍ୱାରା ମଙ୍ଗଳଦେବ ନିଶ୍ଚିତ ରୂପରେ ପ୍ରସନ୍ନ ରହିଥାନ୍ତି। ଏହାଛଡା ଯେଉଁ ଲୋକେ ପାନ ଖାଇ ଥାଆନ୍ତି ତାଙ୍କୁ କଥ୍ୟା ଦାନ କରନ୍ତୁ,ମଙ୍ଗଳ ସମ୍ବନ୍ଧୀୟ ସମସ୍ୟାରୁ ନିଶ୍ଚିତ ରୂପରେ ମୁକ୍ତି ମିଳିବ।

ରାହୁ ଗ୍ରହର କିପରି ମିଳିବ କୃପା –

ରାହୁର ସ୍ଥିତି ଯଦି ଆପଣଙ୍କ ଗ୍ରହରେ ଖରାପ ଚାଲିଥିବ ତାହେଲେ କୌଣସି ଦିନ ସନ୍ଧ୍ୟା ୫ ଘଟିକା ପରେ ପରଦିନ ସୂର୍ଯ୍ୟାସ୍ତ ମଧ୍ୟରେ ତିଳ, କଳା କମ୍ବଳ ଦାନ କରନ୍ତୁ। ଏହା ଉତ୍ତମ ମାନା ଯାଇଛି।ଏହାଛଡା ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିବା ଲାଭଦାୟକ ଅଟେ। ଏହାସହିତ ମାତୁଳ ଗଛର ପୂଜା କରନ୍ତୁ, ରାହୁର ଶୁଭ ଦୃଷ୍ଟି ପ୍ରାପ୍ତି ହେବ।

କେତୁ ଏପରି ଦେବେ ଶୁଭ ଫଳ –

କେତୁ ଗ୍ରହ ଠାରୁ ଶୁଭ ଫଳ ପ୍ରାପ୍ତ କରିବା ପାଇଁ କୁକୁରଙ୍କୁ ଭୋଜନ କରାନ୍ତୁ। ଏହାଛଡା କଳା ଧଳା ତିଳରେ ତେନ୍ତୁଳି ମିଶେଇ ଦାନ କରନ୍ତୁ। କଳା ଧଳା ଖଟା ମିଠା ଜିନିଷ ଦାନ କରନ୍ତୁ। ଏହାଦ୍ବାରା କେତୁ ଗ୍ରହ ପ୍ରସନ୍ନ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *