Excuse Me Odisha

ଯାହା କହିବୁ ସତ କହିବୁ

ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ପାଖରେ ଧନ ଧାନ୍ୟର ଅଭାବ ହୁଏ ନାହିଁ। ଏହି କ୍ଷେତ୍ରରେ ଜଡ଼ିତ କାର୍ଯ୍ୟରେ ହୁଅନ୍ତି ସଫଳ

ସେୟାର୍ କରନ୍ତୁ

ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ବୌଦ୍ଧିକ ଶକ୍ତି ତୀବ୍ର ହୋଇଥାଏ। ଏମାନେ ସବୁ କାର୍ଯ୍ୟ ଯୋଜନାବଦ୍ଧ ପ୍ରକ୍ରିୟାରେ କରିବାକୁ ପସନ୍ଦ କରିଥାନ୍ତି। ଏହି ଲୋକଙ୍କର ଧନ ଜମା କରିବାର ଅଭ୍ୟାସ ରହିଥାଏ। ଯେଉଁଥିପାଇଁ ଏମାନଙ୍କୁ ଜୀବନରେ ଟଙ୍କାର ଅଭାବ ହୋଇ ନଥାଏ।

ଅଙ୍କ ଶାସ୍ତ୍ର ଅନୁସାରେ ଆପଣ କାହାର ଜନ୍ମ ତାରିଖରୁ ତାର ସ୍ଵଭାବ, ଅଭ୍ୟାସ, ଜୀବନ ବିଷୟରେ ଅନେକ କିଛି ଜାଣି ପାରିବେ। ଏଠାରେ ଆମେ କହିବା କୌଣସି ମାସର ୧୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ଯେଉଁମାନଙ୍କ ମୂଳାଂକ ୨ ମାନା ଯାଇଥାଏ। ଏହି ଜନ୍ମ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ଉପରେ ଚନ୍ଦ୍ରଙ୍କ ପ୍ରଭାବ ସର୍ବଦା ରହିଥାଏ। ଚନ୍ଦ୍ର ମନର କାରକ ହୋଇଥାନ୍ତି। ୧୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ବୌଦ୍ଧିକ ଶକ୍ତି ତୀବ୍ର ହୋଇଥାଏ। ଏମାନେ ସବୁ କାର୍ଯ୍ୟ ଯୋଜନାବଦ୍ଧ ପ୍ରକ୍ରିୟାରେ କରିବାକୁ ପସନ୍ଦ କରିଥାନ୍ତି। ଏହି ଲୋକଙ୍କର ଧନ ଜମା କରିବାର ଅଭ୍ୟାସ ରହିଥାଏ। ଯେଉଁଥିପାଇଁ ଏମାନଙ୍କୁ ଜୀବନରେ ଟଙ୍କାର ଅଭାବ ହୋଇ ନଥାଏ।

୧୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ସାଜସଜ୍ଜା ହୋଇ ରହିବା ପସନ୍ଦ ହୋଇଥାଏ। ଏମାନଙ୍କୁ ସୁନ୍ଦର ଓ ଆକର୍ଷକ ଦେଖା ଯିବା ଅଧିକ ପସନ୍ଦ ହୋଇଥାଏ। ଏହି ଲୋକମାନେ ଅଧିକ ଭାବୁକ ହୋଇଥାନ୍ତି। ଯଦି କେହି ଏମାନଙ୍କ ସହିତ ସରଳ ହୋଇ କଥାବାର୍ତ୍ତା କରେ ତାହେଲେ ଏମାନେ ତାଙ୍କ କଥାରେ ବିଶ୍ୱାସ କରି ଯାଆନ୍ତି। ଏମାନେ ନିଜ କଥାରେ କାହାକୁ ନିଜ ଆଡକୁ ଆକର୍ଷିତ କରି ପାରନ୍ତି। ଲୋକଙ୍କ ସହିତ କଥାବାର୍ତ୍ତା କରିବା ଏମାନଙ୍କୁ ଅଧିକ ପସନ୍ଦ ଆସିଥାଏ। ନୂଆ କିଛି ଶିଖିବା ପାଇଁ ଏମାନେ ସବୁବେଳେ ଆଗ୍ରହୀ ଥାଆନ୍ତି। ଏମାନଙ୍କୁ କାର୍ଯ୍ୟରେ ଦାୟିତ୍ବହୀନତା ପସନ୍ଦ ନୁହେଁ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହି ଥାଆନ୍ତି। ଏମାନେ ନିଜ ପରିଶ୍ରମ ଦ୍ବାରା କିଛି ମଧ୍ୟ ହାସଲ କରିବାର କ୍ଷମତା ରଖି ଥାଆନ୍ତି।

ଏହି ଲୋକମାନେ ଅନ୍ୟମାନଙ୍କୁ ମୋହିତ କରିବାରେ ମାହିର ଥାଆନ୍ତି। ଏମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ବିଶ୍ଵସ୍ତ ହୋଇ ରୁହନ୍ତି। ତଥାପି ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ। ବିବାହ ବା ପ୍ରେମ ମାମଲାରେ ଏମାନଙ୍କୁ ସଫଳ ବୋଲି ଦେଖା ଯାଇନାହିଁ। ଏହି ଜନ୍ମ ତାରିଖ ଥିବା ଲୋକେ ସତ ପ୍ରେମ ପାଇଁ ଅନେକ ଛଟପଟ ହୋଇ ଥାଆନ୍ତି। କହିବାକୁ ଗଲେ ଏମାନଙ୍କର ପାରିବାରିକ ଜୀବନ ସୁଖମୟ ରହିଥାଏ।

ଆର୍ଥିକ ସ୍ଥିତି ଅନୁସାରେ କହିବାକୁ ଗଲେ ଏହି ଲୋକମାନେ ସ୍ଵତନ୍ତ୍ର ରୂପରେ କାର୍ଯ୍ୟ କରିବା ଦ୍ୱାରା ଅଧିକ ଲାଭ ପ୍ରାପ୍ତ କରିଥାନ୍ତି। ଏମାନଙ୍କ ପାଇଁ ଚାକିରି ସବୁଠାରୁ ଉତ୍ତମ ରହିଥାଏ, କାରଣ ଏମାନେ ଅନ୍ୟ ଦ୍ଵାରା ତିଆରି ହୋଇଥିବା ଯୋଜନାକୁ ଭଲ ଭାବରେ ପୂରଣ କରି ପାରନ୍ତି। ଏହି ଲୋକମାନେ ଭଲ ଯୋଜନା ବନେଇବାରେ ସକ୍ଷମ ଥାଆନ୍ତି। କୃଷି କାର୍ଯ୍ୟ, କ୍ଷୀର ଓ ପାଣି ସମ୍ବନ୍ଧୀୟ କାର୍ଯ୍ୟ, ନ୍ୟାୟ, ଶିକ୍ଷା ବିଭାଗ, ବ୍ୟାଙ୍କ ଓ ସ୍ବାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ କାର୍ଯ୍ୟ,ତରଳ ପଦାର୍ଥ ବା ଔଷଧ ସମ୍ବନ୍ଧୀୟ କାର୍ଯ୍ୟ ଏମାନଙ୍କୁ ଅଧିକ ଲାଭ ପ୍ରଦାନ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *