Excuse Me Odisha

ଯାହା କହିବୁ ସତ କହିବୁ

ନିର୍ଜଳା ଏକାଦଶୀ କେବେ ? ଜାଣନ୍ତୁ ଦିନ, ମୁହୂର୍ତ୍ତ ଏବଂ ମହତ୍ୱ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ମାସରେ ବିଶେଷ ଧାର୍ମିକ ମହତ୍ତ୍ଵ ଶାସ୍ତ୍ରରେ କୁହାଯାଇଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଜ୍ୟେଷ୍ଠ ମାସକୁ ତୃତୀୟ ମାସ ମାନା ଯାଇଛି। ଏହି ମାସରେ ସୂର୍ଯ୍ୟର ସିଧା କିରଣ ପୃଥିବୀ ଉପରେ ପଡ଼ିଥାଏ। ଯେଉଁ କାରଣରୁ ଦିନ ବଡ଼ ଓ ରାତି ଛୋଟ ହୋଇଥାଏ। ଜ୍ୟେଷ୍ଠ ମାସରେ ଦିନ ବଡ଼ ହେବା କାରଣରୁ ଏହାକୁ ଜ୍ୟେଷ୍ଠ ମାସ କୁହାଯାଏ। ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ରେ ନିର୍ଜଳା ଏକାଦଶୀ କୁହାଯାଏ । ନିର୍ଜଳା ଏକାଦଶୀରେ ବ୍ରତ ରଖି ଭଗବାନ ବିଷ୍ଣୁଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ।

ନିର୍ଜଳା ଏକାଦଶୀ ବ୍ରତର ମହତ୍ୱ:- ଏକାଦଶୀ ବ୍ରତକୁ ସବୁଠାରୁ ଶ୍ରେଷ୍ଠ ମାନା ଯାଇଛି। ଏକାଦଶୀ ବ୍ରତ ମଧ୍ୟରୁ ନିର୍ଜଳା ଏକାଦଶୀ ବ୍ରତକୁ ଶ୍ରେଷ୍ଠ ମାନା ଯାଇଛି। ନିର୍ଜଳା ଏକାଦଶୀ ବ୍ରତକୁ ସବୁଠାରୁ କଠିନ ବ୍ରତ ବୋଲି କୁହାଯାଇଥାଏ। ଅନ୍ନ ଓ ଜଳକୁ ତ୍ୟାଗ କରି ଏହି ବ୍ରତକୁ ପୂରଣ କରାଯାଇଥାଏ। ମାନ୍ୟତା ରହିଛି କି ଯିଏ ଏହି ବ୍ରତକୁ ବିଧି ପୂର୍ବକ ପୂରଣ କରିଥାଏ,ତାର ଜୀବନରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ବନି ରହିଥାଏ।

ନିର୍ଜଳା ଏକାଦଶୀ ବ୍ରତର ପୂଜାବିଧି :- ଏକାଦଶୀ ବ୍ରତର ନିୟମ ଗୁଡ଼ିକର ବିଶେଷ ପାଳନ କରିବା ଆବଶ୍ୟକ। ନିର୍ଜଳା ଏକାଦଶୀ ଦିନ ସ୍ନାନ କରିବା ପରେ ପୁଜାସ୍ଥଳରେ ବସି ବ୍ରତର ସଂକଳ୍ପ ନେଇ ପୁଜା ଆରମ୍ଭ କରିବା ଉଚିତ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ପରିଧାନ କରାନ୍ତୁ। ପୂଜାରେ ହଳଦିଆ ଫୁଲର ବ୍ୟବହାର କରନ୍ତୁ। ଏହିଦିନ ହଳଦିଆ ବସ୍ତୁର ପ୍ରୟୋଗ କରାଯାଇଥାଏ। ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ଅଧିକ ପ୍ରିୟ ଅଟେ

ଏହିଦିନ ଏହି ମନ୍ତ୍ରର ଜପ କରିବା ଆବଶ୍ୟକ –

‘ ଓଁ ନମଃ ଭଗବତେ ବାସୁଦେବାୟ’

ନିର୍ଜଳା ଏକାଦଶୀ ବ୍ରତର ଶୁଭ ମୂହୁର୍ତ୍ତ –

ନିର୍ଜଳା ଏକାଦଶୀ ତିଥି: ୨୧ ଜୁନ ୨୦୨୧

ଏକାଦଶୀ ତିଥି ପ୍ରାରମ୍ଭ: ୨୦ ଜୁନ ରବିବାର ସନ୍ଧ୍ୟା ୪ ବାଜି ୨୧ ମିନିଟରୁ ଆରମ୍ଭ

ଏକାଦଶୀ ତିଥି ସମାପନ: ୨୧ ଜୁନ ସୋମବାର ଦ୍ୱିପ୍ରହର ୧ ବାଜି ୩୧ ମିନିଟ ପର୍ଯ୍ୟନ୍ତ

ଏକାଦଶୀ ବ୍ରତର ପାସ୍ ସମୟ: ୨୨ ଜୁନ ସକାଳେ ୫ ଘଟିକା ୧୩ ମିନିଟରୁ ଆରମ୍ଭ ହୋଇ ୮ ଘଟିକା ୧ ମିନିଟ ପର୍ଯ୍ୟନ୍ତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *