Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ଇସାରା କହିଥାଏ ତୁମ ଲଭର ତୁମକୁ ଆଉ ପ୍ରେମ କରୁ ନାହିଁ , ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

କଣ ହୁଏନା ଆମେ ଗୋଟେ ଭଲ ସମ୍ପର୍କରେ ଥାନ୍ତି। କିନ୍ତୁ କିଛି ଦିନ ଭିତରେ ଆମ ମନ ଭିତରେ ଏପରି ଭାବନା ଆସେ କି ଆମେ ଯାହାକୁ ଭଲ ପାଉଛନ୍ତି ସେ ଆଉ ଆମକୁ ଧ୍ୟାନ ଦେଉ ନାହାନ୍ତି। ସେ ଆଗଭଳି ଆଉ ପ୍ରେମ କରୁ ନାହାନ୍ତି ଓ ଦୂରେଇ ରହୁଛନ୍ତି। ଆଜି ଆମେ ଜାଣିବା ଯେତେବେଳେ ପାର୍ଟନରଙ୍କ ଇଛା କମ୍ ହେବାକୁ ଲାଗେ କଣ କଣ ସେମାନେ ଆପଣଙ୍କ ସହିତ ବ୍ୟବହାର ଦେଖାଇ ଥାଆନ୍ତି। ଯଦି ଆପଣଙ୍କ ସାଙ୍ଗରେ ଏହି ୬ଟି କାମ ହେଉଛି ତାହେଲେ ଜାଣି ରଖନ୍ତୁ ଭବିଷ୍ୟତରେ ଆପଣ ଧୋକା ପାଇ ପାରନ୍ତି।

ପ୍ରଥମେ ହେଉଛି ସେ ଆପଣଙ୍କୁ ଧ୍ୟାନ ଦେବା ବନ୍ଦ କରି ଦେଇ ପାରନ୍ତି। ସେ ପୂର୍ବରୁ ଆପଣଙ୍କର ଧ୍ୟାନ ରଖୁଥିବେ ଯେପରି ଆପଣ ଖୁସିରେ ଅଛନ୍ତି ନା ନାହିଁ, ଖାଇଛନ୍ତି ନା ନାହିଁ ଏପରି ସବୁ ଜିନିଷ ପ୍ରତି ଧ୍ୟାନ ରଖୁଥିଲେ। କିନ୍ତୁ ସେହି ମଣିଷ ଏବେ ଆପଣ ସହିତ ଏହି ବ୍ୟବହାର କରୁ ନାହାନ୍ତି। ତାହେଲେ ଆପଣ ବୁଝି ଯାଆନ୍ତୁ କିଁ ଆପଣଙ୍କ ପ୍ରତି ତାଙ୍କର ଆଉ ଇଛା ନାହିଁ। ଏଭଳି ହେବା ଦ୍ଵାରା ଆପଣ ପ୍ରୟାସ କରନ୍ତୁ କି ନିଜର ସମ୍ପର୍କ ସୁଦୃଢ କରିବା ଆବଶ୍ୟକ।

ଦ୍ଵିତୀୟରେ ହେଉଛି ସେ ଆପଣଙ୍କର ସବୁ ଛୋଟ ଛୋଟ କଥା ନେଇ ରାଗି ଯାଆନ୍ତି। ଆପଣଙ୍କର ସବୁ କଥା ତାଙ୍କୁ ବିରକ୍ତ କରିଥାଏ। ଆଉ କୁହନ୍ତି ତୁମେ ମୋତେ ଏତେ ବିରକ୍ତ କରୁଛ କାହିଁକି? ଏସବୁ ଦେଖିକି ଜାଣି ନିଅନ୍ତୁ କି ସେ ଆପଣଙ୍କ ଉପରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ଏବଂ ଭବିଷ୍ୟତରେ ସେ ଆପଣଙ୍କୁ ଧୋକା ଦେଇ ପାରନ୍ତି।

ତୃତୀୟରେ ହେଉଛି ଆଗଭଳି ଆପଣଙ୍କ ଫୋନର ଉତ୍ତର ଦେଉନାହାନ୍ତି। ଆପଣ ଯେତେ ମ୍ୟାସେଜ ବା ଫୋନ କରନ୍ତି ସେ ଏହାର ଉତ୍ତର କଦାପି ଦେଇ ନଥାନ୍ତି। ଯେତେବେଳେ ଆପଣ ପଚାରନ୍ତୁ କି କଣ ପାଇଁ କଲ ଉଠାଉ ନାହଁ ବା ମ୍ୟାସେଜର ଉତ୍ତର ଦେଉ ନାହଁ, ସେ ଆପଣଙ୍କ ଉପରେ ଚିଲ୍ଲେଇ ଥାଆନ୍ତି ଏବଂ ମୁଁ ବ୍ୟସ୍ତ ରହୁଛି ବୋଲି ଉତ୍ତର ଦେଇ ଥାଆନ୍ତି। କହି ଥାଆନ୍ତି ମୁଁ ସବୁବେଳେ ବ୍ୟସ୍ତ ରହୁଛି ବୋଲି କଣ ତୁମକୁ ଜଣା ନାହିଁ? ଏଭଳି ଭାବରେ ଆପଣଙ୍କୁ କ୍ଷମା ମଧ୍ୟ ମାଗି ନଥାନ୍ତି। ତେବେ ବୁଝି ଯାଆନ୍ତୁ କି ସେହି ବ୍ୟକ୍ତି ଆପଣଙ୍କ ଉପରେ କୌଣସି ଧ୍ୟାନ ଦେବାକୁ ଚାହୁଁ ନାହାନ୍ତି।

ଚତୁର୍ଥରେ ହେଉଛି ସେ ଆପଣଙ୍କ ସାଙ୍ଗରେ ଥିଲେ ମଧ୍ୟ ଆପଣଙ୍କୁ ଅନୁଭବ ହୋଇଥାଏ କି ସେ ଆପଣଙ୍କ ସହ ନାହାଁନ୍ତି। ଏହା ଆପଣଙ୍କୁ ଅନୁଭବ ହୋଇଥାଏ କି ସେ ଆପଣଙ୍କ ସହିତ ଶାରିରୀକ ରୂପରେ ଅଛନ୍ତି କିନ୍ତୁ ମାନସିକ ରୂପରେ ସେ ଆପଣଙ୍କ ସାଥିରେ ନାହାଁନ୍ତି। ଏଭଳି ହେଲେ ଆପଣ ବୁଝି ଯାଆନ୍ତୁ କି ସେହି ବ୍ୟକ୍ତି ଆପଣଙ୍କୁ ଧ୍ୟାନ ଦେଉ ନାହାନ୍ତି ଏବଂ ଆପଣଙ୍କ ସହିତ ସମ୍ପର୍କରେ ରହିବା ପାଇଁ ଚାହୁଁ ନାହାନ୍ତି।

ପଞ୍ଚମରେ ହେଉଛି ଆପଣ ତାଙ୍କୁ ସାକ୍ଷାତ କରିବା ପାଇଁ କହିଲେ ସେ କୌଣସି ନା କୌଣସି ବାହାନା କରି ଦିଅନ୍ତି। ସେ ଆପଣଙ୍କ ସହିତ ସାକ୍ଷାତ ନକରିବା ପାଇଁ କିଛି ବାହାନା କରି ଆପଣଙ୍କୁ ଅଣଦେଖା କରନ୍ତି। ତାହେଲେ ବୁଝି ଯାଆନ୍ତୁ କି ସେ ଆପଣଙ୍କ ସହିତ ସମ୍ପର୍କରେ ରହିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

ଷଷ୍ଠରେ ହେଉଛି ପୂର୍ବରୁ ସେ ଆପଣଙ୍କ ଦୁଃଖରେ ଦୁଃଖୀ ହେଉ ଥିଲେ ଏବଂ ଆପଣଙ୍କ ଦୁଃଖରେ କାନ୍ଦୁଥିଲେ। କିନ୍ତୁ ଏବେ ତାଙ୍କୁ ସେହି ଦୁଃଖରେ ଦୁଃଖ ଲାଗୁ ନାହିଁ ଓ ସେ ବାରମ୍ବାର ଆପଣଙ୍କ ଉପରେ ଚିଲ୍ଲେଇ ଥାଆନ୍ତି। ଆହୁରି ମଧ୍ୟ ସେ କହୁଛନ୍ତି, ଟାଇମ ସବୁବେଳେ ଦୁଃଖୀ ରହୁଛ ଓ ତୁମର କିଛି କାମ ନାହିଁ। ଆପଣଙ୍କର ଦୁର୍ବଳତା ପ୍ରକାଶ କରିବାକୁ ଚାହୁଁଛନ୍ତି। ଯଦି ଆପଣଙ୍କ ସହିତ ଏଭଳି ହେଉଛି ତାହେଲେ ବୁଝି ନିଅନ୍ତୁ ସେହି ବ୍ୟକ୍ତି ଆପଣଙ୍କୁ ଭବିଷ୍ୟତରେ ଧୋକା ଦେଇପାରେ। ତେଣୁ ଆପଣ ଆଜିଠୁ ନିଜର ସମ୍ପର୍କ ସୁଦୃଢ଼ କରିବା ପାଇଁ ଭଲ ଭାବରେ କଥାବାର୍ତ୍ତା ଓ ବୁଝାମଣା କରିବା ଉଚିତ। ତାହେଲେ ଆପଣ ଭବିଷ୍ୟତରେ ଧୋକା ପାଇବାରୁ ବଞ୍ଚିତ ହୋଇ ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *