Excuse Me Odisha

ଯାହା କହିବୁ ସତ କହିବୁ

ରଜ ସଂକ୍ରାନ୍ତି ଦିନ ଭୁଲରେ କରନ୍ତୁ ନାହିଁ ଏହି ୫ ଟି କାମ ନଚେତ ସର୍ବନାଶ ହୋଇଯିବ।

ସେୟାର୍ କରନ୍ତୁ

ଏହି ରଜ ପର୍ବ ସାରା ଓଡ଼ିଶାରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ ଜୁନ ୧୫ରେ ରଜ ସଂକ୍ରାନ୍ତି ପଡୁଛି।ସେହି ଦିନ ଭୁଲରେ ମଧ୍ୟ ଏହି କାମ ଗୁଡିକ କରନ୍ତୁ ନାହିଁ ନଚେତ ଆପଣଙ୍କର ବର୍ଷ ସାରା ଆର୍ଥିକ ଅବସ୍ଥାରେ ହୋଇରାଣ ହୋଇପାରନ୍ତି। ହିନ୍ଦୁଧର୍ମରେ ରଜ ସଂକ୍ରାନ୍ତିକୁ ବହୁତ ବଡ଼ ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗ କରି ଯେଉଁ ଦିନ ମିଥୁନ ରାଶିକୁ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ୩ ଦିନ ରଜ ପର୍ବ ପାଳନ କରାଯାଏ। ମୃଗାଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାରୁ ୩ ଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ର ଅନୁସାରେ କୌଣସି ନାରୀରର ଋତୁସ୍ରାବ ପ୍ରଥମ ଦିନ ଯଦି ଯଥାକ୍ରମେ ଚଣ୍ଡାଳି ବ୍ରହ୍ମଘାତିନି ଓ ରଜକି ହୋଇଥାଏ। ଏବଂ ଚତୁର୍ଥ ଦିନରେ ସୂତ୍ର ଓ ପଞ୍ଚମ ଦିନରେ ଭ୍ରମଣ ଯୋଗ୍ୟ ହୋଇଥାଏ। ତେଣୁ ଆପଣ ଏହି ରଜରେ ଭୁଲରେ ବି ଏହିସବୁ କାମ କରିବା ଉଚିତ ନୁହେଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରଜ ପର୍ବରେ କେଉଁ ସବୁ କାମ କରିବା ଅନୁଚିତ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

କୁଆଁରୀମାନେ ଶାସ୍ତ୍ର ଅନୁସାରେ ଖାଲି ପାଦରେ ଚାଲିବାକୁ ମନା ଅଟେ। କୁଆଁରୀମାନେ ଖାଲି ପାଦରେ ରଜ ସଂକ୍ରାନ୍ତିର ୪ ଦିନ ଭୁଲରେ ବି ଆପଣ ଧରଣୀର ଯେକୌଣସି ସ୍ଥାନରେ ଖାଲି ପାଦରେ ଚାଲନ୍ତୁ ନାହିଁ। ସେଥିପାଇଁ ତାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ। ଏବଂ ସେମାନେ ଚପଲ କିମ୍ବା କଦଳୀ ପତ୍ରରର ଚପଲ ଲଗାଇ ଚାଲିପାରିବେ।

କୃଷକମାନେ ୩ ଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦେବା ଉଚିତ। ଭୁଲରେ ବି ଆପଣ ଭୁ-ଖନନ ରଜ ସଂକ୍ରାନ୍ତିର ୩ ଦିନ କରିବା କଥା ନୁହେଁ। କାରଣ ଏହି ୩ ଦିନରେ ମା ଧରିତ୍ରୀ ରଜଶୁଣା ହୋଇଥାନ୍ତି ଏବଂ ତାଙ୍କୁ ବିଶ୍ରାମ ଦେବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳାଇବା ନିଷେଧ ଅଟେ। ରଜରେ ଧରଣୀ ମାତାଙ୍କୁ ବିଶ୍ରାମ ଦିଆଯାଇଥାଏ। ତେଣୁ ରଜ ପୂର୍ବ ଦିନ ପହିଲି ରଜରେ ବହୁ ରକମର ପିଠାପଣା ବିଶେଷ କରି ପୋଡ଼ ପିଠା ତିଆରି କରି ରଖନ୍ତୁ। ଯାହା ସହଜରେ ନଷ୍ଟ ହୁଏ ନାହିଁ। ଏବଂ ଅଧିକ ଦିନ ରହିଥାଏ।ତେଣୁ ଆପଣ ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରେ ଚୁଲି ଲଗାଇବା ନିଷେଧ ବୋଲି ଉଲ୍ଲେଖ ଅଛି।

ରଜ ସଂକ୍ରାନ୍ତିରେ ଆପଣ ଭୁଲରେ ବି ପିଆଜ ରସୁଣ ଏବଂ ମାଂସ ଭୋଜନ କରନ୍ତୁ ନାହିଁ। କାହିଁକିନା ଏହିସବୁ ଖାଦ୍ୟ ତାମସିକ ଖାଦ୍ୟ ଅଟେ।

ଆପଣ ରଜ ସଂକ୍ରାନ୍ତି ଦିନ ନିଜ କଥା କହିବା ଉପରେ ଠିକ ନିୟନ୍ତ୍ରଣ ରଖନ୍ତୁ। ଏହା ସହିତ ସେହିଦିନ ରାଗନ୍ତୁ ନାହିଁ। ଆପଣ କାହାକୁ ଖରାପ ସମାଲଚନା କରନ୍ତୁ ନାହିଁ। ଲୋକମାନଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ।

ଯଦି ଆପଣଙ୍କ ଘରକୁ ରଜ ସଂକ୍ରାନ୍ତି ଦିନ କୌଣସି ମଧ୍ୟ ଭିକାରୀ କିମ୍ବା ବୃଦ୍ଧ ଆସିଲେ ଆପଣ ତାଙ୍କୁ କିଛି ନାଁ କିଛି ଅବଶ୍ୟ ଦିଅନ୍ତୁ। ଆପଣ ଆପଣଙ୍କ ସାମର୍ଥ୍ୟ ଅନୁସାରେ କିଛିବି ଦେଇପାରିବେ। ତ ତାଙ୍କୁ ଖାଲି ହାତରେ କଦାପି ଫେରାନ୍ତୁ ନାହିଁ।

ତେବେ ଜାଣିଲେତ ଆପଣ ଯଦି ରଜ ସଂକ୍ରାନ୍ତି ଦିନ ଏହିସବୁ ଭୁଲ କାମ କରିବେ ଆପଣଙ୍କର ଅର୍ଥଭାବ ହେବା ସହିତ ଘରେ ଅଶାନ୍ତି ଲାଗିରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *