Excuse Me Odisha

ଯାହା କହିବୁ ସତ କହିବୁ

ବିଦୁର ନୀତି : ଏହି ତିନି ଲୋକଙ୍କୁ ଭୁଲରେ ମଧ୍ୟ ଉଧାର ଦିଅନ୍ତୁ ନାହିଁ,ଏମାନଙ୍କ ପାଖରେ ଥରେ ଟଙ୍କା ଗଲେ କେବେ ହାତକୁ ଆସି ନଥାଏ।

ସେୟାର୍ କରନ୍ତୁ

ଆଜିର ଦୁନିଆରେ ଧନ ବହୁତ ଆବଶ୍ୟକ ହୋଇଥାଏ। ତା ବିନା ଆମେ ସମସ୍ତେ ନିଜକୁ ଅସହାୟ ହୋଇ ଯାଉ। ଅନେକ ଥର ଅନେକ ଲୋକଙ୍କୁ ଧନର ଆବଶ୍ୟକତା ହୋଇଥାଏ। ଆମେ ହୃଦୟ ବଡ଼ କରି ଧନ ତାକୁ ଉଧାରରେ ଦେଇଥାଉ। କିନ୍ତୁ ଆପଣ କେଉଁ ବ୍ୟକ୍ତିକୁ ଧନ ଦେଉଛନ୍ତି ଏହାକୁ ନେଇ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଜଣେ ଦୁର୍ଜନକୁ ଧନ ଦେବା ଦ୍ଵାରା ସେ ଏହାର ଦୁରୁପଯୋଗ କରିପାରେ। ଏହାର ଅର୍ଥ ଆପଣଙ୍କ ଧନର ଅପବ୍ୟବହାର ହୋଇପାରେ। ପୁଣି ଏହିକଥାର ସମ୍ଭାବନା ରହିଛି କି ଆପଣ ଧନ ତାକୁ ଦେଇଛନ୍ତି କିନ୍ତୁ ସେ ଆପଣଙ୍କ ଧନ ଫେରସ୍ତ କରି ନପାରେ। ଏହି ପ୍ରକାରର ଆପଣ ଜମା କରିଥିବା ଧନ ପୁଞ୍ଜି ବ୍ୟର୍ଥରେ ଚାଲି ଯାଇଥାଏ।

ଏହିକଥା ମହାନ ଜ୍ଞାତା ଓ ଦୂରଦର୍ଶୀ ମହାତ୍ମା ବିଦୁର ମଧ୍ୟ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି। ତାଙ୍କର ବନେଇ ଥିବା ନୀତି ଆଜିର ସମୟରେ ଅଧିକ ମାନ୍ୟତା ରଖୁଛି। ଗୋଟେ ପ୍ରକାରର କହିବାକୁ ଗଲେ ଆପଣ ଏହି ନୀତିକୁ ନିଜ ଜୀବନଶୈଳୀରେ ସ୍ଥାନ ଦେଇପାରିବେ। ନିଜ ନୀତିରେ ମହାତ୍ମା ବିଦୁର ଏହି କଥା ଉଲ୍ଲେଖ କରିଥିଲେ ଯେ ଆପଣଙ୍କୁ କେଉଁ କେଉଁ ଲୋକଙ୍କୁ ଧନ ଦେବାରୁ ବଞ୍ଚିତ ହେବା ଉଚିତ। ଯଦି ଆପଣ ଏମାନଙ୍କୁ ଧନ ଦେଉଛନ୍ତି ତାହେଲେ ଆପଣଙ୍କର ଧନ ଫେରସ୍ତ ହେବ ନାହିଁ। ଏଥିପାଇଁ ଏମାନଙ୍କୁ ଭୁଲରେ ଧନ ଉଧାର ଦିଅନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା କିଏ ସେହି ଲୋକମାନେ।

ଅଳସୁଆ ବ୍ୟକ୍ତି –

ଜଣେ ଅଳସୁଆ ଲୋକଙ୍କୁ ଭୁଲରେ ମଧ୍ୟ ଧନ ଉଧାର ଦେବା ଉଚିତ ନୁହେଁ। ଏମାନଙ୍କୁ ଥରେ ଟଙ୍କା ମିଳିଗଲେ ଏମାନେ ଅଳସୁଆ ହୋଇ ଯାଆନ୍ତି। ଯେତେ ପର୍ଯ୍ୟନ୍ତ ଇଏ ସେହି ଟଙ୍କାକୁ ଖର୍ଚ୍ଚ ନ କରି ଦେଇଛନ୍ତି ସେତେ ପର୍ଯ୍ୟନ୍ତ ଏମାନେ କାମ କରନ୍ତି ନାହିଁ। ଏମାନଙ୍କୁ ଥରେ ଟଙ୍କା ମିଳିଗଲେ ଏମାନେ ଲୋଭୀ ହୋଇ ଯାଆନ୍ତି। ଏମାନଙ୍କୁ ଟଙ୍କା ଦେବା ଟଙ୍କାରେ ନିଆଁ ଲଗାଇବା ସହିତ ସମାନ ଅଟେ। ଏମାନେ ଏତେ ଅଳସୁଆ ଅଟନ୍ତି କି ଏମାନଙ୍କୁ ଟଙ୍କା ଉଧାର ମିଳିଗଲା ମାତ୍ରେ ଏମାନେ କାମ କରିବା ବା ଟଙ୍କା ରୋଜଗାର ବିଷୟରେ ଚିନ୍ତା ମଧ୍ୟ କରନ୍ତିନି। ଏମାନଙ୍କୁ ଟଙ୍କା ଦେବା ପରେ ଫେରସ୍ତ ମିଳିବାର ସମ୍ଭାବନା ନଥାଏ।

ଲୋଭୀ ଓ ଖରାପ କାମ କରୁଥିବା ବ୍ୟକ୍ତି –

ଜଣେ ଲୋଭୀ ବ୍ୟକ୍ତିକୁ କେବେବି ଧନ ଉଧାର ଦେବା ଉଚିତ ନୁହେଁ। ଆପଣ ତାଙ୍କୁ ଥରେ ଧନ ଦେବେ ଏବଂ ତାଙ୍କୁ ବାରମ୍ବାର ଟଙ୍କା ମାଗିବାର ଲୋଭ ହୋଇଯିବ। ତାପରେ ସେ ନିଜେ କାମ କରି ରୋଜଗାର କରିବାକୁ ଇଛା କରିବେ ନାହିଁ।ଏହାଛଡା ଯେଉଁ ଲୋକେ ଭୁଲ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ଧନ ଦେବାରୁ ବଞ୍ଚିତ ହେବା ଉଚିତ । ଏଭଳି ଲୋକ ଟଙ୍କାର ଉପଯୋଗ ଖରାପ କାର୍ଯ୍ୟରେ ଲଗାଇ ଥାଆନ୍ତି। ଏଭଳି ଭାବରେ ଆପଣଙ୍କ ଟଙ୍କା ଖରାପ କାର୍ଯ୍ୟରେ ଲାଗିପାରେ। ଏହାଦ୍ବାରା ଆପଣଙ୍କ ଧନ କାହାର କ୍ଷତି କରିପାରେ। ଏହି ପାପୀ ଓ ଲୋଭୀ ଲୋକ ଥରେ ଧନ ନେଇ ସାରିଲା ପରେ ଫେରସ୍ତ କରନ୍ତି ନାହିଁ। ଏମାନଙ୍କୁ ଧନ ଦେବା ନିଜ ଗୋଡ଼ରେ କୁରାଢି ମାରିବା ସହିତ ସମାନ ହୋଇଥାଏ।

ବିଶ୍ୱାସଘାତ କରୁଥିବା ବ୍ୟକ୍ତି –

ଯେଉଁ ବ୍ୟକ୍ତି ବିଶ୍ୱାସର ପାତ୍ର ନୁହେଁ ତାଙ୍କୁ ମଧ୍ୟ ଟଙ୍କା ଉଧାର ଦେବା ଉଚିତ ନୁହେଁ। ଖାସ୍ କରି ଆପଣଙ୍କ ବିଶ୍ୱାସଘାତ କରୁଥିବା ବ୍ୟକ୍ତି ଧନକୁ ନେଇ ଗାଏବ ହୋଇ ଯାଇଥାନ୍ତି । ଏମାନଙ୍କୁ ଟଙ୍କା ଉଧାର ଦେଲେ ଆପଣଙ୍କ ଟଙ୍କା ଫସି ଯାଇପାରେ ଏବଂ ଆପଣଙ୍କୁ କେବେବି ଫେରସ୍ତ ମିଳି ନପାରେ। ଏହି ଲୋକେ ନିଜର ଆବଶ୍ୟକତା ପୂରଣ ପାଇଁ ଆପଣଙ୍କ ପାଖକୁ ଦଉଡି ଚାଲି ଆସନ୍ତି କିନ୍ତୁ ଆପଣଙ୍କର ଆବଶ୍ୟକତା ପଡ଼ିବା କ୍ଷଣି ପଳାୟନ କରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *