Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସଫଳ ହେବା ପାଇଁ ଡଃ. ଅବଦୁଲ କଲାମଙ୍କର ଏହି ୫ଟି ମନ୍ତ୍ରକୁ ମନେ ରଖନ୍ତୁ । ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଡକ୍ଟର A P J ଅବଦୁଲ କଲାମ ସାର କହୁଥିଲେ ସପନ ତାହା ହୁଏ ନୁହେଁ ଯାହା ଆମେ ନିଦରେ ଦେଖିଥାଉ ବରଂ ସପନ ତାହା ହୋଇଥାଏ ଯାହା ଆମକୁ ନିଦ ଆସିବାକୁ ଦିଏ ନାହିଁ।

ଅବଦୁଲ କଲାମ ସାର ୫ ଟି କଥା ଶିଖେଇ ଥିଲେ ଓ କହିଥିଲେ ପ୍ରତ୍ୟକ ବ୍ୟକ୍ତି ସକାଳୁ ଉଠିବା କ୍ଷଣେ ୫ ଟି କଥା ନିଜ ନିଜକୁ କହିବା ଦରକାର। ସେହି ୫ ଟି କଥା ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ।

ପ୍ରଥମ କଥା। ଉଠିବାର ପରେ ପରେ ନିଜ ନିଜକୁ ଏହି କଥା କହନ୍ତି ମୁଁ ସବୁଠାରୁ ଭଲ ଅଟେ। ଗୌରବ କରିବାର କଥା କି ମୁଁ ସବୁଠାରୁ ଭଲ ଅଟେ। ଏହି ଦୁନିଆରେ ଦୂର ଦୁରାନ୍ତରରେ ମୋ ସମକକ୍ଷ କେହି ନାହାନ୍ତି ।ମୁଁ ଗମ୍ଭୀର ନିଶ୍ୱାସ ନେଇ କରି ନିଜ ନିଜକୁ କହନ୍ତି ମୁଁ ସବୁଠାରୁ ଭଲ ଅଟେ। କେତେ ଜଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ମୁଁ ସବୁଠାରୁ ଭଲ କିପରି ହୋଇପାରିବି। ମୋ ଠାରୁ ତ କେତେ ଭଲ ଭଲ ଲୋକ ମୋ ପାଖରେ ବସିଛନ୍ତି ତାଙ୍କ ସାମ୍ନାରେ ମୁଁ କିଛି ନୁହେଁ। ବନ୍ଧୁଗଣ ଆପଣଙ୍କର ଆକ୍ସନ ନିର୍ଭର କରିଥାଏ। ଆପଣ ଚିନ୍ତାଧାରା ଉପରେ କି ଆପଣ କଣ ଚିନ୍ତା କରିଥାନ୍ତି ଓ କଣ ମାନିଥାନ୍ତି। ତ ଆପଣଙ୍କୁ ମାନିବାକୁ ପଡିବ କି ମୁଁ ସବୁଠାରୁ ଭଲ ଅଟେ।ଯଦି ଆପଣ ପ୍ରତ୍ୟକ ଦିନ ସକାଳରୁ ଉଠୁ ଉଠୁ ନିଜ ନିଜକୁ ଏହା କହିଥାନ୍ତି କି ମୁଁ ସବୁଠାରୁ ଭଲ ଅଟେ। ଯଦି ଆପଣ ଏହି କଥାକୁ ମାନିନିଅନ୍ତି ଗୋଟିଏ ଦିନ ନିତାନ୍ତ ଏପରି ଆସିବ ଯେବେ ଆପଣ ସବୁଠାରୁ ଭଲ ହେବେ।

ବନ୍ଧୁଗଣ ଦ୍ୱିତୀୟ କଥା। ପ୍ରତ୍ୟକ ଦିନ ଉଠିବା ପରେ ଆପଣ ନିଜେ ନିଜକୁ କୁହନ୍ତୁ ମୁଁ ଏହା କରିପାରିବି। ପ୍ରତ୍ୟକ ମଣିଷର ଜୀବନର ଗୋଟିଏ ସପନ ହୋଇଥାଏ କିନ୍ତୁ ଅଧାରୁ ଅଧିକ ଏପରି ଲୋକ ହୋଇଥାନ୍ତି ଯିଏ ସପନକୁ ପୁରା ହିଁ କରିପାରନ୍ତି ନାହିଁ। ତାଙ୍କର କେବଳ ଗୋଟିଏ କାରଣ ଅଟେ କି ସେ ନିଜ ଠାରେ ବିଶ୍ବାସ ହିଁ କରିପାରନ୍ତି ନାହିଁ। ତ ଆପଣ ନିଜେ ନିଜକୁ ବିଶ୍ୱାସ କରନ୍ତୁ। ସକାଳରୁ ଉଠନ୍ତୁ ଓ ଉଠୁ ଉଠୁ ଆପଣ ନିଜେ ନିଜକୁ କୁହନ୍ତୁ ମୁଁ ଏହା କରିପାରିବି।

Google

ତୃତୀୟ କଥା। ଯଦି ଆପଣ ନିଜେ ନିଜକୁ କୁହନ୍ତୁ ଭଗବାନ ସବୁବେଳେ ମୋର ସାଥି ଦିଅନ୍ତୁ। ପ୍ରତ୍ୟକ ମଣିଷ ସହିତ ଜେବେବି କୌଣସି ଖରାପ ଘଟଣା ହୋଇଥାଏ ତାର ମୁହଁରୁ କେବଳ ଗୋଟିଏ କଥା ବାହାରି ଥାଏ। ଏପରି ମୋ ସହିତ କାହିଁକି ହେଲା। ଭଗବାନ ମୋ ସହିତ ଏମିତି କାହିଁକି କଲେ।ବନ୍ଧୁଗଣ ଭଗବାନଙ୍କ ଉପରେ ବିଶ୍ୱାସ ଜାରି ରଖନ୍ତୁ। କଣ ଆପଣଙ୍କୁ ଲାଗିଥାଏ କି ଭଗବାନ କାହା ସହିତ ଖରାପ କରିପାରିବେ। ଭଗବାନ ଯାହା କିଛିବି ଆମ ସହିତ କରିଥାନ୍ତି ତାହା ଦ୍ୱାରା କାହାର ନାଁ କାହାର କିଛି ଭଲ ହୋଇଥାଏ। ହୋଇପାରେ ସେଥିରେ ଆପଣଙ୍କର ଭଲ ନହୋଇ କିନ୍ତୁ ଆମ କାରଣରୁ ଅନ୍ୟ କାହାର ଭଲ ହୋଇଥାଏ। ସେଥିପାଇଁ ଭଗବାନଙ୍କ ଠାରେ ସବୁବେଳେ ବିଶ୍ୱାସ ରଖିଥାନ୍ତୁ ଓ ନିଜେ ନିଜକୁ କୁହନ୍ତୁ ହେ ଭଗବାନ ସବୁବେଳେ ମୋର ସାଥି ଦିଅ।

ଚତୃର୍ଥ କଥା। ଯାହା ନିଜେ ନିଜକୁ କହିବାର ଅଛି ମୁଁ ଜଣେ ବିଜେତା ଅଟେ। ଅଧାରୁ ଅଧିକ ଲୋକ ହାରି ଯାଇଛନ୍ତି। ଜେବେବି ଜୀବନରେ ହାରି ଯାଆନ୍ତି ନିଜକୁ ହାରି ଯାଇଥିବା ମାନିଥାନ୍ତି। କେବେବି ନିଜେ ନିଜକୁ କହନ୍ତି ନାହିଁ କି ମୁଁ ଜଣେ ବିଜେତା ଅଟେ। ଥରେ ମାନିକରି ତ ଦେଖନ୍ତୁ।ମୁଁ ଜଣେବିଜେତା ଅଟେ। ଯେପରି ଏ କଥା ନିଜେ ନିଜକୁ କହିବେ କି ମୁଁ ଜଣେ ବିଜେତା ଅଟେ। ତ ଆପଣଙ୍କ ଆକ୍ସନ ଯାହା ହେବ ତାହା ଏକ ବିଜେତା ପରି ହେବ। ନାଁ କି ହାରିବା ଭଳି। ଟିକେ ଚିନ୍ତା କରନ୍ତୁ ଯଦି ଆପଣଙ୍କ ଆକ୍ସନ ବିଜେତା ପରି ହେଲେ କଣ ଆପଣ ଜଣେ ବିଜେତା ନୁହଁନ୍ତି।

ପଞ୍ଚମ କଥା। ଯାହା ନିଜେ ନିଜକୁ କହିବାର ଅଛି କି ଆଜିର ଦିନ ମୋର ଦିନ। ଆଜି ପର୍ଯ୍ୟନ୍ତ ଯାହା ହେଲା ତାହା ହୋଇଗଲା। କିନ୍ତୁ ଆଜିର ଦିନ ମୋର ଦିନ। ଏ ଦିନକୁ ମୋ ଜୀବନର ସବୁଠାରୁ ଭଲ ଦିନ କରିବି। ଯଦି ଆପଣ ଆଜି ବି ତାହା କରୁଛନ୍ତି ଯାହା ଆପଣ କାଲି ପର୍ଯ୍ୟନ୍ତ କରିଆସୁଥିଲେ। ତ ଆଜି ହିଁ ଆପଣଙ୍କୁ ସେତିକି ହିଁ ମିଳିବ। ଯେତିକି ଆପଣଙ୍କୁ କାଲି ମିଳି ଆସୁଥିଲା। ତେଣୁ ଆପଣଙ୍କ ସଫଳତା ଆପଣଙ୍କ ଠାରେ ନିର୍ଭର କରିଥାଏ। କି ପ୍ରତ୍ୟକ ଦିନ ଆପଣ କେଉଁ କାମ କରୁଛନ୍ତି। ଯାହାବି ଆପଣ କରୁଛନ୍ତି ସେହି କାମକୁ କେତେ ଭଲ ଭାବରେ କରିପାରୁଛନ୍ତି। ତେଣୁ ପ୍ରତ୍ୟକ ଦିନ ସକାଳରୁ ଉଠୁ ଉଠୁ ନିଜେ ନିଜକୁ କୁହନ୍ତୁ ଆଜିର ଦିନ ମୋର ଦିନ ଅଟେ। ଏହି ଦିନକୁ ମୋ ଜୀବନର ସବୁଠାରୁ ଭଲ ଦିନ କରିବି।

Google

ଆସନ୍ତୁ ବନ୍ଧୁଗଣ ଏହି ୫ ଟି କଥାକୁ ଏକା ସାଥେ ଦେଖିନେବା। ଯାହା ଆପଣ ସକାଳରୁ ଉଠୁ ଉଠୁ ନିଜେ ନିଜକୁ କହିବାର ଅଛି।

ମୁଁ ସବୁଠାରୁ ଭଲ ଅଟେ।

ମୁଁ ଏହା କରିପାରିବି।

ଭଗବାନ ସବୁବେଳେ ମୋ ସାଥିରେ ଅଛନ୍ତି।

ମୁଁ ଜଣେ ବିଜେତା ଅଟେ।

ଆଜିର ଦିନ ମୋର ଦିନ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *