Excuse Me Odisha

ଯାହା କହିବୁ ସତ କହିବୁ

୧୦ ଜୁନ ସୂର୍ଯ୍ୟ ପରାଗ ୬ଟି ରାଶିରେ ଧନର ବର୍ଷା, ଗର୍ଭବତୀ ମହିଳା କଣ କରିବେ, ହାଣ୍ଡି ଛାଡ଼ ହେବ କି ନାହିଁ ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତା ୧୦ ତାରିଖ ଅର୍ଥାତ ଜୁନ ୧୦ ବୁଧବାର ଅର୍ଥାତ ଜ୍ୟାଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଏହି ବର୍ଷ ସମୁଦାୟ ୪ ଟି ମହଜାଗତିକ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିବ। ସେଥିମଧ୍ୟରୁ ୨ ଟି ଚନ୍ଦ୍ରଗ୍ରହଣ ଏବଂ ୨ ଟି ସୂର୍ଯ୍ୟ ପରାଗ ଅଟେ। ତେବେ ଆସନ୍ତା ଜୁନ ୧୦ ତାରିଖରେ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି। ଏହି ସୂର୍ଯ୍ୟ ପରାଗ ଭାରତରେ କେଉଁ ସମୟରେ ଲାଗିବାକୁ ଯାଉଛି ସୁତକ ବା ହାଣ୍ଡିଛାଡ଼ ସମୟ କେତେ। ଗର୍ଭବତୀ ମହିଳାମାନେ ନିଶ୍ଚୟ କରନ୍ତୁ ଏହି କାମ। ବନ୍ଧୁଗଣ ୧୦ ଜୁନ ୨୦୨୧କୁ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି। ଏବଂ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କର ଶିଶୁ ଉପରେ କିଛିବି ପ୍ରଭାବ ପଡିବ ନାହିଁ। ଗର୍ଭବତୀ ମହିଳାମାନେ ନିଶ୍ଚୟ କରନ୍ତୁ ଏହି ଛୋଟ କାମ। ବନ୍ଧୁଗଣ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ ୨୦୨୧ ବୁଧବାର ଦିନ ଲାଗିବାକୁ ଯାଉଛି। ଯାହା ଭାରତରେ ଅବଶ୍ୟ ଦେଖାଦେବ। ଏମିତିରେ ସୂର୍ଯ୍ୟ ପରାଗ ସମୟରେ ଲୋକମାନଙ୍କୁ ସବୁଠୁ ଅଧିକ ଚିନ୍ତା ତେବେ ହୋଇଥାଏ ଯେବେ ଆପଣଙ୍କର ଘରେ କୌଣସି ଗର୍ଭବତୀ ମହିଳାମାନେ ରହିଥାନ୍ତି। ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ଏହି ଦୁହିଁଙ୍କର ଯେଉଁ କିରଣ ହୋଇଥାଏ ତାହାର ନକାରାତ୍ମକ ଉର୍ଜାର ଶକ୍ତି ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ଛୁଆ ଏବଂ ଗର୍ଭରେ ବଢୁଥିବା ପିଲାଙ୍କ ଉପରେ। ଏମିତିରେ ଗର୍ଭବତୀ ମହିଳାଙ୍କ ଶରୀର ଏତେ କମଜୋର ହୋଇଯାଇଥାଏ କି ସେମାନଙ୍କୁ ସୂର୍ଯ୍ୟ ପରାଗ ସମୟରେ କେତେ ପ୍ରକାରର ସାବଧନତା ଅବଲମ୍ବନ କରିବାକୁ ମଧ୍ୟ ପଡିଥାଏ।ଯାହାଦ୍ୱାରାକି ତାଙ୍କର ଗର୍ଭ ମଧ୍ୟ ସୁରକ୍ଷିତ ରହିଥାଏ। ୧୦ ଜୁନ ୨୦୨୧ କୁ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଟେ। ଏହି ସୂର୍ଯ୍ୟ ପରାଗର ସଠିକ ସମୟ ସୀମା ସୁତକ କାଳ ହାଣ୍ଡିଛାଡ଼ ସମୟ ମାନ୍ୟ ହେବକି ନାହିଁ ଗର୍ଭବତୀ ମହିଳାମାନେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ। ଏ ବିଷୟରେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

Google

ବନ୍ଧୁଗଣ ପ୍ରଥମେ ଜାଣି ରଖିବା ପରାଗ ଲାଗିବାର ସମୟ ଏବଂ ଗ୍ରାସ ସମୟ ଆସନ୍ତା ଜୁନ ୧୦ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ ହେଉଛି ଆଂକସିକ ସୂର୍ଯ୍ୟ ପରାଗ।ମାନେ ଏହା ଭାରତରେ ଆଂକସିକ ଦେଖା ହେବ। ଏହି ପରାଗର ଗ୍ରାସ ବା ପରାଗ ଲାଗିବାର ସମୟ ହେଉଛି ଅପରାହ୍ନ ୧ ତା ୪୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ବାଜି ୪୧ ମିନିଟ ପର୍ଯ୍ୟନ୍ତ ଏହା ରହିବ। ଏହି ପରାଗ ମହାକାଶରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଏବେ ଆସନ୍ତୁ ଜାଣିବା ପରାଗର ସୁତକ କାଳ ମାନ୍ୟ ହେବକି ନାହିଁ। ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ସୁତକ ସମୟ ବୋଲି ମଧ୍ୟ କୁହାଯାଇଥାଏ। ଯେହେତୁ ଏହା ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି ତେଣୁ ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ସୂର୍ଯ୍ୟ ପରାଗ ଆସନ୍ତା ଜୁନ ୧୦ ତାରିଖରେ ଲାଗିବାକୁ ଯାଉଛି। ଏହା ଭାରତରେ ଆଂକସିକ ଦୃଶ୍ୟମାନ ହେବ। କିନ୍ତୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ଭାରତ ଅପେକ୍ଷା ଅନ୍ୟ ଦେଶ ମାନଙ୍କରେ ଏହାର ପ୍ରଭାବ ଅଧିକ ମଧ୍ୟ ପଡିବ। ଯେମିତି ୟୁରୋପ,ଗ୍ରୀନଲାଣ୍ଡ,କାନାଡ଼ା,ଆମେରିକା,ରୁଷ,
ଚାଇନା ଏହି ସବୁ ଦେଶ ମାନଙ୍କରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମିଳିବ। କିନ୍ତୁ ଭାରତରେ ଆଂକସିକ ସୂର୍ଯ୍ୟ ପରାଗ ଦେଖାଦେବ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ଆଂକସିକ ଦୃଶ୍ୟମାନ ହେଉଥିବାରୁ ଏହାର ସୁତକ କାଳ ବା ହାଣ୍ଡିଛାଡ଼ ସମୟ ମାନ୍ୟ ହେବ ନାହିଁ। କାରଣ ସେହି ଗ୍ରହଣ ବା ପରାଗର ସୁତକ କାଳ ମାନ୍ୟ ହୋଇଥାଏ। ଯେଉଁ ପରାଗ ଖାଲି ଆଖିରେ ଦେଖାଯାଇପାରିଥାଏ। ଯେହେତୁ ଏହା ଆଂକସିକ ଦୃଶ୍ୟମାନ ହେବ ତେଣୁ ଏହି ସୂର୍ଯ୍ୟ ପରାଗ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ନିଶ୍ଚିତ ଭାବରେ ପଡିବ। ସେଥିପାଇଁ ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ସୂର୍ଯ୍ୟ ପରାଗ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ସୂର୍ଯ୍ୟ ପରାଗ ସମୟରେ ଯଦି ସୂର୍ଯ୍ୟର କିରଣ ଏବଂ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ତେବେ ତାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ମଧ୍ୟ ଲାଗିଥାଏ। ଯାହା ବିପଦ ଅଟେ। ସୂର୍ଯ୍ୟ ପରାଗ ସମୟରେ କୌଣସି ବି ଶୁଭ କାର୍ଯ୍ୟକୁ କରନ୍ତୁ ନାହିଁ। ପରାଗଦିନ ଗର୍ଭବତୀ ମହିଳାଙ୍କୁ କଳା ଏବଂ ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଦରକାର ନାହିଁ। ଏହା ସହିତ ନିଜ ଗର୍ଭକୁ ପୁର୍ଣ ଭାବରେ ଘୋଡାଇକି ରଖିବା ଦରକାର। ଯାହା ଫଳରେ ପରାଗର କିରଣ ନିଜ ଗର୍ଭ ଉପରେ ପଡି ପାରିବ ନାହିଁ। ରୁମର କବାଟ ଝରକାକୁ ବନ୍ଦ କରି ରଖିବେ। ତଥା ପରାଗ ସମୟରେ ଆପଣଙ୍କୁ ବାହାରକୁ ଯିବାର ନାହିଁ। କିନ୍ତୁ ଗୋଟେ କଥା ମନେ ରଖିବେ କି ସୁତକ ସମୟରେ ଗର୍ଭବତୀ ମହିଳା ମାନେ ଖାଇବା ପିଇବା କରିପାରିବେ। କିନ୍ତୁ ପରାଗ ଲାଗିଥିବା ସମୟରେ ଶୋଇବା ଅନୁଚିତ ଅଟେ। ଏହା ସହ ପରାଗ ସମୟରେ ଧାରୁଆ ଜିନିଷର ପ୍ରୟୋଗ ଭୁଲରେ ମଧ୍ୟ କରନ୍ତୁ ନାହିଁ। ତା ସହିତ ପରାଗ ସମୟରେ ନିଜ ମୁଣ୍ଡ ପାଖରେ ୭ ଟି ଗୋଟା ହଳଦୀ ଖଣ୍ଡକୁ ରଖନ୍ତୁ। ତା ପରେ ପରାଗ ସରିବା ପରେ ଏହାକୁ ଶିବାଳୟରେ ଚଢ଼ାଇ ଦିଅନ୍ତୁ। ସମସ୍ତ ଗର୍ଭବତୀ ମହିଳାମାନେ ପରାଗ ଲାଗିଥିବା ସମୟରେ ଓଁ ନମଃ ଶିବାୟ ଏହି ମନ୍ତ୍ରଟିକୁ ଜପ ମଧ୍ୟ କରନ୍ତୁ। ଏବଂ ଭଗବାନ ଶିବଙ୍କର ଆରୋଧନା କରନ୍ତୁ। ଆପଣଙ୍କର ମଙ୍ଗଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *