Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଏହି ଖାସ୍ ଉପାୟ କରିବା ଦ୍ଵାରା ଜୀବନରେ ଆସିଥାଏ ସୁଖ ସମୃଦ୍ଧି, ଏଭଳି ରହିଛି ମାନ୍ୟତା।

ସେୟାର୍ କରନ୍ତୁ

୮ ଜୁନ କୁ ଜ୍ୟେଷ୍ଠ ମାସର ଦ୍ଵିତୀୟ ବଡ଼ ମଙ୍ଗଳବାର ରହିଛି। ଏହିଦିନ ହନୁମାନଙ୍କୁ ପୂଜା କରିବା ଏବଂ ବିଶେଷ ଉପାୟ କରିବା ଦ୍ୱାରା କୌଣସି କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବାର ମାନ୍ୟତା ରହିଛି।

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା କରିବାର ବିଶେଷ ମହତ୍ୱ ରହିଛି ଏବଂ ଯେତେବେଳେ କଥା ଜ୍ୟେଷ୍ଠରେ ଆସୁଥିବା ବଡ଼ ମଙ୍ଗଳବାର ସହିତ ଯୋଡ଼ି ଯାଏ ତାହେଲେ ଏହାର ମହତ୍ୱ ଆହୁରି ଅଧିକ ବଢ଼ି ଯାଇଥାଏ। ୮ ଜୁନକୁ ଜ୍ୟେଷ୍ଠ ମାସର ଦ୍ଵିତୀୟ ବଡ଼ ମଙ୍ଗଳବାର ଅଟେ। ଏହିଦିନ ଭଗବାନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଏବଂ କିଛି ବିଶେଷ ଉପାୟ କରିବା ଦ୍ୱାରା କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା ଦୂର ହେବାର ମାନ୍ୟତା ରହିଛି। ହନୁମାନଙ୍କୁ ଭଗବାନ ଶିବଙ୍କର ରୁଦ୍ର ଅବତାର ମାନା ଯାଇଥାଏ।

ମଙ୍ଗଳବାର ଦିନ କରନ୍ତୁ ଏହି ମନ୍ତ୍ରର ଜପ :- ମଙ୍ଗଳବାର ଦିନ ସକାଳେ ସ୍ନାନ ସାରିବା ପରେ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ବସ୍ତ୍ର ଅର୍ପଣ କରିବା ସମୟରେ ରାମ ଭକ୍ତ ହନୁମାନଙ୍କ ସାମ୍ନାରେ ଚମେଲୀର ତେଲ ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ତାଙ୍କୁ ଗୋଲାପ ମାଳା ଅର୍ପଣ କରନ୍ତୁ। ହନୁମାନଙ୍କ ପ୍ରତିମାର କାନ୍ଧରେ କେବଡେର ଅତର ଲଗାନ୍ତୁ। ଏହାପରେ ପାନପତ୍ରରେ ଗୁଡ଼ା ଓ ଚଣା ରଖି ଭୋଗ ଲଗା ଯାଇଥାଏ। ଏହାପରେ ଏହି ମନ୍ତ୍ରରେ ତୁଳସୀ ମାଳା ଦ୍ଵାରା ଜପ କରନ୍ତୁ। ଧ୍ୟାନ ରଖନ୍ତୁ ୫ ମାଳା ନିଶ୍ଚିତ ଜପ କରନ୍ତୁ।

Google

ମନ୍ତ୍ର –

ରାମ ରାମେତି ରାମେତି ରମେ ରାମେ ମନୋରମେ।

ସହସ୍ର ନାମ ତତ୍ତୁନ୍ୟଂ ରାମ ନାମ ବରାନନେ।।

ବରଗଛ ପତ୍ରର ପ୍ରୟୋଗ :- ମଙ୍ଗଳବାର ଦିନ ସକାଳେ ସ୍ନାନ ସାରି ବରଗଛର ଏକ ପତ୍ର ତୋଳି ଘରକୁ ଆଣନ୍ତୁ। ଏହାକୁ ସଫା ପାଣିରେ ଧୋଇ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖି ଦିଅନ୍ତୁ ଏବଂ ପୂଜା କରନ୍ତୁ। ସେହି ପତ୍ରରେ କେଶର ଦ୍ଵାରା ଶ୍ରୀରାମ ଲେଖନ୍ତୁ। ଏହାପରେ ସେହି ପତ୍ରକୁ ନିଜ ପାଖରେ ରଖି ଦିଅନ୍ତୁ। କୁହାଯାଇଛି କି ଏଭଳି କରିବା ଦ୍ୱାରା ଧନର କେବେବି ଅଭାବ ହୁଏ ନାହିଁ। ଧ୍ୟାନ ରଖନ୍ତୁ କି ପତ୍ର ଶୁଖିବା କ୍ଷଣି ଏହାକୁ ଗଙ୍ଗା ନଦୀରେ ପ୍ରବାହିତ କରି ଦିଅନ୍ତୁ।

ଭଗବାନ ଶ୍ରୀରାମଙ୍କର କରନ୍ତୁ ପୂଜାର୍ଚ୍ଚନା :- ହନୁମାନ ଭଗବାନ ଶ୍ରୀରାମଙ୍କର ଭକ୍ତ ଅଟନ୍ତି । ଏଥିପାଇଁ ଶ୍ରୀରାମଙ୍କର ଭକ୍ତଙ୍କ ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ସହିତ ସୀତା ମାତା ଓ ଭଗବାନ ଶ୍ରୀରାମଙ୍କର ମଧ୍ୟ ଆରାଧନା କରିବା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କୁହାଯାଏ ଏଭଳି କରିବା ଦ୍ୱାରା ଭଗବାନ ହନୁମାନ ସବୁ ମନସ୍କାମନା ପୂରଣ କରିଥାନ୍ତି। କଷ୍ଟରୁ ମୁକ୍ତି ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରାଯାଇଥାଏ।

Google

ହନୁମାନ ଚାଳିଶା ପାଠ କରନ୍ତୁ :- ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ। ଯଦି ସମ୍ଭବ ଏହିଦିନ ହନୁମାନ ମନ୍ଦିର ମଧ୍ୟ ଯାଆନ୍ତୁ ଏବଂ ପ୍ରତିମା ଆଗରେ ସୋରିଷ ତେଲ ବା ଶୁଦ୍ଧ ଘିଅ ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ। ଏଭଳି କୁହାଯାଏ ଭକ୍ତ ମାନଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଥାଏ।

ଅଶ୍ୱତ୍ଥ ଗଛ ପୂଜା କରନ୍ତୁ :- ହିନ୍ଦୁ ଧର୍ମ ଅନୁସାରେ ଅଶ୍ୱତ୍ଥ ଗଛରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ। ଏଥିପାଇଁ ମଙ୍ଗଳବାର ଦିନ ଅଶ୍ୱତ୍ଥ ଗଛ ପୂଜା କରିବାର ଅତ୍ୟନ୍ତ ଫଳଦାୟୀ ମାନା ଯାଇଥାଏ। ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା ସବୁ କଷ୍ଟର ନିବାରଣ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *