Excuse Me Odisha

ଯାହା କହିବୁ ସତ କହିବୁ

ଶନି ଜୟନ୍ତୀ: ୧୦ ଜୁନକୁ ରହିଛି ଶନି ଜୟନ୍ତୀ। ଜାଣନ୍ତୁ ଏହାର ମହତ୍ୱ ଏବଂ ଶନିଦୋଷରୁ ମୁକ୍ତିର ଉପାୟ।

ସେୟାର୍ କରନ୍ତୁ
Google

ଶନିଦେବଙ୍କୁ ନ୍ୟାୟର ଦେବତା ମାନା ଯାଇଥାଏ। କୁହାଯାଏ କି ସେ ସମସ୍ତଙ୍କୁ ନିଜର କର୍ମ ଫଳ ପ୍ରଦାନ କରି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଭୁଲ ଦିଗରେ ହେବା ଦ୍ବାରା ଶନିଙ୍କ ସାଢେ଼ ସାତୀର ସାମ୍ନା କରିବାକୁ ପଡ଼ିଥାଏ। ଏପରି ଭାବରେ ବ୍ୟକ୍ତିକୁ ଅନେକ କଷ୍ଟ ଓ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଅନେକ କଠିନ ପରିସ୍ଥିତି ଆସିଥାଏ। ଏହି ସମୟରେ ଶନିଙ୍କ ସାଢେ଼ ସାତୀ ମକର, କୁମ୍ଭ ଓ ଧନୁ ରାଶିର ଲୋକଙ୍କ ଉପରେ ଚାଲୁଛି। ଜୁନ ମାସରେ ଶନି ଜୟନ୍ତୀ ପାଳନର ଶୁଭ ତିଥି ପଡୁଛି। ଏହିଦିନ ଶନିଦେବଙ୍କ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ତ୍ଵ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ବିଶେଷକରି ଶନି ସାଢେ଼ ସାତୀ ମହାଦଶାରେ ପୀଡ଼ିତ ଲୋକଙ୍କୁ ଏହି ସମୟରେ କିଛି ଖାସ୍ ଉପାୟ କରିବା ଦ୍ଵାରା ଲାଭ ମିଳିଥାଏ ।

ଏହିଦିନ ପାଳନ ହେବ ଶନି ଜୟନ୍ତୀ –

ଏହିବର୍ଷ ଶନି ଜୟନ୍ତୀର ଶୁଭ ଦିନ ହେଉଛି ୧୦ ଜୁନ ୨୦୨୧ ଗୁରୁବାର ପଡୁଛି। ଅମାବାସ୍ୟା ତିଥି ୯ ଜୁନ ଦ୍ୱିପ୍ରହର ୧:୫୭ ମିନିଟରୁ ଆରମ୍ଭ ହୋଇ ୧୦ ଜୁନ ସନ୍ଧ୍ୟା ୪:୨୨ ମିନିଟରେ ରହିବ। ଏହିଦିନ ଏବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏହାସହିତ ସାବିତ୍ରୀ ବ୍ରତ ମଧ୍ୟ ଏହିଦିନ ରହିଛି।

Google

ଶନି ଜୟନ୍ତୀ ପାଳନ କରିବାର ମହତ୍ୱ –

ଧାର୍ମିକ ମାନ୍ୟତା ଅନୁସାରେ ନ୍ୟାୟର ଦେବତା ଶନି ମହାରାଜାଙ୍କ ଜନ୍ମ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିକୁ ହୋଇଥିଲା। ଏହିଦିନ ଶନି ଜୟନ୍ତୀ ପାଳନ କରାଯାଇଥାଏ। ମାନା ଯାଇଥାଏ କି ଏହି ଶୁଭ ଦିନରେ ସତ୍ ମନରେ ଶନିଦେବଙ୍କ ପୂଜା,କିଛି ଉପାୟ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାସହିତ ଯେଉଁମାନଙ୍କ କୁଣ୍ଡଳୀରେ ଶନି ମହାଦଶା ଚାଲିଛି ସେମାନଙ୍କୁ ମଧ୍ୟ ଲାଭ ମିଳିଥାଏ।

ଶନି ଜୟନ୍ତୀ ଦିନ କରନ୍ତୁ ଏହି ଖାସ୍ ଉପାୟ –

ଶନିଦେବଙ୍କ ପୂଜା କରନ୍ତୁ :- ଶନି ଜୟନ୍ତୀ ଦିନ ସକାଳେ ଶୀଘ୍ର ସ୍ନାନ କରନ୍ତୁ। ଏହାପରେ ମନ୍ଦିର ଯାଇ ଶନି ପୂଜା କରନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଏହାଦ୍ବାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

ଶନି ଚାଳିଶା ପାଠ କରନ୍ତୁ :- ଏହି ଶୁଭ ଦିନରେ ନ୍ୟାୟର ଦେବତାଙ୍କ କୃପା ପାଇବା ପାଇଁ ଶନି ଚାଳିଶା ପାଠ କରନ୍ତୁ। ମାନ୍ୟତା ଅନୁସାରେ ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଏହି ବସ୍ତୁର କରନ୍ତୁ ଦାନ :- ପ୍ରତ୍ୟେକ ଶୁଭ ତିଥିରେ ଦାନ କରିବାର ବିଶେଷ ମହତ୍ୱ ରହିଥାଏ। ଏହାଦ୍ବାରା ଈଶ୍ୱର କୃପା ମିଳିଥାଏ। ଏଥିପାଇଁ ଶନି ଜୟନ୍ତୀ ଦିନ ଶନିଦେବଙ୍କ ସମ୍ବନ୍ଧିତ ସୋରିଷ ତେଲ, କଳା କପଡ଼ା, କମ୍ବଳ, କଳା ମୁଗ ଡାଲି, ଲୁହା ଦାନ କରନ୍ତୁ। ତାପରେ ତେଲ ସହିତ ସେହି ପାତ୍ରକୁ ଶନି ମନ୍ଦିରରେ ଦାନ କରନ୍ତୁ। ଶନିଦେବଙ୍କ ଦାନ ନେଉଥିବା ଲୋକଙ୍କୁ ମଧ୍ୟ ଦେଇ ପାରିବେ ।

Google

ଭଗବାନ ଶଙ୍କର ଏବଂ ହନୁମାନଙ୍କ ପୂଜା କରନ୍ତୁ:-

ଭଗବାନ ଶଙ୍କର ଏବଂ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭଗବାନ ଶନିଦେବଙ୍କ କୃପା ପାଇ ପାରିବେ। ଏଥିପାଇଁ ଏହି ଶୁଭ ଦିନରେ ସତ୍ ମନରେ ସଙ୍କଟ ମୋଚନ ହନୁମାନଙ୍କ ପୂଜା କରନ୍ତୁ। ଶିବ ଚାଳିଶା ଏବଂ ହନୁମାନ ଚାଳିଶା ପାଠ କରିବା ଶୁଭ ରହିବ।

ଏହି ମନ୍ତ୍ରର କରନ୍ତୁ ଜପ:- ଶନି ଜୟନ୍ତୀର ଶୁଭ ଅବସରରେ ଶନିଦେବଙ୍କ କୃପା ପାଇବା ପାଇଁ , ” ଓଁ ସଂ ଶନିଶ୍ଚରାୟ ନମଃ ” , ଓଁ ନିଲାଜନ ସମାଭାସମ୍ ରବିପୁତ୍ରମ୍ ୟମଗ୍ରଜମ। ଛାୟା ମାର୍ତଣ୍ଡ ସମ୍ଭୂତମ ତମ ନମାମୀ ଶନିଶ୍ଚରମ୍ ର ମନ୍ତ୍ର ଜପ କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *