Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ବିଛଣାରେ ନିଦ ଆସୁ ନାହିଁ କି ? ତେବେ କରନ୍ତୁ ଏହି ଉପାୟ। ଗୋଟେ ମିନିଟରେ ଦେଖାଇ ଦେବ ପ୍ରଭାବ।

ସେୟାର୍ କରନ୍ତୁ

ଦିନସାରା ଥକାପଣ ପରେ ଯଦି ଆପଣ ରାତିସାରା ବିଛଣାରେ ନ ଶୋଇ ଚାହିଁ ରହିବେ ତାହେଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଡାକ୍ତରଙ୍କ କହିବା ଅନୁସାରେ ଆମ ଶରୀରକୁ ୭ରୁ ୮ ଘଣ୍ଟା ନିଦର ଆବଶ୍ୟକତା ରହିଛି। ରାତି ସାରା ଉତ୍ତମ ନିଦ ଆମକୁ ସାରା ଦିନ ତାଜା ଓ ଉର୍ଜାବାନ ରଖିଥାଏ, କିନ୍ତୁ ଚିନ୍ତା ଓ ବଦଳୁଥିବା ଜୀବନଶୈଳୀର ପ୍ରଭାବ ଯଦି ସବୁଠାରୁ ଅଧିକ କାହା ଉପରେ ପଡୁଛି ତାହା ହେଉଛି ଆମର ରାତିର ନିଦ। ଏବେ ଅନେକ ଲୋକେ ଅନିଦ୍ରାର ସମସ୍ୟା ଭୋଗୁଛନ୍ତି। ଏହାକୁ ସ୍ଲିପ ସିଣ୍ଡ୍ରୋମ ମଧ୍ୟ କୁହାଯାଏ, ଯେଉଁଥିରେ ଲୋକଙ୍କର ରାତିର ନିଦ ହଜି ଯାଇଥାଏ। ଅନେକ ପ୍ରୟାସ ପରେ ମଧ୍ୟ ସେମାନେ ରାତିରେ ବିଛଣାରେ ପଡି ରହିଥାନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଦି ଆମେ କିଛି ଅଭ୍ୟାସକୁ ନିଜ ଜୀବନଶୈଳୀରେ ସାମିଲ କରିବା ତାହେଲେ ଏହାର ସକାରାତ୍ମକ ପ୍ରଭାବ ନିଶ୍ଚିତ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ତୁରନ୍ତ ଶାନ୍ତିଦାୟକ ନିଦ ପାଇଁ କଣ କରାଯିବ।

୧- ଯଦି ନିଦ ଆସୁନାହିଁ, ତାହେଲେ ଖଟରେ ବସି କିଛି ଏଭଳି ଯୋଗ କରନ୍ତୁ, ଯାହା ଉତ୍ତମ ନିଦ ଆସିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ଯେପରି ଭ୍ରାମରି, ପ୍ରାଣାୟାମ ଓ ସବାସନ କରିବା ଦ୍ୱାରା ତୁରନ୍ତ ନିଦ ଆସି ଯାଇଥାଏ।

୨- ନିଦ ନ ଆସିଲେ ଏକ୍ୟୁପ୍ରେସର ଥେରାପିର ସାହାଯ୍ୟ ନିଅନ୍ତୁ। ଆମ ଶରୀରରେ ଅନେକ ଖାସ୍ ବିନ୍ଦୁ ରହିଛି ଯାହାକୁ ଦବେଇବା ଦ୍ଵାରା ନିଦ ଆସି ଯାଇଥାଏ। ନିଜର ହାତର ଆଙ୍ଗୁଳିକୁ ନିଜ ଆଇବ୍ରୋ ମଝିରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ ଏବଂ ହଟାଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ୪ ରୁ ୫ ଥର କରନ୍ତୁ।

Google

୩- ଆପଣ ସିଧା ଶୋଇ ନିଜ ଆଖିକୁ ଶୀଘ୍ର ଶୀଘ୍ର ବନ୍ଦ କରନ୍ତୁ। ଏହାଦ୍ବାରା ଆଖି ଥକି ଯିବ ଓ ଆପେ ଆପେ ନିଦ ଆସିଯିବ।

୪- ସାରାଦିନ ଘଟଣାକୁ ଓଲଟା କ୍ରମରେ ମନେ ପକାନ୍ତୁ। ଏଭଳି କରିବା ଦ୍ଵାରା ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିବ ଓ ନିଦ ଆସିଯିବ।

୫- ଶରୀରକୁ ଦିନସାରା ଏକ୍ଟିଭ ରଖନ୍ତୁ। ଜଗିଂ, ୱାକିଂ, ସ୍ଵିମିଂ କରିବା ଦ୍ୱାରା ରାତିରେ ଗଭୀର ନିଦ ଆସିଥାଏ।

୬- ଆଖପାଖରେ ଘଡି ରଖନ୍ତୁ ନାହିଁ। ଏହାଦ୍ବାରା ନିଦ ହୋଇ ନଥାଏ ଏବଂ ପ୍ରତ୍ୟେକ ସମୟରେ ମୁଣ୍ଡରେ ମିନିଟ ହିସାବ ଚାଲିବାକୁ ଲାଗିଥାଏ।

୭- ନିଜର ନିଦର ଶୈଳୀକୁ ଧ୍ୟାନରେ ରଖନ୍ତୁ ଏବଂ ନୋଟ ବନାନ୍ତୁ। ଯଦି ଆପଣ ରାତିରେ ବିଛଣାରେ ୮୦ ପ୍ରତିଶତରୁ କମ୍ ସମୟ ଶୟନ କରୁଛନ୍ତି ତାହେଲେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *