Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ବିଫଳତାର ତିନୋଟି ବଡ଼ କାରଣ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଯେଉଁ ମଣିଷ ଠିକ୍ ସମୟରେ ଝାଳ ବାହାର କରି ନଥାଏ,ସେ ପରେ ଲୁହ ବାହାର କରିଥାଏ। ଯିଏ ନିଜର ଜୀବନର ତୁଳନା ଅନ୍ୟମାନଙ୍କ ସହିତ କରିଥାଏ, ସେ ଜୀବନ ସାରା କାନ୍ଦି କାନ୍ଦି ହିଁ କାଟିଥାଏ। ଯିଏ ନିଜକୁ ବଦଳେଇ ପରିଶ୍ରମ କରିଥାଏ ସେ ଆଗକୁ ବଢ଼ି ଯାଇଥାଏ। ତୁମେ ଏକୁଟିଆ ନୁହେଁ ଯିଏ ଦିନରାତି ସଫଳତା ପାଇବା ନିମନ୍ତେ ପରିଶ୍ରମ କରୁଅଛ। ତୁମେ ଏକୁଟିଆ ନୁହଁ ଯାହାକୁ ଗୋଟିଏ ଥର ନୁହେଁ କେତେଥର ଅସଫଳତାର ମାଡ଼ ମିଳିଅଛି। ତୁମେ ଏକୁଟିଆ ନୁହଁ ଯିଏ ଏହା ଚିନ୍ତା କରିଥାଏ କି ମୋର ଭାଗ୍ୟ ଖରାପ ଅଟେ। ମାନନ୍ତୁ କି ଆପଣଙ୍କ ରାସ୍ତା କଠିନ ଅଟେ ଏବଂ ଆପଣଙ୍କୁ ଅଧିକ ସମସ୍ୟା ଓ ଅସଫଳତାର ସାମ୍ନା କରିବାକୁ ପଡୁଛି। ତେବେ କଣ କେବଳ ଏହା ଚିନ୍ତା କରି କରି ହେଉଥିବ, ନା ନିଜର ତୁଳନା ଅନ୍ୟ ମାନଙ୍କ ସହିତ ବନ୍ଦକରି ନିଜ ଉପରେ ଧ୍ୟାନ ଦେବ। ଏହିକଥା ମନେ ରଖନ୍ତୁ, ଏହି ସଂଘର୍ଷର ରାତି ଯେତେ ଅନ୍ଧାର ହେବ ସଫଳତାର ସକାଳ ସେତିକି ଉଜ୍ଜଳ ହେବ। ଜୀବନରେ ସଫଳତା କେବଳ ବଡ଼ ବଡ଼ ବିଚାରରେ ନୁହେଁ ସେହି ବିଚାର ଉପରେ ଅମଳ କରିବାରେ ଥାଏ। ଯେତେବେଳେ ବିଚାର ଉପରେ ଅମଳ କରିଥାନ୍ତି ସେତେବେଳେ ରାସ୍ତାରେ ସମସ୍ତ ମଧ୍ୟ ଆସିଥାଏ। ଯଦି ସମସ୍ତ ପରିସ୍ଥିତି ଭଲ ହେବାର ଅପେକ୍ଷା କରିବେ ତାହେଲେ ଜୀବନରେ ସର୍ବଦା ଅନ୍ୟମାନଙ୍କୁ ସଫଳତା ହେବାର ଦେଖିବେ। ବନ୍ଧୁଗଣ ଆପଣ ଓ ଆପଣଙ୍କ ସଫଳତା ମଝିରେ ବହୁତ ବଡ଼ ୩ ଟି କାନ୍ଥ ରହିଛି।

ପ୍ରଥମ କାନ୍ଥ ହେଉଛି “ଲୋକେ କଣ କହିବେ” -ଆରେ ଲୋକେ କିଛି ବି କୁହନ୍ତୁ, ଯଦି ତୁମେ ଚେଷ୍ଟା କରିବ ତ ଲୋକେ ଏହା କହିବେ କି ତୁମେ ଚେଷ୍ଟା କରିଥିଲ। କାରଣ ଯଦି ଚେଷ୍ଟା ନକରି ଲୋକଙ୍କ ବାବଦରେ ଚିନ୍ତା କରି ତମେ ଏହି ସୁଯୋଗ ହାତରୁ ଯିବାକୁ ଦେଲ ତାହେଲେ ଲୋକେ ତୁମକୁ ବୋକା ହିଁ କହିବେ।

Google

ଦ୍ଵିତୀୟ କାନ୍ଥର ନାମ “ମୋ ଦ୍ଵାରା ହେବ ନାହିଁ ” – ତୁମ ପରି ସାଧାରଣ ଲୋକ ବିଶ୍ଵ ରେକର୍ଡ କରି ପାରୁଛି। କଣ ତମେ ନିଜର ଏକ ସ୍ବପ୍ନ ପୂରଣ କରି ପାରିବ ନାହିଁ। ଯଦି ମନରେ ଏହି ବିଚାର ଆସୁଛି ମୋ ଦ୍ଵାରା ହେବ ନାହିଁ ତାହେଲେ ଦର୍ପଣ ଆଗରେ ଠିଆ ହୋଇ ନିଜକୁ ପଚାରନ୍ତୁ କି ମୋ ଭିତରେ କଣ କମ୍ ରହିଛି।

ତୃତୀୟ କାନ୍ଥର ନାମ ହେଉଛି ” ଭାଗ୍ୟ ଖରାପ ଅଟେ” – ଯଦି ତୁମେ ଚିନ୍ତା କରୁଛ ତୁମ ଭାଗ୍ୟ ଖରାପ ଅଟେ। ତୁମେ ଥରେ ସେହି ଲୋକଙ୍କ ବିଷୟରେ ବିଚାର କର ଯିଏ ଚାଲିବାକୁ ଚାହୁଁଛି କିନ୍ତୁ ତାର ଗୋଡ଼ ନାହିଁ। ଯିଏ ପଢିବାକୁ ଚାହୁଁଛି କିନ୍ତୁ ତାଙ୍କ ପାଖରେ ଆଖି ନାହିଁ। ଯେଉଁ ପିଲା ସ୍କୁଲ ଯିବାକୁ ଚାହୁଁଛି ତାର ଘରେ ଦୁଇ ବେଳା ଖାଇବାକୁ ନାହିଁ। ଦୁନିଆରେ ଏପରି କୌଣସି ଜିନିଷ ନାହିଁ ଯାହା ଖରାପ ହେବନାହିଁ। ଯାହାକୁ ଠିକ୍ କରାଯାଇ ପାରିବ ନାହିଁ। ତମେ ନିଜର ପରିଶ୍ରମରେ ନିଜର ଭାଗ୍ୟ ବଦଳେଇ ପାରିବ। ଯଦି ଜୀବନସାରା ଏହା ଚିନ୍ତା କରି ବସି ରହିବ କି ଭାଗ୍ୟ ଖରାପ ଅଟେ। ତେବେ ବୋଧହୁଏ ଏହି ଦୁନିଆର ସବୁଠାରୁ ଖରାପ ଭାଗ୍ୟ କିଛି ନାହିଁ। ବନ୍ଧୁଗଣ ଶେଷରେ ଏତିକି କହିବାକୁ ଚାହୁଁଛି ନିଜର ରାସ୍ତାରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଉପାଡ଼ି ଫିଙ୍ଗି ଦିଅ। ନିଜର ତର୍କର ଏତେ ସମୟ ଲଗାଇ ଦିଅ କି ଅନ୍ୟମାନଙ୍କ ବାବଦରେ ଚିନ୍ତା କରିବାକୁ ସମୟ ହେବ ନାହିଁ। ଯଦି ପରିଶ୍ରମ ନକର କାଲି ଏହା ଚିନ୍ତା କରିବାକୁ ନପଡେ କି ଯଦି ମୁଁ ପରିଶ୍ରମ କରିଥାନ୍ତି ତ ଆଜି ଭାଗ୍ୟ ଅନ୍ୟ କିଛି ହୋଇଥାନ୍ତା। ଝାଳର କାଳିରେ ଯିଏ ଲେଖନ୍ତି ନିଜର ଭାଗ୍ୟକୁ , ସେମାନଙ୍କର ପରିଶ୍ରମର ମଣି କଳଙ୍କିତ ହୁଏ ନାହିଁ। ତୁ ପରିଶ୍ରମ ତ କର, ସଫଳତା ତୋର ପାଦ ଛୁଇଁବ, ଯିଏ କାଲି ପର୍ଯ୍ୟନ୍ତ ତୋ ସାଥିରେ ନଥିଲା ସେହି ଦୁନିଆ ତୋର ପଛରେ ବୁଲିବ। ବନ୍ଧୁଗଣ କମେଣ୍ଟ କରି ମୋତେ କୁହନ୍ତୁ ନା ନିଜକୁ ମନେ ପକାଇ ଦିଅନ୍ତୁ କି ଆପଣଙ୍କର ଲକ୍ଷ୍ୟ କଣ ଅଟେ ଏବଂ ଆପଣ ଜୀବନରେ କଣ ହେବାକୁ ଚାହୁଁଛନ୍ତି , କଣ ପାଇବାକୁ ଚାହୁଁଛନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *