Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ଗୋଟିଏ ପର ଆଉ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ବିଷୟଟି ରହିଛି ବାଛନ୍ତୁ ଗୋଟିଏ ପଙ୍ଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ, ରହସ୍ୟ ଓ ଦୁର୍ବଳତା। ଦେଖନ୍ତୁ ପିଲାଦିନ ଉଡୁଥିବା ପରକୁ ଧରିବା ଏବଂ ତାହାକୁ ନିଜ ନୋଟବୁକ ମଧ୍ୟରେ ରଖିବା ପ୍ରତ୍ୟେକ ପିଲାମାନଙ୍କର ପ୍ରିୟ ହୋଇଥାଏ। ଅଲଗା ଅଲଗା ପକ୍ଷୀ ମାନଙ୍କ ପ୍ରଜାତିରେ ସେମାନଙ୍କର ପରର ଆକାର ଅଲଗା ହୋଇଥାଏ। କିନ୍ତୁ ଏହା ସେମାନଙ୍କୁ ଉଡ଼ିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ମନୋବିଜ୍ଞାନ ଏହି ପଙ୍ଖ ମାଧ୍ୟମରେ ଆପଣଙ୍କର ମାନସିକ ବିଚାର ନିର୍ଧାରଣ କରାଯାଇଥାଏ। କାରଣ ଆପଣଙ୍କ ବିଚାରରୁ ହିଁ ବ୍ୟକ୍ତିତ୍ଵ ନିର୍ଧାରଣ ହୋଇଥାଏ। ଏଥିପାଇଁ ମନୋବିଜ୍ଞାନ ଅନୁସାରେ ଆପଣଙ୍କର ପଙ୍ଖ ଗୁଡିକରେ ଆପଣଙ୍କର ପସନ୍ଦ ଓ ବ୍ୟକ୍ତିତ୍ୱର ରହସ୍ୟ ଖୋଲିଥାଏ। ଏଠାରେ ସ୍କ୍ରିନ ଉପରେ ପାଞ୍ଚଟି ପର ମଧ୍ୟରୁ ପସନ୍ଦ ଆସୁଥିବା କୌଣସି ଗୋଟିଏ ପରକୁ ବାଛନ୍ତୁ। ଆପଣ ଯେଉଁ ପରକୁ ବାଛିବେ, ତାପରେ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ଵ, ରହସ୍ୟ, ଭବିଷ୍ୟତ ଓ ଦୁର୍ବଳତା। ଏହି ରୋଚକ କଥା ଆପଣ ଏବେ ପର୍ଯ୍ୟନ୍ତ ନିଜ ବିଷୟରେ ଜାଣି ନଥିବେ। ତେଣୁ ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ପଙ୍ଖ।

ଦେଖନ୍ତୁ ଯଦି ଆପଣ ପ୍ରଥମ ପଙ୍ଖ ବାଛିଛନ୍ତି ତାହେଲେ ଆପଣ ଶାନ୍ତ ଓ ଦୟାଳୁ ସ୍ୱଭାବର ଅଟନ୍ତି। ଆପଣ ଲୋକମାନଙ୍କୁ ସାଥିରେ ନେଇ ଚଳିବାକୁ ପସନ୍ଦ କରି ଥାଆନ୍ତି। ଏହାହିଁ କାରଣ ଅଟେ କୌଣସି କଥା ଅଧିକ ଉଗ୍ର ହେଲେ ମଧ୍ୟ ସମସ୍ତଙ୍କ ମଙ୍ଗଳ ଚିନ୍ତା କରି ଯେତେ ପର୍ଯ୍ୟନ୍ତ ସମ୍ଭବ ଆପଣ ଶାନ୍ତିପୂର୍ଣ୍ଣ ହୋଇ ସାମ୍ନା କରି ଥାଆନ୍ତି। ପରିସ୍ଥିତି ଯେପରି ହୋଇ ଥାଉ ନା କାହିଁକି ଆପଣ ସର୍ବଦା ସମସ୍ତଙ୍କର ସାହାଯ୍ୟ କରିବାକୁ ଇଚ୍ଛୁକ ରହିଥାନ୍ତି। କିନ୍ତୁ ଅନ୍ୟ ମାନଙ୍କର ଆବଶ୍ୟକତା ଏବଂ ଖୁସିର ଧ୍ୟାନ ରଖି ଆପଣ ସବୁ ସହି ଯାଆନ୍ତି। ବେଳେବେଳେ ଏହି କାରଣରୁ ହିଁ ଲୋକେ ଆପଣଙ୍କୁ ଭୁଲ ବୁଝି ଥାଆନ୍ତି। ଆପଣ ବିନା ସ୍ୱାର୍ଥରେ କିଛି କାର୍ଯ୍ୟ କରୁଥିଲେ ମଧ୍ୟ ଲୋକେ ସେଥିରେ ମଧ୍ୟ ସ୍ୱାର୍ଥ ଦେଖି ଥାଆନ୍ତି। ସେଥିପାଇଁ କିଛି ଲୋକେ ଆପଣଙ୍କୁ ଭୁଲ ବୁଝି ଥାଆନ୍ତି।

Google

ଯଦି ଆପଣ ଦିତୀୟ ପରକୁ ବାଛିଛନ୍ତି ତାହେଲେ ଆପଣ ବୁଝି ପାରି ଥାନ୍ତି ଏହାହିଁ କାରଣ ଅଟେ ଯେତେବେଳେ କୌଣସି ନୂଆ କାର୍ଯ୍ୟ କରିବାର କଥା ଆଗକୁ ଆସିଥାଏ, ତେବେ ଆପଣ ବହୁତ ସହଜରେ ତାହାକୁ କରନ୍ତି ଏବଂ ଅନ୍ୟମାନଙ୍କ ଠାରୁ ମଧ୍ୟ ଏଭଳି ଆଶା ରଖି ଥାଆନ୍ତି। ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ ମଧ୍ୟ କରି ବସିଥାନ୍ତି। ଆପଣ ନିଜର ବ୍ୟକ୍ତିଗତ ଜୀବନ କାହା ସହିତ ସେୟାର କରିବାକୁ ପସନ୍ଦ କରି ନଥାନ୍ତି। କିନ୍ତୁ ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରିବା ଆପଣଙ୍କୁ ଖୁବ୍ ପସନ୍ଦ ହୋଇଥାଏ। ଏଠାରେ ହିଁ ସମସ୍ୟା ଆସିଥାଏ। ଯାହା ସହିତ ଆପଣ ରହିଥାନ୍ତି ତାଙ୍କଠାରୁ ଏହା ଆଗ୍ରହ ରଖି ଥାନ୍ତି କି ସେ ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ହିଁ ଧ୍ୟାନ ଦିଅନ୍ତୁ କିନ୍ତୁ ତାହା ହୋଇ ନଥାଏ। ଆପଣ ତାଙ୍କ ଉପରେ କ୍ରୋଧ କରିବାକୁ ଲାଗି ଥାଆନ୍ତି। ଏହାଫଳରେ ଲୋକମାନଙ୍କୁ ଲାଗିଥାଏ ଆପଣଙ୍କୁ କାହା ସହିତ ମିଶିବାକୁ ଭଲ ଲାଗି ନଥାଏ। କିନ୍ତୁ ତାହା ସତ ନୁହେଁ। ଆପଣ ସମସ୍ତଙ୍କ ସହିତ ମିଳାମିଶା କରିବାରେ ବହୁତ ଆନନ୍ଦ ଅନୁଭବ କରିଥାନ୍ତି।

ଯଦି ଆପଣ ତୃତୀୟ ପରକୁ ବାଛିଛନ୍ତି ତାହେଲେ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି। ଜୀବନର ଛୋଟରୁ ଛୋଟ ଜିନିଷ ପାଇଁ ଆପଣ କାହା ଉପରେ ନିର୍ଭର ରଖିବା ପସନ୍ଦ କରନ୍ତି ନାହିଁ। ଆପଣଙ୍କୁ ଜୀବନରେ କୌଣସି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢିବାର ବାସ୍ତବିକତା ଜଣାଥାଏ। ନିଜ ଲକ୍ଷ୍ୟକୁ ପାଇବା ପାଇଁ ଆପଣ ସମ୍ପୂର୍ଣ୍ଣ ଆଶାନ୍ଵିତ ରହିଥାନ୍ତି। ତାକୁ ପ୍ରାପ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସାହିତ ରହିଥାନ୍ତି। ଆପଣଙ୍କର ଏହାହିଁ ସବୁଠାରୁ ବିଶେଷ ଗୁଣ ଅଟେ। ଏହାହିଁ ଆପଣଙ୍କୁ ଆତ୍ମବିଶ୍ଵାସୀ କରିଥାଏ। ଅସଫଳତାରୁ ଆପଣ କେବେବି ନିରାଶ ହୋଇ ନଥାନ୍ତି। ଏଥିରେ ଆପଣ ନିରାଶ ନହୋଇ ଆଗକୁ ବଢ଼ିଥାନ୍ତି। ଆପଣଙ୍କ ଅନୁସାରେ ଅସଫଳତା ହୃଦୟକୁ ଶକ୍ତିଶାଳୀ, ମସ୍ତିଷ୍କକୁ ବୁଦ୍ଧିମାନ କରିଥାଏ ଏବଂ ମନୁଷ୍ୟକୁ ପ୍ରତ୍ୟେକ ପରିସ୍ଥିତି ସହିତ ଲଢ଼ିବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏଥିପାଇଁ ଆପଣ ୧୦ ଥର ଅସଫଳ ହୋଇଥିଲେ ମଧ୍ୟ ଥରୁଟିଏ ଆପଣଙ୍କର ବିଜୟ ସୁନିଶ୍ଚିତ ହୋଇଥାଏ। ପାନଙ୍କର ଏହି ଗୁଣ ଆପଣଙ୍କୁ ସମାଜରେ ଜଣେ ମହାନ୍ ବ୍ୟକ୍ତି ଭାବରେ ଗଢିଥାଏ। ଲୋକମାନେ ଆପଣଙ୍କ ଅଧୀନରେ କାମ କରିବା ପାଇଁ ପସନ୍ଦ କରିଥାନ୍ତି।

ଯଦି ଆପଣ ଚତୁର୍ଥ ପରକୁ ବାଛିଛନ୍ତି ତାହେଲେ ଆପଣଙ୍କର ଗୁପ୍ତ ଚରିତ୍ର ସହଜରେ କେହି ଜାଣି ପାରନ୍ତି ନାହିଁ। ଆପଣ କିପରି ବ୍ୟକ୍ତି ଅଟନ୍ତି ତାହା ଜାଣିବା ଏକ ରହସ୍ୟମୟ କଥା ଅଟେ। କିନ୍ତୁ ଏହି ରହସ୍ୟମୟ ଗୁଣର ମାଲିକ ମଧ୍ୟ ଆପଣ ଅଟନ୍ତି। ଆପଣଙ୍କର କଳ୍ପନା ଶକ୍ତି ଆଶ୍ଚର୍ଯ୍ୟକର ଅଟେ। ଯେକୌଣସି ସମସ୍ୟା ହୋଇଥିଲେ ମଧ୍ୟ ଆପଣ ତାହାକୁ ସାମାନ୍ୟ ରୂପରେ ସମାଧାନ ମଧ୍ୟ କରିଦେଇ ପାରନ୍ତି। ଆପଣ ଜଣେ କଳାତ୍ମକ ବ୍ୟକ୍ତି ଅଟନ୍ତି ଏବଂ ସବୁ କାର୍ଯ୍ୟ ସଠିକ ଢଙ୍ଗରେ କରିବାକୁ ଇଛା ରଖିଥାନ୍ତି। ବହୁତଥର ଏହା ଆପଣଙ୍କୁ ଏକ ଏପରି ଛବିରେ ବାନ୍ଧି ଦେଇଥାଏ, କିନ୍ତୁ ଲୋକମାନେ ଆପଣଙ୍କ କାର୍ଯ୍ୟର ମହତ୍ତ୍ଵ ଜାଣିଥାନ୍ତି ଏବଂ ଆପଣଙ୍କ ସହିତ ମିତ୍ରତା କରିବାକୁ ଚାହିଁ ଥାଆନ୍ତି। ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଆକର୍ଷଣୀୟ ହୋଇଥାଏ। ଲୋକ ମାନେ ଆପଣଙ୍କ ଠାରୁ ଏଡ଼ାଇ ହୋଇ ଯାଇ ପାରନ୍ତି ନାହିଁ। କିନ୍ତୁ ବେଳେବେଳେ ଆପଣ ଠ-କାମି-ର ଶି-କା-ର ହୋଇ ଯାଆନ୍ତି। କିନ୍ତୁ ଆପଣ ଏହା ଜାଣି ରଖନ୍ତୁ ଆପଣ ଜଣେ ମଣିଷ ଅଟନ୍ତି। ଆପଣଙ୍କର ଏହି ରହସ୍ୟମୟ ସ୍ଵଭାବ କାରଣରୁ ଲୋକମାନେ ଆପଣଙ୍କୁ ସହଜରେ ବୁଝି ପାରନ୍ତି ନାହିଁ।

Google

ଯଦି ଆପଣ ଶେଷ ପରଟିକୁ ବାଛିଛନ୍ତି ତାହେଲେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି। ଆପଣଙ୍କ କଳ୍ପନା ଶକ୍ତି ହିଁ ସବୁଠାରୁ ବଡ ଗୁଣ ଅଟେ। କିନ୍ତୁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ନିଜ କ୍ଷମତା ଉପରେ ବିଶ୍ୱାସ ନଥାଏ। ଏତେ ପ୍ରଭାବଶାଳୀ ହୋଇ ମଧ୍ୟ ଆପଣଙ୍କୁ ଅସଫଳତା ମୁହଁ ଦେଖିବାକୁ ମିଳିଥାଏ। ଏହାହିଁ ଆପଣଙ୍କୁ ଚିନ୍ତିତ ରଖି ଥାଏ। ଆପଣ ଏହା ଭୁଲି ଯାଇଥାନ୍ତି କି ପ୍ରତ୍ୟେକ ଘଟଣା କୌଣସି ନା କୌଣସି କାରଣରୁ ପ୍ରଥମରୁ ଧାର୍ଯ୍ୟ ହୋଇଥାଏ। ଆପଣଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ଅଳ୍ପ ସମୟ ଦେବା ଆବଶ୍ୟକ। ଆପଣ ନିଜର ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ସଚ୍ଚୋଟ ଓ ଉତ୍ସାହିତ ହୋଇ ସମ୍ପନ୍ନ କରିବାକୁ ଭଲ ପାଇଥାନ୍ତି। ସମସ୍ତଙ୍କ ଠାରୁ କିଛି ଅଲଗା କରିବାକୁ ପସନ୍ଦ କରିଥାନ୍ତି। ଏହି ଚିନ୍ତାଧାରା ହିଁ ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରି ଥାଏ ଏବଂ ସମାଜରେ ଆପଣ ମାନସମ୍ମାନ ପାଇ ଥାଆନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *