Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ସମୟରେ ବି ଖରାପ ସମୟ ଆସିଥାଏ। ପଢନ୍ତୁ ଏହି ପୋଷ୍ଟଟି ଆପଣଙ୍କ ଚିନ୍ତାଧାରା ବଦଳି ଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ କେହି ଜଣେ ଗୋଟେ ଭଲ କଥା କହିଥିଲେ ଥରେ ଜଣେ ଛାତ୍ର ତାଙ୍କ ଗୁରୁଙ୍କ ସହିତ ଏକ ନଦୀକୁ ସ୍ନାନ କରିବା ପାଇଁ ଗଲେ। ନଦୀ କୂଳରେ ପହଁଚିବା ପରେ ଗୁରୁ ସେଠାରେ ଏକ ପଡିଥିବା ପଥର ଉପରେ ବସି ପଡିଲେ। ଗୁରୁଙ୍କୁ ବସୁଥିବା ଅବସ୍ଥାର ଦେଖି ଶିଷ୍ୟମାନେ ତାଙ୍କ ପାଖରେ ମଧ୍ୟ ବସିଲେ। ସକାଳ ଯାଇ ମଧ୍ୟାନ ହେଲା ମଧ୍ୟାନ ଯାଇ ଅପରାହ୍ନ ହେଲା ସମସ୍ତେ କିନ୍ତୁ ଗୁରୁଙ୍କୁ ଚାହିଁ ବସିଥିଲେ। ଗୁରୁ ସବୁବେଳେ ନଦୀର ବହୁଥିବା ପାଣିକୁ ଲକ୍ଷ କରୁଥିଲେ।ଅପରାହ୍ନ ଯାଇ ଯେତେବେଳେ ସନ୍ଧ୍ୟା ପହଁଚିଲା ସେତେବେଳେ ଗୋଟିଏ ଶିଷ୍ୟ ସାହସ କରି ଗୁରୁଦେବଙ୍କୁ ପଚାରିଲା ହେ ଗୁରୁଦେବ ଆମେ ସ୍ନାନ କେତେବେଳେ କରିବା। ଗୁରୁଦେବ ଏଥର ଟିକେ ସ୍ପିତହସ୍ୟ ଦେଇ କହିଲେ ଯେତେବେଳେ ନଦୀର ପାଣି ବହିବା ବନ୍ଦ ହୋଇଯିବ ଆମେ ସେତେବେଳେ ଯାଇ ସ୍ନାନ କରିବା। ଏକଥା ଶୁଣି ଆଉ ଗୋଟେ ଶିଷ୍ୟ ଟିକେ ମନରେ ସାହସ ବାନ୍ଧି ପଚାରିଲା ଗୁରୁଦେବ ଏ ନଦୀର ପାଣି କେବେ କଣ ବନ୍ଦ ହୋଇଯିବ। ଗୁରୁଦେବ କହିଲେ ମୁଁ ଜାଣିଛି ଏ ନଦୀର ପାଣି କେବେ ବନ୍ଦ ହେବ ନାହିଁ। ଏ ନଦୀର ପାଣି ସବୁବେଳେ ଆଗକୁ ଆଗକୁ ମାଡି ଚାଲିବ। ଏହାହିଁ ହେଉଛି ଆଜିର ଶିକ୍ଷା। ଗୁରୁଦେବ କହିଲେ ସେଥିପାଇଁ ମୁଁ ତୁମମାନଙ୍କୁ ଆଣି ଏହି ନଦୀ କୂଳରେ ବସାଇଥିଲି। ସକାଳୁ ଠୁ ଯାଇ ଅପରାହ୍ନ ହେଲା ଏ ନଦୀ ପାଖରୁ ଆମକୁ ଗୋଟିଏ କଥା ଶିଖିବାର ଅଛି ପ୍ରତ୍ୟକଟି ମୁହୂର୍ତ୍ତରେ ପ୍ରତ୍ୟକଟି ସମୟରେ ଆମକୁ ଆଗକୁ ଆଗକୁ ମାଡି ଯିବାର ଅଛି। ପ୍ରତ୍ୟକଟି ମୁହୂର୍ତ୍ତରେ ପ୍ରତ୍ୟକଟି ସମୟରେ ଆମ ଜୀବନ ଆଗକୁ ଆଗକୁ ଚାଲିଥାଏ। ଜୀବନର ପ୍ରତ୍ୟକ ଦିନ ଆମକୁ କିଛି ନୂଆ କଥା ଶିଖିବା ପାଇଁ ମିଳିଥାଏ। ଯେତେବେଳେ ଆମେ କୌଣସି କାମ କରିଥାଉ ଆମେ ସବୁବେଳେ ମନରେ ଭାବିଥାଉ ଏଇ କାମ ଦ୍ୱାରା ଆମକୁ ସକକ୍ସେସ ମିଳିବ। କିନ୍ତୁ ବେଳେବେଳେ ଏପରି ହୋଇଥାଏ ସକକ୍ସେସ ବଦଳରେ ଆମେ ବିଫଳତା ପାଇଥାଉ। କିନ୍ତୁ ଯେତେବେଳେ ଯେଉଁମାନେ ଜୀବନରେ ବିଫଳତା ପାଇଥାନ୍ତି ମୁଁ ଯେତିକି ବହି ପଢ଼ାପଢି କରିଛି ଯେତିକି ବଡ଼ ଲୋକଙ୍କ ବାଇଗ୍ରାଫି ପଢ଼ିଛି ଗୋଟିଏ କଥା ଜାଣିଛି ଯେଉଁମାନେ ବିଫଳତା ପାଆନ୍ତି ସେହିମାନେ ହିଁ ସଫଳତାର ସେହି ଶ୍ରେଷ୍ଠ ଆସନରେ ଯାଇ ବସିଥାନ୍ତି। ଯେଉଁମାନେ ସହଜରେ ସଫଳତା ପାଇଯାନ୍ତି। ପ୍ରତ୍ୟକ ବଡ଼ ସଫଳତା କେବେ ସହଜରେ ମିଳେ ନାହିଁ ପ୍ରତ୍ୟକଟି ବଡ଼ ସଫଳତା ପାଇଁ ଆମକୁ ବାରମ୍ବାର ବାରମ୍ବାର ଫେଲୱାର ହେବା ପାଇଁ ପଡିବ। ସେଥିପାଇଁ ଡକ୍ଟର ଏ ପି ଜେ ଅବଦୁଲ କ୍ୟାଲାମ କହିଥିଲେ ତୁମେ ଜୀବନରେ ଯେତେବେଳେ ଫେଲ ହେଉଛ ଗୋଟିଏ କଥା ମନେରଖ ଫେଲର ଫୁଲ ଫର୍ମ ହେଉଛି ଫାଷ୍ଟ ଆଟେମ ବଥ ନଟଇନ ଲାସ୍ଟ। ଏଇଟା ଜୀବନରେ କେବେ ଶେଷ ନୁହେଁ। ଜୀବନରେ ସବୁବେଳେ ଅସଫଳତାକୁ କେନ୍ଦ୍ର କରି ଅଧର୍ଯ୍ୟ ହେବା ବା ସେଇଠି ବସି ପଡିବା ବା ତୁମର କାମକୁ ଛାଡ଼ିଦେବା ଏହା ସମ୍ପୂର୍ଣ ତୁମର ଭୁଲ ଚିନ୍ତାଧାରା। ଜୀବନରେ ସବୁବେଳେ ତୁମେ ନଦୀର ଜଳ ପରି ଆଗକୁ ମାଡିଚାଲ। ଜୀବନରେ ସେଇଟା ତୁମର ଖରାପ ସମୟ ହେଉ ବା ଭଲ ସମୟ ହେଉ ତା ଉପରେ କିଛି ଗୁରୁତ୍ୱ ନରଖି ତୁମେ ତୁମ କାମ ଉପରେ ସବୁବେଳେ ଫକସ କର। ଆଜି ନହେଲେ କାଲି କାଲି ନହେଲେ ପର ଦିନ କୌଣସି ନାଁ କୌଣସି ଦିନ ତୁମକୁ ସଫଳତା ମିଳିବ। ସଫଳତା ପାଇବା ହେଲେ ମୋର ଗୋଟିଏ କଥା ମନେ ରଖିବ ସେଇଟା ହେଉଛି ଚେଷ୍ଟା। ଜୀବନରେ ଯିଏ ସବୁବେଳେ ଚେଷ୍ଟା କରିଛି ସେ ହିଁ ଶେଷରେ ସଫଳତା ପାଇଛି। ସେଥିପାଇଁ ଇଂରାଜିରେ ଗୋଟିଏ ସୁନ୍ଦର କଥା ଅଛି ଟ୍ରାୟ ଇଚ ଦ ଓନଲି କି ଅଫ ସକକ୍ସେସ। ତେଣୁ ଜୀବନରେ ନଦୀର ଜଳ ପରି ଆଗକୁ ମାଡି ଚାଲ। ପ୍ରତ୍ୟକଟି ମୁହୂର୍ତ୍ତରେ କେବଳ ଗୋଟିଏ କଥା ମନେରଖ ଏଠି ସୁଖ ହେଉ ଅବା ଦୁଃଖ ପ୍ରତ୍ୟକ ପରିସ୍ଥିତିରେ ସମୟ ବଦଳିଥାଏ। ଆଜି ଯଦି ତୁମେ ଜୀବନରେ ଅସଫଳତା ପାଇଛ ତ ଏକଥା ବି ମନେରଖ ଏଇ ଅସଫଳତା ଦିନ ଗୁଡିକ ତୁମ ଜୀବନରେ ମଧ୍ୟ ଦୁରୀଭୂତ ହେବ। ତେଣୁ ପ୍ରତ୍ୟକଟି ସମୟରେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କର। ନିଜ କାମ ଉପରେ ଫକସ କର। ମନ ଭିତରେ ଗୋଟିଏ କଥା ରଖ ଯେତେ ଖରାପ ସମୟ ଅଛି ତାର ବି ମଧ୍ୟ ଖରାପ ସମୟ ନିଶ୍ଚୟ ଆସିଥାଏ। ତେଣୁ ଅଧର୍ଯ୍ୟ ନହୋଇ ନଦୀର ଜଳ ପରି ସବୁବେଳେ ଆଗକୁ ମାଡିଚାଲ। ଦେଖିବ ତୁମେ ଦିନେ ସଫଳତାର ସେହି ଦ୍ୱାର ଦେଶରେ ନିଶ୍ଚୟ ପହଁଚି ଥିବ ଯେଉଁଠି ସମସ୍ତେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଥିବେ। ଭଗବାନ ତୁମକୁ ସବୁ ଖୁସି ଦିଅନ୍ତୁ। ତୁମର ସବୁ ସ୍ୱପ୍ନକୁ ପୂରଣ କରନ୍ତୁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *