Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ସୀଜେନ ଅଭାବର ଲକ୍ଷଣ, ଆଜି ହିଁ ନିଶ୍ଚିତ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଅକ୍ସିଜେନ କମ୍ ହେଲେ କଣ ସବୁ ଲକ୍ଷଣ ଦେଖିବାକୁ ମିଳିଥାଏ। ମହାମାରୀର ନୂଆ ଷ୍ଟ୍ରେନ ଅନେକ ଲୋକଙ୍କ ଜୀବନ ନେଇ ସାରିଛି ଏବଂ ଲଗାତାର ଲୋକ ମାନଙ୍କୁ ନିଜ କବଳରେ ପକାଉଛି। ଅନେକ ଲୋକଙ୍କର ଅକ୍ସିଜେନ ଅଭାବରୁ ଜୀବନ ଚାଲି ଯାଉଛି। ଆଉକିଛି ଲୋକ ଘରେ ଅକ୍ସିଜେନ ସ୍ତର ବଢେଇବା ପାଇଁ ଅନେକ ଉପାୟ କରୁଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଅକ୍ସିଜେନ ହ୍ରାସ ହେବା ଦ୍ଵାରା କଣ ଅଭାବ ଦେଖା ଯାଇଥାଏ। ଆସନ୍ତୁ ଜାଣିବା ଅକ୍ସିଜେନ କମ୍ ହେବାର କଣ ସବୁ ଲକ୍ଷଣ ଦେଖା ଯାଇଥାଏ।

Google

ଜଣା ପଡ଼ିଛି ଯେ ଏବେ ମହାମାରୀର ନୂଆ ଭାଇ-ରସ ଆସିବା କ୍ଷଣି ଅକ୍ସିଜେନ ମାପୁଥିବା ମେସିନ ପଲ୍ସ ଅକ୍ସିମିଟରର ଡିମାଣ୍ଡ ବଢ଼ି ଯାଉଛି। ଏହା ଏକ ଏପରି ପ୍ରକାରର ମେସିନ , ଯାହାକୁ ଆଙ୍ଗୁଳିରେ ଲଗାଇବା କ୍ଷଣି ଅକ୍ସିଜେନର ସ୍ତର କହି ଦେଇଥାଏ। ଯଦି ରିଡ଼ିଂରେ ୯୪ ଉପରକୁ ଦେଖାଏ ତାହେଲେ ବିପଦମୁକ୍ତ ବୋଲି ଜଣା ଯାଇଥାଏ। ୯୦ ରୁ ୯୩ ପର୍ଯ୍ୟନ୍ତ ଦେଖାଗଲେ ବି-ପଦ ସଂକେତ ଦେଖାଯାଉଛି। ଏପରି ସ୍ଥିତିରେ କେନ୍ଦ୍ରିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା କୁହାଯାଇଛି କ୍ଲୋନିଂ ଏକ୍ସସାଇଜକୁ ଆପଣ ଘରେ କରି ପାରିବେ। ଏପରି ଦାବୀ କରାଯାଇଛି ଯେ ଏଥିରେ ଅକ୍ସିଜେନ ସ୍ତର ବଢେ। ଯଦି ଏଥିରେ ଅକ୍ସିଜେନ ସ୍ତର ୮୦ ରୁ ୮୩ ପର୍ଯ୍ୟନ୍ତ ରହେ ତାହେଲେ ଆଲାର୍ମିଂ ପରିସ୍ଥିତି ଧରାଯାଏ। ଏହି ପରିସ୍ଥିତିରେ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ଦେବାକୁ ପଡିଥାଏ। ଏବେ ଆମେ ଜାଣିବା ଅକ୍ସିଜେନ ସ୍ତର କମ୍ ହେଲେ କଣ ଅସୁବିଧା ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଙ୍କ ମତରେ ଯଦି ଆପଣଙ୍କର ଅକ୍ସିଜେନ ସ୍ତର ଯଦି କମ୍ ହେଉଛି ତାହେଲେ ଓଠର ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ଆପଣଙ୍କ ଓଠ ନୀଳ ରଙ୍ଗ ହୋଇପାରେ। ଅକ୍ସିଜେନ ସ୍ତର ଠିକ ରହିଥିଲେ ଲାଲ ବା ଗୋଲାପି ଓଠ ହୋଇଥାଏ। ଆପଣଙ୍କ ମୁହଁରେ ଉଜ୍ଜଳତା ଦେଖା ଯାଇଥାଏ।ଅକ୍ସିଜେନ ସ୍ତର ହ୍ରାସ ପାଇବା କ୍ଷଣି ଛାତି ବ୍ୟଥା ଆରମ୍ଭ ହୋଇଯାଇଥାଏ। ନିଶ୍ବାସ ନେବାରେ କଷ୍ଟ ହୋଇଥାଏ। ଅସହ୍ୟ ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଥାଏ। ବାରମ୍ବାର କାଶ ହେବା ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ କରି ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *