Excuse Me Odisha

ଯାହା କହିବୁ ସତ କହିବୁ

ବିଛା ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସରେ ବିଛା ରାଶି ଜାତ ବ୍ୟକ୍ତି ମାନେ କିପରି ଅତିବାହିତ କରିବେ ଏହି ମାସଟି। କଣ ରହିବ ଅଶୁଭ ଗ୍ରହର ପ୍ରତିକାର। କଣ ରହିଛି ଗ୍ରହ ମାନଙ୍କର ଶୁଭ ଫଳ ଆସନ୍ତୁ ଜାଣିବା। ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି ବା କୋଷ୍ଠୀ ତିଆରି କରି ନାହାନ୍ତି। ଯଦି ନାମର ପ୍ରଥମ ଅକ୍ଷର ଦୋ, ନା,ନି, ନେ, ନୋ, ଜା, ଜି, ଜୁ ହୋଇଥାଏ। କିନ୍ତୁ ଯେଉଁମାନେ ଇଂରାଜୀ ମାସର ୯,୧୮, ୨୭ ତାରିଖରେ ଜନ୍ମ ହୋଇଥାନ୍ତି କିମ୍ବା ଯେକୌଣସି ପକ୍ଷର ନବମୀ ତିଥିରେ ଯଦି ଜନ୍ମ ହୋଇଥାଏ, ତାହେଲେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ରାଶି ହେବ ବିଛା ରାଶି। ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ ଗ୍ରହ। ମଙ୍ଗଳ ଗ୍ରହ ବିଛା ରାଶିର ଅଧିପତି ହୋଇଥିବାରୁ ତିନୋଟି ନକ୍ଷତ୍ର ମଧ୍ୟ ଭୋଗ ହେବ । ତାହା ହେଉଛି ବିଶାଖା ନକ୍ଷତ୍ର, ଅନୁରାଧା ନକ୍ଷତ୍ର, ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶିରେ ଭୋଗ ହେବ। ଯେଉଁମାନଙ୍କର ୧୬/୮, ୧୭/୮, ୧୮/୮ ହୋଇ ବିଛା ରାଶି ହୋଇଥିବ, ସେମାନଙ୍କର ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ। ଶୁଭ ବାର ହେଉଛି ମଙ୍ଗଳବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ, ଭୈରବ, ହନୁମାନ। ରାଶିର ଶୁଭ ଦେବୀ ହେଉଛନ୍ତି ମା ମଙ୍ଗଳା। ରାଶିର ବ୍ରତ ଉପବାସ ଯଦି ମଙ୍ଗଳବାର ଦିନ କରନ୍ତି ତାହେଲେ ସଫଳତା ପ୍ରାପ୍ତ କରିବେ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୯। ରାଶିର ଶୁଭ ତାରିଖ ପ୍ରତ୍ୟେକ ମାସରେ ୯,୧୮,୨୭ ତାରିଖ। ଏହି ତାରିଖରେ ଯଦି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ବା ବ୍ୟବସାୟ ଆରମ୍ଭ କରନ୍ତି କିମ୍ବା କର୍ମ ପାଇଁ ଯୋଗାଯୋଗ କରନ୍ତି ତାହେଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ। ବିଛା ରାଶିର ମିତ୍ର ରାଶି ହେଉଛି କର୍କଟ, ସିଂହ, ଧନୁ, ମୀନ ରାଶି। ଶତ୍ରୁ ରାଶି ହେଉଛି ମିଥୁନ ଓ କନ୍ୟା ରାଶି। ଘାତ ବାର ଶୁକ୍ରବାର, ଘାତ ନକ୍ଷତ୍ର ହେଉଛି ରେବତୀ ନକ୍ଷତ୍ର। ଘାତ ତିଥି ଦଶମୀ ତିଥି। ଘାତ ଚନ୍ଦ୍ର ହେଉଛି ବୃଷ ଚନ୍ଦ୍ର। ବୃଷ ରାଶିରେ ଚନ୍ଦ୍ରମା ଥିଲା ବେଳେ ବିଛା ରାଶିର ଚନ୍ଦ୍ର ମାନେ ଦୂର ଯାତ୍ରା ନକରିବା ଉଚିତ, ଯାନ ଆରୋହଣ କରିବା ଉଚିତ ନୁହେଁ। ତେଣୁ ଏହି ଘାତ ତିଥି ବା ବାର ବା ଘାତ ଚନ୍ଦ୍ରରେ ଏସବୁ କାର୍ଯ୍ୟ ପାଇଁ ବାରଣ କରାଯାଇଛି। ଏଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ। ୨୦୨୧ ମସିହା ଜୁନ ମାସରେ ବିଛା ରାଶି ଜାତ ମହିଳା ଓ ପୁରୁଷ ମାନେ କେମିତି ଶୁଭ ଫଳ ଭୋଗ କରିବେ ଆସନ୍ତୁ ଜାଣିବା।

Google

ବିଛା ରାଶି ଜାତ ମହିଳା ଓ ପୁରୁଷ ଉଚ୍ଚ ଅଧିକାରୀ ବା ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ଫଳରେ ବିଶେଷ ଆନନ୍ଦିତ ହେବେ। ଯାହାଫଳରେ କର୍ମ କ୍ଷେତ୍ରରେ ପରିସ୍ଥିତି ଜଟିଳ ହେଲେ ମଧ୍ୟ କୌଣସି ସେପରି ଅସୁବିଧା ହେବନାହିଁ। ସାମାଜିକ ପ୍ରତିଷ୍ଠା , ମାନସମ୍ମାନ ବୃଦ୍ଧି ହେବା ସହିତ ଶୁଭ ସୂଚନା ମଧ୍ୟ ପାଇବେ। ଗୃହରେ ଥିବା କଳହ ପତିପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧ ଭାବ, ତିକ୍ତତାର ସମାଧାନ ହୋଇଯିବ। ବ୍ୟବସାୟୀ ଆଦାନପ୍ରଦାନ କରି ଉଚିତ ଲାଭ ପ୍ରାପ୍ତ କରିବେ। ନ୍ୟାୟଧିଶ, ପ୍ରଶାସନ ଅଧିକାରୀ, ଓକିଲ, ଶିକ୍ଷକ, ଡାକ୍ତର ଓ ଅଭିନେତା ଆଦି ହୋଇଥିଲେ କାର୍ଯ୍ୟରେ ପ୍ରସନ୍ନ ରହି କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ଖାଦ୍ୟ ସାମଗ୍ରୀ, କାଚ, ବିଦ୍ୟୁତ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚ୍ଚିତ୍ର ଇତ୍ୟାଦିରେ କାର୍ଯ୍ୟରତ ଥିଲେ ସଫଳତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ ନିଜର ଏକ ନିମ୍ନ ବାହ୍ୟ ରୂପ ଧାରଣ କରିବେ। ଶିକ୍ଷା କ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହିତ ପରୀକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ନିଜକୁ ପ୍ରତିଷ୍ଠିତ କରି ପାରିବେ। ପାରିବାରିକ ଅଶାନ୍ତି ଦୂର ହୋଇ ପରିବାରରେ ସୁସ୍ଥ ବାତାବରଣ ରହିବ। କେତେକ କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ ଆଦି କ୍ଷେତ୍ରରେ ମଧ୍ୟ ଜୟଯୁକ୍ତ ହେବେ। ଅଧିକ ଶୁଭ ହେବା ପାଇଁ ପ୍ରତ୍ୟେକଦିନ ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ ଦେଖିବେ ମାସଟି ଆପଣଙ୍କ ପାଇଁ ଅନୁକୂଳ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *