Excuse Me Odisha

ଯାହା କହିବୁ ସତ କହିବୁ

ଥଣ୍ଡା-କାଶ, ଗଳା, ନାକ ଓ ଛାତିରେ ଜମା କଫ ଥରକରେ ବାହାରି ଯିବ, ଏହି ଘରୋଇ ଉପଚାର ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ସମୟରେ କୋରୋନାରେ ହାହାକାର ସୃଷ୍ଟି ହୋଇଛି। ଏମିତିରେ ଯେଉଁମାନେ ସୁସ୍ଥ ଅଛନ୍ତି ସେମାନେ ମଧ୍ୟ ଭୟ କରୁଛନ୍ତି। ସେଥିପାଇଁ ସେମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଆଜି ମୁଁ ଆପଣଙ୍କୁ ବହୁତ ସହଜ ଓ କାଶ ପାଇଁ ସବୁଠାରୁ ଉତ୍ତମ ଘରୋଇ ଉପଚାର କହିବାକୁ ଯାଉଛି। ଆଜି ମୁଁ ଆପଣଙ୍କ ସହିତ ଦୁଇଟି ଘରୋଇ ଉପଚାର ସେୟାର କରିବାକୁ ଯାଉଛି। ଯଦି ଆପଣଙ୍କୁ ବହୁତ କାଶ ହେଉଛି ତାହେଲେ ସବୁ ଠିକ୍ ହୋଇଯିବ। ଦ୍ଵିତୀୟ ଉପଚାର ହେଉଛି ଆପଣଙ୍କ ଗଳା ସଂକ୍ରମଣକୁ ଠିକ କରିବ। ତେବେ ସମୟ ନଷ୍ଟ ନକରି ଆସନ୍ତୁ ଜାଣିବା କଫ ଭଳି ଗଳା ସଂକ୍ରମଣ ପାଇଁ ଆଜିର ଉପଚାରକୁ କିପରି ପ୍ରସ୍ତୁତ କରିବା ଓ ଏହାର ସେବନ କିପରି କରିବା।

ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ଆବଶ୍ୟକ ଫିଟକରି ବା ସ୍ପଟିକ। ବନ୍ଧୁଗଣ ଏହାକୁ ଇଂରାଜୀରେ ଆଲୁମ କୁହାଯାଏ। ବନ୍ଧୁଗଣ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହୁଛି ଧ୍ୟାନ ସହକାରେ ଶୁଣନ୍ତୁ। ଫିଟକରି ଯାହା ଆପଣ ସେଭିଂ ପରେ ବ୍ୟବହାର କରନ୍ତି, ଏହା ସେହି ଫିଟକରି ନୁହେଁ। ସେଭଳି ଫିଟକରିରେ ମଧ୍ୟ କେମିକାଲ ଭରି ରହିଥାଏ। ଏପରି କ୍ରିଶ୍ଟାଲ ଫିଟକରି ଆଣନ୍ତୁ, ଯାହା ଆପଣଙ୍କୁ କୌଣସି ତେଜରାତି ଦୋକାନରୁ ବହୁତ ସହଜରେ ମିଳିଯିବ, ଯାହା ଆପଣ ସେବନ କରି ପାରିବେ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥାଏ, ଯାହା ଆପଣଙ୍କ ଶରୀରକୁ କୌଣସି କ୍ଷତି କରେ ନାହିଁ। ସେଥିପାଇଁ ସତର୍କ ହୋଇ ଏହି ଫିଟକରି ବ୍ୟବହାର କରନ୍ତୁ। ଏବେ ଆପଣଙ୍କୁ ଏହାର ଭସ୍ମ ପ୍ରସ୍ତୁତ କରିବାକୁ ପଡ଼ିବ। ଭସ୍ମ ପ୍ରସ୍ତୁତ କରିବା ପାଇଁ ଆପଣ ଏହାକୁ ଗରମ ଲୁହା ତାୱାରେ ପକାନ୍ତୁ ଏବଂ ସେମିତି ହିଁ ଛାଡ଼ି ଦିଅନ୍ତୁ। ଦେଖିବେ ୧୫ ରୁ ୨୦ ମିନିଟ ପରେ ଏହା ତରଳି ଯାଇ କିଛି ଏଭଳି ପ୍ରକାରର ଦେଖା ଯିବ। ଏବେ ଆପଣ ଫିଟକରିକୁ ଗୁଣ୍ଡ କରି ଦିଅନ୍ତୁ। ଏହିପରି ଭାବରେ ଆପଣ ଫିଟକରି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଯଦି ଆପଣ ଦାଢ଼ି ସେଭିଂ ପରେ ବ୍ୟବହାର କରାଯାଉଥିବା ଫିଟକରି ବ୍ୟବହାର କରିଥାନ୍ତେ ତାହେଲେ ତାହା ଚୁଇଂଗମ ଭଳି ହୋଇ ଯାଇଥାନ୍ତା। ଏବେ ଦେଖନ୍ତୁ ଆମର ଫିଟକରି ଭସ୍ମ ପ୍ରସ୍ତୁତ।

Google

ଏବେ ଜାଣିବା ଆପଣଙ୍କର କାଶ ଓ କଫ ଭଳି ସମସ୍ୟାକୁ ଠିକ୍ କରିବା ପାଇଁ ଆପଣ ଏହାର ସେବନ କିପରି କରିବେ। ସେଥିପାଇଁ ଆପଣ ଏକ ଚାମୋଚ ମହୁ ନିଅନ୍ତୁ। ଏବେ ଏଥିରେ କେବଳ ଚିମୁଟିଏ ଫିଟକରି ଭସ୍ମ ମିଶାଇ ଦିଅନ୍ତୁ। ଅନେକ ଲୋକଙ୍କ ମଧ୍ୟରେ ଧାରଣା ଥିବ କଣ ଫିଟକରି ଖାଇ ହେବ। ହଁ ବନ୍ଧୁଗଣ, ଆୟୁର୍ବେଦରେ କୁହାଯାଇଛି କେବଳ ଫିଟକରିକୁ ଭସ୍ମ ରୂପରେ ଅଳ୍ପ ମାତ୍ରାରେ ନେଲେ କୌଣସି କ୍ଷତି ନାହିଁ। କାଶ ବା କଫକୁ ଦୂର କରିବା ପାଇଁ ଆପଣ ଏକ ଚାମୋଚ ମହୁ ସହିତ ଚିମୁଟିଏ ଫିଟକରି ଭସ୍ମ ମିଶେଇ ତାହାର ସେବନ କରି ପାରିବେ। ଏହାକୁ ଦିନରେ ଦୁଇଥର ଆପଣ ସେବନ କରି ପାରିବେ। ୧୦ରୁ ୧୨ ବର୍ଷର ଛୋଟ ପିଲାଙ୍କୁ ଆପଣ ଏହା ଦିଅନ୍ତୁ ନାହିଁ। ହୋଇପାରେ କିଛି ଲୋକଙ୍କୁ ଫିଟକରିର ସ୍ଵାଦ ଭଲ ଲାଗି ନପାରେ। ଏହାର ସେବନ ପରେ ପାଣି ପିଇବା ଉଚିତ ନୁହେଁ। ଯଦି ଏହାର ସ୍ଵାଦ ଆପଣଙ୍କୁ ଭଲ ଲାଗୁ ନାହିଁ ତାହେଲେ ଆପଣ କିଛି ଉଷୁମ ପାଣି ପିଇ ପାରିବେ। ଚେଷ୍ଟା କରନ୍ତୁ ପାଣି ନ ପିଇବା ପାଇଁ, ପାଣି ନ ପିଇଲେ ଏହା ବହୁତ ଭଲ କାମ କରି ଥାଏ। ଯଦି ଆପଣଙ୍କୁ କାଶ ହେଉଛି ତାହେଲେ ଉଷୁମ ପାଣିର ସେବନ କରନ୍ତୁ। ଏହା ଆପଣଙ୍କୁ କୋରୋନାରୁ ବଞ୍ଚାଇବା ସହିତ କାଶକୁ ଠିକ୍ କରିଥାଏ। ଏବେ ଆପଣ ଜାଣି ନେଲେ ବହୁତ ସହଜ ଘରୋଇ ଉପଚାର ଯାହା ଆପଣଙ୍କ କାଶକୁ ଭଲ କରିଦେବ। ପ୍ରଥମ ଦିନର ପ୍ରୟୋଗ ଦ୍ଵାରା ଆପଣଙ୍କୁ ଫରକ ଦେଖିବାକୁ ମିଳିବ। ଯଦି ଏବେବି ଆପଣଙ୍କ ମନରେ ସନ୍ଦେହ ରହିଛି ଫିଟକରି ଭସ୍ମ ସେବନ କରାଯାଏ କି ନାହିଁ। ଆପଣ ଗୁଗଲ କରି ପାରିବ ବା କୌଣସି ଆୟୁର୍ବେଦ ଚିକିତ୍ସକଙ୍କ ମତ ନେଇ ପାରିବେ।

Google

ଏବେ ଜାଣିବା ଯଦି ଆପଣଙ୍କୁ କାଶ କାରଣରୁ ବା ବିନା କାଶ କାରଣରୁ ସଂକ୍ରମଣ ହୋଇଅଛି, କିମ୍ବା ଗଳା ବଥା କରୁଛି, କିଛି ଖାଇବା ଦ୍ଵାରା ଏପରି ଲାଗୁଛି ଯେପରି ଗଳାରେ କିଛି ଅଟକି ଯାଉଛି ତେବେ ଆଜିର ଏହି ଦ୍ଵିତୀୟ ଉପଚାର ଟି ଆପଣଙ୍କର ଗଳାର ସଂକ୍ରମଣରୁ ମୁକ୍ତି ଦେବ। ସେଥିପାଇଁ ଆପଣ ଗୋଟେ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ ଏପରି ଛୋଟ ଖଣ୍ଡ ଫିଟକରିକୁ ୨୦ ସେକେଣ୍ଡ ପାଇଁ ପକାନ୍ତୁ। ଏବେ ଆପଣ ଫିଟକରିକୁ କାଢି ନିଅନ୍ତୁ। ଏହାକୁ ଆପଣ ଯେତେ ଇଛା ପ୍ରୟୋଗ କରି ପାରିବେ। ଏବେ ଆପଣ ପାଣିରେ ଦିନରେ ଥରେ ରୁ ଦୁଇଥର ଗାର୍ଗେଲିଂ କରନ୍ତୁ ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବ। ଏହାଦ୍ବାରା ଆପଣଙ୍କର ଗଳା ସଂକ୍ରମଣ ଦୂର ହେବା ସହିତ କାଶ ଓ କଫ ସମସ୍ୟାରୁ ମୁକ୍ତି ପାଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *