Excuse Me Odisha

ଯାହା କହିବୁ ସତ କହିବୁ

କର୍କଟ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସରେ କର୍କଟ ରାଶି ଜାତ ମହିଳା ପୁରୁଷମାନେ ବା ଆବାଳ ବୃଦ୍ଧ ବନିତା କିପରି କଟେଇବେ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। କଣ ରହିଛି ଶୁଭା ଶୁଭ ଫଳ ଆସନ୍ତୁ ସେହି ବିଷୟରେ ଜାଣିବା। ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ବା ଜ୍ଞାନ ନାହିଁ ଯେଉଁମାନଙ୍କର କୋଷ୍ଠୀ ତିଆରି ହୋଇନାହିଁ। ଯଦି ଜନ୍ମ ତାରିଖ ବା ଜନ୍ମ ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର ହି,ହୁ,ହେ,ହ,ଡା,ଡି,ଡେ,ଡ଼ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୨ ତାରିଖ,୧୧ ତାରିଖ, ୨୦ତାରିଖ,୨୯ ତାରିଖରେ କିମ୍ବା ଯେକୌଣସି ପକ୍ଷର ଦ୍ୱିତୀୟା କିମ୍ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କର୍କଟ ରାଶି ହିଁ ହେବ। କର୍କଟ ରାଶିର ଅଧିଷ୍ଠିତ ଗ୍ରହ ହେଉଛନ୍ତି ଚନ୍ଦ୍ର। ଚନ୍ଦ୍ର ହେଉଛନ୍ତି ମନକାରକ ଗ୍ରହ।ଏବଂ ଯେଉଁମାନଙ୍କର କୋଷ୍ଠୀ ଅଛି ଯେଉଁମାନଙ୍କର କୋଷ୍ଠୀ ତିଆରି ହୋଇଛି। ଯଦି ଜାଣିଥାନ୍ତି ସେମାନଙ୍କର କର୍କଟ ରାଶି ହୋଇଥାଏ ତାହେଲେ ଏହି ୩ ଟି ନକ୍ଷତ୍ରରୁ ହିଁ ଏହି ରାଶି ହୋଇଥିବ ପୁନର୍ବାସୁ ନକ୍ଷତ୍ର ପୁଷ୍ୟା ଅଶ୍ଲୀସା ନକ୍ଷତ୍ର ଏହି ୩ ଟି ନକ୍ଷତ୍ରରେ କର୍କଟ ରାଶି ହେବ। ତେବେ ଏହି ୩ ଟି ନକ୍ଷତ୍ରର କର୍କଟ ରାଶିର ରଙ୍ଗ ହେଉଛି ଧଳା ବା ଗ୍ରୀକ ସାମାନ୍ୟ ମାଟିଆ ଟିକେ। ରାଶିର ଶୁଭବାର ହେଉଛି ସୋମବାର। ଶୁଭ ଦେବତା ହେଉଛନ୍ତି ଶିବ।ରାଶିର ଶୁଭ ଦେବୀ ହେଉଛନ୍ତି ଭୁବନେଶ୍ୱରୀ। ବ୍ରତ ଉପବାସ ଯଦି କରିବାକୁ ଚାହୁଁଥାନ୍ତି ତାହେଲେ ସୋମବାରରେ ଯଦି ବ୍ରତ ଉପବାସ ରଖନ୍ତି ତାହେଲେ ବହୁତ ଭଲ ହେବ। ତେବେ ରାଶିର ଅଙ୍କ ବା ସଂଖ୍ୟା ହେଉଛି ୨। ରାଶିର ଅଶୁଭ ତାରିଖ ବା ଯେକୌଣସି ମାସରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଇଛା ଥାଏ ତାହେଲେ ୨ ତାରିଖ, ୧୧ ତାରିଖ, ୨୦ ତାଟିଖ ଓ ୨୯ ତାରିଖ ଏଇ ତାରିଖ ମାନଙ୍କରେ ଯଦି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ। ରାଶିର ସମସ୍ତ ରାଶି ହେଉଛି ଶୁଭ ରାଶି ବା ମିତ୍ର ରାଶି। ଶତ୍ରୁ କେହି ଚନ୍ଦ୍ରଙ୍କର ନାହାନ୍ତି ବା କର୍କଟ ରାଶିର ନାହାନ୍ତି। ତେବେ ଘାତ ବାର ହେଉଛି ବୁଧବାର। ଘାତ ନକ୍ଷତ୍ର ହେଉଛି ମୂଳା ନକ୍ଷତ୍ର। ଷଷ୍ଠୀ ତିଥି ହେଉଛି ଘାତ ତିଥି। ଏବଂ ସିଂହ ଚନ୍ଦ୍ରରରେ ସିଂହ ରାଶିରେ ଚନ୍ଦ୍ର ଥିବା ବେଳେ ଘାତ ଚନ୍ଦ୍ର ଭୋଗ ହୁଏ। ଏହି ସମୟକୁ ବାଦ ଦେଇ ଯଦି ଯେକୌଣସି ଶୁଭ କାର୍ଯ୍ୟ କରିବେ ତାହେଲେ ନିଶ୍ଚୟ ଶୁଭ ଫଳ ପ୍ରାପ୍ତି ହେବ।

Google

ତେବେ ୨୦୨୧ ମସିହା ଜୁନ ମାସ କେମିତି ଆପଣ କଟେଇବେ କଣ ରହିଛି ଏହି ମାସରେ ମହିଳା ପୁରୁଷ ମାନଙ୍କର ବା ଆବାଳ ବୃଦ୍ଧବନିତା ମାନଙ୍କର ଶୁଭା ଶୁଭ ଫଳ ଆସନ୍ତୁ ଜାଣିବା। ଏହି ମାସରେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। ପ୍ରଚୁର ଲାଭ ମଧ୍ୟ କରିପାରିବେ। ସରକାରୀ କର୍ମଚାରୀ ମାନଙ୍କ ପାଇଁ ବହୁତ ଭଲ ଏବଂ ଭବିଷ୍ୟତ କର୍ମ ପାଇଁ ସହଯୋଗୀମାନେ ବିଶେଷ ସହଯୋଗ କରିବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ଭାଇ ବନ୍ଧୁ ମିତ୍ର ସହକର୍ମୀ ମାନଙ୍କ ସହିତ ମତଭେଦ ମଧ୍ୟ ସମାପ୍ତ ହୋଇଯିବ। ପିଲାମାନଙ୍କ କାର୍ଯ୍ୟରେ ବିଶେଷ ସନ୍ତୁଷ୍ଟ ରହିବେ। ବାଦ ବିବାଦ ମାଲିମକର୍ଦମା ପ୍ରତିଯୋଗିତା ପରୀକ୍ଷା ସାକ୍ଷତ କାରରେ ମଧ୍ୟ ସଫଳ ହେବେ। ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ସନ୍ତସପ୍ରଦ ରହିବ। ରାଜନୀତି କ୍ଷେତ୍ରରେ ସାମାଜିକ କଲ୍ୟାଣ ଜୀବନ ସ୍ତର ପରିବର୍ତ୍ତନର ଉଦ୍ୟମ କରିବା ଫଳରେ ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ମାନଙ୍କର ନିଜର ଆତ୍ମ ନିରୀକ୍ଷଣ ମନବୈଜ୍ଞାନିକ ତଥ୍ୟ ଅନ୍ୱେଷଣ ଅନ୍ତରଦୃଷ୍ଟି ଏବଂ ଆନ୍ତରିକ କଲ୍ୟାଣର ଅନୁଭୂତି ଜାଗ୍ରତ ହେବ। କ୍ୟାରିୟର କ୍ଷେତ୍ରରେ ପରିବର୍ତ୍ତନ ଆସିବ। କୌଣସି ଜରୁରୀ କାର୍ଯ୍ୟକୁ ମନଯୋଗ ଦେଇ ପୁର୍ଣ କରିପାରନ୍ତି। ବୁଡି ଯାଉଥିବା ପଇସା କିମ୍ବା ଆପଣଙ୍କ ଠାରୁ କେହି ଅର୍ଥ ନେଇ ଯଦି ଦେଉନଥାଏ ତାହେଲେ କଳେ ବଳେ କୌଶଳେ ତାକୁ ଆଦାୟ କରିବା ପାଇଁ ଚେଷ୍ଟିତ ହେବେ। ପୋଡ଼ଶୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ ହେବ। ମହତ ଉଦେଶ୍ୟ ଉଚ୍ଚ ଆକାଂକ୍ଷା ମଧ୍ୟ ମଧ୍ୟ ପୁର୍ଣ ହେବ। ଭାଗ୍ୟ ଉଦୟ ହେବା ସହ ଅଭିଳାଷ ମଧ୍ୟ ପୁର୍ଣ ହେବ।ଶିକ୍ଷା କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଖାଦ୍ୟ ପେୟର ବ୍ୟତିକ୍ରମ ଯୋଗେ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ।ଧାର୍ମିକ କାର୍ଯ୍ୟରେ କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ କ୍ଷତିରେ ପଡିପାରନ୍ତି। ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ। ବୁଲା କୁକୁରକୁ ପ୍ରତ୍ୟକ ଦିନ କିଛି କିଛି ଖାଇବାକୁ ଦିଅନ୍ତୁ ତାହେଲେ ଦେଖିବେ ଏହି ମାସଟି ବହୁତ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *