Excuse Me Odisha

ଯାହା କହିବୁ ସତ କହିବୁ

ଧନୁ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସଟି କିପରି କାଟିବେ ଧନୁ ରାଶିର ଲୋକମାନେ। ଗ୍ରହ ମାନଙ୍କର କଣ ପ୍ରତିକାର ରହିବ। ଗ୍ରହ ମାନଙ୍କର ଶୁଭ ଓ ଅଶୁଭ ଫଳ କଣ ରହିବ। ଯେଉଁମାନଙ୍କର ରାଶି ବା ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣି ନାହାନ୍ତି। ଯେଉଁମାନଙ୍କର କୋଷ୍ଠୀ ତିଆରି ହୋଇ ନାହିଁ ବା ଯେଉଁମାନେ ନିଜ ଜନ୍ମ ତିଥି ଜାଣିଥିବେ କିମ୍ବା ନାମର ପ୍ରଥମ ଅକ୍ଷର ଯେ, ଯୋ, ଭା, ଭି, ଭୁ, ଧା, ହା, ଭେ ହୋଇଥାଏ କିମ୍ବା ଯେଉଁମାନଙ୍କର ଇଂରାଜୀ ମାସର ୭,୧୬,୨୫ ତାରିଖରେ ଜନ୍ମ ହୋଇଥାନ୍ତି କିମ୍ବା ସପ୍ତମୀ ତିଥିରେ ଜନ୍ମ ନେଇଥାନ୍ତି ତାହେଲେ ଜାଣି ରଖନ୍ତୁ ସେମାନଙ୍କର ନିଶ୍ଚିତ ଧନୁ ରାଶି। ଯଦି ଧନୁ ରାଶିର ରାଶିଫଳ ଯଦି ଦେଖନ୍ତି ତାହେଲେ ନିଶ୍ଚିତ ଭାବରେ ସେ ଶୁଭ ଫଳ ପାଇ ପାରିବେ ବା ପ୍ରତିକାର କଲେ ନିଶ୍ଚିତ ରୂପରେ ଶୁଭ ଫଳ ପ୍ରାପ୍ତ ହେବ। ଧନୁ ରାଶିର ଅଧିପତି ଗ୍ରହ ହେଉଛନ୍ତି ବୃହସ୍ପତି। ବୃହସ୍ପତି ହେଉଛି ଜ୍ଞାନର ଗ୍ରହ। ଯଦି ବୃହସ୍ପତି ଗୋଚରରେ ଥାଆନ୍ତି ବା ଶୁଭରେ ଥାଆନ୍ତି ତାହେଲେ ଅନେକ ଶୁଭ ଫଳ ପ୍ରାପ୍ତ ହେବ। ତେବେ ଧନୁ ରାଶିର ଲୋକମାନଙ୍କର ଏହି ୨୦୨୧ ମସିହା ଜୁନ ମାସରେ କେତେ ଭଲ ରହିଛି ବା ଯେଉଁମାନଙ୍କର ଜାତକ ରହିଛି ସେମାନଙ୍କୁ ଜାଣିବାକୁ ପଡ଼ିବ ଯେ ଧନୁ ରାଶି ଆରମ୍ଭ ହେଉଛି ମୂଳା ନକ୍ଷତ୍ର, ପୂର୍ବାସାଘା ନକ୍ଷତ୍ର, ଉତ୍ତରାସାଘା ନକ୍ଷତ୍ର। ଏହି ତିନୋଟି ନକ୍ଷତ୍ର ୧୯/୯, ୨୦/୯, ୨୧/୯। ଏହି ତିନୋଟି ନକ୍ଷତ୍ର ଏବଂ ଧନୁ ରାଶି ଯେଉଁମାନଙ୍କର ହେଇ ଥିବ, ତାହେଲେ ସେମାନଙ୍କର ରଙ୍ଗ ହେବ ହଳଦିଆ ରଙ୍ଗ। ରାଶିର ଶୁଭ ବାର ହେଉଛି ଗୁରୁବାର, ରାଶିର ଶୁଭ ଦେବତା ହେଉଛନ୍ତି ବିଷ୍ଣୁ ନାରାୟଣ। ରାଶିର ଶୁଭ ଦେବୀ ହେଉଛନ୍ତି ଉଗ୍ରତାରା ବା ତାରାତାରିଣୀ। ରାଶିର ବ୍ରତ ଉପବାସ ବା ଉପାସନା କରିବାକୁ ଚାହୁଁଛନ୍ତି ତାହେଲେ ଗୁରୁବାର ଦିନ କରନ୍ତୁ ନିଶ୍ଚିତ ରୂପରେ ସଫଳତା ପ୍ରାପ୍ତ ହେବ। ରାଶିର ଶୁଭ ସଂଖ୍ୟା ବା ଅଙ୍କ ହେଉଛି ୩।ପ୍ରତ୍ୟେକ ମାସର ଶୁଭ ତାରିଖ ହେଉଛି ୩,୧୨,୩୦ ତାରିଖ । ରାଶିର ମିତ୍ର ରାଶି ହେଉଛନ୍ତି ମେଷ, କର୍କଟ, ସିଂହ, ବିଛା, ମୀନ ରାଶି। ରାଶିର ଶତ୍ରୁ ରାଶି ହେଉଛି ବୃଷ, ମିଥୁନ, କନ୍ୟା, ତୁଳା। ରାଶିର ଘାତ ବାର ଶୁକ୍ରବାର, ଘାତ ନକ୍ଷତ୍ର ଦ୍ଵିଜା ନକ୍ଷତ୍ର, ଘାତ ତିଥି ଦ୍ଵିତୀୟା ତିଥି। ଘାତ ଚନ୍ଦ୍ର ହେଉଛି ମୀନଚନ୍ଦ୍ର। ମୀନ ରାଶିରେ ଯେତେବେଳେ ଚନ୍ଦ୍ର ବିରାଜମାନ କରିଥିବେ ସେତେବେଳେ ଦୂର ଯାତ୍ରା କରିବା, କ୍ଷେର ହେବା, ଚୂଳ ପକେଇବା, ବାହନ ଆରୋହଣ କରିବା, ଗୃହ ଆରମ୍ଭ କରିବା ଏସବୁ କାର୍ଯ୍ୟ କରନ୍ତୁ ନାହିଁ।

Google

ତେବେ ୨୦୨୧ ମସିହା ଜୁନ ମାସରେ ଧନୁ ରାଶିର ଲୋକଙ୍କର ସମାଜ କ୍ଷେତ୍ରରେ ପ୍ରଭାବ, ପରାକ୍ରମ ବୃଦ୍ଧି ପାଇବ। ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କ ଘନିଷ୍ଠ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ପୈତୃକ ସମ୍ପତ୍ତିକୁ ନେଇ ସବୁ ସମସ୍ୟା ସମାଧାନ ହୋଇଯିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଧ୍ୟାନ ଦେବା ସହିତ ପରୀକ୍ଷାରେ ସଫଳତା ହାସଲ କରିବେ। ଘରୋଇ ସଂସ୍ଥା ବା ସହକର୍ମୀଙ୍କ ଠାରୁ ସାହାଯ୍ୟ ପାଇ ଶାନ୍ତି ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବଜାୟ ରଖି ନିମ୍ନ ବର୍ଗର ଲୋକଙ୍କ ଯୋଗୁଁ ପରିସ୍ଥିତିକୁ ନିଜ ପକ୍ଷରେ ନେଇ ଶାନ୍ତିର ପଥକୁ ପ୍ରଶସ୍ତ କରିବେ। କର୍ମଯୋଗୀ ମାନେ କର୍ମ କ୍ଷେତ୍ରରେ ସଫଳତା ପାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ପ୍ରାପ୍ତ କରିବେ। ଅଚାନକ ଧନ ପ୍ରାପ୍ତି ହେବ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପୁଞ୍ଜି ମଧ୍ୟ ନିବେଶରେ ମନ ଦେଇ ପାରନ୍ତି। ରୁଣରୁ ମୁକ୍ତି ମିଳିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ଅଟେ। ଦୂର ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ବାଦବିବାଦ, ମାଲିମକାଧମାରେ  ସଫଳ ରହିବେ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ରାଜନୀତିକ କ୍ଷେତ୍ରରେ ଆପଣଙ୍କର ମଧୁର ସ୍ଵଭାବ ଯୋଗୁଁ ଯଶ କୀର୍ତ୍ତି ଅର୍ଜନ କରିବା ସହିତ ବହୁତ ଲୋକପ୍ରିୟ ହେବେ। ଅଧିକ ଶୁଭ ହେବା ପାଇଁ ପ୍ରତ୍ୟେକଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ, ଦେଖିବେ ମାସଟି ବହୁତ ଭଲରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *