Excuse Me Odisha

ଯାହା କହିବୁ ସତ କହିବୁ

ତୁଳା ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସ କିପରି କଟେଇବେ ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ବା ତୁଳା ରାଶିର ମହିଳା ଓ ପୁରୁଷ ମାନେ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। କଣ ରହିଛି ଗ୍ରହ ମାନଙ୍କର ଶୁଭ ଓ ଅଶୁଭ ଫଳ ଆସନ୍ତୁ ଜାଣିବା। ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି ବା କୋଷ୍ଠିି ତିଆରି ହେଇନି, ସେମାନେ ଯଦି ନିଜର ଜନ୍ମ ତାରିଖ ବା ଜନ୍ମ ତିଥି ଜାଣି ଥିବେ କିମ୍ବା ଯଦି ସେମାନଙ୍କର ନାମର ପ୍ରଥମ ଅକ୍ଷର କେ, ରା, ରି, ରୁ, ରେ, ରୋ, ତା, ତି, ତୁ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୬,୧୫,୧୯ ତାରିଖରେ କିମ୍ବା ଯେକୌଣସି ପକ୍ଷର ଷଷ୍ଠୀ, ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ  ଜନ୍ମ ହୋଇଥିବେ ସେମାନଙ୍କର ଅଙ୍କ ହିସାବରେ ତୁଳା ରାଶି ହେବ। ତୁଳା ରାଶିର ତିନୋଟି ନକ୍ଷତ୍ର ମଧ୍ୟ ଭୋଗ ହେବ ଚିତ୍ରା, ସ୍ଵାତୀ, ବିଶାଖା। ଏହି ତୁଳା ରାଶିର ବା ଏହି ନକ୍ଷତ୍ର ଗୁଡିକରେ ଯେଉଁମାନଙ୍କର ଜନ୍ମ ହୋଇଥିବ, ତାହେଲେ ସେମାନଙ୍କର ରଙ୍ଗ ହେଉଛି ଧଳା। ରାଶିର ଶୁଭ ବାର ହେଉଛି ଶୁକ୍ରବାର ଓ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି କୁବେର। ରାଶିର ଶୁଭ ଦେବୀ ହେଉଛନ୍ତି ସନ୍ତୋଷୀ ମାଆ। ରାଶିର ବ୍ରତ ଉପବାସ ଶୁକ୍ରବାର ଦିନ କଲେ ବହୁତ ଶୁଭ ଫଳ ମିଳିଥାଏ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୬। ରାଶିର ଶୁଭ ତାରିଖ ହେଉଛି ୬,୧୫,୨୫। ରାଶିର ମିତ୍ର ରାଶି ମିଥୁନ,କର୍କଟ, କନ୍ୟା, ମକର, କୁମ୍ଭ। ରାଶିର ଶତ୍ରୁ ରାଶି ହେଉଛି ସିଂହ। ଘାତ ବାର ହେଉଛି ଗୁରୁବାର, ଘାତ ନକ୍ଷତ୍ର ହେଉଛି ସତଭିଶା ନକ୍ଷତ୍ର। ଦ୍ୱାଦଶୀ ତିଥି ହେଉଛି ଘାତ ତିଥି। ଧନୁ ରାଶିରେ ଚନ୍ଦ୍ରମା ଥିଲେ ଘାତଚନ୍ଦ୍ର ମଧ୍ୟ ଭୋଗ ହେବ। ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଯେପରି ଯାନବାହାନ କ୍ରୟ କରିବା, ଦୂର ଯାତ୍ରା କରିବା, ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ ଘାତ ତିଥି, ଘାତ ନକ୍ଷତ୍ର, ଘାତ ବାରରେ।

Google

ତେବେ ୨୦୨୧ ମସିହା ଜୁନ ମାସରେ ତୁଳା ରାଶିର ବ୍ୟକ୍ତି ମାନଙ୍କରେ କଣ ରହିଛି ଶୁଭ ଫଳ ଆସନ୍ତୁ ଜାଣିବା। ତୁଳା ରାଶିର ଲୋକମାନେ କାର୍ଯ୍ୟ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ କରିବେ। ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦିଅନ୍ତୁ ନାହିଁ। ବ୍ୟବସାୟରେ ଶତ୍ରୁ ପରାସ୍ତ ହେବେ। ବାକି ଥିବା ଅର୍ଥ ପ୍ରାପ୍ତ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖା ଦେବ। ସାମାଜିକ ପ୍ରତିଷ୍ଠା ଏବଂ ମାନସମ୍ମାନ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ପ୍ରେମିକ ପ୍ରେମିକା ମାନଙ୍କର ମାନସିକ ଦୁଶ୍ଚିନ୍ତା ଦୂର ହେବ। ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ସଫଳତା ଲାଭ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦ୍ରୁଷ୍ଟି ପ୍ରାପ୍ତ ହେବ। ନିଜ ପରିଶ୍ରମରୁ ନିଜର କର୍ମ ନିଯୁକ୍ତି ପାଇ ପାରନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *