Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସରେ ସିଂହ ରାଶିର ବ୍ୟକ୍ତି ମାନେ କିପରି ଅତିବାହିତ କରିବେ ଏହି ମାସ। କଣ ରହିଛି ଅଶୁଭ ଗ୍ରହର ପ୍ରତିକାର। କଣ ରହିଛି ଗ୍ରହ ମାନଙ୍କର ଶୁଭ ଫଳ ଆସନ୍ତୁ ଜାଣିବା ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା କୌଣସି କୋଷ୍ଠୀ ତିଆରି ହୋଇ ନାହିଁ, ଯଦି ସେମାନଙ୍କର ଜନ୍ମ ତାରିଖ ବା ତିଥି ଜାଣି ଥିବେ ଅଥବା ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ମା, ମୀ, ମୁ, ମେ, ମୋ, ତା, ତୀ, ତୁ, ତେ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୧,୧୦,୧୯,୨୮ ତାରିଖରେ ଜନ୍ମ ହୋଇଥାନ୍ତି କିମ୍ବା ପ୍ରତିପଦ ଦଶମୀ ତିଥିରେ ଜନ୍ମ ହୋଇଥାନ୍ତି ଶୁକ୍ଳ ପକ୍ଷ ହେଉ ବା କୃଷ୍ଣ ପକ୍ଷ ହେଉ। କୌଣସି ପକ୍ଷର ପ୍ରତିପଦ ବା ଦଶମୀ ତିଥିରେ ଜନ୍ମ ହୋଇଥିଲେ, ସେମାନଙ୍କର ରାଶି ହେବ ସିଂହ ରାଶି। ମୂଳାଙ୍କ ୧ ହେବ। ୧ ସଂଖ୍ୟାର ମାଲିକ ହେଉଛନ୍ତି ରବି ମହାଗ୍ରହ ଏବଂ ସିଂହ ରାଶିର ଅଧିପତି ହେଉଛନ୍ତି ରବି ମହାଗ୍ରହ। ଯେଉଁମାନଙ୍କର କୋଷ୍ଠୀ ତିଆରି ହୋଇଛି ବା ଜାତକ ରହିଛି ବା ଯଦି ଜାଣିଛନ୍ତି ସିଂହ ରାଶି ବୋଲି ତାହେଲେ ଏହି ତିନୋଟି ନକ୍ଷତ୍ରରେ ନିଶ୍ଚିତ ତୁପରେଭଙ୍କ ଗ୍ରହଣ କରିଥିବେ, ତାହା ହେଉଛି ମଘା, ପୂର୍ବା ଫାଲଗୁନୀ, ଉତ୍ତରା ଫାଲଗୁନୀ। ମଘାର ଚାରି ନକ୍ଷତ୍ର, ପୂର୍ବା ଫାଲଗୁନୀର ଚାରି ନକ୍ଷତ୍ର , ଉତ୍ତରା ଫାଲଗୁନୀର ଗୋଟିଏ ନକ୍ଷତ୍ର।ପୂର୍ବା ଫାଲଗୁନୀର ଚାରି ପାଦ ଓ ଉତ୍ତରା ଫାଲଗୁନୀର ଗୋଟିଏ ପାଦ। ଏହି ନଅଟି ପାଦରେ ସିଂହ ରାଶିର ଅବସ୍ଥିତି। ତେଣୁ ସିଂହ ରାଶିର ଜାତ ବ୍ୟକ୍ତି ମାନଙ୍କର ଶୁଭ ରଙ୍ଗ ହେଉଛି କମଳା ରଙ୍ଗ ଓ ହଳଦିଆ ରଙ୍ଗ। ରାଶିର ଶୁଭ ବାର ହେଉଛି ରବିବାର ଓ ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ସ୍ଵୟଂ ସୂର୍ଯ୍ୟ ଦେବତା। ରାଶିର ଶୁଭ ଦେବୀ ହେଉଛନ୍ତି ମାତଙ୍ଗୀ। ବ୍ରତ ଉପବାସ କରିବା ପାଇଁ ସୁହ ବାର ହେଉଛି ରବିବାର ଓ ମଙ୍ଗଳବାର। ରବିବାର ବା ମଙ୍ଗଳବାର ଦିନ ଯଦି କୌଣସି ଉପବାସ କରନ୍ତି ତାହେଲେ ଶୁଭ ଫଳ ପ୍ରାପ୍ତ ହେବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୧। ରାଶିର ପ୍ରତ୍ୟେକ ମାସର ୧,୧୦, ୨୮ ତାରିଖ ମାନଙ୍କର ଯଦି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ତାହେଲେ ଶୁଭ ଫଳ ପ୍ରାପ୍ତ ହେବ। ରାଶିର ମିତ୍ର ରାଶି ହେଉଛି ମେଷ, ମିଥୁନ, କର୍କଟ, କନ୍ୟା, ବିଛା, ଧନୁ, ମୀନ ରାଶି। ରାଶିର ଶତ୍ରୁ ରାଶି ହେଉଛି ବୃଷ, ତୁଳା, ମକର, କୁମ୍ଭ ରାଶି। ଘଟଣାର ହେଉଛି ଶନିବାର, ଘାତ ନକ୍ଷତ୍ର ହେଉଛି ମୂଳା ନକ୍ଷତ୍ର, ନବମୀ ତିଥି। ଘାତ ଚନ୍ଦ୍ର ହେଉଛି ମକର ଚନ୍ଦ୍ର। ମକର ରାଶିରେ ଯେତେବେଳେ ଚନ୍ଦ୍ର ଥିବେ ସେତେବେଳେ ସିଂହ ରାଶି ମାନଙ୍କର ଘାତ ଚନ୍ଦ୍ର ଭୋଗ ହେଉଥିବ। ସେହି ସମୟରେ କ୍ଷେରଭଦ୍ର ହେବା, ଗୃହ ଆରମ୍ଭ କରିବା, ଏପରି ଯନ୍ତ୍ରପାତି କାର୍ଯ୍ୟ ଆଦିରୁ ନିବୃତରହିବା ଉଚିତ। ଦୂର ଯାତ୍ରା , ଜଣ ଆରୋହଣ, ଯାନ ବାହାନ କ୍ରୟ କରିବା ଆଦି କାର୍ଯ୍ୟ ଘାତ ବାରରେ କରିବା ଉଚିତ ନୁହେଁ। ଏହି ରାଶିର ବ୍ୟକ୍ତିମାନେ ଯେଉଁମାନଙ୍କର ଅକ୍ଷର, ତାରିଖ, ତିଥିରେ ଜନ୍ମ ବା ସିଂହ ରାଶି ଯେଉଁମାନେ ଜାଣି ପାରିବେ କିମ୍ବା ସିଂହ ରାଶି ଜାତ ପୁରୁଷ ଓ ମହିଳା ମାନେ ୨୦୨୧ ମସିହା ଜୁନ ମାସରେ କଣ ରହିବ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଆସନ୍ତୁ ଜାଣିବା।

Google

ତେବେ ଏହି ମାସରେ ଆତ୍ମୀୟ ଶତ୍ରୁତା, ଜମିବାଡ଼ି ସମସ୍ୟା, ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପୁରାତନ ରୋଗର କୋପ ହ୍ରାସ ହୋଇପାରେ। କର୍ମ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ କରିବେ। ହାତକୁ ସୁଯୋଗ ଆସିପାରେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଲାଭବାନ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତିଯୋଗିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ଯୋଗାଯୋଗ କଲେ ଆଶା କରୁଥିବା ଦିଗରୁ ସଫଳତା ମିଳିବ। ନୂତନ କର୍ମ ପ୍ରାପ୍ତ ହୋଇପାରେ। ସମୟ ଆପଣଙ୍କ ସପକ୍ଷରେ ରହିବା ଫଳରେ ଆଶା କରୁଥିବା ଲାଭ  ସୁନିଶ୍ଚିତ ପ୍ରାପ୍ତ ହେବ। ଚିନ୍ତା ଦୂର ହୋଇ ଖୁସି ଅନୁଭବ କରିବେ। ସାମାଜିକ ସ୍ତରରେ ଯୋଗଦାନ କରି ସଫଳତା ହାସଲ କରିବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରି ପାରିବେ। ପରିବାର ସଦସ୍ୟଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଅଧିକ ଶୁଭ ହେବା ପାଇଁ ପିତାମାତା ଓ ଗୁରୁଜନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ, ଦେଖିବେ ଆପଣଙ୍କ ପାଇଁ ମାସଟି ଅତ୍ୟନ୍ତ ସୁଖରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *