Excuse Me Odisha

ଯାହା କହିବୁ ସତ କହିବୁ

ଧନୁ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସଟି କେମିତି କଟେଇବେ ଧନୁ ରାଶି ଜାତ ମହିଳମାନେ। କଣ ରହିଛି ଅଶୁଭ ଗ୍ରହମାନଙ୍କର ପ୍ରତିକାର। ଗ୍ରହ ମାନଙ୍କର କି ପ୍ରକାର ଶୁଭା ଶୁଭ ଫଳ ପ୍ରାପ୍ତି ହେବ ଏମାସରେ କଣ କରିବେ କଣ ନକରିବେଆସନ୍ତୁ ଜାଣିବା। ତେବେ ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି ଯେଉଁମାନଙ୍କର କୋଷ୍ଠୀ ତିଆରି କରାଯାଇ ନାହିଁ ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଯେ,ଜ,ଭା,ଭି,ଭୁ,ଥା,ଫା,ଠା,ଫେ ହୋଇଥିବ କିମ୍ବା ଯେଉଁମାନଙ୍କର ଇଂରାଜୀ ମାସର ବା ଯେକୌଣସି ଇଂରାଜୀ ମାସର ୭ ତାରିଖ,୧୬ ତାରିଖ କିମ୍ବା ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ରାଶି ନିଶ୍ଚୟ ହେବ ଧନୁ ରାଶି। ଧନୁ ରାଶିର ରାଶି ଫଳ ଯଦି ଦେଖନ୍ତି ସେମାନେ ତେବେ ନିଶ୍ଚୟ ଅନେକାଂଶରେ ଶୁଭ ଫଳ ପାଇବେ ବା ଯେଉଁ ପ୍ରତିକାର ଅଛି ଯଦି କରନ୍ତି ତେବେ ସେମାନେ ନିଶ୍ଚୟ ସମସ୍ତ ପ୍ରକାର ଶୁଭ ଫଳ ପାଇବେ। ତେବେ ଧନୁ ରାଶିର ଅଧିପତି ଗ୍ରହ ହେଉଛନ୍ତି ବୃହସ୍ପତି। ବୃହସ୍ପପତି ହେଉଛନ୍ତି ଜ୍ଞାନ ବିଜ୍ଞାନର ପ୍ରହର। ବିଦ୍ୟାର ଗ୍ରହ। ତେଣୁ ଯଦି ବୃହସ୍ପତି ଶୁଭରେ ଥାଆନ୍ତି ବା ଗୋଚରରେ ଭଲ ଫଳ ଦେଉଥାନ୍ତି ବା ଶୁଭ ଥାନ୍ତି ତାହେଲେ ଅନେକ ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ।

Google

ତେବେ ଧନୁ ରାଶି ଜାତ ବ୍ୟକ୍ତି ମାନଙ୍କର ଏଇ ୨୦୨୧ ମସିହା ଜୁନ ମାସରେ କେତେ ଭଲ ଅଛି ବା ଯେଉଁମାନଙ୍କର ଜାତକ ତିଆରି ହୋଇଛି ସେମାନଙ୍କୁ ଜାଣିବାକୁ ହେବ ଯେ ଧନୁ ରାଶି ଆରମ୍ଭ ହେଉଛି ମୂଳା ନକ୍ଷତ୍ର ପୂର୍ବାଶାଢା ନକ୍ଷତ୍ର ଉତ୍ତରା ସାଢା। ଏଇ ୩ ଟି ନକ୍ଷତ୍ର ୧୯୯ ୨୦୯ ୨୧୯ ଏହି ୩ଟି ନକ୍ଷତ୍ର ଏବଂ ଧନୁ ରାଶି ଯେଉଁମାନଙ୍କର ହୋଇଥିବ ଯଦି ଜାତକରେ ଥାଏ ତାହେଲେ ସେମାନଙ୍କର ରଙ୍ଗ ହେବ ହଳଦିଆ ରଙ୍ଗ।ଏବଂ  ରାଶିର ଶୁଭବାର ହେଉଛି ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ବିଷ୍ଣୁ ନାରାୟଣ। ରାଶିର ଶୁଭ ଦେବୀ ହେଉଛନ୍ତି ଉଗ୍ରତାରା ତାରା ତାରିଣୀ। ରାଶିର ବ୍ରତ ଉପବାସ ବା ଉପାସନା ଯଦି କରିବାକୁ ଚାହିଁଥାନ୍ତି ଗୁରୁବାରେ ଯଦି ବ୍ରତ ଉପବାସ ପାଳନ କରନ୍ତି ତାହେଲେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ।ତେବେ ରାଶିର ଶୁଭ ଅଙ୍କ ବା ସଂଖ୍ୟା ହେଉଛି ୩। ରାଶିର ପ୍ରତ୍ୟକ ମାସରେ ଶୁଭ ତାରିଖ ହେଉଛି ୩ ତାରିଖ ,୧୨ ତାରିଖ ଏବଂ ୩୦ ତାରିଖ ହେଉଛି ଶୁଭ ତାରିଖ।ରାଶିର ମିତ୍ର ରାଶି ମେଷ ରାଶି, କର୍କଟ ରାଶି, ସିଂହ ରାଶି, ବିଛା ରାଶି ଏବଂ ମୀନ ରାଶି।ଶତ୍ରୁ ରାଶି ବୃଷ ରାଶି, ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ବିଜା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱିତୀୟା। ଘାତ ଚନ୍ଦ୍ର ହେଉଛି ମୀନ ଚନ୍ଦ୍ର।ମୀନ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ଦୂର ଯାତ୍ରା କ୍ଷର ହେବା କିମ୍ବା ଚୂଳ ପକେଇବା ଯାନ କ୍ରୟ କରିବା ବା ଯାନ ଆରୋହଣ କରିବା କିମ୍ବା କ୍ରୟ ବିକ୍ରୟ କରିବା ଏସବୁ କାର୍ଯ୍ୟ ଗୃହ ଆରମ୍ଭ କରିବା ଏସବୁ କାର୍ଯ୍ୟ କେବେହେଲେ କରନ୍ତୁ ନାହିଁ।ଏହି ସବୁ ଘାତ ସମୟରେ। ତେବେ ୨୦୨୧ ମସିହା ଜୁନ ମାସରେ ଧନୁ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ପରାକ୍ରମ ବୃଦ୍ଧି ପାଇବ। ବନ୍ଧୁ ବାନ୍ଧବଙ୍କ ଦ୍ୱାରା କୌଣସି ଜଟିଳ ସମସ୍ୟାର ସମାଧାନ ହୋଇଯିବ।ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ଦାମ୍ଫତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ମେଣ୍ଟି ଯିବ। ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରିବା ସହିତ ପଢ଼ାପଢିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ହାସଲ କରିବେ। ଘରୋଇ ସଂସ୍ଥା କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ଶାନ୍ତି ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ନିମ୍ନ ବର୍ଗଙ୍କ ଯୋଗେ ପରିସ୍ଥିକିକୁ ନିଜ ତରଫରେ ନେଇ ସ୍ୱାର୍ଥ ସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କର୍ମ ସିନ୍ଧୁ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି। କର୍ମଚାର୍ରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦନ୍ନତି ପାଇବା ସହ ପ୍ରଶଂସା ମଧ୍ୟ ପାଇପାରିବେ।ଅଚାନକ ଧନ ପ୍ରାପ୍ତି ହେବ। ଭବିଷ୍ୟତ ପାଇଁ  ଯୋଜନା କରି ପୁଞ୍ଜି ମଧ୍ୟ ନିବେଶ କରିପାରିବେ। ଋଣରୁ ମୁକ୍ତି ମିଳିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭଦାୟକ ଏହି ମାସଟି। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇ ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବା ସହ ଆର୍ଥିକ ଚିନ୍ତା ଦୂର ହୋଇଯିବ। କ୍ରୀଡା ପ୍ରତିଦ୍ୱନ୍ଦିତା ପ୍ରତିଯୋଗିତା ପରୀକ୍ଷା ସାକ୍ଷତ କାରରେ ମଧ୍ୟ ଉତ୍ତୀର୍ଣ୍ଣ ହେବେ। ବାଦ ବିବାଦ ମାଲିମକର୍ଦମା କୋର୍ଟ କଚେରୀ ମାମଲାରେ ମଧ୍ୟ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମନର ଆଶା ଆକାଂକ୍ଷା ପୂରଣ ହେବ। ରାଜନୈତିକ କ୍ଷେତ୍ରରେ ଉତ୍ତମ ଆଚରଣ ମଧୁର ସ୍ଵଭାବ ଯୋଗୁ ଜୋଶ ଖ୍ୟାତି ଅର୍ଜନ କରିବା ସହ ବହୁତ ଲୋକପ୍ରିୟତା ହାସଲ କରି ଉନ୍ନତି ପଥରେ ଅଗ୍ରସର ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇବା ପାଇଁ ପ୍ରତ୍ୟକ ଦିନ ଗୋମାତାଙ୍କୁ କିଛିକିଛି ଖାଇବାକୁ ଦିଅନ୍ତୁ।ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *