Excuse Me Odisha

ଯାହା କହିବୁ ସତ କହିବୁ

ମୀନ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସରେ ମୀନ ରାଶିର ଲୋକେ କିପରି କଟେଇବେ, ପ୍ରତିକାର କଣ ରହିଛି ଗ୍ରହ ମାନଙ୍କର କଣ ରହିବ, ଶୁଭ ଓ ଆସିବ ଫଳ ଆସନ୍ତୁ ଜାଣିବା। ଯେଉଁମାନଙ୍କର ରାଶି ନକ୍ଷତ୍ରରେ ଜ୍ଞାନ ନାହିଁ ବା ଜାଣି ନାହାନ୍ତି ବା ଗୋଷ୍ଠୀ ତିଆରି କରାଯାଇ ନାହିଁ। ଯଦି ସେମାନେ ଜନ୍ମ ତାରିଖ ଜାଣି ଥିବେ ବା ଜନ୍ମ ତିଥି ଜାଣିଥିବେ,ଯଦି ସେମାନଙ୍କର ନାମର ପ୍ରଥମ ଅକ୍ଷର ଦି, ଦୁ, ଛ, ନ୍ୟ, ଦେ ଦୋ, ଚା, ଚି କିନ୍ମ୍ବ ଯେଉଁମାନଙ୍କର ଯେକୌଣସି ଇଂରାଜୀ ମାସର ୩, ୧୨,୨୧ ତାରିଖରେ ଜନ୍ମ ହୋଇଥାଆନ୍ତି କିମ୍ବା ଦ୍ଵିତୀୟ ବା ଦ୍ୱାଦଶୀ ତିଥିରେ ଜନ୍ମ ହୋଇ ଥାଆନ୍ତି, ତାହେଲେ ସେମାନଙ୍କର ମୀନ ରାଶି ହେବ। ଆପଣଙ୍କ ରାଶିର ନକ୍ଷତ୍ର ହେଉଛି ପୂର୍ବ ଭାଦ୍ରବ ନକ୍ଷତ୍ର, ରେବତୀ ନକ୍ଷତ୍ର ୨୫/୧୨, ୨୬/୧୨, ୨୭/୧୨। ଏହି ରାଶି ନକ୍ଷତ୍ର ଯଦି ଜାତକରେ ଥାଏ ତାହେଲେ ମୀନ ରାଶିର ଚିହ୍ନ ହେଉଛି ଲାଞ୍ଜ ଓ ମୁହଁ ଯୁକ୍ତ ଦୁଇଟି ମାଛ। ରାଶି ସ୍ବାମୀ ହେଉଛନ୍ତି ଗୁରୁ ବୃହସ୍ପତି। ରାଶି ତତ୍ତ୍ଵ ହେଉଛି ଜଳ। ରାଶିର ସ୍ୱରୂପ ହେଉଛି ଦୁଇଟି ସ୍ଵଭାବ। ରାଶିର ଦିଗ ହେଉଛି ଉତ୍ତର ଦିଗ। ରାଶିର ଗୁଣ ହେଉଛି ସ୍ତ୍ରୀ ବା ସତ୍ଵ ଗୁଣୀ। ରାଶି ଜାତି ହେଉଛି ବ୍ରାହ୍ମଣ। ରାଶି ପ୍ରକୃତି ହେଉଛି କଫ ପ୍ରକୃତି। ରାଶିର ସ୍ଵଭାବ ହେଉଛି ସୌମ୍ୟ ସ୍ଵଭାବ। ରାଶିର ଅଙ୍ଗ ଚରଣ ଯୁଗଳ ବା ଦୁଇଟି ପାଦ। ରାଶିର ରତ୍ନ ହେଉଛି ପିତପୋଖରାଜ ରତ୍ନ। ରାଶିର ଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ। ରାଶିର ଶୁଭ ବାର ହେଉଛି ରବିବାର ଓ ଗୁରୁବାର। ରାଶିର ଶୁଭ ଦେବତା ହେଉଛି ନାରାୟଣ ଶ୍ରୀଜଗନ୍ନାଥ। ରାଶିର ଶୁଭ ଦେବୀ ହେଉଛନ୍ତି ତାରାତାରିଣୀ ବା ତାରିଣୀ। ରାଶିର ବ୍ରତ ଓ ଉପବାସ ବାର ହେଉଛି ଗୁରୁବାର। ରାଶିର ଶୁଭ ଅଙ୍କ ହେଉଛି ୩। ରାଶିର ଶୁଭ ତାରିଖ ପ୍ରତ୍ୟେକ ମାସରେ ୩,୧୨, ୨୧ ଓ ୩୦ ତାରିଖ। ରାଶିର ମିତ୍ର ରାଶି କର୍କଟ ଓ ବିଛା। ରାଶିର ଶତ୍ରୁ ରାଶି ହେଉଛନ୍ତି ମେଷ, ସିଂହ, ଧନୁ। ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ଅଶ୍ଳେଷା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ଵିତୀୟ ତିଥି। ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ଚନ୍ଦ୍ର ଲାଗୁଥିବା ସମୟରେ ମୀନ ରାଶିର ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

Google

ତେବେ ୨୦୨୧ ମସିହା ଜୁନ ମାସରେ ମୀନ ରାଶି ଜାତ ମହିଳା ଓ ପୁରୁଷ ମାନେ ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ। ଯାହାଫଳରେ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଦେଖା ଦେବ। ଅନେକ ପ୍ରକାରର ଉଲ୍ଲେଖ ପରିବର୍ତ୍ତନ ଆସିବ। ଉଚ୍ଚ ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟ ବାଣିଜ୍ୟ ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହି ପାରନ୍ତି। ଜମିବାଡ଼ି ମାମଲାରେ ସମସ୍ୟା ସୃଷ୍ଟି ହୋଇ ଏହାର ସମାଧାନ ହୋଇଯିବ। ଆର୍ଥିକ ଦିଗରୁ ଉନ୍ନତି ହେବା ସହିତ ସ୍ବାସ୍ଥ୍ୟ ଠିକ୍ ରହିବ। ପାରିବାରିକ କ୍ଷେତ୍ରରେ ବସନ ବ୍ୟସନରେ ବ୍ୟୟ ହୋଇପାରେ। ଭୋଗବିଳାସ ଆନନ୍ଦ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନ ଜନକ ଘଟଣା ଚାଲି ରହିବ। ସହକର୍ମୀ ମାନଙ୍କର ସମର୍ଥନ ପ୍ରାପ୍ତ ହେବ। ଅଧିକାରୀଙ୍କ ଠାରୁ ସହଯୋଗ ଯୋଗୁଁ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତ ହେବ ଓ ଆପଣ ସୁନାମ ଅର୍ଜନ କରିବେ। ଗୃହରେ କଲ୍ୟାଣ କାର୍ଯ୍ୟ ଆରମ୍ଭ ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ରହିବେ। ଛାତ୍ରଛାତ୍ରୀ ମାନେ ପଢାପଢିରେ ମନ ନିବେଶ କରିବେ ଓ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭାଇଭଉଣୀଙ୍କ ସହିତ ମନମାଳିନ୍ୟ ମେଣ୍ଟି ଯିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହି ପାରନ୍ତି। ସତର୍କତା ଅବଲମ୍ବନ କଲେ କୌଣସି ବିପଦର ସମ୍ମୁଖୀନ ହେବେ ନାହିଁ। ଅଶୁଭକୁ ଖଣ୍ଡନ କରିବା ପାଇଁ ପ୍ରତ୍ୟେକଦିନ ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ, ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *