Excuse Me Odisha

ଯାହା କହିବୁ ସତ କହିବୁ

କୁମ୍ଭ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସରେ କୁମ୍ଭ ରାଶି ଜାତ ଆବାଳ ବୃଦ୍ଧ ବନିତା କିପରି କାଟିବେ ଏହି ମାସ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର, କଣ ରହିଛି ଶୁଭ ଫଳ ଆସନ୍ତୁ ଜାଣିବା। ବିଶେଷକରି ଯେଉଁମାନଙ୍କର ଜାତକ ନାହିଁ କିମ୍ବା ରାଶି ନକ୍ଷତ୍ର ବିଷୟରେ କିଛି ଜାଣି ନାହାନ୍ତି। ଯେଉଁମାନଙ୍କର କୋଷ୍ଠି ତିଆରି ହୋଇ ନାହିଁ। ଯଦି ସେମାନେ ଜନ୍ମ ତାରିଖ ଜାଣିଥିବେ କିମ୍ବା ଜନ୍ମ ତିଥି ଜାଣି ଥିବେ ବା ଯଦି ସେମାନଙ୍କର ପ୍ରଥମ ଅକ୍ଷର କୁ, କେ, କୋ ସା, ସି, ସୁ, ତ ହୋଇଥିବ କିମ୍ବା ଯେଉଁ ମାନଙ୍କର ଯେକୌଣସି ମାସର ୮,୧୭, ୨୬ ତାରିଖରେ ଯେକୌଣସି ପକ୍ଷର ଅଷ୍ଟମୀ ତିଥିରେ ହୋଇଥିବ, ସେମାନଙ୍କର କୁମ୍ଭ ରାଶି ହେବ। ଏମାନଙ୍କର ତିନୋଟି ନକ୍ଷତ୍ର ମଧ୍ୟ ଭୋଗ ହେବ। ତାହା ହେଉଛି ଧନିଷ୍ଠା ନକ୍ଷତ୍ର, ଶତଭିସା ନକ୍ଷତ୍ର ଏବଂ ଉପଭାଦ୍ରବ ନକ୍ଷତ୍ର। ୩୦/୧୧, ୨୪/୧୧, ୨୫/୧୧। ଯେଉଁମାନଙ୍କର ଏହି ସଂଖ୍ୟାରେ ରାଶି ନକ୍ଷତ୍ର ହେଉଛି ଯଦି ଜାତକରେ ଥିବା ନକ୍ଷତ୍ର ରାଶି ଜାଣି ଥାଆନ୍ତି ତାହେଲେ ସେମାନଙ୍କର ରଙ୍ଗ ହେଉଛି ନୀଳ ବା କଳା ରଙ୍ଗ। ରାଶିର ଚିହ୍ନ ହେଉଛି କଳସ ଧରିଥିବା ଜଣେ ରମଣୀ। ରାଶି ସ୍ବାମୀ ହେଉଛନ୍ତି ଶନି। ରାଶି ତତ୍ତ୍ଵ ହେଉଛି ବାୟୁ ତତ୍ତ୍ଵ। ରାଶିର ସ୍ୱରୂପ ହେଉଛି ସ୍ଥିର। ରାଶିର ଦିଗ ହେଉଛି ପଶ୍ଚିମ ଦିଗ। ତମ ଗୁଣୀ ପୁରୁଷ ସ୍ଵଭାବ ଶୁଦ୍ର ଜାତି ରାଶି ପ୍ରକୃତି ହେଉଛି ତ୍ରିଧାତୁ। ରାଶି ସ୍ଵଭାବ ହେଉଛି କ୍ରୁର। ରାଶିର ଅଙ୍ଗ ହେଉଛି ଶରୀରର ପାଦ। ରାଶିର ଶୁଭ ରତ୍ନ ନୀଳା। ରାଶିର ଶୁଭ ରଙ୍ଗ ନୀଳ, ଆକାଶିଆ, କଳା। ରାଶିର ଶୁଭ ବାର ହେଉଛି ଶୁକ୍ରବାର ଓ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଶନିଦେବ ଏବଂ ଶିବ ଭଗବାନ। ରାଶିର ଶୁଭ ଦେବୀ ମା ଦକ୍ଷିଣ କାଳୀ। ରାଶିର ବ୍ରତ ଉପବାସ ବାର ଶନିବାର ବା ଶୁକ୍ରବାର ଅଟେ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୮। ରାଶିର ମାସରେ ଶୁଭ ତାରିଖ ହେଉଛି ୮,୧୭, ୨୬। ରାଶିର ମିତ୍ର ରାଶି ହେଉଛି ମିଥୁନ, ମକର, ମୀନ। ରାଶିର ଶତ୍ରୁ ରାଶି ମେଷ, କର୍କଟ, ସିଂହ। ଘାତ ବାର ଗୁରୁବାର , ଘାତ ନକ୍ଷତ୍ର ଆଦ୍ରା ନକ୍ଷତ୍ର। ଘାତ ତିଥି ଚତୁର୍ଥୀ ତିଥି। ଘାତ ଚନ୍ଦ୍ର ଧନୁ ଚନ୍ଦ୍ର। ଧନୁ ରାଶିରେ ଯେତେବେଳେ ଚନ୍ଦ୍ରମା ଥିବେ ବା ଚନ୍ଦ୍ରମା ବିରାଜମାନ କରିବେ ସେତେବେଳେ ଘାତ ଚନ୍ଦ୍ର ଭୋଗ ହେଉ ଥିବାରୁ ଦୂର ଯାତ୍ରା, ଯାନ, ଆରୋହଣ, ଜମି କ୍ରୟ ବିକ୍ରୟ ଏସବୁ କରନ୍ତୁ ନାହିଁ।

Google

୨୦୨୧ ମସିହା ଜୁନ ମାସ ଟି କିପରି କଟେଇବେ କୁମ୍ଭ ରାଶି ଜାତ ବ୍ୟକ୍ତି ମାନେ। କୁମ୍ଭ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ସନ୍ତାନ ମାନଙ୍କ କ୍ଷେତ୍ରରେ ବା ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ମାନସିକ ଶାନ୍ତି ଫଳରେ ଆନନ୍ଦିତ ହେବେ। ଆୟର ସ୍ରୋତ ବୃଦ୍ଧି ପାଇବ। ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ନ୍ୟାୟ ମିଳିବା ସହିତ ସହକର୍ମୀ ମାନଙ୍କର ମତଭେଦ ମଧ୍ୟ ସମାପ୍ତ ହେବ। ଆପଣଙ୍କର ଅନେକ ଦିନରୁ ଚାଲିଥିବା ଦ୍ଵନ୍ଦ ଦୂର ହୋଇଯିବ। ବ୍ୟବସାୟରେ ନୂତନ ଧାରା ଖୋଲିବେ। ବିନା ପରିଶ୍ରମରେ ଧନ ପ୍ରାପ୍ତି ହେବ। ପରିବାରର ସମସ୍ୟା ସମାଧାନ ହୋଇ ଯିବ। ବାଦବିବାଦରେ ବିଜୟ ହାସଲ କରିବେ। ମାନସିକ ଅଶାନ୍ତି ଦୂର ହୋଇ ଯାଇ ବନ୍ଧୁବାନ୍ଧବଙ୍କ ସହିତ ମନୋରଞ୍ଜନର ସମୟ ଅତିବାହିତ କରିବେ। ଆର୍ଥିକ ପରିସ୍ଥିତି ସୁଦୃଢ ହେବା ସହିତ ପାରିବାରିକ ଦ୍ଵନ୍ଦର ସମାଧାନ ହୋଇଯିବ।ସରକାରୀ କାର୍ଯ୍ୟରେ କାର୍ଯ୍ୟରତ ଥିବା କର୍ମଚାରୀ ପଦୋନ୍ନତୀ ପାଇବା ସହିତ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମନିଯୁକ୍ତି କ୍ଷେତ୍ରରେ ଆପଣ ସଫଳ ରହିବେ। ରାଜନୀତି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ପରସ୍ପରକୁ ସାହାଯ୍ୟ କରି ଗଠନମୂଳକ ଦିଗରେ ଆଗ୍ରହୀ ହେବେ। ଆୟ ଉପାର୍ଜନ ମଧ୍ୟମଧରଣର ରହିବ। ଅଚାନକ ଧନ ପ୍ରାପ୍ତି ହେବା ସହିତ ମାନସମ୍ମାନ ବୃଦ୍ଧି ପାଇବ। ଅନ୍ୟ ମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସ କରିବେ। ଦୂର ଯାତ୍ରା, ନୂତନ ବ୍ୟବସାୟ ଏହି ମାସରେ ଆରମ୍ଭ କରନ୍ତୁ ନାହିଁ। ନଚେତ ଅସୁବିଧାରେ ଅସୁବିଧାର ସମ୍ମୁଖୀନ ହେବେ। ଏଥିପାଇଁ ଆପଣ ସତର୍କ ରୁହନ୍ତୁ। ଅଶୁଭକୁ ଖଣ୍ଡନ କରିବା ପାଇଁ ପ୍ରତ୍ୟେକଦିନ ଗୋମାତାଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ଭଲରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *