Excuse Me Odisha

ଯାହା କହିବୁ ସତ କହିବୁ

ବିବାହ ବିଚ୍ଛେଦ ପରେ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଏହି କ୍ରିକେଟମାନେ, ଜଣେ ତ ସଲମାନଙ୍କ ଏକ୍ସଙ୍କ ସହିତ କରିଥିଲେ ବିବାହ।

ସେୟାର୍ କରନ୍ତୁ

କ୍ରିକେଟ ଦୁନିଆରେ ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ନିଜର ଶାନଦାର ଖେଳ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଲୋକପ୍ରିୟ ହୋଇଛନ୍ତି। ବିଶ୍ଵ କ୍ରିକେଟରେ ଏଭଳି ଅନେକ ତାରକା ରହିଛନ୍ତି ଯେଉଁମାନଙ୍କ ବିବାହ ଜୀବନ ସଫଳ ହୋଇ ପାରି ନାହିଁ। ଆଜି କ୍ରିକେଟ ଜଗତରେ କ୍ରିକେଟର ରହିଛନ୍ତି, ସେମାନଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁମାନଙ୍କ ପତ୍ନୀଙ୍କ ସହିତ ଲମ୍ବା ସମୟ ଧରି ସମ୍ପର୍କ ନ ଚାଲି ବିବାହ ବିଚ୍ଛେଦ ହୋଇଗଲା। ବିବାହ ପରେ ଏହି ସବୁ କ୍ରିକେଟର ମାନେ ସିଙ୍ଗଲ ରହିଛନ୍ତି।

ମହମ୍ମଦ ଅଜହରୁଦିନ –

୮୦ ଓ ୯୦ ଦଶକରେ ସୁନ୍ଦରୀ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କ ଅଫେୟାର କେବେ ସଲମାନ ଖାନଙ୍କ ସହିତ ଚାଲି ଥିଲା। ସଲମାନ ଖାନଙ୍କ ସହିତ ବ୍ରେକଅପ ହେବାପରେ ସଂଗୀତା ମହମ୍ମଦ ଅଜହରୁଦିନଙ୍କ ଅତ୍ୟନ୍ତ ପାଖାପାଖି ଆସି ଯାଇଥିଲେ। ମହମ୍ମଦ ବିବାହିତ ଥିଲେ, ଏହାପରେ ମଧ୍ୟ ସେ ସଂଗୀତା ବିଜଲାନୀଙ୍କ ସହିତ ନିକଟତର ହୋଇ ଯାଇଥିଲେ ଏବଂ ସଂଗୀତା ମଧ୍ୟ ଅଜହରୁଦିନଙ୍କୁ ପସନ୍ଦ କରିବାକୁ ଲାଗିଥିଲେ। ଅଜହରୁଦିନ ସଂଗୀତା ପାଇଁ ନିଜର ପ୍ରଥମ ପତ୍ନୀଙ୍କୁ ଡିଭର୍ଷ ଦେଇ ଥିଲେ। ତାପରେ ୧୯୯୬ ମସିହା ଦୁଇଜଣ ବିବାହ କରି ନେଲେ। କିନ୍ତୁ ଏହି ସମ୍ପର୍କ ୧୪ ବର୍ଷ ପରେ ୨୦୧୦ ରେ ଶେଷ ହୋଇ ଯାଇଥିଲା। ଦୁଇଟି ବିବାହ ବିଚ୍ଛେଦ ପରେ ମହମ୍ମଦ ଅଜହରୁଦିନ ତୃତୀୟ ବିବାହ କଲେ ନାହିଁ।

Google

ମହମ୍ମଦ ଶମୀ –

ବର୍ତମାନ ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ କ୍ରିକେଟର ରୂପରେ ସଫଳ ମହମ୍ମଦ ଶମୀଙ୍କ ନାମ ମଧ୍ୟ ଏହି ଟିପ୍ପଣୀରେ ସାମିଲ ରହିଛି। ୩୦ ବର୍ଷୀୟ ମହମ୍ମଦ ଶମୀ ନିଜ ଖେଳ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ମହମ୍ମଦ ଶମୀ ୨୦୧୪ ମସିହାରେ ହସୀନ ଜହାଁ ସହିତ ବିବାହ କରିଥିଲେ। କିଛିବର୍ଷ ପରେ ହସୀନ ଶମୀଙ୍କ ଉପରେ ଧୋକା ଦେବାର ଆରୋପ ଲଗାଇ ଥିଲେ। ଏହାପରେ ହସୀନ ମହମ୍ମଦଙ୍କ ଠାରୁ ଅଲଗା ହୋଇଗଲେ। ଅଲଗା ହେବାପରେ ମହମ୍ମଦ ଦିତୀୟ ବିବାହ କଲେ ନାହିଁ। କହି ରଖୁଛୁ କି ଦୁଇଜଣଙ୍କର ଏକ ଆଇରା ନାମକ ଝିଅ ରହିଛି।

Google

ମାଇକଲ କ୍ଲାର୍କ –

ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ମାଇକଲ କ୍ଲାର୍କଙ୍କର ମଧ୍ୟ ବିବାହ ବିଚ୍ଛେଦ ହୋଇଥିଲା। ଅଷ୍ଟ୍ରେଲିଆର ଚର୍ଚ୍ଚିତ ଏବଂ ଉତ୍ତମ କ୍ରିକେଟର ମଧ୍ୟରେ ସଫଳ ମାଇକଲ କ୍ଲାର୍କ କୟଲୀ କ୍ଲାର୍କଙ୍କ ସହିତ ୨୦୧୨ ରେ ବିବାହ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ବିବାହ କେବଳ ତିନିବର୍ଷ ତିଷ୍ଠି ପାରିଲା। ୨୦୧୫ ରେ ଦୁଇଜଣଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା। ମାଇକଲ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ କରି ନଥିଲେ। କହି ରଖୁଛୁ କି ମାଇକଲ କ୍ଲାର୍କଙ୍କ ନାମ ଅଷ୍ଟ୍ରେଲିଆର ସବୁଠାରୁ ସଫଳ କ୍ରିକେଟର ମଧ୍ୟରେ ଗଣା ଯାଏ। ମାଇକଲ କ୍ଲାର୍କ ୧୧୫ ମ୍ୟାଚରେ ୮୬୪୩ ଏବଂ ୨୪୫ ୱାଣ୍ଡେ ମ୍ୟାଚରେ ୭୯୮୧ ରନ ବନେଇ ଥିଲେ।

Google

ସନଥ ଜୟସୂର୍ଯ୍ୟା –

ସନଥ ଜୟସୂର୍ଯ୍ୟାଙ୍କ ନାମ କେବଳ ଶ୍ରୀଲଙ୍କା ନୁହେଁ ବିଶ୍ଵ କ୍ରିକେଟ ଜଗତରେ ଜଣେ ସଫଳ କ୍ରିକେଟର ବୋଲି ଜଣା ଯାଆନ୍ତି। ସନଥ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମର କପ୍ତାନ ହୋଇ ସାରିଛନ୍ତି । ସନଥ ଜୟସୂର୍ଯ୍ୟା ଦୁଇଟି ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ବିବାହ ସଫଳ ହୋଇ ପାରିଲା ନାହିଁ। ସନଥ ପ୍ରଥମ ବିବାହ ସୁମୁଧୁ କରୁନାନାୟକେଙ୍କ ସହିତ ୧୯୯୮ ମସିହାରେ କରିଥିଲେ। ଦୁଇଜଣ ୧୯୯୯ ରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ତାଙ୍କର ଦ୍ଵିତୀୟ ବିବାହ ୨୦୦୦ ମସିହାରେ ସେଣ୍ଡ୍ରା ଜୟସୂର୍ଯ୍ୟାଙ୍କ ସହିତ ହୋଇଥିଲା। କିନ୍ତୁ ୨୦୧୨ ରେ ଏହି ଯୋଡିଙ୍କ ବିବାହ ବିଚ୍ଛେଦ ହୋଇଗଲା। ଏହାପରେ
ସନଥ ଜୟସୂର୍ଯ୍ୟା ତୃତୀୟ ବିବାହ କରି ନଥିଲେ।

Google

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *