Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସବୁଠାରୁ ଉତ୍ତମ ବନ୍ଧୁ କିଏ? ସବୁଠାରୁ ଉତ୍ତମ କାର୍ଯ୍ୟ ଏବଂ ସବୁଠାରୁ ଉତ୍ତମ ସମୟ କଣ ? ପଢନ୍ତୁ ଏହି କଥା ।

ସେୟାର୍ କରନ୍ତୁ

ଜଣେ ରାଜା ଦରବାରରେ ଉପସ୍ଥିତ ସବୁଲୋକଙ୍କୁ ପ୍ରଶ୍ନ କଲେ ଏବଂ ଗୋଟେ ପ୍ରଶ୍ନ କଲେ କି ଯେଉଁ ବ୍ୟକ୍ତି ତାଙ୍କ ପ୍ରଶ୍ନର ସଠିକ ଉତ୍ତର ଦେବ ତାକୁ ସେ ବହୁତ ଧନ ସମ୍ପତ୍ତି ଦେବେ। ରାଜା ପ୍ରଶ୍ନ କରି ଦରବାରରେ ଉପସ୍ଥିତ ସବୁ ଲୋକଙ୍କୁ ପଚାରିଲେ ସବୁଠାରୁ ଉତ୍ତମ ବନ୍ଧୁ କିଏ? ସବୁଠାରୁ ଉତ୍ତମ ସମୟ ଓ ସବୁଠାରୁ ଉତ୍ତମ କାର୍ଯ୍ୟ କଣ? ରାଜାଙ୍କର ପ୍ରଶ୍ନ ଶୁଣି ଅନେକ ଲୋକ ଉତ୍ତର ଦେଲେ। ରାଜାଙ୍କୁ କାହାର ଉତ୍ତରରେ ସନ୍ତୁଷ୍ଟି ପ୍ରାପ୍ତ ହେଲା ନାହିଁ। ସେତେବେଳେ ରାଜାଙ୍କ ମନ୍ତ୍ରୀ କହେ, ‘ ହେ ମହାରାଜ ଆପଣଙ୍କ ପ୍ରଶ୍ନର ସଠିକ ଉତ୍ତର କେବଳ ଜଣେ ବ୍ୟକ୍ତି ପାଖରେ ଥାଇପାରେ। ସେ ହେଉଛନ୍ତି ଋଷି ଶୃଙ୍ଗୀ।

ରାଜା ଶୃଙ୍ଗୀ ଋଷିଙ୍କ ସହିତ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ମନ୍ତ୍ରୀ ରାଜାଙ୍କୁ କହିଲେ ଶୃଙ୍ଗୀ ଋଷି ଜଙ୍ଗଲ ମଧ୍ୟରେ ରହନ୍ତି। ରାଜା ନିଜ ମନ୍ତ୍ରୀଙ୍କ ସହିତ ପରଦିନ ଶୃଙ୍ଗୀ ଋଷିଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ। ଜଙ୍ଗଲ ମଧ୍ୟରେ ରାଜା ଶୃଙ୍ଗୀ ଋଷିଙ୍କୁ ବହୁତ ଖୋଜିଲେ କିନ୍ତୁ ପାଇଲେ ନାହିଁ। ଶେଷରେ ରାଜାଙ୍କୁ ଜଙ୍ଗଲ ମଧ୍ୟରେ ଏକ କୁଟୀର ଦେଖା ଗଲା। କୁଟୀର ବାହାରେ ଜଣେ ବ୍ୟକ୍ତି ପନିପରିବା ଗଛ ଲଗାଉ ଥିଲା। ରାଜା ସେହି ବ୍ୟକ୍ତି ପାଖରେ ଯାଇ ଶୃଙ୍ଗୀ ଋଷିଙ୍କ ବିଷୟରେ ପଚାରିଲେ।

Google

ରାଜା ବ୍ୟକ୍ତିକୁ ପଚାରିଲେ କି, କଣ ଆପଣ ଜାଣିଛନ୍ତି ଶୃଙ୍ଗୀ ଋଷି କେଉଁଠାରେ ରୁହନ୍ତି। ମୁଁ ତାଙ୍କୁ ଅନେକ ସମୟରୁ ଖୋଜୁଛି। ଏବେ ପର୍ଯ୍ୟନ୍ତ ମୋତେ ସେ ମିଳି ନାହାଁନ୍ତି। ବ୍ୟକ୍ତି ଜଣକ ନିଜ ମୁଖରେ ହସ ଫୁଟାଇ ରାଜାଙ୍କୁ କହିଲେ ଲୋକେ ମୋତେ ହିଁ ଶୃଙ୍ଗୀ ଋଷି କୁହନ୍ତି। କୁହନ୍ତୁ ଆପଣ ଏଠାକୁ କାହିଁକି ଆସିଛନ୍ତି। ରାଜା ଶୃଙ୍ଗୀ ଋଷିଙ୍କୁ ପ୍ରଶ୍ନ ପଚାରି କହିଲେ, ‘ ସବୁଠାରୁ ଉତ୍ତମ ବନ୍ଧୁ କିଏ ? ସବୁଠାରୁ ଉତ୍ତମ ସମୟ ଓ ସବୁଠାରୁ ଉତ୍ତମ କାର୍ଯ୍ୟ କଣ ଅଟେ?

ରାଜାଙ୍କ ପ୍ରଶ୍ନ ଶେଷ ହେବା କ୍ଷଣି ପାଖ ବାଡ ପାଖରେ ଜଣେ ବ୍ୟକ୍ତି କଷ୍ଟରେ ଚିତ୍କାର କରିବାକୁ ଲାଗିଲା। ରାଜା ତୁରନ୍ତ ସେହି ବ୍ୟକ୍ତି ପାଖକୁ ଯାଇ ତାର ସାହାଯ୍ୟ କଲେ। ରାଜା ସେହି ବ୍ୟକ୍ତିକୁ ଜଡ଼ିବୁଟି ଦେଲେ ଏବଂ ନିଜର ସୈନିକ ମାନଙ୍କୁ କହିଲେ ଖୁବ୍ ଶୀଘ୍ର ସେହି ବ୍ୟକ୍ତିକୁ ମହଲକୁ ନେଇ ତାର ସେବା କରାଯାଉ। ରାଜାଙ୍କର ଏହିକଥା ଶୁଣି ସେହି ବ୍ୟକ୍ତି ଜଣକ କାନ୍ଦିବାକୁ ଲାଗିଲା ଏବଂ ସେ ରାଜାଙ୍କୁ କହିଲା, ମହାରାଜ ମୁଁ ଏଠାକୁ ଆପଣଙ୍କୁ ମାରିବାକୁ ଆସିଥିଲି। କିନ୍ତୁ ନିଜେ ହିଁ ଆଘାତ ପାଇଲି। ଏଥିପାଇଁ ଆପଣ ମୋର ସେବା ନକରି ମୋତେ ଦଣ୍ଡ ଦିଅନ୍ତୁ। ରାଜା ଏହା ସବୁ ଜାଣି ସେହି ବ୍ୟକ୍ତିକୁ ସାହାଯ୍ୟ କଲେ ଏବଂ ତାକୁ ରାଜମହଲକୁ ପଠାଇ ଦେଲେ।

ଆଘାତ ପାଇଥିବା ବ୍ୟକ୍ତିକୁ ରାଜମହଲ ପଠାଇ ରାଜା ଶୃଙ୍ଗୀ ଋଷିଙ୍କ ଆଡକୁ ଅନେଇ କହିଲେ , କୃପା କରି ଆପଣ ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ। ଉତ୍ତର ନେବା ପାଇଁ ମୁଁ ବହୁତ ଦୂରରୁ ଆସିଛି।ଶୃଙ୍ଗୀ ଋଷି ରାଜାଙ୍କୁ କହିଲେ କି, ଆପଣଙ୍କୁ ସେହି ବ୍ୟକ୍ତିର ସାହାଯ୍ୟ କରିବା ଦ୍ୱାରା ହିଁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ମିଳି ଯାଇଛି। ସବୁଠାରୁ ଭଲ ସମୟ ବର୍ତ୍ତମାନ ହୋଇଥାଏ। ସବୁଠାରୁ ଉତ୍ତମ କାର୍ଯ୍ୟ ପରୋପକାର ଅଟେ। ଏହାସହିତ ସବୁଠାରୁ ଉତ୍ତମ ବନ୍ଧୁ ଆପଣଙ୍କ ମନ ଅଟେ। ଯାହା ସର୍ବଦା ଆପଣଙ୍କ ସହିତ ରହିଥାଏ ଏବଂ ଆପଣଙ୍କୁ ଭଲ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *