Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ଘରକୁ ଆ ଏହି ଗୋଟିଏ ଜିନିଷ, ତା ପରେ ଦେଖିବେ ଘର ଧନସମ୍ପତିରେ ପୂରି ଉଠିବ

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି। ଏହି ତିଥି ବା ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ କର୍ମକୁ ବହୁତ ପୁଣ୍ୟ କର୍ମ ବୋଲି କୁହାଯାଇଥାଏ। ଏହି ଦିନ କୌଣସି ବି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ। ଏହି ଅକ୍ଷୟ ତୃତୀୟା ଦିନ ସର୍ବତ ସିଦ୍ଧି ଯୋଗ କାରକ ବୋଲି କୁହାଯାଇଥାଏ। ଏହି ଦିନର ପ୍ରତିଟି ମୁହୂର୍ତ୍ତ ଅର୍ଥାତ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟର ଆରମ୍ଭ ବା ଅନୁକୂଳ କଲେ ବହୁତ ଶୁଭ ଫଳ ଦେଇଥାଏ।ଅକ୍ଷୟ ତୃତୀୟା ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ ବା କେବେବି ତାହା ସରେ ନାହିଁ। ଅନନ୍ତ ଫଳଦାୟକ ହୋଇଥାଏ। ତୃତୀୟ ଅର୍ଥାତ ମାସର ତୃତୀୟ ତିଥି ଅଟେ। ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଛି। ଏହି ଦିନ ନୂଆ ଗାଡି କିଣିବା, ଗୃହ ପ୍ରବେଶ କରିବା ଘର ଅନୁକୂଳ କରିବା, ସୁନା ରୁପା କିଣିବା, ବିବାହ ଶ୍ରାଦ୍ଧ କାର୍ଯ୍ୟ କରିବା, ସ୍ନାନ ବା ବୁଡ଼ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ବନ୍ଧୁଗଣ ମାନ୍ୟତା ରହିଛି ଯେ ଏହି ଦିନ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମଙ୍କର ଜନ୍ମ ହୋଇଥିଲା। ଏହା ସହିତ ଏହି ଦିନ ମାତା ଗଙ୍ଗା ଏହି ଦିନ ଧରତ୍ରୀରେ ପଦାର୍ପଣ କରିଥିଲେ। ଏବଂ ସତ୍ୟ ଯୁଗ, ତ୍ରେତୟା ଯୁଗ ଏବଂ ଦ୍ଵାପର ଯୁଗ ମଧ୍ୟ ଏହି ଦିନ ଠାରୁ ଆରମ୍ଭ ହୋଇଥିଲା। ଏହି ଦିନ ଜୀବଜନ୍ତୁଙ୍କର ସେବା କରିବା ଭୋଜନ ଦେବା ବସ୍ତ୍ର ଦାନ କରିବା ଅକ୍ଷୟପୁର୍ଣ ଫଳ ମିଳିଥାଏ। ଏହିଦିନ ଯେଉଁ କାର୍ଯ୍ୟ କରିଥିଲେ ତାହା ସଫଳ ହୋଇଥାଏ। ଏହି ଅକ୍ଷୟ ତୃତୀୟା ପର୍ବକୁ ଅତି ଆନନ୍ଦର ସହିତ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ଶ୍ରୀ ଜଗନ୍ନାଥଙ୍କର ରଥ କାଠ ଅନୁକୂଳ ହୋଇଥାଏ। ଚାଷୀ ଭାଇମାନେ କ୍ଷେତରେ ପୂଜା କରି ଭୋଗ ଲଗାଇ ହାତରେ ଶସ୍ୟ ମୁଠା ଧରି ବୁଣି ଥାଆନ୍ତି।ଏଣୁ ଏହାର ନାମ ଅଖିମୁଠି ବୋଲି ମଧ୍ୟ କୁହାଯାଇଥାଏ। ତେବେ ବନ୍ଧୁଗଣ ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଜୀବନରେ ଉନ୍ନତି ଧନ ବୈଭବର ପ୍ରାପ୍ତି କରିବା ପାଇଁ କିଛି କାର୍ଯ୍ୟ କରାଯାଇଥାଏ। ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପାଇବା ସହିତ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଏହି ଦିନ କେଉଁ କେଉଁ ସବୁ ଜିନିଷ ଘରକୁ ଆଣି ମା ଲକ୍ଷ୍ମୀଙ୍କୁ ଖୁସି କରାଯାଇପାରିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କଣ ସେହି ଜିନିଷ ଗୁଡିକ ଯାହାକୁ ଆଣି ଅକ୍ଷୟ ତୃତୀୟାରେ ଆପଣ ଘରକୁ ମା ଲକ୍ଷ୍ମୀଙ୍କୁ ଡାକି ଆଣିପାରିବେ।

Google

ଏହି ଦିନ ମା ଲକ୍ଷ୍ମୀଙ୍କର ଚରଣ ପାଦୁକା ସୁନା କିମ୍ବା ରୁପାର ଘରକୁ ଆଣିବାର ନିୟମ ରହିଛି।

କଉଡି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଏହି ଦିନ କିଛି କଉଡି ଆଣି ତାକୁ ହଲଦୀରେ ଭିଯାଇ ପୂଜା ସ୍ଥାନରେ ରଖି ଏହାର ନିୟମିତ ପୂଜା ଅବଶ୍ୟ କରନ୍ତୁ।

ଏକ ଆଖିଆ ନଡିଆ ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ। ଏହି ଦିନ ପୂଜା ସ୍ଥାନରେ ଏହାକୁ ସ୍ଥାପନ କରି ବିଧି ବିଧାନରେ ନିୟମିତ ପୂଜା କରନ୍ତୁ।

ଏହି ଦିନ ମା ଲକ୍ଷ୍ମୀଙ୍କର ପ୍ରତିମାକୁ ଘରକୁ ଆଣି ବିଧି ବିଧାନର ସହିତ ନିୟମିତ ପୂଜା କରନ୍ତୁ।

ଦକ୍ଷିଣା ବର୍ତୀ ଶଙ୍ଖକୁ ଏହି ଦିନ ଆଣି ପୂଜା ଘରେ ରଖିବା ଦ୍ୱାରା ଆପଣଙ୍କୁ କୋଟି ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ।

ତେବେ ବନ୍ଧୁଗଣ ଏହା ଥିଲା ସେହି ୫ ଗୋଟି ଜିନିଷ ଯାହାକୁ ଅକ୍ଷୟ ତୃତୀୟା ଦିନ ବା ପୁଣ୍ୟ ଅର୍ଜନ କରିବାର ଦିନରେ ଘରକୁ ଆଣି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *