Excuse Me Odisha

ଯାହା କହିବୁ ସତ କହିବୁ

ଦେଖନ୍ତୁ ଭିଡିଓ : ପୋ-ଲି-ସର ମା-ଡରୁ ବଞ୍ଚିବା ପାଇଁ ଗଜବ ଯୁଗାଡ, ଭିଡିଓ ଦେଖିଲେ କହିବେ – ୟା ଠାରୁ ଆଇନଷ୍ଟାଇନ ମଧ୍ୟ ଫେଲ୍ ହୋଇଯିବେ

ସେୟାର୍ କରନ୍ତୁ

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓ ସାମ୍ନାକୁ ଆସିଥାଏ। ଏଥିରେ ଅନେକ ଥର ଯୁଗାଡ ବ୍ୟବହାର କରୁଥିବାର ଭିଡିଓ ଭାଇରାଲ ହେଉଥାଏ। ଅନେକଥର ଏମିତି ଭିଡିଓକୁ ଦେଖି ହସ ଆସିଯାଏ। କେବେ କେବେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଅନେକ ଥର ‘ଯୁଗାଡ ଟେକ୍ନୋଲୋଜି’ କୁ ଦେଖି ୟୁଜର୍ସ ଚିନ୍ତାରେ ପଡିଯାନ୍ତି ଓ ଚିନ୍ତା କରନ୍ତିକି କଣ ବୁଦ୍ଧି ନ ଲଗାଇଲେ। ଏହି ଭିଡିଓକୁ ଦେଖିବା ପରେ ହୁଏତ ଆପଣ ମଧ୍ୟ ଥରେ ଏମିତି କରିପାରନ୍ତି। କାରଣ, ଜଣେ ବୟକତି ଲକଡାଉନରେ ପୋ-ଲି-ସର ‘ମା-ଡ’ରୁ ର-କ୍ଷା ପାଇବା ପାଇଁ ଯେଉଁଭଳି ଦିମାଗ ଲଗାଇଲେ ତାହା ଦେଖି ଲୋକେ କହୁଛନ୍ତି,’ଏମାନଙ୍କ ଆଗରେ ଆଇନଷ୍ଟାଇନ ମଧ୍ୟ ବିଫଳ ହୋଇଯିବେ।’

ଆମେ ସମସ୍ତେ ଜାଣୁଯେ ଆଜିକାଲି ଲୋକମାନେ ‘ଜୁଗାଡ’ ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍ତି। ବିଶେଷକରି, ଭାରତରେ ଲୋକମାନେ ଏହାକୁ ଭିନ୍ନ ଉପାୟରେ ବ୍ୟବହାର କରନ୍ତି। ବର୍ତ୍ତମାନ କେବଳ ଏହି ବ୍ୟକ୍ତିଙ୍କୁ ଦେଖ, ସେ ଯେଉଁପରି ଜୁଗାଡ କରିଛନ୍ତି, ତାର ସ୍ତର ଅଲଗା ଅଟେ। ଯେମିତି ଆପଣ ଭିଡିଓରେ ଦେଖି ପାରିବେ, ଜଣେ ବ୍ୟକ୍ତି ସାଇକେଲରେ ଯାଉଛନ୍ତି। ଏଥି ସହିତ, ପଛରେ ଏକ ଆଜବେଷ୍ଟସର କଭର ଲଗାଇଛନ୍ତି। କୁହାଯାଉଛିଯେ ଲକଡାଉନରେ ପୋ-ଲି-ସର ମା-ଡକୁ ଏଡାଇବା ପାଇଁ ଉକ୍ତ ବ୍ୟକ୍ତି ଏହିପରି ଜୁଗାଡ କରିଛନ୍ତି। ତେଣୁ ସର୍ବପ୍ରଥମେ ଆପଣ ଏହି ମଜାଳିଆ ଭିଡିଓ ଦେଖନ୍ତୁ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:-

କୁହାଯାଉଛିକି ଏହି ଭିଡିଓ କର୍ଣ୍ଣାଟକର ଉଡଡୁପୀର ଅଟେ। ଟୁଇଟରରେ ଏହି ଭିଡିଓକୁ ‘Ralph Alex Arakal’ ନାମକ ୟୁଜର ସେୟାର କରିଛନ୍ତି। ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି,’ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଅଛି। ଜଣେ ବ୍ୟକ୍ତି ସମସ୍ତ ସୁ-ର-କ୍ଷା ସହିତ ସାଇକେଲ ଚାଲୁଛନ୍ତି। ସେ ହେଲମେଟ, ଫେସ ମାସ୍କ ସହିତ ପୋ-ଲି-ସର ମା-ଡରୁ ବଞ୍ଚିବାର ଯୁଗାଡ କରିଛନ୍ତି।’ ଏହି ଭିଡିଓକୁ ଦେଖିବା ପରେ ଲୋକେ ହସୁଛନ୍ତି। ଏହା ସହିତ ଯୁଗାଡ ଟେକ୍ନୋଲୋଜିର ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୯ହଜାରରୁ ଅଧିକ ଥର ଦେଖାଯାଇସାରିଛି। ସେହିପରି ଏହି ଭିଡିଓ ଉପରେ କିଛି ମଜାଳିଆ କମେଣ୍ଟ ମଧ୍ୟ ଆସିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *