Excuse Me Odisha

ଯାହା କହିବୁ ସତ କହିବୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଆପଣଙ୍କ ପାଦର ଆଙ୍ଗୁଠି ଏହି ଆକୃତିର ତାହେଲେ ଆପଣ ବହୁତ ଭାଗ୍ୟଶାଳୀ।ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ସର୍ବଦା ଆମେ ଦେଖିଥିବା ପ୍ରତ୍ୟକ ବ୍ୟକ୍ତିର ଶରୀରରେ କିଛି ନାଁ କିଛି ଭିନ୍ନତା ରହିଥାଏ। ଆଉ ଶରୀରର ଆକୃତି ବା ଆକାର ଅନୁସାରେ ମନୁଷ୍ୟର ଆଚାର ଏବଂ ବ୍ୟବହାର ଉପରେ ଭିନ୍ନତା ଦେଖାଦେଇଥାଏ।ଆଜିର ଏହି ପୋଷ୍ଟରେ ଆପଣ ମାନଙ୍କୁ କହିବୁ ମନୁଷ୍ୟର ପାଦର ଆକୃତିର ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁ ଭଳି ସ୍ୱଭାବର ହୋଇଥାଏ। ପାଦର କେଉଁ ଆକୃତିକୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଭାଗ୍ୟଶାଳୀ। ବ୍ୟକ୍ତିର ୫ ପ୍ରକାରର ଆକୃତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା ଆଜି ଆମେ ଜାଣିବା। କେଉଁ ଆକୃତିର ପାଦ ପାଇଁ ବ୍ୟକ୍ତିର ଭାଗ୍ୟ କେତେ ଭଲ ହୋଇଥାଏ। ଆଉ କେଉଁ ଆକୃତିର ସବୁଠୁ ଭଲ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସେଲଟିକ ଆକୃତି। ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ଅର୍ଥାତ ବୁଢା ଆଙ୍ଗୁଠିର ପାଖର ଥିବା ଆଙ୍ଗୁଠି ଯଦି ସବୁ ଆଙ୍ଗୁଠି ଠାରୁ ବଡ଼ ଅଟେ ପାଦର ଲାଷ୍ଟର ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ ତେବେ ଏମିତି ପାଦକୁ ସେଲଟିକ ଆକୃତିର ପାଦ ବୋଲି କୁହାଯାଏ। ଏହି ପାଦର ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି। ଏହିପରି ପାଦ ଥିବା ବ୍ୟକ୍ତିକୁ ଜୀବନରେ ସଫଳତା ମିଳିଥାଏ। କିନ୍ତୁ ସଫଳତା ମିଳିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ। ଏହି ଲୋକଙ୍କ ପାଖରେ କୌଣସି ଜିନିଷ କିମ୍ବା କାମକୁ ବୁଝିବା ପାଇଁ ଅଦଦ୍ଭୁତ ଶକ୍ତି ରହିଥାଏ। ଏହି ଲୋକମାନେ କାଳେ କାଳ୍ପନିକ ଜୀବନ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି। ଏମିତି ଲୋକଙ୍କ ସହିତ ତାଙ୍କ ଜୀବନସାଥୀ ଭଲ ରିଲେସନସିପ ସବୁଦିନ ପାଇଁ ରଖିଥାନ୍ତି। ତାଙ୍କର ସନ୍ତାନବି ଆଜ୍ଞା ପାଳନ କଲା ଭଳି ହୋଇଥାଏ। ଏହି ଲୋକ କୌଣସି ବି କାମକୁ ବଡ଼ ପ୍ରଫେସନାଲ ହିସାବରେ କରିଥାନ୍ତି। କୌଣସି ବି କାମକୁ ଜଲଦି ଜଲଦି କରିବା ଏମାନଙ୍କୁ ପସନ୍ଦ ନଥାଏ। କର୍ମ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ମାନସିକ ଚିନ୍ତା ଏମାନଙ୍କ ମନରେ ସବୁବେଳେ ରହିଥାଏ। କିନ୍ତୁ ଶାରୀରିକ ରୂପରେ ଚେଷ୍ଟା କମ କରିଥାନ୍ତି। ଏଥିପାଇଁ ସେଲଟିକ ଆକୃତିର ପାଦର ପ୍ରତ୍ୟକ ଶାସ୍ତ୍ର ଅନୁସାରେ ସାଧାରଣ ଭାଗ୍ୟର ପଜିସନ ଦିଆଯାଇଛି।

Google

ଜର୍ମାନୀକ ଆକୃତି।ଯେଉଁ ବ୍ୟକ୍ତିଙ୍କର ୪ ଟି ଆଙ୍ଗୁଠି ସମାନ ଆଉ ବୁଢା ଆଙ୍ଗୁଠି ବଡ଼ ଥାଏ ଏଭଳି ଆକୃତିକୁ ଜର୍ମାନୀକ ଆକୃତି କୁହାଯାଏ।ଏହି ଲୋକ ଶାନ୍ତି ପ୍ରିୟ ହୋଇଥାନ୍ତି। ଏମିତି ଲୋକ କୌଣସି ବି କାମକୁ ଭାବି ଚିନ୍ତି କରିଥାନ୍ତି। ଏହି ଲୋକଙ୍କୁ ଆପଣ କେମିତି ବି କାମ କରିବାକୁ ଦିଅନ୍ତୁ ଏମାନେ ସେହି କାମକୁ କରିବାରେ ତତ୍ପର ରହିଥାନ୍ତି। ଆଉ ବିଶେଷ ଗୁଣ ଏମିତି ରହିଥାଏ କି କୌଣସି ବି କାମକୁ ପ୍ରଥମ ଥର କରିଥିଲେ ବି ଏମାନଙ୍କର କାମରେ ଆପଣଙ୍କୁ ଟିକିଏ ବି ଭୁଲ ଦେଖିବାକୁ ମିଳିବନି। ଏହି ଲୋକ ନିଜର ଦାୟିତ୍ୱକୁ ସର୍ବଦା ବୁଝିଥାନ୍ତି। ଏମାନଙ୍କର ରୋଜଗାର କମ ହେଉ ବା ଅଧିକ ସବୁବେଳେ ନିଜକୁ ମେନେଜ କରିବା ଜଣାଥାଏ। ଏହି ବ୍ୟକ୍ତି ଦେଖିବାକୁ ପ୍ରାୟ ସୁନ୍ଦର। ଆଉ ସେମାନଙ୍କର ସୁନ୍ଦର ସୁନ୍ଦର କଥାରେ କାହାକୁ ବି ଆକର୍ଷିତ କରିଦେଇଥାନ୍ତି। ସେଥିପାଇଁ ଶାସ୍ତ୍ର ଅନୁସାରେ ଏଭଳି ପାଦ ଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଭାଗ୍ୟଶାଳୀ ଭାବରେ ପଜିସନ ଦିଆଯାଇଛି।

ଗ୍ରୀକ ଆକୃତି। ଯେଉଁ ବ୍ୟକ୍ତିଙ୍କର ପାଦର ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ। ଲାଷ୍ଟରେ ଥିବା ଦୁଇଟି ଆଙ୍ଗୁଠି ସେଲଟିକ ଆଙ୍ଗୁଳି ଭଳି ସମାନ ନହୋଇ ସାମାନ୍ୟ ଛୋଟ ବଡ଼ ରହିଥାଏ ଏମିତି ଆକୃତିର ପାଦକୁ ଗ୍ରୀକ ଆକୃତିର ପାଦ ବୋଲି କୁହାଯାଏ। ଏହି ଲୋକ ବହୁତ ଚତୁର ଏବଂଏବଂ ବୁଦ୍ଧିମାନ ହୋଇଥାନ୍ତି।ଏମାନଙ୍କୁ ଅଧିକ କଥାବାର୍ତା ହେବାକୁ ପସନ୍ଦ ନଥାଏ। ଏମାନେ ଲିମିଟର କଥା ହୋଇଥାନ୍ତି। ଏମାନେ ନିଜର ଭଲ କର୍ମ ଓ ଦକ୍ଷତା ଯୋଗୁ ନିଜ ସହିତ କାମ କରୁଥିବା ଅନ୍ୟ ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି।ନିଜର ଷ୍ଟାଇଲରେ କାମ କରିବାକୁ ଏମାନଙ୍କୁ ପସନ୍ଦ ଥାଏ। ସମାଜ ଏବଂ ପରିବାରରୁ ଏମାନଙ୍କୁ ସମ୍ପୂର୍ଣ ସମ୍ମାନ ମିଳିଥାଏ।ନିଜର ଭଲ ବୁଦ୍ଧି ତଥା ଚିନ୍ତାଧାରା ଯୋଗୁ ଏମାନେ ଭଲ ପଜିସନରେ ରହିଥାନ୍ତି। ସେଥିପାଇଁ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ଗ୍ରୀକ ଆକୃତିର ପାଦ ହୋଇଥାଏ ତାକୁ ଭାଗ୍ୟଶାଳୀ ମନାଯାଇଥାଏ।

Google

ଏଯ୍ୟୁପସନ ପାଦ। ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡ଼ରୁ ଛୋଟ ଯାଏଁ ରହିଥାଏ ସେହି ପାଦକୁ ଏଯ୍ୟୁପସନ ପାଦ କୁହାଯାଏ। ଏମିତି ଲୋକ ବହୁତ ସସିଆଲୱାରକର ହୋଇଥାନ୍ତି। ଏମାନଙ୍କୁ ସାମାଜିକ କାର୍ଯ୍ୟରେ ସେବାରତ ହେବା ପାଇଁ ବହୁତ ପସନ୍ଦ ଥାଏ। ନିଜର କଥାରେ ବାଣୀରେ ଚତୁରତା ଏବଂ ଚାଲାକ ସ୍ଵଭାବ ଏହି ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ। ଏହି ଲୋକ ସର୍ବଦା ଖୁସି ରହିବା ଯୋଗୁ କୌଣସି ବି ଅଚିହ୍ନା ବ୍ୟକ୍ତଙ୍କୁ ସହଜରେ ହିଁ ମିତ୍ରତା କରିଦେଇଥାନ୍ତି। ଏମାନଙ୍କୁ ନୂଆ ନୂଆ ବ୍ୟକ୍ତିଙ୍କ ସହିତ କଥା ହେବା ଆଉ ଆଇଡ଼ିଆ ସେୟାର କରିବା ଭଲ ଲାଗିଥାଏ। ଯଦି ଚାନ୍ସ ମିଳେ ରାଜନୀତିରେ ପାଦ ରଖିବା ପାଇଁ ତାହେଲେ ସେହିଭଳି ଚାନ୍ସ ହାତ ଛଡା କରନ୍ତି ନାହିଁ।ସାବଧାନତାର ସହିତ ନିଜ କାମକୁ କେମିତି ସମ୍ପୂର୍ଣ କରାଯିବ ଏମାନଙ୍କୁ ଭଲ ଭାବରେ ଜଣାଥାଏ।ଏମିତି ଲୋକଙ୍କ କୁଣ୍ଡଳୀରେ ଯଦି ସୂର୍ଯ୍ୟ ଏବଂ ମଙ୍ଗଳ ଭଲ ସ୍ଥିତିରେ ରୁହନ୍ତି ତାହେଲେ ଜୀବନରେ ଶ୍ରେଷ୍ଠ ପଜିସନ ପାଇଥାନ୍ତି।ଏହି ବ୍ୟକ୍ତି ଧାର୍ମିକ ବି ହୋଇଥାନ୍ତି। ସେଥିପାଇଁ ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତିଙ୍କୁ ୮୦% ଭାଗ୍ୟଶାଳୀ କୁହାଯାଇଛି।

Google

ରୋମାନ ଆକୃତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ୧୦୦% ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ବ୍ୟକ୍ତିର ପାଦର ବୁଢା ଆଙ୍ଗୁଠି ସହିତ ତା ପାଖରେ ଦୁଇଟି ଆଙ୍ଗୁଠି ସମାନ ଥାଏ ତାହାକୁ ରୋମାନ ପାଦ କୁହାଯାଏ। ଏହି ପାଦର ବ୍ୟକ୍ତି ମାନେ ସବୁଠୁ ବୁଦ୍ଧିମାନ ହେବା ସହିତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏହି ଲୋକ କୌଣସି ବି କାର୍ଯ୍ୟ କମ ପରିଶ୍ରମ କରି ଅଧିକ ସଫଳ ହୋଇଥାନ୍ତି। ଏମାନେ ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ଦକ୍ଷତା ରଖିଥାନ୍ତି। ଏହି ପାଦର ଆକୃତିର ଲୋକଙ୍କୁ ଭାଗ୍ୟର ପୁର୍ଣ ସଫଳତା ମିଳିଥାଏ।ଏମାନେ କମ ପରିଶ୍ରମରେ ଅଧିକ ସଫଳତା ଲାଭ କରି ଶ୍ରେଷ୍ଠ ସମାଜ ଏବଂ ପରିବାରର ନିଜର ସମ୍ମାନିତ ପଦ ବନେଇଥାଆନ୍ତି। ଶାସ୍ତ୍ର ଅନୁସାରେ ଏହିଭଳି ପାଦର ଲୋକଙ୍କୁ ବହୁତ ଭାଗ୍ୟଶାଳୀ ମନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *